nirab-modi - The Sakala

ଭାରତ ଫେରିବେ ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁ୍କ୍ତ ନିରବ ମୋଦୀ
ନୂଆଦିଲ୍ଲୀ : ଭାରତ ଫେରିବେ ନିରବ ମୋଦୀ । ପ୍ରତ୍ୟାର୍ପଣ ନେଇ ଅନୁମତି ଦେଇଛନ୍ତି ଲଣ୍ଡନ୍ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ । ନିରବ ମୋଦୀ ଏବେ ବ୍ରିଟେନ୍ ଜେଲରେ ଅଛନ୍ତି । ଭାରତ ପ୍ରତ୍ୟାର୍ପଣ ପାଇଁ ଦୁଇ ବର୍ଷ ହେଲା ଆଇନ୍‌ଗତ ଲଢ଼େଇ ଜାରି ରହିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୪ ହଜାର କୋଟି ଚୁନ ଲଗାଇ ଫେରାର ହୋଇ ଯାଇଥିଲା ନିରବ ମୋଦୀ । ଆଜି ଭାରତ ପ୍ରତ୍ୟାର୍ପଣ ନେଇ ଲଣ୍ଡନ୍ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏହି ମାମଲାର ଶୁଣାଣୀ କରିବା ସହ ଭାରତ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି । ଏଥିସହ ନିରବ ମୋଦି ଆବେଦନ କରିଥିବା ମାମଲାକୁ ମଧ୍ୟ ଖାରଜ କରିଦେଇଛନ୍ତି ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ।

ସୂଚନା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ନେଇଥିଲେ । ପରେ ମାମଲା ରୁଜୁ ହେବାରୁ ନିରବ ମୋଦି ଭାରତ ଛାଡି ଲଣ୍ଡନ ଫେରାର ହୋଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି କରାଯାଉଥିଲା। ଏବଂ ନିରବ ମୋଦୀଙ୍କୁ ମାର୍ଚ୍ଚ ୧୯, ୨୦୧୯ରେ ଗିରଫ କରାଯାଇଥିଲା । ସେ ଓ୍ଵାଣ୍ଡସଓ୍ଵାର୍ଥ ଜେଲରେ ଅଛନ୍ତି ।

ଏହା ଭିତରେ ଭାରତ ପ୍ରତ୍ୟପର୍ପଣ ନେଇ ଅନେକ ଥର ସେ ଭିଡିଓ ଲିଙ୍କ୍ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ସେ ଏକାଧିକ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଛି। ଉଭୟ ସିବିଆଇ ଓ ଇଡି ନିରବ ମୋଦୀଙ୍କ ବିରୋଧରେ ତଦନ୍ତ କରୁଛନ୍ତି । ଭାରତକୁ ପ୍ରତ୍ୟର୍ପଣ ହେଲେ ସେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ରହିବେ । ଏହି ଜେଲରେ କିଭଳି ବ୍ୟବସ୍ଥା ରହିଛି ତାର ଏକ ଭିଡିଓ ରେକର୍ଡିଂ ମଧ୍ୟ ଲଣ୍ଡନ୍ ୱେଷ୍ଟମିନିଷ୍ଟର କୋର୍ଟରେ ଦାଖଲ କରିଛନ୍ତି ଭାରତ ସରକାର ।