Patna - The Sakala

ସାମାଜିକ ଗଣମାଧ୍ୟମରେ ହଇଚଇ: ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି ଜଣେ ଝିଅ !
ପାଟନା: ସାମାଜିକ ଗଣମାଧ୍ୟମଗୁଡିକରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓରେ ଦାବି କରାଯାଇଛି ଯେ, ଜଣେ ଝିଅ ୧୦, ୨୦, ୩୦ କିମ୍ବା ୫୦ ନୁହେଁ ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି। ଏ ନେଇ ସୂଚନା ମିଳିବା ପରେ ଲୋକେ ସେହି ଝିଅକୁ ଧରିବା ପାଇଁ ପ୍ରୟାସ କରିଥିଲେ। ଏଥିସହ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେହି ଝିଅକୁ ବିହାର ରାଜଧାନୀ ପାଟନାର ବସ ଷ୍ଟାଣ୍ଡରେ ଧରିନିଆଯାଇଛି ବୋଲି କୁହାଯାଉଛି। ଏହାର ଭିଡିଓ ହିଁ ଭାଇରାଲ ହୋଇଛି।

ପାଟନାରେ ଏଚ୍‌‌ଆଇଭି ମାମଲା ବୃଦ୍ଧି ପାଇବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଥିଲା। ଫଳରେ ଏହି ଖବରକୁ ବେଶ୍‌‌ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ଭିଡିଓରେ ଦିଆଯାଇଥିବା ଖବର କେତେ ସତ ବା ମିଛ ସେ ବିଷୟରେ କାହାକୁ ଜଣାନାହିଁ। ଲୋକଙ୍କୁ ଦେଖି ସମ୍ପୃକ୍ତ ଝିଅ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଏହି ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରୟା ଦେଇଛନ୍ତି। ଅବଶ୍ୟ ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ମିଳିପାରିନାହିଁ।  ଭିଡିଓରେ ଝିଅଙ୍କ ମୁହଁ କଭର ହୋଇଛି। ସାମାଜିକ ଜଣମାଧ୍ୟମ ଏକ୍ସରେ ଏହି ଭିଡିଓ ବେଶ୍‌‌ ଭାଇରାଲ ହୋଇଛି। ସ୍ଥାନୀୟ ପୁଲିସ ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ଏହାକୁ ନେଇ ପାଟନାରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ପାଟଣା ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଏହିକ୍ରମରେ ସେ କେନ୍ଦୁଝର ଠାରେ ପହଞ୍ଚି ପାଟଣା ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସକାଳେ ବିମାନ ଯୋଗେ ଆସି ରାଇସୁଆଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା। ପରେ କାର ଯୋଗେ ପାଟଣା ଯାଇ ବୈତରଣୀ ଘାଟରେ ପବିତ୍ର ମକର ବୁଡ଼ ପକାଇଥିଲେ। ଏଥିସହ ପାଟଣାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ମହାରାଷ୍ଟ୍ର ଘଟଣାରେ ନୀତୀଶ ଆତଙ୍କିତ, ନିର୍ବାଚନ ରଣନୀତି ବଦଳାଇବ ଜେଡିୟୁ ?
ପାଟନା: ମହାରାଷ୍ଟ୍ରରେ ବିଜେପି ମେଣ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ପାଇଥିଲେ ମଧ୍ୟ ସରକାର ଗଠନ କରିବାକୁ ଲାଗିଲା ୧୦ ଦିନରୁ ଅଧିକ। ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଲାଗିଥିଲା ଟଣାଓଟରା। ବିଜେପି ଓ ଶିବ ସେନା ମଧ୍ୟରେ ଟଣାଟଓରା ଚାଲିଥିବା ବେଳେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କାରଣ ସରକାର ଗଠନ ବେଳେ ବିହାର ମଡେଲ ଆପଣାଇବାକୁ ଚାପ ପକାଉଥିଲେ ଶିବ ସେନା ନେତା। ୧୦ ଦିନ ପରେ ସରକାର ଗଠନ ହେଲା, କିନ୍ତୁ ବିହାର ମଡେଲ କାମ ଦେଲାନି। କମ୍ ଆସନ ପାଇଥିବା ଶିବ ସେନାର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସର୍ବାଧିକ ଆସନ ହାସଲ କରିଥିବା ବିଜେପି ଏହାର ନେତା ଦେବେନ୍ଦ୍ର ଫଡ୍‌ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଲା।

ବିଜେପିର ଏଭଳି ଆଭିମୁଖ୍ୟ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ନିର୍ବାଚନ ପରେ ସିନ୍ଦେ ଭଳି ତାଙ୍କର ଦଶା ହେବନି ତ? ଏହି ପ୍ରଶ୍ନ ତାଙ୍କୁ ଆତଙ୍କିତ କରି ପକାଇଛି। କେବଳ ଏତିକି ନୁହେଁ, ତାଙ୍କର ରଣନୀତି ଓ ଗଣିତକୁ ମଧ୍ୟ ବିଗାଡ଼ିଦେଇଛି। ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ବିଜେପି ମେଣ୍ଟ ନୀତୀଶଙ୍କ ନେତୃତ୍ବରେ ହିଁ ଲଢ଼ିବ ଏବଂ ବିଜୟୀ େହଲେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଏଭଳି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନୀତୀଶଙ୍କର ଭରସା ପାଉନି। କାରଣ ମହାରାଷ୍ଟ୍ରରେ ମଧ୍ୟ ବିଜେପି ମେଣ୍ଟ ସିନ୍ଦେଙ୍କ ନେତୃତ୍ବରେ ଲଢ଼ିଥିଲେ ତାଙ୍କୁ ହଟାଇ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଏହା ଦେଖି ବିଜେପି ଉପରେ ଆଉ ତାଙ୍କର ଭରସା ପାଉନି। ତେଣୁ ସେ ତାଙ୍କ ରଣନୀତି ବଦଳାଇବା ସ୍ବାଭାବିକ। ସେ ଏସଂପର୍କରେ ମୁହଁ ଖୋଲୁନଥିଲେ ମଧ୍ୟ ନିଜ ଦଳର ନେତାଙ୍କୁ ବୟାନ ଦେବାରେ ଲଗାଇଦେଇଛନ୍ତି। ପୁଣି ବିଜେପି ନେତାମାନେ ଏସଂପର୍କରେ ନିରବତା ଅବଲମ୍ବନ କରୁଥିବାରୁ ଜେଡିୟୁ ନେତାମାନେ ମଧ୍ୟ ବିଚଳିତ ହୋଇପଡ଼ିଲେଣି।

ବିହାର ବିଧାନସଭାର ଗତ ନିର୍ବାଚନ ନୀତୀଶଙ୍କ ନେତୃତ୍ବରେ ଲଢ଼ିଥିଲା ବିଜେପି ମେଣ୍ଟ। ନିର୍ବାଚନରେ ବିଜେପି ତୁଳନାରେ ଜେଡିୟୁ ୩୧ଟି କମ୍ ଆସନ ପାଇଥିଲେ ମଧ୍ୟ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରଯାଇଥିଲା। ୨୪୩ ସଭ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ ଥିଲା। ବିଜେପି ସର୍ବାଧିକ ୭୪ଟି ଆସନ ପାଇଥିବା ବେଳେ ନୀତୀଶଙ୍କ ଜେଡିୟୁ ୪୩ଟି ଆସନ ପାଇଥିଲା। ଏହାସତ୍ତ୍ବେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଠିକ୍ ଏହି ମଡେଲ ମହାରାଷ୍ଟ୍ରରେ ଆପଣାଇବା ଲାଗି ବିଜେପି ଉପରେ ଚାପ ପକାଇଥିଲା ଶିବ ସେନା। କିନ୍ତୁ ଏହି ଚାପ କାମଦେଲାନି।

ଏସଂପର୍କରେ ପ୍ରତିକ୍ରିୟା ଦେଇ ଜେଡିୟୁ ମୁଖପାତ୍ର ନିରଜ କୁମାର କହିଛନ୍ତି ଯେ ବିହାର ରାଜନୀତି ମହାରଷ୍ଟ୍ରରୁ ସଂପୂର୍ଣ୍ଣ ଭିନ୍ନ। ବିହାରରେ ନୀତୀଶଙ୍କ ଲୋକପ୍ରିୟତା ସର୍ବାଧିକ। ତାଙ୍କୁ କେହି ଏଡ଼ାଇପାରିବେ ନାହିଁ। ତାଙ୍କ ଯୋଗୁଁ ଗତ ଲୋକସଭା ନିର୍ବାଚନରେ ବିଜେପି ମେଣ୍ଟକୁ ଭଲ ସଫଳତା ମିଳିଥିଲା। ସେ ଆହୁରି କହିଲେ ଯେ ଗତ ବିଧାନସଭା ନିର୍ବାଚନରେ ଜେଡିୟୁ କମ୍ ଆସନ ପାଇବାରୁ ନୀତୀଶ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିଦେଇଥିଲେ। କିନ୍ତୁ ଜେପି ନଡ୍ଡାଙ୍କ ସମେତ ଅନେକ ବିଜେପି ନେତା ପ୍ରବଳ ଚାପ ପକାଇବାରୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ। କିନ୍ତୁ ଏଥର ଭିନ୍ନ ରଣନୀତି ନେଇ ତାଙ୍କ ଦଳ ନିର୍ବାଚନ ଲଢ଼ିବ। କିନ୍ତୁ ଏହି ରଣନିତି କଣ ହେବ ତାହା ସେ କହି ନାହାନ୍ତି। ଅନ୍ୟପକ୍ଷରେ ରାଜନୀତି ବିଶେଷଜ୍ଞ କହୁଛନ୍ତି ଯେ ରାଜନୀତିେରେ ନୀତୀଶ ମାହିର। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ରଖନ୍ତି। ତେଣୁ ତାଙ୍କର ରଣନିତି ଜାଣିବା ଲାଗି ନିର୍ବାଚନ ତାରିଖ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ପାଟନା: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ
ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ୨୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କୋଠାରୁ ଅଗ୍ନିଶମ ବାହିନୀ ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ଘଟଣାସ୍ଥଳରେ ପହଞ୍ଚି ଡିଆଇଜି (ଅଗ୍ନିଶମ) ମୃତ୍ୟୁଞ୍ଜୟ କୁମାର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଆମେ ନିଆଁକୁ ଆୟତ୍ତ କରିଛୁ। ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ବାବଦରେ ସୂଚନା ମିଳିବା ପରେ ଟିମ୍ ଆସି ନିଆଁ ଲିଭା କାମରେ ଲାଗିଛି। ଉପଯୁକ୍ତ ତଦନ୍ତ ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଦୋଷା ସାଙ୍ଗରେ ସମ୍ବର ନ ଦେବାରୁ ରେସ୍ତୋରାଁ ମାଲିକଙ୍କ ଉପରେ ଲାଗିଲା ୩୫୦୦ ଟଙ୍କାର ଜୋରିମାନା
ପାଟନା: ବିହାରର ଏକ ରେସ୍ତୋରାଁରେ ଜଣେ ଗ୍ରାହକ ଦୋସା ଖାଇବା ବେଳେ ତାଙ୍କୁ ସମ୍ବର ଦିଆ ନଯିବା ଏବଂ ଏଥିପାଇଁ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କୁ ତଣ୍ଡ ଗଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ବିହାରର ବକ୍ସରରେ ଘଟିଛି। ସ୍ପେଶାଲ ମସଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତୋରାଁ ଉପରେ ଖାଉଟି ଅଦାଲତ ୩,୫୦୦ ଟଙ୍କା ଜୋରିମାନା କରିଛନ୍ତି। ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପଇଠ କରିବାକୁ ଉକ୍ତ ରେସ୍ତୋରାଁକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ୪୫ ଦିନ ମଧ୍ୟରେ ରେସ୍ତୋରାଁ ଅର୍ଥ ନଦେବ, ତା’ହେଲେ ଜୋରିମାନା ରାଶି ଉପରେ ୮ ପ୍ରତିଶତ ସୁଧ ଦେବ ବୋଲି କୋର୍ଟ କହିଛନ୍ତି।

ମିଳିଥିବା ଖବର ଅନୁସାରେ ବକ୍ସରର ନମକ ନାଁରେ ରହିଥିବା ରେସ୍ତୋରାଁକୁ ଗତବର୍ଷ ଅଗଷ୍ଟ ୧୫ ତାରିଖରେ ମନୀଷ ଗୁପ୍ତା ନାମକ ଜଣେ ଆଇନଜୀବୀ ଆସିଥିଲେ। ସେ ଏକ ସ୍ପେଶାଲ ମସଲା ଦୋସା ପାର୍ସଲ ଦେବାକୁ କହିଥିଲେ। ଉକ୍ତ ଦୋସା ବାବଦକୁ ସେ ୧୪୦ ଟଙ୍କା ଦେଇଥିଲେ। କିନ୍ତୁ ଘରେ ପହଞ୍ଚି ପାର୍ସଲ ଖୋଲିବା ପରେ ତାଙ୍କୁ ଦୋସା ସହିତ ସମ୍ବର ଦିଆଯାଇ ନାହିଁ ବୋଲି ଜାଣିଥିଲେ। ଏହା ଦେଖି ସେ ରାଗି ଯାଇଥିଲେ ଓ ପରେ ପୁଣି ରେସ୍ତୋରାଁକୁ ଆସି କାହିଁକି ସମ୍ବର ଦେଲ ନାହିଁ ବୋଲି ପଚାରିଥିଲେ। ରେସ୍ତୋରାଁ ମାଲିକ ତାଙ୍କ କଥା ଶୁଣି ନଥିଲେ। ଓଲଟି ୧୪୦ ଟଙ୍କାରେ କ’ଣ ପୂରା ଦୋକାନ କିଣି ନେବ କି ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ମନୀଷ ରେସ୍ତୋରାଁ ମାଲିକଙ୍କ ନିକଟକୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ। କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତା’ପରେ ମନୀଷ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଉକ୍ତ ଘଟଣାର ୧୧ ମାସ ପରେ ଖାଉଟି ଅଦାଲତ ଉକ୍ତ ରେସ୍ତୋରାଁକୁ ଦୋଷୀ ସାବ୍ୟସ୍ତ କରି ୩,୫୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।

ବିରୋଧୀ ଦଳର ମହାବୈଠକ ଶେଷ; ୨୦୨୪ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବେ ୧୫ରୁ ଉର୍ଦ୍ଧ୍ବ ବିରୋଧୀ ଦଳ
ପାଟନା : ଇତିମଧ୍ୟରେ ପାଟନାରେ ଶେଷ ହୋଇଛି ବିରୋଧୀ ଦଳର ମହାବୈଠକ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ବିହାରର ପାଟନାରେ ଏକାଠି ହୋଇଥିଲେ ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୨୪ ଲଢ଼େଇ ଲଢ଼ିବାକୁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଜୁଲାଇ ୧୨ ତାରିଖରେ ସିମଲାରେ ବିରୋଧୀଙ୍କ ଆଉ ଏକ ବୈଠକର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାଟନାରେ ପହଁଚି ବୈଠକରେ ସାମିଲ ହେବା ସହ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଆମେ ଏକାଠି ବିଜେପକିୁ ହରାଇବୁ । ଦେଶରେ ଦୁଇଟି ବିଚାରଧାରାର ଲଢେଇ ଚାଲିଛି । ବିଜେପି ଦେଶକୁ ଭାଙ୍ଗୁଛି ଓ କଂଗ୍ରେସ ଦେଶକୁ ଯୋଡୁଛି । ସେପଟେ ରାହୁଲଙ୍କୁ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ବିଜେପିକୁ ହରାଇବା ପାଇଁ କଂଗ୍ରେସ ଏକାକୀ ସକ୍ଷମ ନୁହେଁ ବୋଲି ବିରୋଧୀ ବୈଠକରେ ପ୍ରମାଣିତ ହୋଇଛି ।

ବିଜେପି ଦେଶରେ ହିଂସା, ଘୃଣା ଭାବ ବିସ୍ତାର କରୁଛି ବୋଲି ରାହୁଲ କହିଛନ୍ତି । ଦେଶରେ ଲୋକତାନ୍ତ୍ରିକ ସଂସ୍ଥାର ଦୁରୁପଯୋଗ କରାଯାଉଛି । ବିରୋଧୀଙ୍କୁ ଇଡି, ସିବିଆଇର ଧମକ ଦେଇ ଚୁପ କରିବାକୁ ଚେଷ୍ଟା କରାଯାଉଛି । ବିହାର ପାଟନାରୁ ଆରମ୍ଭ ହୋଇଥିବା ଏହି ବୈଠକ ଦେଶବ୍ୟାପୀ ଜନଆନ୍ଦୋଳନର ରୁପ ନେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ଭିତରେ ମତଭେଦ ଭୁଲି ସମସ୍ତେ ଏକାଠି ଲଢ଼ିବେ କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର ।

ଅନଲକ୍ ବିହାର: ସଂଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ମିଳିଲା ଅନୁମତି
ପାଟନା: ଧୀରେ ଧୀରେ ତଳମୁହାଁ ହେଉଛି ମହାମାରୀ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିହାରରେ କୋହଳ ହେବାକୁ ଯାଉଛି କୋଭିଡ କଟକଣା । କରୋନା ସଂକ୍ରମଣ ହ୍ରାସକୁ ନଜରରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସେଠାରେ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲିବାକୁ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଜୁନ୍ ୧୬ରୁ ଜୁନ୍ ୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାର ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟ୍ କରି କହିଛନ୍ତି, ‘କରୋନା ସଂକ୍ରମଣର ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏହି ଆଧାରରେ ପରବର୍ତ୍ତୀ ସପ୍ତାହେ ଯଥା ୧୬ ଜୁନ୍ ୨୦୨୧ରୁ ୨୨ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକକୁ କୋହଳ କରାଯାଇଛି । ବର୍ତ୍ତମାନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ, ଏହାସହ ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏବଂ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଲାଗୁ ରହିବ ।

ସୂଚନା ଅନୁସାରେ, ଅନଲକ୍ ୧ ଘୋଷଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ରାଜଧାନୀ ପାଟନାର ପରିସ୍ଥିତିକୁ ସମୀକ୍ଷା କରିଥିଲେ । କେବଳ ଏତିକି ନୁହେଁ, ବରଂ ସମ୍ପୃକ୍ତ ଅଧିକାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ବିହାରରେ ଯେଉଁଠାରେ କରୋନା ମାମଲାରେ ହ୍ରାସ ହୋଇଛି, ସେଠାରେ ଗୋଟିଏ ଦିନର ବ୍ୟବଧାନରେ ଦୋକାନ ଖୋଲୁଛି । ଯଦିଓ ବଜାର ଖୋଲିବା ପାଇଁ ସରକାର ପୂର୍ବରୁ ସକାଳ ୬ ଟାରୁ ୫ ଟା ପର୍ଯ୍ୟନ୍ତ ସମୟ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ସନ୍ଧ୍ୟା ୬ ଟାକୁ ବୃଦ୍ଧି କରାଯାଇଛି। ତେବେ, ଏପ୍ରିଲ୍ ୫ରୁ ବନ୍ଦ ଥିବା ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।