Gajapati - The Sakala

ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ
ଗଜପତି: ସ୍କୁଲର ଗେଟ୍ ଭୁଶୁଡ଼ି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡିସିଂ ସରକାରୀ ୟୁପି ସ୍କୁଲରେ ଘଟିଛି ଏପରି ଅଘଟଣ । ମୃତ ଛାତ୍ରୀ ଦ୍ୱୟ ହେଉଛନ୍ତି ରୁବୁଡ଼ିସିଂ ଗାଁର ଇରନ୍ତି ରଇତ ଓ ବେକ୍ଲେସନ ରଇତ। ଇରନ୍ତି ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ବେକ୍ଲେସନ ପଞ୍ଚମ ଶ୍ରେଣୀରେ ପଢୁଥିଲେ। ଖବର ପାଇଁ ଆର. ଉଦୟଗିରି ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁସାରେ, ସ୍କୁଲର ଗେଟ୍ ପାଖରେ ପିଲାମାନେ ଖେଳୁଥିବା ବେଳେ ହଠାତ୍ ଗେଟ୍‌ଟି ଭୁଶୁଡ଼ି ପଡ଼ିଥିଲା। ଗେଟ୍ ତଳେ ଦୁଇ ଛାତ୍ରୀଙ୍କ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

୧୮ ଘଣ୍ଟା ପରେ ମାଙ୍କଡ଼ଡିଆଁ ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ପିକନିକ୍ କରିବାକୁ ଆସି ବୁଡିଯାଇଥିଲେ
ଗଜପତି: ଦୀର୍ଘ ୧୮ ଘଣ୍ଟା ପରେ ମାଙ୍କଡ଼ଡିଆଁ ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । କାଲି ପିକନିକ୍ କରିବାକୁ ଆସି ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ପର୍ଯ୍ୟଟକ ଜଣକ । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା। ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ପ୍ରେମ ପାଇଁ ସାତଦରିଆ ପାରି: ଓଡ଼ିଆ ବୋହୂ ହେଲେ ସ୍ଲୋଭାକିଆ ଯୁବତୀ
ପାରଳାଖେମୁଣ୍ଡି: ପ୍ରେମ ମାନେନାହିଁ ସୀମା ସରହଦ, ବନ୍ଧବାଡ଼। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ସ୍ଲୋଭାକିଆର ଜଣେ ଯୁବତୀ। ପ୍ରେମ ପାଇଁ ସେ ସାତଦରିଆ ପାର ହୋଇ ଓଡ଼ିଶା‌ରେ ପାଦ ଥାପିଛନ୍ତି। ହିନ୍ଦୁ ରୀତିନୀତିରେ ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରି ଓଡ଼ିଶାର ବୋହୂ ହୋଇଛନ୍ତି। ସେ ହେଲେ, ୟୁରୋପୀୟ ଦେଶ ସ୍ଲୋଭାକିଆର ଯୁବତୀ ଏନା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମଲିଙ୍ଗେଶ୍ୱର ମନ୍ଦିରରେ ସେ ପାରଳାଖେମୁଣ୍ଡିର ରାଜୀବ ମିଶାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ରାଜୀବ ସିଙ୍ଗାପୁରରେ କାମ କରନ୍ତି। ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ଏ ସଂପର୍କରେ ଉଭୟ ନିଜ ନିଜ ପରିବାରଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ ବୁଧବାର ରାତିରେ ରାମଲିଙ୍ଗେଶ୍ୱର ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ରାଜୀବଙ୍କ ପରିବାରଲୋକ ଏନାଙ୍କ ନାମକୁ ଭାରତୀୟ ନାମ ଅନୁସାରେ ଅନନ୍ୟା ଦେଇଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପକ୍ଷର ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ।

ପିକନିକ ହେଲା କାଳ: ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍; ଜଣେ ମୃତ, ୧୧ ଆହତ
ଗଜପତି: ପିକନିକ ଯିବା ହେଲା କାଳ । ଅଧା ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାଭେଲର ଭ୍ୟାନ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଚାହାଳିର ସରୋଜିନୀ ବେହେରା । ଆହତଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଅଛନ୍ତି । ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ନୟାଗଡ଼ ଜିଲ୍ଲା ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ ଜଣ ପିକନିକ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ । ଭୋର ୪ ଟାରେ ମୋହନା କେନ୍ଦୁଘାଟିରେ ଭାରସlମ୍ୟ ହରାଇ ଟ୍ରାଭେଲରଟି ଓଲଟି ପଡିଥିଲା । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଆହତ କହିଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ !
ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ । ମୃତକ ହେଲେ ଶlଳକ କୈଳାଶ ନାୟକ । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରି ତଦନ୍ତ କରୁଛି ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଶାଳକ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଭିଣୋଇ ଉଦୟ ନିଜ ଦେଶି ବନ୍ଧୁକରେ କୈଳାଶଙ୍କୁ ଗୁଳି କରିଥିଲା । କୈଳାଶଙ୍କ ଛାତିରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।

ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଗଜପତି: ଗଜପତି ଜିଲ୍ଲାରେ ଜିରାଙ୍ଗ ପରିଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ଆଶିଷ ଗ୍ରହଣ କରିଛନ୍ତି 5T ଅଧ୍ୟକ୍ଷ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିରାଙ୍ଗର ଏହି ବୌଦ୍ଧ ବିହାରରେ ମାନବ ସମାଜର ମଙ୍ଗଳକାମନା କରି ଚାଲିଥିଲା ଅଭିଷେକ ଆରାଧନା। ଏହି ଅବସରରେ ସାମିଲ ହୋଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଜିରାଙ୍ଗରେ ଭଗବାନ ବୁଦ୍ଧଙ୍କ ମନ୍ଦିର ଦର୍ଶନ କରିବା ସହ ବୌଦ୍ଧ ମନ୍ଦିରରେ ଚାଲିଥିବା ସ୍ବତନ୍ତ୍ର ଆରାଧନାରେ ସାମିଲ ହୋଇଥିଲେ। ଭଗବାନ ବୁଦ୍ଧଙ୍କ ପ୍ରତିମା ସମ୍ମୁଖରେ ଧ୍ୟାନ କରିବା ସହ ପୂଜକଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ୮ ଦିନ ଧରି ଚାଲିଥିବା ଅଭିଷେକ ଉତ୍ସବର ଆଜି ଥିଲା ଶେଷ ଦିନ। ଏହି ଅବସରରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅଭିଷେକ ପୂଜାର୍ଚ୍ଚନାରେ ଦେଶ ବିଦେଶରୁ ୨ ହଜାରରୁ ଅଧିକ ଉପାସକ ସାମିଲ ହୋଇଥିଲେ। ଏଠାରେ ରହୁଥିବା ତୀବତୀୟଙ୍କ ଲାଗି ରାସନ କାର୍ଡ, ଭୋଟର କାର୍ଡ ସହ ଭତ୍ତା ପ୍ରଦାନ ସୁବିଧା କରିଛନ୍ତି ସରକାର। ଏଥିଲାଗି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୌଦ୍ଧ ବିହାର କର୍ତ୍ତୃପକ୍ଷ।

କାଶୀନଗରରେ ବିକାଶର ହିସାବ ଦେଲେ ୫ଟି ଅଧ୍ୟକ୍ଷ: ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ୧୨୦ କୋଟି
ଗଜପତି: ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ପ୍ରାୟ ୧୨୦ କୋଟି ଟଙ୍କା। କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମେ’ ୧୦ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ। ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଗୁମ୍ମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲ କରିବାକୁ ମଂଜୁରୀ ମିଳିଛି। ପାରଳାଖେମୁଣ୍ଡିରେ ୪ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦କୋଟି ଟଙ୍କା, ପାରଳାଖେମୁଣ୍ଡି ଏସକେସିଜି କଲେଜର ଉନ୍ନତିକରଣ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଫାଇଭ୍-ଟି ରୂପାନ୍ତରଣ ଲାଗି ୫୦ଲକ୍ଷ ଟଙ୍କା, ଗୁମ୍ମା ଏସସି ଏସଟି ବିଭାଗର ତୁମୁଲ ହାଇସ୍କୁଲ ପାଇଁ ୫୦ଲକ୍ଷ, କୃଷ୍ଣସାଗର ପାଇଁ ୩କୋଟି ୧୦ଲକ୍ଷ, ରାମସାଗର ପାଇଁ ୩କୋଟି ୫୦ ଲକ୍ଷ, ଗଜପତି ସାଗର ଉନ୍ନତିକରଣ ପାଇଁ କୋଟିଏ ୪୦ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି। ପିଇବା ପାଣି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚାଇବାକୁ କାମ ଆରମ୍ଭ ହେବ। ୭ମାସ ଭିତରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ୧୧୮ କୋଟି ୩୦ଲକ୍ଷ ମଂଜୁର କରାଯାଇଛି। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ନେଇ ୧୦ଦିନ ଭିତରେ ଖୁସି ଖବର ପାଇବେ। ସ୍ବଚ୍ଛତାର ସହ ସରକାରୀ ଅନୁଦାନ ଖର୍ଚ୍ଚ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଛି। ଖୁବ୍ ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ। ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କସେବା ସୁବିଧା । ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନଥିବା ଲୋକଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ଆବେଦନ କରିବାକୁ କହିଛନ୍ତି ୫ଟି ଅଧ୍ୟକ୍ଷ। ଗାଁର ପ୍ରତି ପରିବାରକୁ ମିଳିବ ସ୍ବାସ୍ଥ୍ୟକାର୍ଡ। ଗରିବ ଜନତାଙ୍କ ପରିବାରରେ ବଡ଼ ରୋଗ ଆସିଲେ ଦୃଢ ଇଚ୍ଛାଶକ୍ତି ସହ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଶକ୍ତ କରୁଛନ୍ତି। ଏହି ସରକାର ଲୋକଙ୍କ ସରକାର । ଭଲ କାମ କରି ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଗଜପତି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ: ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଟିପ୍ସ
ଗଜପତି: ଗଜପତି ଜିଲ୍ଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଠାରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫ଟି କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବାକୁ ଦେଇଛନ୍ତି ସକସେସ୍ ଟିପ୍ସ। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ସହ ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆଜି ‘୫-ଟି’ ଅଧ୍ୟକ୍ଷଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି: ଆଜି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ଉଭୟ ପ୍ରଶାସନ ଓ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ସମୟରେ ହେଲିକପ୍ଟର୍‌ରେ ବାହାରି ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ପଡ଼ିଆରେ ଦିନ ୧୧.୧୦ରେ ପହଞ୍ଚିବା ପରେ ଗଜପତି ଷ୍ଟାଡିୟମ୍‌ଠାରେ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେବେ ‘୫-ଟି’ ଅଧ୍ୟକ୍ଷ। ଏହାପରେ ମଧ୍ୟାହ୍ନ ୧୨.୦୫ରେ କାଶୀନଗର ଯିବେ। ମଧ୍ୟାହ୍ନ ୧୨.୨୦ରେ କାଶୀନଗରସ୍ଥିତ ବାରାଣାସୀ ହାଇସ୍କୁଲ ପଡ଼ିଆରେ ଅବତରଣ କରିବେ। ସେଠାରୁ କାଶୀନଗର ସହରର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଦିନ ୧.୧୫ରେ ହେଲିକପ୍ଟର ଯୋଗେ ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିର ଯିବେ। ରାମଗିରିରେ ସାଧାରଣ ସଭାରେ ଯୋଗ ଦେବା ପରେ ଦିନ ୨.୧୫ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ଗଜପତି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ ମହାନ୍ତି ଓ ପାରଳାଖେମୁଣ୍ଡି ଏସ୍‌‌ଡିପିଓ ମାଧବାନନ୍ଦ ନାୟକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସେହିପରି ସାଧାରଣ ସଭା ଲାଗି ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

୫-ଟି ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ କରିଥିବା ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ
ଗୁମ୍ମା: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଆଶ୍ରୟଗଡ଼ ୫-ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ କରିଥିବା ଅଭିଯୁକ୍ତ ଗିରଫ। ସୂଚନା ଅନୁସାରେ ଆଶ୍ରୟଗଡ଼ ୫-ଟି ଉଚ୍ଚ ସରକାରୀ ବିଦ୍ୟାଳୟରେ ୬ଜୁନରେ ଈ-ପାଠାଗାରରୁ କମ୍ପ୍ୟୁଟର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ସେରଙ୍ଗ ଥାନାରେ ଏତଲା ପରେ ଅଭିଯୋଗ ଆଧାରରେ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ତଦନ୍ତ ଆରମ୍ଭ କରିଥିଲା। ଗୁମ୍ମା ଫାଣ୍ଡି ଅଧିକାରୀ ପ୍ରଫୁଲ ଜାଗରାଙ୍ଗା କୁପ୍ତ ଅନୁସନ୍ଧାନ ଜରିଆରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଉଛି ନିବାସ ଚନ୍ଦ୍ର ରଈତ(୨୮), ଗ୍ରାମ ଶିମ୍ବଲା। ପୋଲିସର ତଦନ୍ତ ଏବଂ ସନ୍ଦେହରୁ ଚୋରି ସାମଗ୍ରୀ ବିକିବା କଷ୍ଟ ହେବା ସହ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିବା ଜଣାପଡିଛି।

ଅଭିଯୁକ୍ତ ଜଣକ ନିଜେ ଗତକାଲି ଗୁମ୍ମା ଫାଣ୍ଡି ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ଚୋରୀ ସାମଗ୍ରୀ ଫେରସ୍ତ କରିବାକୁ ଇଚ୍ଛା କରିଥିଲେ। ସୋମବାର ଅଭିଯୁକ୍ତ ନିବାସକି କୋର୍ଟ ଚାଲାଣ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୩ଟି କମ୍ପ୍ୟୁଟର, ୪ଟି ସିପିଓ ଓ ଗୋଟିଏ ସ୍ପିକର ହସ୍ତାନ୍ତର କରାଯାଇଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି କି, ଏପରି ଚୋରୀ ଜଣେ ବ୍ୟକ୍ତି କରିବା ଅସମ୍ଭବ, ଏଥିରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଥାଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ।

ବାତ୍ୟା ‘ମିଗଜୋମ୍‌ ପ୍ରଭାବ: ପ୍ରବଳ ବର୍ଷା ସମ୍ଭାବନା ନେଇ ଗଜପତିରେ ସମସ୍ତ ସ୍କୁଲ ଛୁଟି ଘୋଷଣା
ଭୁବେଶ୍ବର: ବାତ୍ୟା ମିଚାଉଁ (ବର୍ମୀୟ ଭାଷାରେ ମିଗ୍‌‌ଜୋମ୍‌‌)ର ପ୍ରଭାବ ଓଡ଼ିଶାରେ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇଛି। ଆସନ୍ତା କାଲିଠାରୁ ଏହାର ପ୍ରକୋପ ବୃଦ୍ଧି ପାଇବା ସହ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ଓ ଓଡ଼ିଶାର ଆନ୍ଧ୍ର ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ରହିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ କାଲି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସବୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶଙ୍କା ଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଗଜପତି ଜିଲ୍ଲାପାଳ।

ଗଜପତିରେ ବୁଲୁଛି ମହାରାଷ୍ଟ୍ରର ବାଘ, ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ
ଗଜପତି: ଗଜପତିରେ ଘୁରି ବୁଲୁଛି ମହାରାଷ୍ଟ୍ରର ମହାବଳ ବାଘ । ୪ଟି ରାଜ୍ୟ ଡେଇଁ ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ମହାବଳ । ପାରଳାଖେମୁଣ୍ଡିରେ ଦେଖାଦେଇଥିବା ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ଜଣାପଡିଛି । ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା । ଏହା ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି ।

ପ୍ରଥମେ ଛତିଶଗଡ଼, ଏହାପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ପାରଳାଖେମୁଣ୍ଡିରେ ଦେଖାଦେଇଥିବା ବାଘ କେଉଁଠୁ ଆସିଛି ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା । ଏହାର ଷ୍ଟ୍ରାଇପକୁ ଦେଖି ଏହା ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ ଅଥବା ସାଥୀ ଖୋଜିବାକୁ ଓଡ଼ିଶା ଆସିଥାଇପାରେ । ଏମିତିବି ହୋଇଥାଇ ପାରେ ଆମ ରାଜ୍ୟରେ ଭଲ ପରିବେଶ ଥିବାରୁ ମହାବଳ ବାଘଟି ଓଡ଼ିଶା ମୁହାଁ ହୋଇଛି । ଯାହାବି ହେଉ ଏହା ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ଏକ ଭଲ ଖବର ।

ତେବେ ବାଘକୁ ସୁରକ୍ଷା ଦେବା ସହ ଜନଜୀବନର ଯେପରି କ୍ଷତି ନହୁଏ ଏଥିପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଏନେଇ ବାଘ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି। ରାତିରେ ବନ କର୍ମଚାରୀମାନେ ଟ୍ରାପ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ଜାରି ରଖିଛନ୍ତି। ବର୍ତ୍ତମାନ ମହାବଳ ବାଘ ଦେବଗିର ଅଞ୍ଚଳରେ ରହିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ଅଣ୍ଡିରା ବାଘ ବୋଲି ଜଣାପଡିଛି।