Ram Temple - The Sakala
ସର୍ବସାଧାରଣଙ୍କ ପାଇଁ ୨୦୨୪ ଜାନୁଆରୀ ପହିଲାରୁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର
ନୂଆଦିଲ୍ଲୀ: ୨୦୨୪ର ଜାନୁଆରୀ ୧ ରେ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଆସନ୍ତାବର୍ଷ ଜାନୁଆରୀ ୧ରେ ରାମ ମନ୍ଦିର ଖୋଲିବ ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତ୍ରିପୁରାରେ ଘୋଷଣା କରିଛନ୍ତି।
ତ୍ରିପୁରାରେ ଗୋଟିଏ ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ, କଂଗ୍ରେସ ରାମ ମନ୍ଦିର ନିର୍ମାଣ କାମକୁ କୋର୍ଟରେ ଲମ୍ବେଇ ଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ କାମ ଆରମ୍ଭ କାରିଥିଲେ। ରାମ ମନ୍ଦିର କାମ ଜୋରସୋରରେ ଚାଲିଛି। ୨୦୨୪ ଜାନୁଆରୀ ୧ ସୁଦ୍ଧା ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବ। ନିର୍ମାଣ ସରିବା ପରେ ଜାନୁଆରୀ ୧ ତାରିଖ ୨୦୨୪ରେ ଏହାକୁ ଖୋଲା ଯିବ।  ଯେବେଠାରୁ ବାବର ଏହାକୁ ଭାଙ୍ଗି ଥିଲା ସେବେଠୁ ଓ ଯେବେଠୁ ଦେଶ ସ୍ୱାଧୀନତା ହୋଇଥିଲା ସେବେଠୁ, କଂଗ୍ରେସ ଦଳ କୋର୍ଟରେ ଏହି ମାମଲାକୁ ଗଡ଼ାଇ ଚାଲିଥିଲା। ଜିଲ୍ଲା କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ଗଡ଼ି ଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମୋଦିଜୀ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ। ରାୟ ଆସିବା କ୍ଷଣି ରାମଲଲାଙ୍କ ମନ୍ଦିର ପାଇଁ ଭୂମି ପୂଜନ ହୋଇଥିଲା ଓ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା।
ଲକ୍ଷ୍ଣୌ: ଅଯୋଧ୍ୟା ରାମ ମନ୍ଦିର ଜମିକୁ ନେଇ ମୁଣ୍ଡ ଟେକିଛି ବିବାଦ । ୨ କୋଟି ଟଙ୍କାର ଜମି କିପରି ୧୮ କୋଟିରେ ବିକ୍ରି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ୧୦ ମିନିଟ୍ ପୂର୍ବରୁ ୨ କୋଟି ଥିବା ଜମି ୧୮କୋଟିର ହୋଇଗଲା । ଜମି କିଣାରେ ହେରଫେର ନେଇ କେବଳ ପ୍ରଶ୍ନ ଉଠିନି, ବରଂ କେଉଁ କାରଣରୁ ଓ ଏତେ ମହଙ୍ଗା ଜମି କିଣିବାକୁ କିଏ ଦେଇଥିଲା ଅନୁମତି, ଏହାକୁ ନେଇ ବି ଉଠିଛି ପ୍ରଶ୍ନ । ରାମ ମନ୍ଦିର ନିର୍ମାଣର ପୂରା ଦାୟିତ୍ୱ ଟ୍ରଷ୍ଟ ହାତରେ ରହିଛି । ଏହି ସମୟରେ ଜମି କେଳେଙ୍କାରୀ ଟ୍ରଷ୍ଟର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଯାଇଛି । ଏହାର ସିବିଆଇ ଓ ଇଡି ତଦନ୍ତ ଦାବି କରିଛନ୍ତି ଆପ୍ ନେତା ସଞ୍ଜୟ ସିଂହ । ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ମଧ୍ୟ ଟ୍ରଷ୍ଟ ଉପରେ ଆରୋପ ଲଗାଇଛନ୍ତି ।