Daringbadi - The Sakala

ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ମୃତ
ଦାରିଙ୍ଗବାଡି: ଚିପ୍ସ ପ୍ୟାକେଟରେ ଥିବା ଖେଳନା ନେଲା ଶିଶୁର ଜୀବନ । ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁ ମୃତ । ମୃତ ଶିଶୁ ଜଣକ ହେଲେ ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ପ୍ରଧାନ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାମୁଣୀଗାଁ ଥାନା ଅନ୍ତର୍ଗତ ତାଜୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ମୁସୀମାହା ଗ୍ରାମରେ। ଶିଶୁଟି ବାପାମାଆଙ୍କ ସହ ଯାଇ ମକା ଖେତରେ ଖେଳୁଥିଲା । ସେଠାରେ ଚିପ୍ସ ପ୍ୟାକେଟରେ ଥିବା ଖେଳନା ବନ୍ଧୁକକୁ ଗିଳି ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଶିଶୁ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସିମନବାଡ଼ି ଅଞ୍ଚଳରେ ବ୍ୟାନର ଲଗାଇଲା ମାଓ ସଙ୍ଗଠନ, ବ୍ୟାନରରେ ୧୨ ଦଫା ଦାବି ନେଇ ୧୫ରେ ବନ୍ଦ ଡାକରା ଦେଲେ ମାଓବାଦୀ
ଦାରିଙ୍ଗବାଡି: ପୁଣି ଉପସ୍ଥିତି ଜାହିର କଲେ ସିପିଆଇ ପୂର୍ବ ଜୋନାଲ ବ୍ୟୁର ମାଓବାଦୀ । ଦାରିଙ୍ଗବାଡି ଥାନା ଅଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସିମନବାଡ଼ିର ଟୋଲଗେଟ୍ ଓ ବୁଡ଼ାଗୁଡ଼ା ଛକଠାରେ ଲାଲ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ବ୍ୟାନର ମାଧ୍ୟମରେ ୧୨ ଗୋଟି ଦାବୀ ଉପସ୍ଥାପନ କରିବା ସହ ମେ’ ୮ ତାରିଖରୁ ୧୪ ଜୁନ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ’ ୧୫ ତାରିଖ ଦିନ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ବୌଦ୍ଧ, ନୟାଗଡ଼ , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।

ଏହି ବନ୍ଦ ଡାକରାକୁ ସମର୍ଥନ କରି ଧାରଣା, ଅନ୍ଦୋଳନ ଓ ରାସ୍ତାରୋକ କରିବା ପାଇଁ ଆହ୍ବାନ ଦେଇଛନ୍ତି ଲାଲ ବାହିନୀ । ଗରିବ ତଥା ଆଦିବାସୀ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ପିଡିଏସ ଚାଉଳ ସମେତ ତେଲ, ଲୁଣ ଓ ଡାଲି ମାଗଣାରେ ପ୍ରଦାନ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ସବୁ ଗାଁକୁ ପକ୍କା ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଯୋଗାଇ ଦେବା,୧୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା, ପ୍ରତ୍ୟେକ ପଞ୍ଚାୟତରେ ସ୍ବାସ୍ଥ୍ୟ କେନ୍ଦ୍ର କରି ଅଭିଜ୍ଞ ଡକ୍ଟର ଙ୍କୁ ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ନିର୍ମାଣ, ବନ୍ଦ ହୋଇଥିବା ସ୍କୁଲକୁ ଖୋଲାଯିବା ସହ ଶିକ୍ଷକ ପଦବୀ ପୂରଣ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ସହ ମୁକ୍ତ ଉଚ୍ଚ ଶିକ୍ଷା, ବିସ୍ଥାପନ ବନ୍ଦ କରିବା, ବକ୍ସାଇଟ , କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଦିଆ ଯାଇଥିବା ଲିଜ ବାତିଲ, ଅଙ୍ଗନବାଡ଼ି, ଆଶା କର୍ମୀ ଓ ଶିକ୍ଷକଙ୍କ ଦାବୀ ପୂରଣ କରିବା ଭଳି ଦାବୀ ରହିଛି ।

ଭୋଜି ଖାଇବାକୁ ଯିବାବେଳେ ଯାତ୍ରୀବାହୀ ଟ୍ରକ ଓଲଟି ୮୦ରୁ ଉର୍ଦ୍ଧ୍ଵ ଆହତ
ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସିଜିଗାଣ୍ଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ୮୦ରୁ ଉର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରତର ରହିଛି l ସୂଚନା ମୁତାବକ ଗଦାପୁର ପଞ୍ଚାୟତ ପୁଟୁଡୁ ମାହା ଗ୍ରାମରୁ କନ୍ୟା ଯାତ୍ରୀ ଲୋକେ ଏକ ଟ୍ରକ ଯୋଗେ ଭୋଜି ଖାଇବାକୁ ବର ଯାତ୍ରୀ ଗ୍ରାମ ପାଙ୍ଗାଲିକୁ ଆସୁଥିଲା । ପ୍ଲିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ ସିଜିଗାଣ୍ଡା ଘାଟିରେ ଟ୍ରକଟି ଓଲଟି ପଡିଥିଲା ।

ଯାହା ଫଳରେ ଟ୍ରକର ଡାଲାରେ ଥିବା ୧୦୦ ରୁ ଉର୍ଦ୍ଧ କନ୍ୟା ଯାତ୍ରୀଲୋକେ ଆସୁଥିବା ରାସ୍ତାର ବାମ ପାର୍ଶ୍ଵର ପ୍ରାୟ ୪୦ରୁ ୫୦ ଫୁଟ ତଳ ଖାଲକୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ଵାରା ଲୋକଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ପାଇଁ ପଠାଇଛି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହୁରି କେତେ ଲୋକଙ୍କୁ ଅବସ୍ଥା ଗୁରୁତ୍ୱ ରହିଥିବା ମେଡ଼ିକାଲ ଇନ ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।

ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା; ଦାରିଙ୍ଗିବାଡ଼ିରେ ୪ ଡିଗ୍ରୀ
ଭୁବନେଶ୍ୱର: ଦୁଇ ଦିନର ହାଲୁକା ବିରତି ପରେ ରାଜ୍ୟକୁ ପୁଣି ଶୀତ ଫେରିଛି। ରବିବାର ରାତିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିଛି। ସୋମବାର ସକାଳ ସୁଦ୍ଧା ରାଜ୍ୟର ୧୩ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ି ତାପମାତ୍ରା ୪ ଡିଗ୍ରୀ ଛୁଇଁବା ସହ କାକର ବି ବରଫ (ତୁହିନ)ସ୍ଥିତିକୁ ଆସିଥିଲା। ଏହି ସ୍ଥିତି ଆହୁରି ଦୁଇ ଦିନ ଜାରି ରହିବା ସହ ଏହି ସମୟ ମଧ୍ୟରେ କିଛି ଅଞ୍ଚଳରେ ତୀବ୍ର ଶୀତ ଲହରି(କୋଲ୍ଡ ୱେଭ୍‍ କଣ୍ଡିସନ) ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

୪ ଡିିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡ଼ି ଓଡ଼ିଶାର ଥଣ୍ଡା ସହରରେ ପରିଣତ ହୋଇଛି। ୧୩ ସ୍ଥାନରେରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଝାରସୁଗୁଡ଼ାରେ ତାପମାତ୍ରା ୫.୬ ଡିଗ୍ରୀ ରହିଥିବା ବେଳେ ଏହି ଜିଲ୍ଲା ଡିସେମ୍ବରର ନିଜର ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି। ପୂର୍ବରୁ ୨୦୧୯ ଡିସେମ୍ବର ୨୮ ଓ ୨୦୨୦ ଡିସେମ୍ବର ୨୧ରେ ଝାରସୁଗୁଡ଼ାରେ ୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। କିନ୍ତୁ ସୋମବାର ସକାଳୁ ଜିଲ୍ଲାରେ ତାପମାତ୍ରା ତଳକୁ ଖସି ୫.୬ ଡିଗ୍ରୀରେ ପହଞ୍ଚି ଡିସେମ୍ବରର ସର୍ବକାଳୀ ସର୍ବନିମ୍ନ ତାପମାତ୍ରରେ ପରିଣତ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ଫୁଲବାଣୀ ୬.୫, ସୋନପୁର ୬.୯, କେନ୍ଦୁଝର ୭.୪ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ପବନ ଯୋଗୁଁ ଶୀତ ବଢ଼଼ୁଛି। ଏହି ସ୍ଥିତି ଆହୁରି ଦୁଇ ଦିନ ଜାରି ରହିବ। ଦୁଇରୁ ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ କମ୍‍ ରହିବ ବୋଲି ସେ କହିଛନ୍ତି। ତେବେ ମଙ୍ଗଳବାର ରାତିରୁ ବୁଧବାର ସକାଳ ମଧ୍ୟରେ ହିଁ ଶୀତର ପ୍ରକୋପ ସବୁଠାରୁ ଅଧିକ ରହିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼଼, ବରଗଡ଼଼ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ହେବ। ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼଼, ସମ୍ବଲପୁର, ଅନୁଗୁଳ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଆଦି ୧୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାର ମଧ୍ୟ ଶୀତ ଲହରୀ ପାଇଁ ୧୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୋମବାର ସକାଳେ ଜାମୁକଶ୍ମୀରରୁ ଥଣ୍ଡା ପବନ ରାଜ୍ୟକୁ ସିଧା ବହୁଥିଲା। ଏହା ୨୨ ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ପାକିସ୍ତାନ ଓ ସଂଲଗ୍ନ ଉତ୍ତର ଆରବ ସାଗରରୁ ପବନ ବହିବା ସହିତ ୨୫ରେ ଉତ୍ତର ଭାରତରେ ଗୁରୁଚାପ ବଳୟ ସୃଷ୍ଟି ହେବ। ଏହାପରେ ଥଣ୍ଡା କମିବ। ୨୧ ସକାଳେ ସବୁଠାରୁ ଅଧିକ ଥଣ୍ଡା ହେବ। ୨୨ ରାତିରୁ କ୍ରମଶଃ ଥଣ୍ଡା କମିବ। ଦିନର ସର୍ବାଧିକ ତାପମାତ୍ରା ୨୩ରୁ କ୍ରମଶଃ ବଢ଼଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଶୀତରେ ଥରୁଛି ଦାରିଙ୍ଗବାଡ଼ି: ୧୫ ଡିଗ୍ରୀ ତଳେ ୧୨ ସହର, ଆହୁରି ୪ ଡିଗ୍ରୀ ତଳକୁ ଖସିବ
ଦାରିଙ୍ଗବାଡ଼ି/ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ତଳମୁହାଁ ହୋଇଛି। ବାରମ୍ବାର ବର୍ଷା ଜନିତ ସ୍ଥିତି ଓ ମେଘୁଆ ପାଗ ପାଇଁ ତାପମାତ୍ରା ବିଶେଷ ହ୍ରାସ ହୋଇ ପାରୁ ନ ଥିଲା। କିନ୍ତୁ ସୋମବାର ରାତିରୁ ମଙ୍ଗଳବାର ମଧ୍ୟରେ ହଠାତ୍‍ ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଛି। ବିଶେଷ କରି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ତାପମାତ୍ରା ହ୍ରାସ ପରେ ପ୍ରବଳ ଥଣ୍ଡା ପଡ଼ିଛି। ଏଠାରେ ଚଳିତ ବର୍ଷ ସର୍ବାଧିକ ଭାବେ ତାପମାତ୍ରା ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ତାପମାତ୍ରା ୭.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ମଙ୍ଗଳବାର ୨.୫ ଡିଗ୍ରୀ ହ୍ରାସ ପାଇ ୭.୫ ଡିଗ୍ରୀରେ ପହଞ୍ଚିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହି ସ୍ଥିତି ଜାରି ରହିବା ସହିତ ଆଗକୁ ଆହୁରୀ ତାପମାତ୍ରା ହ୍ରାସ ହେବ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗକୁ ଶୀତ ବଢ଼଼ିବ ବୋଲି କେନ୍ଦ୍ର କହିଛି।

ଦାରିଙ୍ଗିବାଡ଼ି ବ୍ୟତୀତ ଟିଟଲାଗଡ଼଼ରେ ତାପମାତ୍ରା ୧୧.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି। ସେହିପରି ବଲାଙ୍ଗୀରରେ ତାପମାତ୍ରା ୧୨.୫ ଡିଗ୍ରୀ ରହିଥିବା ବେଳେ ରାଜ୍ୟର ମୋଟ୍‍ ୧୨ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ତେବେ ରାଜ୍ୟର ଅନେକ ସ୍ଥାନରେ ତପମାତ୍ର ତଳକୁ ଖସିଥିବା ବେଳେ କିଛି ଅଞ୍ଚଳରେ ଘନକୁହୁଡ଼ି ଦେଖା ଦେଇଛି। ଫୁଲବାଣୀ ଓ କୋରାପୁଟରେ ଘନ କୁହୁଡ଼ି ହୋଇଥିବା ବେଳେ ତାଳଚେର, ଭବାନୀପାଟଣା ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇଛି।

ଗତ ୨୪ ଘଣ୍ଟାରେ ତାଳଚେରରେ ତାପମାତ୍ରା ୩ ଡିଗ୍ରୀ ହ୍ରାସ ହୋଇଥିବା ବେଳେ ସୋନପୁରରେ ୨.୯ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ସମ୍ବଲପୁରରେ ୨.୫ ଡିଗ୍ରୀ, ପାରାଦୀପରେ ୨.୧ ଭୁବନେଶ୍ୱର ଓ କଟକରେ ଦେଢ଼ ଡିଗ୍ରୀ ହ୍ରାସ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ରାତିର ତାପମାତ୍ରାରେ ଥିବା ତାରତମ୍ୟ ହ୍ରାସ ହୋଇଥିବା ବେଳେ ଅନେକ ସ୍ଥାନରେ ଏହା ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥିତି ଜାରି ରହିଥିବା ବେଳେ ୧୫ ତାରିଖ ପରେ ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଓ ଶୀତ ବଢ଼଼ିବ ବୋଲି ଶ୍ରୀ ଦାସ କହିଛନ୍ତି।

ଖସୁଛି ପାରଦ: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବଢୁଛି ଶୀତ
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ିରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି। ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା ଖସିଛି। ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଞ୍ଚିଥିଲା ସର୍ବନିମ୍ନ ତାପମାତ୍ରା । ପୁଣି ରବିବାର ଦିନ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ଆଜି ୯ ଡିଗ୍ରୀରେ ପହଞ୍ଚିଛି । ଯାହାକି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ତାପମାତ୍ରା ହ୍ରାସ ପାଇବା ଫଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଲୋକେ ସକାଳୁ ଉଠିବା କଷ୍ଟସାଧ୍ୟ ହେଉଥିବା ବେଳେ ସଠିକ ସମୟରେ କାମଧନ୍ଦାକୁ ଯାଇପାରୁନାହାନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ପାନୀୟ ଜଳ ବ୍ୟବହାର କରୁଥିବା ବେଳେ ସକାଳେ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଦାରିଙ୍ଗବାଡିକୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ଶୀତର ମଜା ଉଠାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଭିଡ଼ ଜମାଇବା ଦେଖାଯାଇଛି।

ଜାଡରେ ଥରୁଛି ଦାରିଙ୍ଗବାଡ଼ି; ୧୫ ଡିଗ୍ରୀ ତଳେ ରାଜ୍ୟର ୮ ସହର
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଆରମ୍ଭ ହୋଇଯାଇଛି । କ୍ରମାଗତ ଭାବେ ତାପମାତ୍ରା ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଅଣ୍ଡା ସହରରେ ପରିଣତ ହୋଇଛି। ସେହିପରି ଫୁଲବାଣୀରେ ତାପମାତ୍ରା ୧୧.୫ ଡିଗ୍ରୀ ଥିବା ବେଳେ କୋରାପୁଟ ୧୨ କେନ୍ଦୁଝର ୧୩, ଭବାନୀପାଟଣା ଏବଂ ଝାରସୁଗୁଡା ୧୪.୨, ଟିଟଲାଗଡ଼ ଏବଂ ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି ବୋଲି ଭୁବନେଶ୍ବର ସ୍ଥିତ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ରାତିର ତାପମାତ୍ରା ୧୭ ଡିଗ୍ରୀ ସେଲଫସିୟସ ରହିଛି ।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଅଣ୍ଡା ଶୁଷ୍କ ପବନ ବହୁଛି। ଏହି ବାୟୁ ରାଜ୍ୟରେ ତାପମାତ୍ରା କମାଇବାରେ ସହାୟକ ହେଉଛି। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ ତଳେ ତାପମାତ୍ରା ରହୁଛି । ଏହି ସ୍ଥିତି ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଟିଟଲାଗଡ଼ଠାରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୪.୩ ଡିଗ୍ରୀ ସେଲ୍‌ସିୟସ କମ୍ ରହିଛି। ସେହିପରି ଝାରସୁଗୁଡ଼ା ଓ

କେନ୍ଦୁଝରରେ ଏହା ୩.୫ ଡିଗ୍ରୀ କମ୍ ରହିଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା ସ୍ଵାଭାବିକଠାରୁ ୩.୧ ଡିଗ୍ରୀ ସେଲ୍‌ସିୟସ କମ୍ ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୨-୩ ଦିନ ପରେ ପୂର୍ବ ଦିଗରୁ ଉଷ୍ମ ଆର୍ଦ୍ର ବାୟୁ ଓଡ଼ିଶାକୁ ପ୍ରବେଶ କରିବ । ଏହା ଦ୍ବାରା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସହିତ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି |

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ
ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା,ସୁନା ଡାଲି,ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସାଇବର ଏକ୍ସପୋର୍ଟ ସବ୍ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମରେ ଘଟଣାର ୫ଦିନ ଭିତରେ ଫେକ୍ ମାଓବାଦୀ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଥିବାବେଳେ ଆଉ ଦୁଇ ଜଣ ଏବେବି ଫେରାର୍ ଅଛନ୍ତି । ଗିରଫ ଚାରିଜଣ ସିମନବାଡ଼ି ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗତ ୧୦ ତାରିଖ ରାତିରେ ମକପାଟା ଗାଁ ର ପ୍ରମୋଦ ପ୍ରଧାନ ନିଜ ଦୋକାନ ଘରେ ପରିବାର ସହ ଶୋଇଥିବା ବେଳେ ୬ଜଣ ଦୁର୍ବୃତ୍ତ ସେଠାରେ ପହଁଚି କବାଟ ବାଡ଼େଇଥିଲେ । ପ୍ରମୋଦ କବାଟ ନ ଖୋଲିବାରୁ କବାଟ ଖୋଲେ ନହେଲେ ଘରେ ବମ୍ ପକେଇ ଦେବୁ କାରଣ ଆମେ ମାଓବାଦୀ ବୋଲି କହିବାପରେ ଭୟଭୀତ ହୋଇ ପ୍ରମୋଦ କବାଟ ଖୋଲିଥିଲେ । ଏହାପରେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପ୍ରମୋଦଙ୍କ ଘରେ ପଶି ଟଙ୍କା,ଡାଲି, ଚାଉଳ, ମୋବାଇଲ୍ ସମେତ ପ୍ରମୋଦଙ୍କ ପତ୍ନୀଙ୍କ କାନଫୁଲ ମଧ୍ୟ ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହି ରାତିରେ ହିଁ ନିକଟସ୍ଥ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ସହ ମଧ୍ୟ ସମାନ ଘଟଣା ଘଟାଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ପୋଲିସ୍ ଘଟଣାରେ ସମ୍ପୃକ୍ତ ଚାରିଜଣ ନକଲି ମାଓବାଦୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୧୦ହଜାର ୫୦୦ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ,ଖଣ୍ଡା,କାତି,ଛୁରି ଜବତ କରିବାସହ ସୁନା ମଧ୍ୟ ଜବତ କରିଛି ।

ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ବାଲିଗୁଡ଼ା ଏସଡିପିଓ ମୋନୋଜ କୁମାର ପୁଜାରୀ ।