dog bite - The Sakala

କୁକୁର କାମୁଡ଼ାକୁ କେନ୍ଦ୍ରକରି ୨ ଜଣଙ୍କୁ ଭୁଜାଲି ଚୋଟ
ଖାରବେଳନଗର ଥାନା ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିରେ କୁକୁର କାମୁଡ଼ିବାକୁ କେନ୍ଦ୍ରକରି ୨ଜଣଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଆକ୍ରମଣରେ ଆହତ ବ୍ୟକ୍ତିମାନେ ହେଲେ ମିଲୁ ମଲ୍ଲିକ ଓ ଅଜୁ କାହାଳିସିଂ | ଉଭୟଙ୍କୁ ଚିକିତ୍ସା ନିମନ୍ତେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିର ମାନସ ବେହେରାକୁ ଗିରଫ କରାଯାଇଛି । ରବିବାର ପ୍ରାୟ ୨ଟା ସମୟରେ ମାନସ ଦୁର୍ଗାମଣ୍ଡପ ବସ୍ତିରେ ଥିବା ଘରକୁ ଯାଉଥିଲେ | ଏହି ସମୟରେ ଏକ କୁକୁର ହଠାତ୍ ପଛପଟୁ ଆସି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା।

ରାଗରେ ମାନସ ଘରକୁ ଯାଇ ଏକ ଭୁଜାଲି ଆଣି କୁକୁରକୁ ଆକ୍ରମଣ କରିଥିଲେ । ସେହି ସମୟରେ କୁକୁର ମାଲିକ ମିଲୁ ମଲ୍ଲିକ୍ ଦୌଡ଼ି ଆସି ଏହାର ବିରୋଧ କରିଥିଲେ। ମାନସ ରାଗରେ ମିଳୁଙ୍କୁ ଭୂଜାଲିରେ ଚୋଟ ପକାଇଥିଲେ। ମିଲୁଙ୍କ ପାଟି ଶୁଣି ତାର ସାଙ୍ଗ ଅଜୁ କାହାଳସିଂ ଦୌଡ଼ି ଆସି ମାନସକୁ ଅଟକାଇଥିଲେ । କିନ୍ତୁ ମାନସ ଭୁଜାଲିରେ ତାଙ୍କ ଗୋଡ଼କୁ ଚୋଟ ପକାଇଥିଲା। ଖବର ପାଇ ପୁଲିସ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତ ମାନସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ହେଲେ ରବିବାର ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା ।