Adani Group - The Sakala

ପ୍ରତିରକ୍ଷା କ୍ଷେତ୍ରରେ ୧.୮ ଲକ୍ଷ କୋଟି ନିବେଶ କରିବ ଆଦାନୀ ଗ୍ରୁପ
ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଧରଣରର ନିବେଶ କରିବ ଆଦାନୀ ଗ୍ରୁପ। ଗ୍ରୁପ୍ ଆସନ୍ତା ବର୍ଷ ପ୍ରତିରକ୍ଷା ଉତ୍ପାଦନରେ ୧.୮ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରୁଛି। ଏହି ନିବେଶ ମାଧ୍ୟମରେ, କମ୍ପାନୀ ମାନବ ବିହୀନ ଏବଂ ସ୍ୱୟଂଚାଳିତ ପ୍ରଣାଳୀ, ଆଡଭାନ୍ସ ଗାଇଡେଡ୍‌ ଅସ୍ତ୍ରଶସ୍ତ୍ର ଏବଂ ଭବିଷ୍ୟତର ଯୁଦ୍ଧ ଆବଶ୍ୟକତା ଅନୁଯାୟୀ ଉତ୍ପାଦ ବିକାଶ ଉପରେ ଧ୍ୟାନ ଦେବ। ଏକ ରିପୋର୍ଟ ଅନୁଯାୟୀ, ୨୦୨୫ରେ ଆଦାନୀର ମିଲିଟାରୀ ହାର୍ଡୱେର୍ ଅପରେସନ୍ ସିନ୍ଦୂର ଭଳି ମିଶନରେ ବ୍ୟବହୃତ ହୋଇସାରିଛି। ଆଦାନୀ ଡିଫେନ୍ସ ଏବଂ ଏରୋସ୍ପେସ୍ ଆସନ୍ତା ବର୍ଷ ଏଆଇ-ସକ୍ଷମ ମଲ୍ଟି-ଡୋମେନ୍ ଅପରେସନ୍, ସେନ୍ସର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ବଡ଼ ପରିମାଣର ଏମ୍‌ଆର୍‌ଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହାଲ୍) ତାଲିମ ଭିତ୍ତିଭୂମିରେ ନିବେଶ କରିବ।

ଆଦାନୀ ଜମିକିଣା ବିବାଦ: ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ତେଜିବ ଆନ୍ଦୋଳନ, ଚେତାବନୀ ଦେଲେ ଅଞ୍ଚଳବାସୀ
ଭୁବନେଶ୍ବର: ନିର୍ଦ୍ଧାରିତ ମୂଲ୍ୟଠାରୁ ତିନି ଗୁଣା ଅଧିକ ଟଙ୍କା ଦେଇ ଲୋକଙ୍କଠାରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ବଲାଙ୍ଗୀର-ବରଗଡ ସୀମାରେ ଥିବା ଗର୍ଦ୍ଧମାର୍ଦ୍ଦନ ପର୍ବତ ଉପରେ ଖଣି ଖନନ ପାଇଁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏବେ ଚିହିଁକି ଉଠିଛନ୍ତି ଅଞ୍ଚଳବାସୀ ।

ଆଦାନୀ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ନାଁରେ ଅଞ୍ଚଳରୁ ୧୧୨.୮୬ ଏକର ଜମି କିଣିଛି । ନୂଆ ସରକାର ଆସିବା ପରେ ଗତ ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଜମି କିଣା ଯାଇଛି । ତେବେ ଏହି ଜମିଠାରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ଓ ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ସମାନ ଦୂରତା । ହଜାର ହଜାର ବର୍ଷ ଧରି ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ରହିଛି ଗନ୍ଧମାର୍ଦ୍ଦନ । ପାହାଡରୁ ସୁକତେଲ ଓ ଅଙ୍ଗନଦୀ ବାହାରିଥିବା ବେଳେ ୨୨ରୁ ଅଧିକ ଚିରସ୍ରୋତା ଝରଣା ବହି ଚାଲିଛି । ଏଠି ୧୮ ହଜାର ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ବଲାଙ୍ଗୀର, ବରଗଡ଼ ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ପେଟପାଟଣା ପାଇଁ ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି I ଫଳରେ ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା ଅଞ୍ଚଳ ଘୋଷଣା କରିବାକୁ ତତ୍କାଳୀନ ନବୀନ ସରକାର ଅନେକ ଚେଷ୍ଟା କରିଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ବିପଦ ଆଡକୁ ଠେଲି ହୋଇଯାଇଛି ଗନ୍ଧମାର୍ଦ୍ଦନ ପର୍ବତ ।

ଗନ୍ଧମାର୍ଦ୍ଦନ ପାଦଦେଶରେ କିଣାଯାଇଥିବା ଏହି ଜମିରେ କ’ଣ କରିବ ଆଦାନୀ କମ୍ପାନୀ ? ଏତେ ପରିମାଣର ଜମି କିଣିବା ପଛରେ କାରଣ କ’ଣ ? ଉପଯୁକ୍ତ ମୂଲ୍ୟଠାରୁ ତିନି ଗୁଣ ଅଧିକା ଦାମ ଦେଇ ଜମି କାହିଁକି କିଣାଯାଇଛି ? ତାହା ସ୍ପଷ୍ଟ କରୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ବଲାଙ୍ଗୀର ନୂଆପଡା ରେଳପଥ ପାଇଁ ଦୁଇ ଦଶନ୍ଧୀ ଧରି ଦାବି ହେଉଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହି ରେଳପଥ ପାଇଁ ଡିପିଆରକୁ ଅନୁମତି ଦେଇଛନ୍ତି । ଏହାସହ ପାଟଣାଗଡରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯାହା ଖଣି ଖନନ ସନ୍ଦେହକୁ ଦୃଢିଭୂତ କରିଛି । ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇଛନ୍ତି ।

ଗନ୍ଧମାର୍ଦ୍ଦନ ପାହାଡରେ ୨୦୨ ମିଲିୟନ ଟନ ବକ୍ସାଇଟ ରହିଥିବାରୁ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ଆଖି ଏହା ଉପରେ ରହିଛି । ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତ୍ତୋଳନ ପାଇଁ ବାଲକୋ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜୋରଦାର୍ ବିରୋଧ ପରେ କମ୍ପାନୀ ଫେରିଯାଇଥିଲା ।

ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବ ଆଦାନୀ ଗ୍ରୁପ୍‌, ବୀରେନ୍ଦ୍ର ସେହୱାଗ ଯୋଗାଇବେ ମାଗଣା ଶିକ୍ଷା
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ରେଳ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ଏଥିରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଆଦାନୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ପୀଡ଼ିତା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆସନ୍ତାକାଲି ଏକ ଭଲ ମଣିଷ ହେବାକୁ ଦେବା ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ତାଙ୍କ ଗ୍ରୁପ ଏହି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବ।

ସେହିପରି, ବାହାନଗା ରେଳ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ତାଙ୍କ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ସେହୱାଗ୍‌।

ସେହୱାଗ ଏକ ଟ୍ବିଟରେ ଲେଖିଛନ୍ତି ଯେ, ଦୁର୍ଘଟଣାର ଏହି ଚିତ୍ର ଆମକୁ ଏକ ଦୀର୍ଘ ସମୟ ଧରି ଡରାଇବ। ଏହି ଦୁଃଖଦ ସମୟରେ ସେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ଶିକ୍ଷା ଆକାରରେ ସାହାଯ୍ୟ କରିପାରିବେ। ବୋର୍ଡିଂ ସୁବିଧା ଥିବା ସେହୱାଗ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେହୱାଗ୍‌ କହିଛନ୍ତି।

ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ଭାରତର ଉଦ୍ୟୋଗପତି ଗୌତମ ଅଦାନୀ
ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ ରହିଛନ୍ତି ।

ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର।

ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।

ଏବେ ଆର୍ନାଲ୍ଟ ମୋଟ ୧୫୩.୫ ବିଲିୟନ ଡ଼ଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । କାରଣ ଶୁକ୍ରବାର ତାଙ୍କର ନିଟ୍ ମୂଲ୍ୟ ୩.୦୮ ପ୍ରତିଶତ ତଥା ୪.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ବର୍ତ୍ତମାନ ୧୪୯.୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିଟ୍ ମୂଲ୍ୟ ଶୁକ୍ରବାର ୨.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ମୁକେଶ ଅମ୍ବାନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ୯୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି ।

ଗୌତମ ଆଦାନୀଙ୍କ କମ୍ପାନୀ ସେୟାର ୨୦ ପ୍ରତିଶତ ଯାଏଁ ହ୍ରାସ
ମୁମ୍ୱାଇ: ଏସିଆର ଅନ୍ୟତମ ଧନୀ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଶକ୍ତ ଝଟ୍‌କା । ଆଦାନୀ ପରିବାର ଦ୍ୱାରା ପରିଚାଳିତ ଆଦାନୀ ଗ୍ରୁପର ଏକାଧିକ କମ୍ପାନୀର ସେୟାର ଆଜି ହଠାତ୍ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସୂଚନା ଅନୁସାରେ ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ ବା NSDL ପକ୍ଷରୁ ତିନିଟି ବିଦେଶୀ ଫଣ୍ଡ ସଂସ୍ଥାର ଆକାଉଣ୍ଟକୁ ଫ୍ରିଜ୍ କରାଯିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଲବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ APMS ଇନଭେଷ୍ଟମେଣ୍ଟ ଫଣ୍ଡର ଆକାଉଣ୍ଟକୁ ଫ୍ରିଜ୍ କରିଛି NSDL । ଏମାନଙ୍କ ପାଖରେ ଆଦାନୀ ଗ୍ରୁପର ୪୩ ହଜାର ୫ ଶହ କୋଟି ଟଙ୍କାର ସେୟାର ରହିଛି । ସେମାନେ ଏହାକୁ ବିକ୍ରି କରିବାର ସମ୍ଭାବନା ମଧ୍ୟ ରହିଛି । ଆଦାନୀ ଏଣ୍ଟରପ୍ରାଇଜେସରେ ୬.୮୨%, ଆଦାନୀ ଟ୍ରାନ୍ସମିସନରେ ୮.୦୩%, ଆଦାନୀ ଟୋଟାଲ ଗ୍ୟାସରେ ୫.୯୨%, ଆଦାନୀ ଗ୍ରୀନରେ ୩.୫୮% ସେୟାର ଏହି ୩ଟି ଫଣ୍ଡ ଏଜେନ୍ସିର ଥିଲା । ଗତ ବର୍ଷକ ମଧ୍ୟରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀରେ ୬୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା । ଆଜି ଆଦାନୀ ପୋର୍ଟର ସେୟାର ମଧ୍ୟ ୧୮ ପ୍ରତିଶତ ହ୍ରାସ ହୋଇଛି । ଚର୍ଚ୍ଚା ହେଉଛି ଯେ, ମେ ୩୧ ପୂର୍ବରୁ NSDL ଏ ସବୁ ଫ୍ରିଜ୍ କରିଥିଲା । ଯଦି ୧୪ ଦିନ ପୂର୍ବରୁ ଫ୍ରିଜ୍ କରାଯାଇଥିଲା, ତେବେ ଆଜି କାହିଁକି ଏତେ ବଡ଼ ହ୍ରାସ ଦେଖିବାକୁ ମିଳିଲା ବୋଲି ମାର୍କେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।