Mission Jibika - The Sakala

୧.୫ ଲକ୍ଷ ଜନଜାତି ପରିବାରକୁ ରୋଜଗାର
ଭୁବନେଶ୍ୱର : ଦେଢ଼ ବର୍ଷ ହେଲା କରୋନା ମହାମାରୀ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଜନଜାତିର ଲୋକଙ୍କୁ ଜୀବିକା ଯୋଗାଉଛି ଅନୁସୂଚିତ ଜାତି ଓ ଜନଜାତି ବିଭାଗ। ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଜୀବିକା ଇକୋ ସିଷ୍ଟମ୍। ‘ମିଶନ ଜୀବିକା’ ପ୍ରକଳ୍ପ ନା କେବଳ ଲୋକଙ୍କୁ ଓ ରୋଜଗାର ଦେଇଛି ବରଂ ସଫଳତାର ଅନେକ ଉଦାହରଣ ସୃଷ୍ଟି କରିଛି। ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ୭ଟି ଜିଲ୍ଲାର ୨୩ଟି ଆଦିବାସୀ ଅଧ୍ୟଷିତ ବ୍ଲକ୍‌ର ଜନଜାତି ବର୍ଗର କ୍ଷୁଦ୍ର ଓ ନାମମାତ୍ର କୃଷକ ପରିବାରର ଆୟ ବୃଦ୍ଧିରେ ସହାୟକ ହୋଇପାରିଛି ।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କୃଷି ଉତ୍ପାଦନ ପୁଞ୍ଜିର ସହଭାଗିତାରେ କାର୍ଯ୍ୟକ୍ରମ ପରିଚାଳନା ହେଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି ବଜାର ସହିତ ଉତ୍ପାଦନ କ୍ଲଷ୍ଟରକୁ ସଂଯୁକ୍ତ କରାଯାଇଛି। ୯୬୯ଟି କୃଷି ଓ କୃଷିଭିତ୍ତିକ କ୍ଲଷ୍ଟର ମାଧ୍ୟମରେ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପରିବାର ଉପକୃତ ହେଉଛନ୍ତି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍‌ର ସୁନାଖଣ୍ଡି ଓ କୃଷ୍ଣପାତ୍ରଗୁଡ଼ା ଗ୍ରାମରେ ହିତାଧିକାରୀ ୩୫ ଏକର ଜମିରେ କଲରା ଚାଷ କରି ୫୯ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ସେମାନେ ରାୟଗଡ଼ା ଜିଲ୍ଲାରେ ୩ଟନ କଲରା ଉତ୍ପାଦନ ଓ ବିକ୍ରୟ କରିଛନ୍ତି ।

ପ୍ରତ୍ୟେକ ହିତାଧିକାରୀ ୨୫ ହଜାରରୁ ୩୫ ହଜାର ଟଙ୍କା ଲାଭ ପାଇ ଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଏକର ପିଛା । ହାରାହାରି ୮୦ ହଜାର ଟଙ୍କା ପାଇବେ ବୋଲି ଆଶା । ରଖୁଛନ୍ତି। ହିତାଧିକାରୀଙ୍କୁ ଗୁଣାତ୍ମକ ତଥ୍ୟ ପ୍ରଶିକ୍ଷଣ, ଦକ୍ଷତା ବିକାଶ ସହାୟତା ଓ ବଜାର ସହୟତା ଯୋଗାଇ ଦିଆଯାଉଛି । ମିଶନ ଜୀବିକା ଓ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ସମନ୍ଵୟରେ ନାମମାତ୍ର ଜନଜାତି ଚାଷୀଙ୍କ ପାଇଁ ଏକ କ୍ରିୟାଶୀଳ ଫାର୍ମ କ୍ଲଷ୍ଟର ସୃଷ୍ଟି ହେବା ସହିତ ସେମାନେ ଲାଭବାନ ହୋଇଛନ୍ତି।

ଏହି ପୁଞ୍ଜିରେ ଆରମ୍ଭ ହୋଇଥିବା ନୂତନ ବୈଷୟିକ ଜ୍ଞାନର ପ୍ରୟୋଗ ଫଳରେ ଉତ୍ପାଦିକା ଶକ୍ତି ବହୁଗୁଣିତ ହୋଇଛି ଓ ଫସଲ ଅମଳ ସହଜ ହୋଇପାରିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି। ବିଭାଗୀୟ ଇ ନିର୍ଦ୍ଦେଶିକା(ଏସ୍‌ଟି) ତଥା ସିଇଓ ଓଟିଡିଏସ୍ ଗୁହା ପୁନମ୍ ତାପସ କୁମାର କହିଛନ୍ତି ଯେ କୋଭିଡ ସମୟରେ ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ନୂଆ ସମ୍ଭାବନା ସୃଷ୍ଟି କରିଛି।