Ministry of Petroleum - The Sakala

ନୂଆ LPG ନିୟମ: PNG ଗ୍ରାହକଙ୍କୁ ସରେଣ୍ଡର କରିବାକୁ ପଡ଼ିବ ସିଲିଣ୍ଡର, ଲାଗୁ ହେଲା 'ଗୋଟିଏ ଘର, ଗୋଟିଏ କନେକ୍ସନ୍' ନୀତି
କେନ୍ଦ୍ର ସରକାର ଦେଶରେ 'ଗୋଟିଏ ଘର, ଗୋଟିଏ ଗ୍ୟାସ କନେକ୍ସନ୍' ବା One User One Connection ନିୟମ ଲାଗୁ କରିଛନ୍ତି। ଏହି ନୂଆ ନିୟମ ଅନୁଯାୟୀ, ଯେଉଁ ଗ୍ରାହକମାନଙ୍କ ଘରେ PNG (ପାଇପ୍‌ଡ ନାଚୁରାଲ୍ ଗ୍ୟାସ୍) କନେକ୍ସନ୍ ରହିଛି, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ନିଜର LPG (ଏଲପିଜି) ସିଲିଣ୍ଡର ସରେଣ୍ଡର କରିବାକୁ ପଡ଼ିବ। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଏବଂ ବିଶ୍ୱବ୍ୟାପୀ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଉଭୟ କନେକ୍ସନ୍ ରଖିବା ବେଆଇନ

ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ସମସ୍ତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ବର୍ତ୍ତମାନ ଠାରୁ PNG ବ୍ୟବହାରକାରୀଙ୍କୁ ଆଉ LPG ସିଲିଣ୍ଡର ପ୍ରଦାନ କରାଯିବ ନାହିଁ କିମ୍ବା ରିଫିଲିଂ ସୁବିଧା ଦିଆଯିବ ନାହିଁ। ଗୋଟିଏ ଘରେ ଉଭୟ ଗ୍ୟାସ କନେକ୍ସନ୍ ରଖିବାକୁ ଏବେ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯାଇଛି। ନିୟମ ଉଲ୍ଲଂଘନ କଲେ କେବଳ ଗ୍ରାହକଙ୍କ ଗ୍ୟାସ କନେକ୍ସନ୍ କାଟି ଦିଆଯିବ ତାହା ନୁହେଁ, ବରଂ ଜରିମାନା ମଧ୍ୟ ଆଦାୟ କରାଯାଇପାରେ।

ଗ୍ରାହକଙ୍କୁ ଆଲର୍ଟ ମେସେଜ୍ ପଠାଉଛି IGL

ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ (IGL) ସମେତ ଅନ୍ୟାନ୍ୟ ଗ୍ୟାସ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କୁ ଆଲର୍ଟ ମେସେଜ୍ ପଠାଇବା ଆରମ୍ଭ କରିଦେଇଛନ୍ତି। ଏହି ମେସେଜ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, 'ସରକାରୀ ନିୟମ ଅନୁଯାୟୀ ଗୋଟିଏ ଘରେ ଉଭୟ LPG ଏବଂ PNG ରଖିବାକୁ ଅନୁମତି ନାହିଁ। ଯଦି ଆପଣଙ୍କ ପାଖରେ ବର୍ତ୍ତମାନ LPG କନେକ୍ସନ୍ ଅଛି, ତେବେ ତୁରନ୍ତ https://MyPNGD.in ୱେବସାଇଟ୍‌କୁ ଯାଇ ଏହାର ସ୍ଥିତି ଯାଞ୍ଚ କରନ୍ତୁ ଏବଂ ଏହାକୁ ସରେଣ୍ଡର କରିବା ପ୍ରକ୍ରିୟା ଆରମ୍ଭ କରନ୍ତୁ।'

୪୦,୦୦୦ ରୁ ଅଧିକ ଗ୍ରାହକ କଲେଣି ସରେଣ୍ଡର

ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ହୋର୍ମୁଜ ପ୍ରଣାଳୀ ବନ୍ଦ ରହିବା ଫଳରେ ଏଲପିଜି ଅଭାବ ଦେଖାଦେଇଛି। ଯେଉଁ ଲୋକମାନଙ୍କ ପାଖରେ PNG ସୁବିଧା ନାହିଁ, ସେମାନଙ୍କୁ ଯେପରି ସଠିକ୍ ଭାବେ ଏଲପିଜି ସିଲିଣ୍ଡର ମିଳିପାରିବ, ସେଥିପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୪୦,୦୦୦ ରୁ ଅଧିକ ପିଏନଜି ଗ୍ରାହକ ନିଜର ଏଲପିଜି କନେକ୍ସନ୍ ସରେଣ୍ଡର କରିସାରିଲେଣି। ଯେଉଁମାନେ ଏପର୍ଯ୍ୟନ୍ତ ନିଜର ସିଲିଣ୍ଡର ଫେରାଇ ନାହାନ୍ତି, ସେମାନଙ୍କୁ ବିନା କୌଣସି ପୂର୍ବ ସୂଚନାରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ |

ପେମେଣ୍ଟ ସମସ୍ୟା ଯୋଗୁଁ ଚୀନ୍‌କୁ ମୁହାଁଇଲା କି ଇରାନୀ ତୈଳ ଜାହାଜ? କେନ୍ଦ୍ର ସରକାର ଦେଲେ ସ୍ପଷ୍ଟୀକରଣ
ଇରାନୀ କଞ୍ଚା ତୈଳ ବହନ କରୁଥିବା ଏକ ଜାହାଜ ପେମେଣ୍ଟ (ଦେୟ) ସମସ୍ୟା କାରଣରୁ ଭାରତ ବଦଳରେ ଚୀନ୍‌କୁ ମୁହାଁଇଥିବା ନେଇ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ଏବଂ ତଥ୍ୟହୀନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ମନ୍ତ୍ରଣାଳୟ ଏକ୍ସ (X) ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛି ଯେ, ଗୁଜରାଟର ଭାଦିନାର (Vadinar) ଅଭିମୁଖେ ଆସୁଥିବା ଇରାନୀ ତୈଳ ଜାହାଜ ପେମେଣ୍ଟ ସମସ୍ୟା ଯୋଗୁଁ ଚୀନ୍‌କୁ ଯାଇଥିବା ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ। ସରକାର କହିଛନ୍ତି ଯେ ଭାରତ ୪୦ରୁ ଅଧିକ ଦେଶରୁ କଞ୍ଚା ତୈଳ ଆମଦାନୀ କରୁଛି। ତୈଳ କମ୍ପାନୀଗୁଡ଼ିକ ନିଜର ବ୍ୟବସାୟିକ ଆବଶ୍ୟକତା ତଥା ସୁବିଧା ଅନୁଯାୟୀ ବିଭିନ୍ନ ଦେଶରୁ ତୈଳ କିଣିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ। ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ସଂଘର୍ଷ ଏବଂ ଯୋଗାଣ ବାଧା ସତ୍ତ୍ୱେ ଭାରତୀୟ ରିଫାଇନାରୀ ଗୁଡ଼ିକ ଆଗାମୀ ମାସଗୁଡ଼ିକ ପାଇଁ ନିଜର କଞ୍ଚା ତୈଳ ଆବଶ୍ୟକତା ପୂରଣ କରିସାରିଛନ୍ତି।

ବ୍ୟବସାୟିକ ପ୍ରକ୍ରିୟା ଉପରେ ସୂଚନା

ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଅନ୍ତର୍ଜାତୀୟ ତୈଳ ବାଣିଜ୍ୟରେ ଜାହାଜଗୁଡ଼ିକର ଗନ୍ତବ୍ୟସ୍ଥଳ ମଝି ରାସ୍ତାରେ ବଦଳିବା ଏକ ସାଧାରଣ ପ୍ରକ୍ରିୟା। ବିଲ୍ସ ଅଫ୍ ଲାଡିଂ (Bills of Lading) ରେ ପ୍ରାୟତଃ ସମ୍ଭାବ୍ୟ ବନ୍ଦରର ନାମ ଉଲ୍ଲେଖ ଥାଏ। ତେଣୁ ବାଣିଜ୍ୟିକ ସୁବିଧା ଏବଂ ପରିଚାଳନା ଦୃଷ୍ଟିକୋଣରୁ ସମୁଦ୍ରରେ ଥିବା ଜାହାଜଗୁଡ଼ିକର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଥାଏ। ଏହାକୁ ପେମେଣ୍ଟ ସମସ୍ୟା ସହିତ ଯୋଡ଼ିବା ଠିକ୍ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏଲପିଜି ଯୋଗାଣ ସ୍ୱାଭାବିକ

ଇରାନରୁ ଭାରତକୁ ଏଲପିଜି (LPG) ଯୋଗାଣ ବନ୍ଦ ହୋଇଥିବା ନେଇ ଉଠିଥିବା ଗୁଜବକୁ ମଧ୍ୟ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ସରକାରୀ ତଥ୍ୟ ଅନୁଯାୟୀ, ଇରାନରୁ ପ୍ରାୟ ୪୪ ହଜାର ମେଟ୍ରିକ୍ ଟନ୍ (44 TMT) ଏଲପିଜି ବହନ କରିଥିବା 'ସି ବାର୍ଡ' (Sea Bird) ନାମକ ଏକ ଜାହାଜ ଗତ ଏପ୍ରିଲ୍ ୨ ତାରିଖରେ ମାଙ୍ଗାଲୋର ବନ୍ଦରରେ ପହଞ୍ଚିଛି ଏବଂ ବର୍ତ୍ତମାନ ଏଥିରୁ ଗ୍ୟାସ୍ ଖଲାସ ପ୍ରକ୍ରିୟା ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ଆମେରିକା ଦ୍ୱାରା ପ୍ରତିବନ୍ଧିତ ତଥା ଇରାନୀ କଞ୍ଚା ତୈଳ ବହନ କରୁଥିବା 'ପିଙ୍ଗ୍ ଶୁନ୍' (Ping Shun) ନାମକ ଏକ ଟ୍ୟାଙ୍କର ଭାରତର ଭାଦିନାର ଆସିବା ବଦଳରେ ଚୀନ୍‌ର ଡୋଙ୍ଗୟିଙ୍ଗ୍ (Dongying) ବନ୍ଦର ଆଡ଼କୁ ଗତି କରୁଥିବା ଶିପ୍-ଟ୍ରାକିଂ ତଥ୍ୟରୁ ଜଣାପଡ଼ିଥିଲା। ଏହା ପରେ ପେମେଣ୍ଟ ସମସ୍ୟା ଯୋଗୁଁ ଜାହାଜଟି ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା, ଯାହାକୁ ବର୍ତ୍ତମାନ କେନ୍ଦ୍ର ସରକାର ଭିତ୍ତିହୀନ ବୋଲି ଘୋଷଣା କରିଛନ୍ତି।