Ujjwala Gas Cylinder Scam - The Sakala

ଦଲାଲଙ୍କ ଜାଲରେ ଉଜ୍ଜ୍ୱଳା ଉପଭୋକ୍ତା, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ
କଟକ: କଟକ ଜିଲ୍ଲାରେ ଏଲ୍‌‌ପିଜି ସିଲିଣ୍ଡରର କଳାବଜାରୀ ଏବେ ଚରମ ସୀମାରେ ପହଞ୍ଚିଛି। ସାଧାରଣ ଲୋକଙ୍କୁ ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଇବା ପାଇଁ ଜିଲ୍ଲାପାଳ ବାରମ୍ୱାର ନିର୍ଦ୍ଦେଶ ଦେଉଥିଲେ ହେଁ, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ବିଶେଷକରି ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ସ୍ଥିତିର ଆଳ ଦେଖାଇ ଦଲାଲମାନେ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଏକ ସଂଗଠିତ ଚୋରା କାରବାର ଚଳାଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ, ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ‘ଉଜ୍ଜ୍ୱଳା ଯୋଜନା’ର ସିଲିଣ୍ଡର ଏବେ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ଫାଷ୍ଟଫୁଡ୍‌‌ ସେଣ୍ଟରଗୁଡ଼ିକରେ ବହୁଳ ଭାବେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ଥିବା ଉଜ୍ଜ୍ୱଳା ଉପଭୋକ୍ତାମାନେ ପୂର୍ବରୁ ସିଲିଣ୍ଡର ରିଫିଲ୍‌‌ କରୁ ନ ଥିବା ବେଳେ, ଏବେ ଦଲାଲଙ୍କ ପ୍ରରୋଚନାରେ ସମସ୍ତେ ସିଲିଣ୍ଡର ବୁକିଂ କରୁଛନ୍ତି। ଦଲାଲମାନେ ଖାଉଟିଙ୍କୁ ସିଲିଣ୍ଡର ପିଛା ଅତିରିକ୍ତ ୫୦୦ ଟଙ୍କା ଲୋଭ ଦେଖାଇ ପ୍ରାୟ ୧୫୦୦ ଟଙ୍କାରେ ସିଲିଣ୍ଡର କିଣି ନେଉଛନ୍ତି। ପରବର୍ତ୍ତୀ ସମୟରେ ଏହି ଘରୋଇ ସିଲିଣ୍ଡରଗୁଡ଼ିକୁ କଟକ ସହରକୁ ଅଣାଯାଇ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ଅଢ଼େଇରୁ ୩ ହଜାର ଟଙ୍କାରେ ବିକ୍ରି କରାଯାଉଛି। କମର୍ସିଆଲ ସିଲିଣ୍ଡର (୧୯ କେଜି) ର ଦର ଘରୋଇ ସିଲିଣ୍ଡର ତୁଳନାରେ ଅଧିକ ହୋଇଥିବାରୁ, ବ୍ୟବସାୟୀମାନେ ଅଧିକ ମୁନାଫା ଆଶାରେ ଏହି ଚୋରା ସିଲିଣ୍ଡରକୁ ଆପଣେଇ ନେଉଛନ୍ତି। ସହରର ବିଭିନ୍ନ ଗଳିକନ୍ଦିରେ ଥିବା ଫାଷ୍ଟଫୁଡ୍‌‌ ସେଣ୍ଟରଗୁଡ଼ିକରେ ଦିନ ଦ୍ୱିପ୍ରହରରେ ଘରୋଇ ସିଲିଣ୍ଡର ବ୍ୟବହାର ହେଉଥିଲେ ହେଁ ଯୋଗାଣ ବିଭାଗ କିମ୍ୱା ଏନଫୋର୍ସମେଣ୍ଟ ଟିମ୍‌‌ ପକ୍ଷରୁ କୌଣସି କଡ଼ା ଚଢ଼ଉ କରାଯାଉ ନାହିଁ। ଏହି ଚୋରା କାରବାର ଯୋଗୁଁଁ ସରକାରୀ ରିହାତିର ଅପବ୍ୟବହାର ହେବା ସହ ପ୍ରକୃତ ହିତାଧିକାରୀମାନେ ଗ୍ୟାସ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି କଳାବଜାରୀ ଉପରେ ରୋକ୍‌‌ ନ ଲଗାଗଲେ ଆଗାମୀ ଦିନରେ ସାଧାରଣ ଖାଉଟିମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।