Covid Warriors - The Sakala

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣମୀଙ୍କ ପାଇଁ ବାଙ୍କପଲାଶ ଗାଁ କରୋନାମୁକ୍ତ
ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ ଥର୍ମୋମିଟରଟିଏ ଧରି ଏମାନେ ପହଞ୍ଚିଯାଉଛନ୍ତି ଏ ଘରରୁ ସେ ଘର। ଆଉ ବିନା ସଙ୍କୋଚରେ ବାଣ୍ଟିଯାଉଛନ୍ତି କରୋନା ସଚେତନତାର ଅଭୟ ବାଣୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପୂର୍ଣ୍ଣମୀ ଭୋଇ ଗତବର୍ଷରୁ ହିଁ ଏହି ଅଭିଯାନରେ ସାମିଲ ହୋଇ ଆଜିଯାଏ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି।

ପୂର୍ଣ୍ଣମୀଙ୍କ କରୋନା ସଚେତନତା ଅଭିଯାନ ଯୋଗୁଁ ଆଜି ବାଙ୍କପଲାଶ ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନରେ ଥିବା ୧୯୪ ପରିବାରର ୮୨୭ ଘର କରୋନାମୁକ୍ତ ହୋଇ ରହିଛନ୍ତି। ଗୋଟିଏ ହେଲେ ପରିବାରରେ କାହାଠି କରୋନା ଲକ୍ଷଣ ନାହିଁ କି କେହି ସଙ୍ଗରୋଧ ହୋଇ ଜୀବନ କାଟୁନାହାନ୍ତି। ଏସବୁ ସମ୍ଭବ ହୋଇଛି ପୂର୍ଣ୍ଣମୀ ଓ ତାଙ୍କ ସାଥୀ ସହକର୍ମୀମାନଙ୍କ ଯୋଗୁଁ। ଗତବର୍ଷର ଅଭିଜ୍ଞତାକୁ ଭିତ୍ତି କରି ମାର୍ଚ୍ଚ ମାସରୁ ହିଁ ଗାଁରେ ପୂର୍ଣ୍ଣମୀ ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ। ସକାଳ ୬ଟା ୩୦ରୁ ଦିନ ୯ଟା ୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତିମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରେସନ ଦେବା, ପ୍ରାକ୍‍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶୀକାର ନ ହୁଅନ୍ତି ସେସବୁ କାମର ତଦାରଖ କରନ୍ତି ଅଙ୍ଗନୱାଦି ଦିଦି ପୂର୍ଣ୍ଣମୀ। ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି, ହାତ ସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବାର ଆରମ୍ଭ କରିଥିଲେ। ଯାହାକି ଏପ୍ରିଲ ମାସରୁ ପୁଣିଥରେ ଜୋର୍‍ସୋରରେ ଆରମ୍ଭ ହେଲା। ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍‌ଲାଇନ୍‍କୁ ଅନୁପାଳନ କରି ଗାଁ ଲୋକ ନିଜର କାମ କରୁଛନ୍ତି।

ନିଜର ଅଭିଜ୍ଞତା ସଂପର୍କରେ ପୂର୍ଣ୍ଣମୀ କହନ୍ତି, ପ୍ରଥମେ ପ୍ରଥମେ ଏସବୁ ଏତେ ସହଜ ନ ଥିଲା ଆମମାନଙ୍କ ପାଇଁ। ଡିଜିଟାଲ ଦୁନିଆ ସହ ଯୋଡ଼ିହେବା, ପୁଣି ସେ ଥର୍ମାଲ୍‍ ସ୍କ୍ରିନିଂ ଓ ଥର୍ମୋମିଟର ଭଳି ସାମଗ୍ରୀ ସହ ପରିଚୟ ହେବା ସବୁ କିଛି ନୂଆ ଥିଲା। ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଲୋକଙ୍କ ସଂସ୍ପର୍ଶରେ ଆସି ଆମେ ଏସବୁ କାମ ଶିଖିଲୁ।

କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଭୟବହତା ଭିତରେ ସେବା ଜାରି ରଖିଥିବା ସ୍ୱର୍ଗତ ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ ଦେହାନ୍ତ ଘଟିଥିଲା । ଦୈନିକ ଖବର କାଗଜ ‘ଆଜିକାଲି’ର ସମ୍ପାଦକ ତଥା ମୁଖ୍ୟ କରସ୍ପଣ୍ଡେଣ୍ଟ ଥିଲେ ବିଜୟଲକ୍ଷ୍ମୀ ।

ଓଡ଼ିଶାର ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଥିଲେ ରାଜ୍ୟ ସରକାର । କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ଆଜି ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମଧ୍ୟ ସହାୟତା ଅର୍ଥ ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା : ଅସହାୟ ଓ ଗରିବଙ୍କ ସାଥୀ ବିଭୂତି ସାହୁ
ଅନୁଗୁଳ : ମହାମାରୀ କରୋନା ସମୟରେ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଞ୍ଚଳର ବିଭୂତି ସାହୁ। ଯେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି ସେଇଠି ସହାୟତା ନେଇ ପହଞ୍ଚି ଯାଉଛନ୍ତି ବିଭୂତି। ଗତ ଦୁଇ ବର୍ଷ ହେଲା କରୋନା ଲୋକଙ୍କ ସହାୟତାରେ ବିଭୂତି। ଅମ୍ଳଜାନ ହେଉ କି ସାନିଟାଇଜର ସବୁଥିରେ ସବୁ ଆବଶ୍ୟକତାରେ ସେ ଲୋକଙ୍କ ପାଖେ ପାଖେ ରହିଥା’ନ୍ତି। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତି ନାହିଁ ବିଭୂତି।

ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ, ଗରିବ,ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି। କରୋନା କାଳରେ ନିଜ ଆୟର ସିଂହ ଭାଗ ସେ ଜନସେବାରେ ଉତ୍ସର୍ଗ କରି ସାରିଥିବା ବେଳେ ଏବେବି ଏହି ପ୍ରୟାସ ଅବ୍ୟାହତ ରହିଛି। ପ୍ରଶାସନର ସହାୟତା ପହଞ୍ଚିବା ଆଗରୁ ବିଭୂତିଙ୍କ ସହାୟତା ପହଞ୍ଚିଯାଏ ଲୋକଙ୍କ ପାଖରେ। କରୋନାର ଦ୍ୱିତୀୟ ଲହର ଭୟାବହତା ପରେ ବିଭିନ୍ନ ପ୍ରକାରର କଟକଣା ଜାରି ଯୋଗୁଁ ବିଭିନ୍ନ ବସ୍ତିରେ ଗରିବ, ଅସହାୟ ତଥା ବିଭିନ୍ନ ସରକାରୀ ଯୋଜନା ପାଇ ପାରୁନାହାଁନ୍ତି। ଏଭଳି ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ସଂକଟମୋଚକ ଭାବେ ଠିଆ ହୋଇଛନ୍ତି ବିଭୂତି। ଜନ ସେବା ପ୍ରତି ଥିବା ତାଙ୍କ ଆଗ୍ରହ ଏବଂ ନିଃସ୍ୱାର୍ଥ ପର ଗୁଣ ଯୋଗୁଁ ସେ ଏବେ ଚାରିଆଡ଼େ ଚର୍ଚ୍ଚିତ। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ଗରିବ ଅସହାୟ ପରିବାରକୁ ଆର୍ଥିକ ସହାୟତା, ଭଙ୍ଗା ଚାଳ ଛପର ଘର ଉପରେ ବିଛାଇବାକୁ ଜରି ପାଲ, ରୋଗୀଙ୍କୁ ଚିକିତ୍ସା ସହାୟତା, ଅଗ୍ନିବିପନ ପରିବାରଙ୍କୁ ସହଯୋଗ, ଦିବ୍ୟାଙ୍ଗଙ୍କୁ ସହାୟତା, ସଙ୍ଗରୋଧରେ ଥିବା ଅସହାୟ କରୋନା ରୋଗୀଙ୍କୁ ଖାଦ୍ୟ ପ୍ରଦାନ, କୋଭିଡ୍‌ ଯତ୍ନ କେନ୍ଦ୍ରରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ବିଭିନ୍ନ ସ୍ଥାନକୁ ବିଶୋଧନ କରିବା ଏଭଳି ଅନେକ କାମ ହାତକୁ ନେଇଛନ୍ତି।

ତାଳଚେର ନିବାସୀ ବିଭୂତି ସାହୁ ଗତ ବର୍ଷର କରୋନାର ଆରମ୍ଭ କାଳରୁ ଲୋକଙ୍କ ଅସୁବିଧା ଅନୁଭବ କରି ଆଗେଇ ଆସି ଏବେ କରୋନାର ଦ୍ବିତୀୟ ଲହରରେ ମଧ୍ୟ ଜାରି ରଖିଛନ୍ତି ସେବା କାମ। ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳ ସମେତ କଣିହାଁ, ଖମାର, ପାଲଲହଡ଼ା, ଛେଣ୍ଡିପଦା ବନ୍ତଳା, ଆଦି ବିଭିନ୍ନ ସ୍ଥାନରେ ବାସ କରୁଥିବା ଏଭଳି ଲୋକମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ନିଜର ସହଯୋଗୀ ସହାୟତାରେ ଶୁଖିଲା ଖାଦ୍ୟ ପ୍ୟାକିଂ କରି ଅଭାବି ପରିବାରମାନଙ୍କୁ ନିଜ ଗାଡ଼ି ଯୋଗେ ଘରେ ପହଁଞ୍ଚାଉଛନ୍ତି। ଏହାସହ କରୋନା ମହାମାରୀ ସମୟରେ ନିଜ ନିଜର ଚତୁଃପାଶ୍ୱର୍କୁ ସାନିଟାଇଜ କରି କରୋନା ଭୂତାଣୁମୁକ୍ତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରୋନା ସମ୍ମୁଖ ଯୋଦ୍ଧା, ସମାଜସେବୀ ବନ୍ଧୁମାନଙ୍କୁ ସାନିଟାଇଜର ସିଞ୍ଚନ ଯନ୍ତ୍ର, ପିପିଇ କିଟ୍‍, ଅକ୍ସି ମିଟର, ସାନିଟାଇଜର ଆଦି ପ୍ରଦାନ କରିଛନ୍ତି। ଯୁବ ସମାଜସେବୀମାନଙ୍କ ଜରିଆରେ ନିଜ ନିଜ ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ଘର, ବିଭିନ୍ନ ଜନଗହଳି ଓ ଦୈନିକ ଚଳପ୍ରଚଳ ସ୍ଥାନଗୁଡ଼ିକ ସହ ଥାନା, କ୍ଲବ, ମନ୍ଦିର, ଦୋକାନ, ବଜାର ଆଦି ଅଞ୍ଚଳକୁ ସାନିଟାଇଜ କରି କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ସହ କରୋନା ସଚେତନତା କରୁଛନ୍ତି।

ପରିବାରର ସୁଖ ଶାନ୍ତିକୁ ପଛରେ ପକାଇ ଦିନରାତି ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବାରେ ତାଙ୍କ ପରି ନିଆରା ବ୍ୟକ୍ତିତ୍ୱ ଆଜିକାଲିର ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭୂତି ଏଭଳି ଜଣେ କରୋନା ଯୋଦ୍ଧା ଯିଏକି ନିଜେ ସଂକ୍ରମଣକୁ ଖାତିରି ନ କରି ରୋଗୀମାନଙ୍କ ନିକଟତର ହୁଅନ୍ତି। ନିଜ ହାତରେ ସହାୟତା ପ୍ରଦାନ କରନ୍ତି। ଭଲମନ୍ଦ ବୁଝନ୍ତି। ଆଜି ପର୍ଯ୍ୟନ୍ତ ସେ ଏଥିପାଇଁ ନିଜ ହାତରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।

ଭିନ୍ନ ଭାବେ ସକ୍ଷମ ମେରୀ ଜୟନ୍ତୀ
ସୁନ୍ଦରଗଡ: ସେ ଜନ୍ମରୁ ଦିବ୍ୟାଙ୍ଗ | ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏ ସବୁ ସତ୍ତ୍ୱେ; ସେ ଅକଳ୍ପନୀୟ ଭାବେ ସକ୍ଷମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅଧୀନରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡି କେନ୍ଦ୍ରର ଦାୟିତ୍ବ ନେଇଛନ୍ତି ମେରୀ ଜୟନ୍ତୀ ଟିଗା। ଅଙ୍ଗନବାଡି ଦିଦି ଭାବେ ଗାଁଟା ଯାକର ଭାର ତାଙ୍କ ମୁଣ୍ଡରେ। କରୋନା ଭଳି ମହାମାରୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି ଦିଦିମାନେ ଘରେ ବସି ଜନସାଧାରଣଙ୍କୁ ଟେଲି ସେବା ଯୋଗାଇ ପାରୁଥିବା ବେଳେ ଜୟନ୍ତୀ କିନ୍ତୁ ଏକଥାକୁ ବିଶ୍ବାସ କରନ୍ତିନି । ତାଙ୍କ ମତରେ ଲୋକଙ୍କ ପାଖେ ପହଞ୍ଚିଲେ ହିଁ ଲୋକଙ୍କ ଦୁଃଖ ବୁଝିବା ସମ୍ଭବ ଆଉ କରୋନା ଭଳି ମହାମାରୀରେ ଏହି ସହଯୋଗ ଲୋକଙ୍କୁ ବେଶୀ ଦରକାର।

ପ୍ରତିଦିନ ସକାଳ ୮ରୁ ଅପରାହ୍ନ ଯାଏଁ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ଜୟନ୍ତୀ ଅନ୍ୟ ଅଙ୍ଗନବାଡି କେନ୍ଦ୍ରରେ ଆଶା ଓ ଏଏନ୍ଏମ୍ ସହ ସହାୟିକାଙ୍କ ସାହାଯ୍ୟରେ କାମ ହେଉଥିବା ବେଳେ ଏଠାରେ କିନ୍ତୁ ଜୟନ୍ତୀଙ୍କୁ ହିଁ ସବୁକିଛି ସମ୍ଭାଳିବାକୁ ପଡେ। ଜୟନ୍ତୀଙ୍କ ମୁଣ୍ଡରେ ୭୫ ପରିବାରର ୩୧୫ ଲୋକଙ୍କ ଭାର | ସକାଳ ବେଳା ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିମିଟରରେ ଅକ୍ସିଜେନ୍ ମାତ୍ରା ମାପିଥାନ୍ତି| ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି। ଏହାଛଡା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବାକୁ ସଚେତନ କରୁଛନ୍ତି । ଏହାସହ ସଙ୍ଗରୋଧ ଭାବେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଶେଧକ ନେବେ ସେ ବାବଦରେ ବୁଝାଇଥାନ୍ତି | ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋଡ଼ ପିନ୍ଧି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବଦେନ କରନ୍ତି ଜୟନ୍ତୀ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛନ୍ତି ।

ପାହାଡ ଉପରେ ନିପଟ ମଫସଲ ଗାଁ ହୋଇଥିବାରୁ ଜୟନ୍ତୀଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଟିକାକରଣ ଓ କରୋନା ପରୀକ୍ଷା ପାଇଁ ବୁଝାଇବା। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ସେ କେବେ ପଛକୁ ଫେରି ନାହାନ୍ତି; ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜିବନୀ ନେବାକୁ ପ୍ରବର୍ତ୍ତାଉଛନ୍ତି। ସକାଳବେଳା ଘରକୁ ଘର ଯାଇ ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି। ତାଙ୍କ କେନ୍ଦ୍ର ଅଧୀନରେ ଥିବା ଭଅଁରଖୋଲ, ଭୁଶଡିଖୋଲ, ମାୟାବେଟି ଖୋଲ, ଚରଗୁଡା ଆଦି ପଡ଼ାକୁ ଯାଇ ଲୋକଙ୍କୁ କରୋନା ବାବଦରେ ସଚେତନ କରୁଛନ୍ତି। ଏବେ ସ୍କୁଲ ବନ୍ଦ ଥିବା ବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠ ପଢ଼ା ଭୁଲି ନଯିବେ ସେଥ୍ପାଇଁ ସେ ପ୍ରତିଦିନ ଗାଁ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କୁ ପାଠ ପଢ଼ାଇଥାନ୍ତି। ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ଯୋଡ଼ିହୋଇ ରହିବେ ସେଥ୍ପାଇଁ ମା’ ମାନଙ୍କୁ ମଧ୍ୟ ସଚେତନ କରାଇଥାନ୍ତି। ଏସବୁକୁ ଛାଡି ଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତଙ୍କ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ କାମର ଦାୟିତ୍ୱ ବି ସମ୍ଭାଳିଥାନ୍ତି।

ଗାଁର ସ୍ବାସ୍ଥ୍ୟ, ଶିକ୍ଷା ଓ ପରିମଳର ଦାୟିତ୍ୱ ବି ତାଙ୍କ ମୁଣ୍ଡରେ। ହାତ ଓ ପାଦରେ ଚପଲ ପିନ୍ଧି ଜୟନ୍ତୀ ଦିଦି ଯେତେବେଳେ ସକାଳେ ଗାଁ ଦାଣ୍ଡରେ ପହଞ୍ଚି ଘରକୁ ଘର ବୁଲି ସର୍ଭେ କରନ୍ତି ସେତେବେଳେ ନ ଦେଖୁଲା ଲୋକ ବି ଦଣ୍ଡେ ଅଟକି ତାଙ୍କ କଥା ଶୁଣନ୍ତି। ସାଧାରଣ ଅଙ୍ଗନବାଡି କେନ୍ଦ୍ରରେ ଦିଦିମାନଙ୍କୁ ୭୫୦୦ ଟଙ୍କା ମିଳୁଥିବା ବେଳେ ମିନି ଅଙ୍ଗନବାଡି କେନ୍ଦ୍ର ଦାୟିତ୍ବରେ ଥିବା ଜୟନ୍ତୀଙ୍କୁ ୫୫୦୦ ଟଙ୍କା ମିଳେ l ଏସବୁ ସତ୍ତ୍ୱେ କାମ କରିବା ଓ ଲୋକଙ୍କୁ ସେବା ଯୋଗାଇବାର ଝୁଙ୍କୁ ତାଙ୍କ ରାସ୍ତାରେ କେବେ ବାଧା ହୋଇ ଛିଡ଼ାହୋଇ ପାରିନି |

ମହାମାରୀ କରୋନାର ଦ୍ୱିତୀୟ ଲହରରେ ଯାଇଛି ୭୩୦ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୩୧ କୋଭିଡ୍ ଯୋଦ୍ଧା ମୃତ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଖାଲି ଲୋକଙ୍କ ଜୀବନ ନେଉଛି ତା’ ନୁହେଁ ଏଥିରେ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।

ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ବେଳେ ଦିଲ୍ଲୀରେ ୧୦୯ ଜଣ ଡାକ୍ତର ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ୭୯, ଆନ୍ଧ୍ରପ୍ରଦେଶରେ ୩୮, ତେଲଙ୍ଗାନାରେ ୩୭, ଓଡ଼ିଶାରୁ ୩୧, ମହାରାଷ୍ଟ୍ରରେ ୨୩ ଓ ମଧ୍ୟପ୍ରଦେଶରେ ୧୬ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

Indian Medical Association (IMA) says 730 doctors have died during second wave of COVID19 pandemic; maximum 115 doctors lost their lives in Bihar, followed by Delhi (109) pic.twitter.com/O84L4gFwD6

— ANI (@ANI) June 16, 2021

କରୋନାର ଦ୍ୱିତୀୟ ଲହରରେ ଡାକ୍ତରଙ୍କ ମୃତ୍ୟୁକି ନେଇ ରାହୁଲ ଗାନ୍ଧୀ ସମ୍ବେଦନା ବ୍ୟକ୍ତ କରିଛନ୍ତି । ଡାକ୍ତରଙ୍କୁ ସହିଦ ବିବେଚନା କରି ରାହୁଲ୍ କହିଛନ୍ତି, ଡାକ୍ତର ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ହାରି ଯାଇ ନାହାଁନ୍ତି । ମୁଁ ମୃତ ଡାକ୍ତରଙ୍କ ଶୋକ ସନ୍ତପ୍ତ ପରିବାର ସହ ରହିଛି ।