Hazaribagh - The Sakala

ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିପାତ, ଘଟଣାସ୍ଥଳରୁ AK-47 ସହ ବିପୁଳ ବିସ୍ଫୋରକ ଜବତ
ରାଞ୍ଚି: ଝାଡ଼ଖଣ୍ଡର ଚତ୍ରା-ହଜାରିବାଗ ସୀମାରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ପୋଲିସ ଦ୍ୱାରା ଘୋଷିତ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ନେତା ଶାହଦେଓ ମହତୋ ଏବଂ ମହିଳା କ୍ୟାଡର ନତାଶା ସାମିଲ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ହଜାରିବାଗ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ଶାହଦେଓ ମହତୋ ତାଙ୍କ ସହଯୋଗୀଙ୍କ ସହ ହଜାରିବାଗର କେରେଡାରି ଜଙ୍ଗଲ ଅଞ୍ଚଳ ଦେଇ ଯାଉଛନ୍ତି। ଏହି ସୂଚନା ଆଧାରରେ ହଜାରିବାଗ ପୋଲିସ, ଚତ୍ରା ପୋଲିସ ଏବଂ କୋବ୍ରା କମାଣ୍ଡୋଙ୍କ ଏକ ମିଳିତ ଟିମ୍ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲେ। ମାଓବାଦୀମାନେ ହଜାରିବାଗରୁ ଚତ୍ରା ଜଙ୍ଗଲକୁ ପ୍ରବେଶ କରିବା ମାତ୍ରେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। କିଛି ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀମାନେ ୪ ମାଓବାଦୀଙ୍କୁ ଘଟଣାସ୍ଥଳରେ ହିଁ ନିପାତ କରିବାରେ ସଫଳ ହୋଇଥିଲେ।

ଚତ୍ରା ଏସପି ସୁମିତ କୁମାର ଅଗ୍ରୱାଲ ୪ ଜଣ ମାଓବାଦୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ତେବେ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଆନୁଷ୍ଠାନିକ ଭାବେ ସେମାନଙ୍କ ନାମ ଘୋଷଣା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ, ନିହତଙ୍କ ମଧ୍ୟରେ ଶାହଦେଓ ମହତୋ, ବୁଦ୍ଧଦେବ ଏବଂ ମହିଳା ମାଓବାଦୀ ନତାଶା ରହିଛନ୍ତି। ଚତୁର୍ଥ ମାଓବାଦୀର ଚିହ୍ନଟ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍ ସମେତ ମୋଟ ୪ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଶାହଦେଓ ମହତୋ ଦୀର୍ଘ ଦିନ ଧରି ଚତ୍ରା, ହଜାରିବାଗ ଏବଂ ଲାତେହାର ସୀମାବର୍ତ୍ତୀ ଅଞ୍ଚଳରେ ଅତ୍ୟନ୍ତ ସକ୍ରିୟ ଥିଲେ। ତାଙ୍କର ଏହି ଗୋଷ୍ଠୀ ଥିଲା ହଜାରିବାଗ-ଚତ୍ରା ଅଞ୍ଚଳର ଶେଷ ସକ୍ରିୟ ମାଓବାଦୀ ଗୋଷ୍ଠୀ। ଏହି ୪ ଜଣଙ୍କ ନିହତ ହେବା ସହିତ ହଜାରିବାଗ ଜିଲ୍ଲାକୁ ଖୁବ୍ ଶୀଘ୍ର ନକ୍ସଲମୁକ୍ତ ଘୋଷଣା କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ଏକ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି ଏବଂ ଅନ୍ୟ ଲୁଚି ରହିଥିବା ମାଓବାଦୀ କିମ୍ବା ଅସ୍ତ୍ରଶସ୍ତ୍ର ଖୋଜି ବାହାର କରିବା ପାଇଁ ପୋଲିସ ନିଜର ଉଦ୍ୟମକୁ ଜୋରଦାର କରିଛି।

ଅନ୍ଧବିଶ୍ୱାସର କରୁଣ ପରିଣତି: ପୁଅର ରୋଗ ଭଲ କରିବା ପାଇଁ ନିଜ ଝିଅକୁ ବଳି ଦେଲା ମା'
ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରୁ ଏକ ହୃଦୟ ବିଦାରକ ଏବଂ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ପୁଅର ରୋଗ ଭଲ କରିବା ପାଇଁ ଜଣେ ମା' ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ୧୩ ବର୍ଷୀୟା ଝିଅକୁ ବଳି ଦେଇଛି। ଏହି ବର୍ବର କାଣ୍ଡରେ ମହିଳା ଜଣକ ନିଜ ପ୍ରେମିକ ଏବଂ ଜଣେ ତାନ୍ତ୍ରିକଙ୍କ ସାହାଯ୍ୟ ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତ ମା', ତା'ର ପ୍ରେମିକ ଏବଂ ତାନ୍ତ୍ରିକକୁ ଗିରଫ କରିଛି।

ଅନ୍ଧବିଶ୍ୱାସର ଜାଲରେ ମା'

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହଜାରିବାଗର କୁସୁମ୍ଭା ଗାଁର ବାସିନ୍ଦା ରେଶମୀ ଦେବୀଙ୍କ ସାନ ପୁଅ ଦୀର୍ଘ ଦିନ ଧରି ଶାରୀରିକ ଏବଂ ମାନସିକ ରୋଗରେ ପୀଡ଼ିତ ଥିଲା। ପୁଅର ଆରୋଗ୍ୟ ପାଇଁ ସେ ସେହି ଗାଁର ଜଣେ ୫୫ ବର୍ଷୀୟା ମହିଳା ତାନ୍ତ୍ରିକ ଶାନ୍ତି ଦେବୀ ଓରଫ୍ ଭଗତିନୀଙ୍କ ସମ୍ପର୍କରେ ଆସିଥିଲେ। ଭଗତିନୀ ତାଙ୍କୁ ବିଶ୍ୱାସ ଦେଇଥିଲା ଯେ ଏକ କୁମାରୀ କନ୍ୟାର ବଳି ଦେଲେ ତାଙ୍କ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ଏବଂ ପରିବାରର ସମସ୍ତ ସମସ୍ୟା ଦୂର ହେବ। ଏହି ଅନ୍ଧବିଶ୍ୱାସରେ ପଡ଼ି ରେଶମୀ ଦେବୀ ନିଜର ନିଷ୍ପାପ ଝିଅକୁ ବଳି ଦେବା ପାଇଁ ଯୋଜନା କରିଥିଲେ।

କେମିତି ହେଲା ହତ୍ୟାକାଣ୍ଡ?

ଗତ ମାର୍ଚ୍ଚ ୨୪ ତାରିଖ ରାତିରେ ଗାଁରେ ରାମ ନବମୀ ଉପଲକ୍ଷେ ମଙ୍ଗଳା ଜୁଲୁସ ଚାଲିଥିବା ସମୟରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ପୋଲିସର କହିବା ଅନୁଯାୟୀ, ପୂଜା କରିବା ବାହାନାରେ ରେଶମୀ ନିଜ ଝିଅକୁ ତାନ୍ତ୍ରିକ ଶାନ୍ତି ଦେବୀଙ୍କ ଘରକୁ ନେଇଯାଇଥିଲେ। ସେଠାରେ ତାଙ୍କ ପ୍ରେମିକ ୪୦ ବର୍ଷୀୟ ଭୀମ ରାମ ମଧ୍ୟ ଉପସ୍ଥିତ ଥିଲେ। ପ୍ରାଥମିକ ପୂଜାପାଠ ପରେ ସେମାନେ ଝିଅଟିକୁ ଏକ ବାଉଁଶ ବୁଦା ନିକଟକୁ ନେଇଯାଇଥିଲେ। ସେଠାରେ ରେଶମୀ ନିଜ ଝିଅର ଗୋଡ଼କୁ ଧରି ରଖିଥିବା ବେଳେ ପ୍ରେମିକ ଭୀମ ରାମ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରିଥିଲା। ପରଦିନ ସକାଳେ ଗାଁର ମିଡିଲ ସ୍କୁଲ ପଛପଟୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା।

ପୋଲିସକୁ ବିଭ୍ରାନ୍ତ କରିବାର ପ୍ରୟାସ ଏବଂ ଗିରଫ

ଘଟଣା ପରେ ମା' ରେଶମୀ ଦେବୀ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଗାଁର ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ। ପ୍ରାରମ୍ଭରେ ପୋଲିସ ପୋକ୍ସୋ ଆକ୍ଟ ଏବଂ ବିଏନଏସ (BNS) ଆଧାରରେ ଏକ ମାମଲା ରୁଜୁ କରିଥିଲା। ତେବେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ପୋଲିସ ଡିଜିପି ଏବଂ ହଜାରିବାଗ ଏସପି ଅଞ୍ଜନି ଅଞ୍ଜନଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୨୬ ତାରିଖରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଥିଲା। ବୈଷୟିକ ପ୍ରମାଣ ଏବଂ କଡ଼ା ପଚରାଉଚରା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଅଭିଯୁକ୍ତ ମା' ରେଶମୀ ଦେବୀ, ପ୍ରେମିକ ଭୀମ ରାମ ଏବଂ ତାନ୍ତ୍ରିକ ଶାନ୍ତି ଦେବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଗମ୍ଭୀରତାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ମଧ୍ୟ ସ୍ୱତଃପ୍ରବୃତ୍ତ ମାମଲା ରୁଜୁ କରିଛନ୍ତି।