Economy - The Sakala

ଭାରତର ନିକଟତର ହେଉଛି ଚୀନ୍‌, ପୁଣି ଆରମ୍ଭ କରିପାରେ ବଡ଼ ଆକାରର ବାଣିଜ୍ୟ କାରବାର
ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଆଡୁ ଆସିବାକୁ ଥିବା ଚାପକୁ ହ୍ରାସ କରିବା ପାଇଁ ଚୀନ୍ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ମଙ୍ଗଳବାର ଆମେରିକାର ଜଣେ ବରିଷ୍ଠ ବାଣିଜ୍ୟ ଲବିଷ୍ଟ ତଥା ରଣନୈତିକ ଗୋଷ୍ଠୀର ମୁଖ୍ୟ କହିଛନ୍ତି କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ସମୟରେ ଟ୍ରମ୍ପ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୬୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଅନ୍ୟ ସମସ୍ତ ଆମେରିକୀୟ ଆମଦାନୀ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଭଳି ସ୍ଥଳେ ଡ୍ରାଗନ୍‌କୁ ଆମେରିକାର ଶୁଳ୍କ ଭୟ ଘାରିଛି। ସେଥିପାଇଁ ଚୀନ୍‌ ଭାରତର ନିକଟତର ହେଉଛି।

ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍‌ (ୟୁଏସ୍‌ଆଇଏସ୍‌ପିଏଫ୍‌)ର ସଭାପତି ମୁକେଶ ଆଗୀ କହିଛନ୍ତି ଯେ, ତେଣୁ ଆମେ ଟ୍ରମ୍ପ ପ୍ରଶାସନ ଆଡୁ ପ୍ରାରମ୍ଭିକ ସମୟରେ ପ୍ରଭାବ ଆସୁଥିବାର ଦେଖୁଛୁ, ଯାହା ଭାରତ ସହ ଏହାର କାରବାରକୁ ସହଜ କରିବାକୁ ଚୀନ୍ ଉପରେ ଚାପ ସୃଷ୍ଟି କରିଛି। ଉଭୟ ଦେଶ ମଧ୍ୟରେ ସୀମାରେ ପାଟ୍ରୋଲିଂ ସହ ସିଧାସଳଖ ବିମାନ ଉଡ଼ାଣ ଉପରେ ଚୁକ୍ତି ହୋଇଛି। ଟ୍ରମ୍ପଙ୍କ ଆଗମନ ଭାରତ-ଚୀନ୍ ସମ୍ପର୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି। ଚାରି ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ସାମରିକ ବିବାଦ ଶେଷ କରିବା ଦିଗରେ ଏହା ଏକ ବଡ଼ ସଫଳତା। ବିନିର୍ମାଣକୁ ପୁଣି ଆମେରିକାକୁ ଫେରାଇ ଆଣିବା ପାଇଁ କମ୍ପାନୀଗୁଡିକ ଉପରେ ଟ୍ରମ୍ପ ପ୍ରଶାସନ ଏଭଳି ଚାପ ପ୍ରୟୋଗ କରୁଛି। ତେବେ ଏହି ଶୁଳ୍କ ଲାଗୁ ରାତାରାତି ହେବ ନାହିଁ ବୋଲି ଆଗି କହିଛନ୍ତି। ଏହି ସ୍ଥିତିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଯୋଗାଣ ଶୃଙ୍ଖଳା ମଧ୍ୟରେ ଆତ୍ମନିର୍ଭରଶୀଳ ଭାରତ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ନିର୍ବାଚନ ଫଳାଫଳକୁ ନେଇ କର୍ପୋରେଟ୍ ଆମେରିକା ଅତ୍ୟନ୍ତ ଖୁସି ବୋଲି ମଧ୍ୟ ସେ ଦାବି କରିଛନ୍ତି। ଏହା ଆଶା କରାଯାଏ ଯେ ସେମାନେ କର୍ପୋରେଟରମାନଙ୍କ ପାଇଁ ଟିକସ ହ୍ରାସ କରିବେ, ଯାହା ସେମାନଙ୍କୁ ଅଧିକ ଲାଭ ଏବଂ ବ୍ୟବସାୟ ବିସ୍ତାର କରିବାରେ ସାହାଯ୍ୟ କରିବ।

କର୍ପୋରେଟ ସମ୍ପ୍ରଦାୟ ନୂତନ ଟ୍ରମ୍ପ ପ୍ରଶାସନକୁ ସ୍ୱାଗତ କରୁଛି। ଏବେ ବଜାରଗୁଡ଼ିକ ଗତିଶୀଳ ହୋଇଛି। ଅପରପକ୍ଷେ ଆମେରିକାର ନବ ନିର୍ବାଚିତ ସାଂସଦ ସୁହାସ ସୁବ୍ରମଣ୍ୟମ ଭାରତ ଉପରେ ଶୁଳ୍କ ଲାଗୁ କରିବାକୁ ବିରୋଧ କରୁଛନ୍ତି। ତାଙ୍କ ମତରେ ଏପରି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହେବ। ଏହା ଉଭୟ ଦେଶ ପାଇଁ ଭଲ ହେବ ନାହିଁ। ସୁବ୍ରମଣ୍ୟମଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନର ଭାରତୀୟ ରପ୍ତାନି ଉପରେ ଅଧିକ ଶୁଳ୍କ ଲାଗୁ ହେବାର ସମ୍ଭାବନା ରହିଛି।

ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି ସିଗାରେଟ୍ ଅର୍ଥନୀତି, ଭାରତରେ ୫୭% ମୃତ୍ୟୁ ଘଟଣା ପାଇଁ ସିଗାରେଟ୍ ଦାୟୀ
ନୂଆଦିଲ୍ଲୀ: ସମ୍ପ୍ରତି ଦେଶ ଦ୍ରୁତ ଗତିରେ ବିକାଶ କରୁଛି। ଖୁବ୍ ଶୀଘ୍ର ଅର୍ଥନୀତି ୫ ଟ୍ରିଲିୟନ୍ ଡଲାର ଛୁଇଁବ ବୋଲି ଆଶା କରାଯାଉଛି। ସେହିପରି ଦେଶର ଅର୍ଥନୀତି ସହ ସମାନ ବେଗରେ ବଢ଼ୁଛି ସିଗାରେଟ୍ ଅର୍ଥନୀତି। କାରଣ ସିଗାରେଟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଥାଏ।

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ମୃତ୍ୟୁ ହାର କ୍ଷେତ୍ରରେ ସିଗାରେଟ ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ବହୁତ ଅଧିକ। ଭାରତରେ ସମୁଦାୟ ମୃତ୍ୟୁର ୫୭ ପ୍ରତିଶତ ପାଇଁ ସିଗାରେଟ୍ ଦାୟୀ। ଭାରତ ସରକାର ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧.୦୪ ପ୍ରତିଶତ ଜନ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି। ଯାହାର ଏକ ବଡ଼ ଅଂଶ ତମାଖୁ ସେବନକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ତଥା ବିଭିନ୍ନ ଅଭିଯାନ ଚଳାଇବାରେ ଲାଗିଛି। ତେବେ ସିଗାରେଟ୍ ଅର୍ଥନୀତି ହେତୁ ଜିଡିପି ଉପରେ ଖର୍ଚ୍ଚ ମଧ୍ୟ ସମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶରେ ୩୫-୬୯ ବୟସ ବର୍ଗର ଲୋକମାନେ ଏହି ରୋଗର ଶିକାର ହେଉଛନ୍ତି। ଭାରତ ସରକାର ରୋଜଗାର କରୁଥିବା ପ୍ରତି ୧୦୦ ଟଙ୍କା ପାଇଁ ଉତ୍ପାଦ ଶୁଳ୍କରେ ୮୧୬ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି କୁହାଯାଉଛି। ସେହିପରି ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ କର୍କଟ ରୋଗର ମୋଟ ୨୭% ଘଟଣା ପାଇଁ ସିଗାରେଟ୍ ହିଁ ଦାୟୀ।

ସିଗାରେଟ୍ ଅର୍ଥନୀତି କଣ?

ସିଗାରେଟ୍ ବ୍ୟବହାର କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ ଉତ୍ପାଦକ ଏବଂ ଦ୍ୱିତୀୟ ବୃହତ ଉପଭୋକ୍ତା। ଅର୍ଥାତ୍ ଭାରତରେ ବହୁମାତ୍ରାରେ ସିଗାରେଟ୍ ଉତ୍ପାଦନ କରାଯାଉଥିବାବେଳେ ଚାହିଦା ପୂରଣ ପାଇଁ ବାହାରୁ ସିଗାରେଟ୍‌ ଆମଦାନୀ କରାଯାଇଥାଏ। ଚଳିତବର୍ଷର ସାଧାରଣ ବଜେଟରେ ସିଗାରେଟ ଉପରେ ୧୬% ଟିକସ ବୃଦ୍ଧି କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଳେ। ଏହି ବଜେଟରେ ସରକାର ପାନ-ମସାଲା, ବିଡି-ସିଗାରେଟ୍‌ ଉପରେ ଜାତୀୟ ବିପର୍ୟ୍ୟୟ କଣ୍ଟିଜେଣ୍ଟ ଡ୍ୟୁଟି (ଏନସିସିଡି)କୁ ମଧ୍ୟ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ ପେଟ୍ରୋଲ ,ଡିଜେଲ ଏବଂ ଇସ୍ପାତ ପରେ କେନ୍ଦ୍ର ସରକାର ସିଗାରେଟ୍‌ରୁ ସର୍ବାଧିକ ଟିକସ ପାଉଛନ୍ତି।

ଚଳିତବର୍ଷର ବଜେଟ୍ ଅଧିବେଶନ ପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକବର୍ଷରେ ସରକାର ୧୯ ହଜାର କୋଟି ଟଙ୍କା (୧୯,୩୨୮.୮୧) କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ ସଂଗ୍ରହ କରିଛନ୍ତି। ଯାହା FY ୨୦୨୧ ତୁଳନାରେ ୧୭ ହଜାର (୧୭,୦୭୮.୭୨) କୋଟିରୁ ଅଧିକ ରହିଥିଲା। ସରକାରଙ୍କ ଅନୁଯାୟୀ, ତମାଖୁରୁ ଟିକସ ସଂଗ୍ରହ ଏହା ସହ ଜଡିତ ସଚେତନତା କାର୍ୟ୍ୟକ୍ରମ ଇତ୍ୟାଦି ପାଇଁ ବ୍ୟବହହାର କରାଯାଇଥାଏ। ତେବେ ଚଳିତ ଆର୍ଥିକବର୍ଷର ସାଧାରଣ ବଜେଟ୍‌ ଅର୍ଥାତ୍ ୨୦୨୩-୨୪ରେ କେନ୍ଦ୍ର ଅର୍ଥମନ୍ତ୍ରୀ ସିଗାରେଟ୍ ଉପରେ ଟିକସ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଶେଷରେ ଏହା କୁହାଯାଇପାରେ ଯେ, ଯଦିଓ ସିଗାରେଟ ପାଇଁ ଦେଶର ଅର୍ଥନୀତିରେ ବୃଦ୍ଧି ଘଟାଉଛି କିନ୍ତୁ ଏହା ପାଇଁ ଆମକୁ ଅଧିକ କ୍ଷତି ମଧ୍ୟ ସହିବାକୁ ପଡୁଛି।

ଚାରିଆଡ଼େ ମହଙ୍ଗା ମାଡ଼: ଚୀନ୍‌ରେ ଅବସ୍ଫୀତି, ଚାହିଦାରେ ତୀବ୍ର ହ୍ରାସ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ତୁଳନାରେ ଦେଖିଲେ ଚାଇନାରେ ଏକ ଭିନ୍ନ ସମସ୍ୟା ଚାଲିଛି। ସାରା ଦୁନିଆ ବର୍ତ୍ତମାନ ମୁଦ୍ରାସ୍ଫୀତି ସହ ସଂଗ୍ରାମ କରୁଛି। ଯଦିଓ ବିଭିନ୍ନ ଦେଶରେ ମୁଦ୍ରାସ୍ଫୀତି ଟିକେ ତଳମୁହାଁ ହୋଇଛି, ତଥାପି ମୂଲ୍ୟ ଦାରଦାମ୍‌ ରହିଛି। ଅନ୍ୟପକ୍ଷରେ ଚୀନ୍‌ରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିୁଛି। ଚାଇନାରେ ସାମଗ୍ରୀର ମୂଲ୍ୟ କମୁଛି। କାରଣ ସେଠାରେ ଚାହିଦାରେ ତୀବ୍ର ହ୍ରାସ ଘଟୁଛି। ଯେଉଁଠାରେ ସମଗ୍ର ବିଶ୍ୱ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଛି, ଚାଇନା ଅବସ୍ଫୀତି ସହ ଯୁଝୁଛି। ବିଶ୍ବର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି କୁହାଯାଉଥିବା ଚୀନ୍ ଏବେ ଅବସ୍ଫୀତି ସ୍ଥିତିକୁ ଚାଲିଯାଇଛି। ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇରେ ଦେଶ ଅବସ୍ଫୀତିକୁ ପ୍ରବେଶ କରିଛି। ଦେଶରେ ଏବେ ଉପଭୋକ୍ତା ମୂଲ୍ୟ ସୂଚୀ ତଳମୁହାଁ ହୋଇ ୦.୩ ପ୍ରତିଶତ ହ୍ରାସ ପାଇଛି। ୨୦୨୩ର ଅଧିକାଂଶ ସମୟ ପାଇଁ ଚାଇନାରେ ଦରଦାମ୍ ସ୍ଥିର ରହିଥିଲା, ଯେତେବେଳେ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିଲା।

ଯଦି ସାମଗ୍ରୀ ମୂଲ୍ୟ କମେ ତେବେ ଏହା ଜନସାଧାରଣଙ୍କ ପାଇଁ ଏକ ଭଲ କଥା। ଏଥିରେ ମହଙ୍ଗା ମାଡ଼ ହୋଇନ ଥାଏ। ଲୋକଙ୍କୁ ସାମଗ୍ରୀ ଆଉ ସେବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡି ନ ଥାଏ। କିନ୍ତୁ ଅର୍ଥନୀତିଜ୍ଞମାନେ ମୁଦ୍ରାସ୍ଫୀତିକୁ ଅର୍ଥନୀତି ପାଇଁ ଏକ ଖରାପ ସଙ୍କେତ ଭାବରେ ବିବେଚନା କରିଥାନ୍ତି। ଯେତେବେଳେ ଦୀର୍ଘ ସମୟ ଧରି ସମାଗ୍ରୀ ଏବଂ ସେବା ମୂଲ୍ୟ ହ୍ରାସ ହୁଏ, ଲୋକମାନେ କମ୍ ଖର୍ଚ୍ଚ କରିଥାନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଉତ୍ପାଦନ ହ୍ରାସ କରିଥାନ୍ତି। ଫଳସ୍ୱରୂପ, କମ୍ପାନୀଗୁଡିକ କମ୍ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଥାନ୍ତି। ଏଭଳି ପରିସ୍ଥିତିରେ ବ୍ୟାପକ ଛଟେଇ ହୋଇଥାଏ ଏବଂ କର୍ମଚାରୀମାନେ କମ୍ ବେତନ ପାଇଆନ୍ତି। ଚୀନ୍ ପୂର୍ବରୁ ଅବସ୍ଫୀତି ସ୍ଥିତିକୁ ଯାଇସାରିଛି। କିନ୍ତୁ ଅର୍ଥନୀତିଜ୍ଞମାନେ ଏଥର ମୂଲ୍ୟ ହ୍ରାସକୁ ନେଇ ଅଧିକ ଚିନ୍ତିତ ଅଛନ୍ତି। ଶେଷ ଥର ପାଇଁ ୨୦୨୧ ପ୍ରାରମ୍ଭରେ ଚୀନ୍ରେ ସାମଗ୍ରୀ ଏବଂ ସେବାର ମୂଲ୍ୟ ହ୍ରାସ ପାଇଥିଲା। କୋଭିଡ୍ ପ୍ରତିବନ୍ଧକ ହେତୁ ଲକ୍ଷ ଲକ୍ଷ ଲୋକ ଲକ୍‌ଡାଉନ୍‌ରେ ରହିଥିଲେ। ଏଥିରେ କାରଖାନା ବନ୍ଦ ହୋଇଯାଇଥିଲା। ଗତ ବର୍ଷ ଶୂନ କୋଭିଡ ନୀତି ହଟାଇବା ପରେ ଚୀନ୍ ବର୍ତ୍ତମାନ ପୁନରୁଦ୍ଧାର ପଥରେ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଚୀନ୍ର ପୁନରୁଦ୍ଧାର ଅସମ୍ଭବ ହୋଇପଡିଛି।

ସବଳ ହେଉଛି ରାଜ୍ୟ ଅର୍ଥନୀତି
ଭୁବନେଶ୍ୱର : ବିଶ୍ୱ ଓ ଜାତୀୟ ଅର୍ଥନୀତି ଉନ୍ନତି-ଅବନତି ମଧ୍ୟ ଦେଇ ଗତି କରୁଥିବା ବେଳେ ରାଜ୍ୟ ଅର୍ଥନୀତି ନିଜର ସ୍ଥିତାବସ୍ଥା ବଜାୟ ରଖିଛି। କରୋନା ପୂର୍ବବର୍ତ୍ତୀ ସମୟ ହେଉ କି ମହାମାରୀର ଶିଖର ସମୟରେ କିମ୍ବା ଏହାର ପରବର୍ତ୍ତୀ ପର୍ଯ୍ୟାୟ ରାଜ୍ୟ ଅର୍ଥନୀତି କୌଣସି ପରିସ୍ଥିତିରେ ନିମ୍ନଗାମୀ ହୋଇନାହିଁ। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟ ଅର୍ଥନୀତି ଭଲ ସ୍ଥିତିରେ ରହିଛି। ଗତ ଜୁଲାଇ ଶେଷ ସୁଦ୍ଧା ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରୁ ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ପରିମାଣ ପ୍ରାୟ ୨୧.୩୬ % ବୃଦ୍ଧି ପାଇଛି। ଚଳିତ ବର୍ଷ ଏପ୍ରିଲ-ଜୁଲାଇ ମାସ ମଧ୍ୟରେ ମୋଟ ୩୦,୨୦୧.୯୮ କୋଟି ଟଙ୍କାର ଟିକସ ଆଦାୟ ହୋଇଛି। ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ। ଗତ ବର୍ଷ ସମାନ ସମୟରେ ୨୪,୮୮୬.୮୭ କୋଟି ଟଙ୍କା ଟିକସ ଆଦାୟ ହୋଇଥିଲା।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସାମଗ୍ରିକ ଭାବେ ଚଳିତ ବର୍ଷ ଟିକସ ବାବଦରେ ୪୬,୦୦୦ କୋଟି ଏବଂ ଅଣଟିକସ ରାଜସ୍ୱ ବାବଦରେ ୪୮,୨୦୦ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଛି। ଜୁଲାଇ ଶେଷ ସୁଦ୍ଧା ଟିକସ ରାଜସ୍ୱ ବାବଦରେ ୩୧.୨୮ % ଅଣଟିକସ ରାଜସ୍ୱ ବାବଦରେ ୩୨.୮୧ % ଅର୍ଥ ରାଜକୋଷକୁ ଆସିଛି। ତେବେ ବଜେଟରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ମୋଟ୍‍ ୯୪,୨୦୦ କୋଟି ଟଙ୍କାର ଟିକସ ମଧ୍ୟରୁ ଜୁଲାଇ ଶେଷ ସୁଦ୍ଧା ୩୨.୦୬ % ଅର୍ଥ ଆଦାୟ ହୋଇପାରିଛି। ରାଜ୍ୟର ନିଜସ୍ୱ ଟିକସ ଟିକସ ଆଦାୟ ଗତ ଜୁଲାଇ ଶେଷ ସୁଦ୍ଧା ୧୪,୩୮୯ କୋଟି ଟଙ୍କା ଅତିକ୍ରମ କରିଛି। ଗତବର୍ଷର ଏହି ସମୟ ମଧ୍ୟରେ ୧୧,୩୧୧.୨୧ କୋଟି ଟଙ୍କା ରହିଥିଲା। ଏହା ନିଜସ୍ୱ ଟିକସ ଆଦାୟ କ୍ଷେତ୍ରରେ ୨୭.୨୧ % ଅଭିବୃଦ୍ଧିକୁ ଦର୍ଶାଉଛି।

ନିଜସ୍ୱ ଟିକସ ମଧ୍ୟରେ ରାଜ୍ୟ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି) ୬୦୫୮.୨୭ କୋଟି ଟଙ୍କା ପାଇଥିବାବେଳେ ବିକ୍ରିକର ବାବଦରେ ୩୩୭୪.୫୪ କୋଟି, ଅବକାରୀରୁ ୨୦୩୪.୮୦ କୋଟି, ଇଲେକ୍ଟ୍ରିସିଟି ଡ୍ୟୁଟିରୁ ୧୨୨୪.୦୪ କୋଟି, ମୋଟରଯାନ ଟିକସ ବାବଦରେ ୬୭୬.୩୫କୋଟି, ଜମିଜମା ରାଜସ୍ୱରୁ ୧୧୯.୮୩କୋଟି, ଷ୍ଟାମ୍ପ ଏବଂ ପଞ୍ଜିକରଣ ଫି ବାବଦରେ ୬୯୧.୦୪କୋଟି ଏବଂ ଅନ୍ୟାନ୍ୟ ଟିକସ ଆକାରରେ ୧୩୦.୨୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇପାରିଛି। ସମାନ ସମୟରେ ଅଣଟିକସ ରାଜସ୍ୱ ବାବଦରେ ରାଜ୍ୟ ରାଜକୋଷରୁ

୧୫,୮୧୨.୮୩ କୋଟି ଟଙ୍କା ଆସିଛି। ଗତବର୍ଷର ଅଣଟିକସ ରାଜସ୍ୱ ତୁଳନାରେ ଏହା ୧୬.୪୮ % ଅଧିକ ରହିଛି। ଅଣଟିକସ ରାଜସ୍ୱ ମଧ୍ୟରେ ଖଣି କ୍ଷେତ୍ରର ଖଣି ରୟାଲିଟିର ଅବଦାନ ଯଥେଷ୍ଟ ରହିଛି।

ଖଣି ଓ ଖଣିଜ ରାଜସ୍ୱ ବାବଦରେ ଜୁଲାଇ ସୁଦ୍ଧା ରାଜକୋଷରୁ ୧୩,୯୮୦.୫୯ କୋଟି ଟଙ୍କା ଆସିଛି। ଗତବର୍ଷ ସମାନ ସମୟରେଏହା ୧୨,୮୫୪.୯୫ କୋଟି ଟଙ୍କା ରହିଥିଲା। ଖଣି ରାଜସ୍ୱ କ୍ଷେତ୍ରରେ ୮.୭୬ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ୨୦୨୨-୨୩ ବର୍ଷରେ ଖଣିଜ କ୍ଷେତ୍ରରୁ ୪୩,୪୪୪ କୋଟି ଟଙ୍କାର ରାଜସ୍ୱ ଆସିବାର ଆକଳନ ହୋଇଥିବାବେଳେ ଜୁଲାଇ ସୁଦ୍ଧା ୩୨.୧୮ ପ୍ରତିଶତ ଅର୍ଥ ମିଳିପାରିଛି। ଏକାଧିକ ଖଣି ନିଲାମୀ ପ୍ରକ୍ରିୟାରେ ରହିଥିବାରୁ ଖଣି ରାଜସ୍ୱ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଅହେତୁକ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅଂଶଧନ ଓ ଲାଭ ବାବଦରେ ଚଳିତ ବର୍ଷ ଜୁଲାଇ ସୁଦ୍ଧା ୁ ୫୭୩.୮୫ କୋଟି ଟଙ୍କା ଆଦାୟ ହେଉଛି। ରାଜ୍ୟର ବିଭିନ୍ନ ବୃହତ ଓ କ୍ଷୁଦ୍ରଜଳସେଚନ ପ୍ରକଳ୍ପଗୁଡିକରୁ ରାଜସ୍ୱ ବାବଦରେ ୨୯୭.୧୯ କୋଟି ଟଙ୍କା ଆଦାୟ ହୋଇଛି।

କିଛିମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତ କରି ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକାର ବିଭିନ୍ନ କମ୍ପାନୀ ପ୍ରାଥମିକ ଭାବେ ରାଜ୍ୟର ୨୧,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ସମ୍ମତି ପ୍ରଦାନ କରିଛନ୍ତି। କେତେକ କମ୍ପାନୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ-୨୦୨୨ରେ ପୁଞ୍ଜିନିବେଶ ନେଇ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି। କିଛିଦିନ ପୂର୍ବରୁ ନୂଆଦିଲ୍ଲୀରେ ମଧ୍ୟ ନିବେଶକମାନଙ୍କ ସହ ଆଲୋଚନା କରାଯାଇଛି। ଆଗାମୀ ୧୪ ତାରିଖରେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ମଧ୍ୟ ନିବେଶକ ସମ୍ମିଳନୀ ହେବାକୁ ଯାଉଛି। ବର୍ଷର ଶେଷ ଆଡକୁ ହେବାକୁ ଥିବା ମେକ୍‍ ଇନ୍‍ କନକ୍ଲେଭରେ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆସିବାର ସମ୍ଭାବନା ରହିଥିବା କୁହାଯାଉଛି। ତେଣୁ ଆର୍ଥିକ ଅଭିବୃଦ୍ଧି ସହ ଆସନ୍ତା ବର୍ଷ ରୋଜଗାର ସୁଯୋଗ ବ୍ୟାପକ କରିବ ବୋଲି ଆଶା କରାଯାଉଛି।

ଗୌତମ ଆଦାନୀଙ୍କ କମ୍ପାନୀ ସେୟାର ୨୦ ପ୍ରତିଶତ ଯାଏଁ ହ୍ରାସ
ମୁମ୍ୱାଇ: ଏସିଆର ଅନ୍ୟତମ ଧନୀ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଶକ୍ତ ଝଟ୍‌କା । ଆଦାନୀ ପରିବାର ଦ୍ୱାରା ପରିଚାଳିତ ଆଦାନୀ ଗ୍ରୁପର ଏକାଧିକ କମ୍ପାନୀର ସେୟାର ଆଜି ହଠାତ୍ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସୂଚନା ଅନୁସାରେ ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ ବା NSDL ପକ୍ଷରୁ ତିନିଟି ବିଦେଶୀ ଫଣ୍ଡ ସଂସ୍ଥାର ଆକାଉଣ୍ଟକୁ ଫ୍ରିଜ୍ କରାଯିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଲବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ APMS ଇନଭେଷ୍ଟମେଣ୍ଟ ଫଣ୍ଡର ଆକାଉଣ୍ଟକୁ ଫ୍ରିଜ୍ କରିଛି NSDL । ଏମାନଙ୍କ ପାଖରେ ଆଦାନୀ ଗ୍ରୁପର ୪୩ ହଜାର ୫ ଶହ କୋଟି ଟଙ୍କାର ସେୟାର ରହିଛି । ସେମାନେ ଏହାକୁ ବିକ୍ରି କରିବାର ସମ୍ଭାବନା ମଧ୍ୟ ରହିଛି । ଆଦାନୀ ଏଣ୍ଟରପ୍ରାଇଜେସରେ ୬.୮୨%, ଆଦାନୀ ଟ୍ରାନ୍ସମିସନରେ ୮.୦୩%, ଆଦାନୀ ଟୋଟାଲ ଗ୍ୟାସରେ ୫.୯୨%, ଆଦାନୀ ଗ୍ରୀନରେ ୩.୫୮% ସେୟାର ଏହି ୩ଟି ଫଣ୍ଡ ଏଜେନ୍ସିର ଥିଲା । ଗତ ବର୍ଷକ ମଧ୍ୟରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀରେ ୬୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା । ଆଜି ଆଦାନୀ ପୋର୍ଟର ସେୟାର ମଧ୍ୟ ୧୮ ପ୍ରତିଶତ ହ୍ରାସ ହୋଇଛି । ଚର୍ଚ୍ଚା ହେଉଛି ଯେ, ମେ ୩୧ ପୂର୍ବରୁ NSDL ଏ ସବୁ ଫ୍ରିଜ୍ କରିଥିଲା । ଯଦି ୧୪ ଦିନ ପୂର୍ବରୁ ଫ୍ରିଜ୍ କରାଯାଇଥିଲା, ତେବେ ଆଜି କାହିଁକି ଏତେ ବଡ଼ ହ୍ରାସ ଦେଖିବାକୁ ମିଳିଲା ବୋଲି ମାର୍କେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।