Restriction - The Sakala

ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍, ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍
ପୁରୀ: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍ । ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ । ପ୍ରଶାସନର ହସ୍ତକ୍ଷେପ ପରେ ଆଜି ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ରୋକାଯାଇଥିବା ଜଣାପଡ଼ିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନ ସଂସ୍କୃତି ଓ ପରମ୍ପରା ସହ କୌଣସି ବୁଝାମଣା କରାଯିବ ନାହିଁ । ରାଜସ୍ଥାନର ସିକର ଜିଲ୍ଲାରେ ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଏବଂ ଶ୍ରୀ ଖାଟୁ ଶ୍ୟାମ ମଣ୍ଡଳ ଦ୍ୱାରା ଆୟୋଜିତ ହେବାକୁ ଥିବା 'ଅଦିନିଆ ରଥଯାତ୍ରା' ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଶକ୍ତ କଟକଣା । ପୁରୀ ଜିଲ୍ଲାପାଳଙ୍କ ପତ୍ର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ । ରଥଯାତ୍ରା ରୋକିବାକୁ ଖାଟୁଶ୍ୟାମ ମଣ୍ଡଳକୁ ଅନୁରୋଧ କରିଥିଲେ ସିକର ତହସିଲଦାର ।

ସୂଚନା ଅନୁସାରେ, ବିଶ୍ବ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରାଯିବାର ଥିଲା କିନ୍ତୁ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କରେ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି । ଚିଠିରେ ରଥଯାତ୍ରା ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।

ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି
କଟକ: ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ୧୯ ଜୁଲାଇ ୨୦୨୩ ଏସଟିଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ ପ୍ରବେଶ ଓ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଥିବା ବାହାର ରାଜ୍ୟର କୌଣସି ବି ବାଣିଜ୍ୟିକ ଗାଡ଼ିକୁ ଓଡ଼ିଶାରେ ଚଳାଚଳ ପାଇଁ ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ। ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହିପରି ପୁରୁଣା ଗାଡ଼ିଗୁଡ଼ିକର ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ କର ଗ୍ରହଣ କରାଯାଇପାରିବ ନାହିଁ। ସମସ୍ତ RTO ଓ ARTO ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଡ଼କ ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆସିବ, ସଡ଼କରେ ଅନୁପଯୁକ୍ତ ଗାଡ଼ି ହ୍ରାସ ପାଇବ ଏବଂ ପୁରୁଣା ଗାଡ଼ି ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି।