Statement - The Sakala

ଶେଷରେ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସଫେଇ ଦେଲେ କି 'ମୋ ମନ୍ତବ୍ୟର ଭୁଲ୍‌ ଅର୍ଥ ବାହାର କରାଯାଇଛି'
ଭୁବନେଶ୍ୱର: ଶେଷରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବାଧ୍ୟ ହୋଇ କ୍ଷମା ମାଗିଛନ୍ତି । ଓଡ଼ିଶାର କୋଣ ଅନୁକୋଣରୁ ବିରୋଧ ଏବଂ ଦିଲ୍ଲୀ ଦରବାରରେ ଏହାର କମ୍ପନ ପରେ, ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଭୁଲ୍ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି ଦୁବେ । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି, ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ । ତାଙ୍କ ମନ୍ତବ୍ୟ ଯଦି କାହାର ଭାବନାକୁ ଆଘାତ ଦେଇଥିବ ତେବେ ସେ ନିସର୍ତ୍ତ କ୍ଷମା ଚାହୁଁଛନ୍ତି ବୋଲି 'ଏକ୍ସ'ରେ ପୋଷ୍ଟ କରିଛନ୍ତି ।

https://twitter.com/nishikant_dubey/status/2039211751254946297

ସୋସିଆଲ ମିଡିଆ ଏକ୍ସ'ରେ ନିଶିକାନ୍ତ ଦୁବେ ଲେଖିଛନ୍ତି କି, ମୋର ମତକୁ କଦର୍ଥ କରାଯାଇଥିଲା। ବିଜୁ ବାବୁ ସବୁବେଳେ ସମ୍ମାନସ୍ପଦ ଷ୍ଟେଟସ୍ ମ୍ୟାନ ଅଟନ୍ତି ଓ ଷ୍ଟେଟସମ୍ୟାନ ହୋଇ ରହିବେ। ମୋ ମତ ଯଦି କାହାର ଭାବନାକୁ ଆଘାତ ଦେଇଛି, ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି ନିଶିକାନ୍ତ ଦୁବେ। ୧୯୬୨ ମସିହାରେ ଚୀନ ଯୁଦ୍ଧ ବେଳେ ବିଜୁ ବାବୁ ସିଆଇଏ ଏଜେଣ୍ଟ ସାଜିଥିଲେ ବୋଲି ଅରୁଚିକର ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଓଡ଼ିଶା ସମେତ ଦେଶରେ, ଏପରିକି ପାର୍ଲାମେଣ୍ଟରେ କଥା ଉଠିଥିଲା। ଶେଷରେ ବାଧ୍ୟ ହୋଇ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।