Puri Sana Jatra - The Sakala

ଶୃଙ୍ଖଳିତ ଭାବେ ସମାପନ ହେଲା ରଥଯାତ୍ରା; ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନବଦିନାତ୍ମକ ଯାତ୍ରା ସାରି ବାହୁଡିଗଲେ ବାହୁଡ଼ାବ୍ରହ୍ମ। ତିନି ଠାକୁର ଆଜି ଜନ୍ମବେଦୀରୁ ରତ୍ନ ବେଦୀ ଅଭିମୁଖେ ବାହାରି ଯାଇଛନ୍ତି । କିନ୍ତୁ ବିଶ୍ୱରୁ ବାହାରି ଯାଇନି କରୋନା । ଗୋଟେପଟେ ରାଜ୍ୟରେ କୋଭିଡ ମହାମାରୀର ଭୟଙ୍କର ସ୍ଥିତି ଏବେ ବି ବଜାୟ ରହିଛି । ଆଉ ଏପରି ସ୍ଥିତିରେ ବିଶ୍ୱ ନିୟନ୍ତାଙ୍କ ନିକଟରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୀମିତ ସେବାୟତ, ଅଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚଳିତ ବର୍ଷ ରଥଯାତ୍ରା ସମାପନ୍ନ କରାଯାଇଛି । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କାର୍ଯ୍ଯ ରୀତିନୀତିରେ ସରିଛି । ଏବଂ ସବୁଠୁ ବଡ଼ କଥା ହେଉଛି ରାଜ୍ୟବାସୀ, ବିଶେଷ କରି ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଏଥର ରଥଯାତ୍ରା ଶୃଙ୍ଖଳାଦାୟକ ଭାବେ ହୋଇଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେଣୁ ଶୃଙ୍ଖଳିତ ରଥଯାତ୍ରା ଚଳିତ ବର୍ଷ ସୁରୁଖୁରୁରେ ସମାପନ ହୋଇଥିବାରୁ ରଥଯାତ୍ରାରେ ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କଟକଣା ଯୋଗୁଁ ପୁରୀ ସହରରେ କର୍ଫ୍ୟୁ ଲାଗିଥିବାବେଳେ ଦର୍ଶନ ନେଇ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ସମଗ୍ର ରାଜ୍ୟବାସୀ ସରକାରଙ୍କ ନିୟମକୁ ମାନିଥିବାରୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା
ପୁରୀ: ଆସନ୍ତା ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା । କରୋନା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା କିପରି ହେବ ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିଲା । ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଅନ୍ୟପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।