Odisha Govt - The Sakala
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଛି । ଯାହାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ରଥଯାତ୍ରାରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।
ଶ୍ରୀ ଦାସବର୍ମା କହିଥିଲେ ଯେ, ରଥଯାତ୍ରାରେ ବାରମ୍ବାର ଅବ୍ୟବସ୍ଥା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି । ଗତ ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ୩୫୦ରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ । ପୁଣି ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ୧୩୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଏତେ ପରେ ବି ରାଜ୍ୟ ସରକାର ନିଜ ଭୁଲ୍କୁ ସ୍ୱୀକାର କରୁନାହାଁନ୍ତି । ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୱାସରୁଦ୍ଧ ହୋଇ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ନେଇ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରୁଛନ୍ତି । ରଥଯାତ୍ରା ସମୟରେ ଦଳାଚକଟାରେ ମୃତୁ୍ୟକୁ ରାଜ୍ୟ ସରକାର ସ୍ୱୀକାର କରୁନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁଖା ଖୋଲିଦେଇଛି । ରଥଯାତ୍ରା ପରିଚାଳନା ନେଇ ଅତୀତର ତ୍ରୁଟିରୁ ରାଜ୍ୟ ସରକାର କିଛି ଶିକ୍ଷା ଗ୍ରହଣ କରିଲେ ନାହିଁ । ସରକାରଙ୍କ ଅବହେଳାରୁ ବାହୁଡା ଯାତ୍ରାରେ ପୁଣି ଦଳାଚକଟା ଘଟି ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଗଲା । ବଡ଼ଦାଣ୍ଡର ପରିମଳ ବ୍ୟବସ୍ଥା ଠିକ୍ ନଥିଲା । ବଗଲା ଧର୍ମଶାଳା ସମ୍ମୁଖରେ ଅଇଁଠା ଖଲି ପଡିଥିଲା । ମା’ ସୁଭଦ୍ରାଙ୍କ ରଥ ଆସିବା ବେଳେ ଖଲି ମାଡ଼ି ଲୋକେ ତଳେ ପଡିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା । ତ୍ରୁଟି ଶୂନ୍ୟ ରଥଯାତ୍ରା ପରିଚାଳନା କରିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରଥଯାତ୍ରା ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସକଙ୍କ ସମର୍ପଣ ଭାବ ନଥିବାରୁ ରଥଯାତ୍ରାରେ ବାରମ୍ୱାର ଅଘଟଣ ଘଟୁଛି । ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ବିଭ୍ରାଟ ଦେଖାଦେଇଛି, ଯାହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ମର୍ମାହତ କରିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପୁର୍ବରୁ ମୃତୁ୍ୟର କାରଣ ନେଇ ରାଜ୍ୟ ସରକାର କିପରି ବିବୃତ୍ତି ପ୍ରଦାନ କରୁଛନ୍ତି ? ଉକ୍ତ ଅଘଟଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ରଥଯାତ୍ରା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ମୃତୁ୍ୟକୁ ନେଇ ମିଛ କହିଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଶ୍ରୀ ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ଅସମର୍ଥ । ରଥଯାତ୍ରାରେ ମହାପ୍ରଭୁଙ୍କ ନିକଟରେ ସେବାୟତ ରହିବା ନେଇ ପୂର୍ବ ନିଷ୍ପତ୍ତି ଠାରୁ ଅଧିକ ସେବାୟତ ରହିଲେ । ରଥଯାତ୍ରା ଆରମ୍ଭରୁ ଅଘଟଣ ଘଟିଲା । ମହାପ୍ରଭୁଙ୍କ ପହଣ୍ଡି ବିଜେ ବେଳେ ଟାହିଆ ନଥିଲା । ଏହାପରେ ଦଳାଚକଟା ଘଟି ଶ୍ରଦ୍ଧାଳୁଙ୍କ ପ୍ରାଣ ହାନୀ ଘଟିଲା । ବାହୁଡା ଯାତ୍ରାରେ ମଧ୍ୟ ଦଳାଚକଟା ଘଟି ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା । ବିଜେପି ସରକାରର ଦାୟିତ୍ୱହୀନତା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି । ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ପାଇଁ ରଥଯାତ୍ରାକୁ ଆସି ଶବ ହୋଇ ଘରକୁ ଫେରୁଛନ୍ତି ଶ୍ରଦ୍ଧାଳୁ । ସୁନାବେଶ ଥିବାବେଳେ ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଅସମ୍ଭାଳ ଭିଡ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସରକାରଙ୍କ ତ୍ରୁଟି ପାଇଁ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ଅତିଷ୍ଠ ହୋଇପଡ଼ିଲେଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ରଥଯାତ୍ରା ଅତି ସୁରୁଖୁରୁରେ ସମ୍ପନ୍ନ ହେଉଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟକୁ ଅସ୍ୱୀକାର କରି ମିଛ କହୁଛନ୍ତି । ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ ଏବଂ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଶ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ବିଶ୍ୱନିୟନ୍ତା ମହାପ୍ରକୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାରମ୍ୱାର ଅଘଟଣ ଘଟୁଛି । ଡବଲ ଇଞ୍ଜିନ ସରକାରର ତ୍ରୁଟି ପୂର୍ଣ୍ଣ ପରିଚାଳନ ପାଇଁ ଶ୍ରଦ୍ଧାଳୁ ମାନେ ମୃତୁ୍ୟମୁଖରେ ପଡୁଛନ୍ତି । ଗତ ୨୦୨୪ ମସିହା ରଥଯାତ୍ରାରେ ପହଣ୍ଡି ସମୟରେ ଚାରମାଳରୁ ବଡ଼ଠାକୁର ପ୍ରଭୁ ବଳଭଦ୍ର ପଡି ଯାଇଥିଲେ । ରାଜ୍ୟ ସରକାର ଏହାର ତଦନ୍ତ କରିଥିଲେ ମଧ୍ୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଲେ ନାହିଁ । ପୂର୍ବତନ ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ଚାପୁଡ଼ା ମାରିଲେ; ତାହାର ମଧ୍ୟ ତଦନ୍ତ ହେଲା, କିନ୍ତୁ ରିପୋର୍ଟ ସାର୍ବଜନୀନ ହେଲା ନାହିଁ । ସେହିପରି ୨୦୨୫ ମସିହା ରଥଯାତ୍ରା ସମୟରେ ଶରଧାବାଲିରେ ଦଳାଚକଟା ଘଟି ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହେଲା, ତାହାର ରିପୋର୍ଟ ମଧ୍ୟ ସାର୍ବଜନୀନ କରିଲେ ନାହିଁ ସରକାର । ଚଳିତ ବର୍ଷ ରଥଯାତ୍ରାରେ ୩ ଜଣ ଓ ବାହୁଡା ଯାତ୍ରାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଛି । କିନ୍ତୁ ରାଜ୍ୟ ସରକାର ନିଜ ଉତ୍ତର ଦାୟିତ୍ୱରୁ ଓହରି ଯାଉଛନ୍ତି । ବିଧାନସଭାରେ ପ୍ରଶ୍ନ କରିଲେ ସୁଦ୍ଧା ତଦନ୍ତ ଜାରି ରହିଛି ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଉତ୍ତର ଦେଉଛନ୍ତି । ବିଜେପି ସରକାରର ଶାସନକୁ ଦୁଇ ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ ହେଉନାହିଁ । ମହାପ୍ରଭୁଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାରେ ହୋଇଥିବା ବଡ଼ଧରଣର ଅବହେଳାକୁ ଓଡ଼ିଶାବାସୀ କେବେବି କ୍ଷମା କରିବେ ନାହିଁ । ତେଣୁ ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରାଯାଉ ।
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ଓଡିଶା ସରକାରଙ୍କ ପକ୍ଷରୁ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍। ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ। ଏ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ଘୋଷଣା କରାଯାଇଛି।
ଗତ ୨୪ ଜୁନ୍ ୨୦୨୬ ତାରିଖରେ ଏକ ସରକାରୀ ଚିଠି ମାଧ୍ୟମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନଙ୍କୁ ସମୟାନୁସାରେ ବ୍ୟାଗ୍ ବଣ୍ଟନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC) ପକ୍ଷରୁ ଏହି ବ୍ୟାଗଗୁଡ଼ିକୁ ବ୍ଲକ୍ ପଏଣ୍ଟରେ ପହଞ୍ଚାଯିବ ଏବଂ ସେଠାରୁ ବିଦ୍ୟାଳୟଗୁଡ଼ିକୁ ପଠାଯିବ।
ଛାତ୍ରଛାତ୍ରୀଙ୍କ ବୟସ ବର୍ଗକୁ ଦୃଷ୍ଟିରେ ରଖି ଦୁଇଟି ପ୍ରକାରର ସ୍କୁଲ ବ୍ୟାଗ୍ ବଣ୍ଟନ କରାଯିବ। ଶିଶୁ ବାଟିକାରୁ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇଜ୍-୧ ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ସାଇଜ୍-୨ ବ୍ୟାଗ୍ ରହିବ। ଅନୁମୋଦିତ ତାଲିକା ଅନୁଯାୟୀ ସାମଗ୍ରୀଗୁଡ଼ିକୁ ଯାଞ୍ଚ କରିବାକୁ ଏବଂ କୌଣସି ତ୍ରୁଟି ଥିଲେ ତୁରନ୍ତ ରିପୋର୍ଟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପଦକ୍ଷେପ ବିଦ୍ୟାଳୟ ଓ ଗଣଶିକ୍ଷା (S&ME) ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଛୋଟ ପିଲାମାନଙ୍କୁ ସହାୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ଓସେପା (OSEPA) ପକ୍ଷରୁ କୁହାଯାଇଛି ଯେ ଏହା ଶିକ୍ଷାଗତ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ କୋମଳମତି ବିଦ୍ୟାର୍ଥୀଙ୍କ ସୁବିଧା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସଠିକ୍ କାଗଜପତ୍ର ପରିଚାଳନା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’
ଭୁବନେଶ୍ୱର: ବୁଧବାର କେନ୍ଦ୍ର ବିଜେପି ସରକାର ନିଜର ଦ୍ୱାଦଶ ତଥା ତୃତୀୟ ପାଳିର ଦ୍ୱିତୀୟ ବାର୍ଷିକୀ ପାଳନ କରିଛନ୍ତି। ସେହିପରି ୧୨ ତାରିଖରେ ରାଜ୍ୟ ସରକାର ନିଜର ଦ୍ୱିତୀୟ ବାର୍ଷିକୀ ପାଳନ କରିବେ। ମାତ୍ର ଏହି ସମୟରେ ରାଜ୍ୟ ସରକାର ୫୦ରୁ ଊର୍ଦ୍ଧ୍ବ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଛନ୍ତି ବୋଲି ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ସେ କହିଛନ୍ତି ଯେ ୩ ମାସ ହେଲା ପ୍ରାପ୍ୟ ନ ପାଇ ସାରା ରାଜ୍ୟରେ ଓଡ଼ିଶାର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ଆନ୍ଦୋଳନରେ ବସିଛନ୍ତି। ସବୁ ହିତାଧିକାରୀଙ୍କୁ ମାସିକ ୩, ୦୦୦ ଟଙ୍କା ସହାୟତା ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା, ମାତ୍ର କ୍ଷମତାକୁ ଆସିବା ପରେ କେବଳ ୮୦ବର୍ଷରୁ ଊର୍ଦ୍ଧ୍ବ ଓ ୮୦% ଭିନ୍ନକ୍ଷମଙ୍କ ବ୍ୟତୀତ ଆଉ କାହାକୁ ବର୍ଦ୍ଧିତ ଭତ୍ତା ମିଳିଲା ନାହିଁ। ଚାଷୀଙ୍କୁ ଇନପୁଟ ସବସିଡି ବାଦରେ ୮୦୦ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ଏମଏସପି ବାବଦରେ ବୃଦ୍ଧି କରିଥିବା ୬୯ ଟଙ୍କାକୁ ସରକାର ନିଜେ ହଡପ କଲେ। ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ୫୦ ହଜାର ଟଙ୍କାର କୁପନ ପ୍ରଦାନ କରିବେ ବୋଲି କହିଲେ, ମାତ୍ର ବର୍ଷକୁ ୧୦ ହଜାର ଟଙ୍କା ଦେଲେ।
ଗତ ସରକାର ସମୟରେ ଭକ୍ତଙ୍କ ପାଇଁ ହୋଇଥିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ହଟାଇଦେଲେ। ଆଇନ ମନ୍ତ୍ରୀ ଧାଡ଼ି ଦର୍ଶନ କଥା ଘୋଷଣା କଲେ, ମାତ୍ର ତାହା ୨ ବର୍ଷ ହେଲା କାର୍ଯ୍ୟକାରୀ ହେଲା ନାହିଁ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସରକାର ଆଉ ଏକ ୟୁ-ଟର୍ଣ୍ଣ ନେଲେ। ଛାତ୍ର ସଂସଦ ନିର୍ବାଚନ, ବିଧାୟକ ଓ ମନ୍ତ୍ରୀ ଦରମା ପେନସନ ବୃଦ୍ଧି, ବିଜୁ ପଟ୍ଟନାୟକ ଖେଳ ପୁରସ୍କାର, ପ୍ରଦୂଷଣ ସାର୍ଟିଫିକେଟ ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ୟୁ-ଟର୍ଣ୍ଣ ସମସ୍ତେ ଦେଖି ସାରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୬ ତାରିଖ ଦିନ ସବୁ ଜିଲ୍ଲାପାଳମାନଙ୍କୁ ଆସନ ସଂରକ୍ଷଣ ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ବଦଳାଇଦେଲେ। ନିର୍ବାଚନ ପୂର୍ବରୁ ସବୁ ସଭା ସମିତିରେ ତାଙ୍କ ନେତା ବୁଲି ବୁଲି ମଦ ବନ୍ଦ କରିବାକୁ କହିଥିଲେ; ମାତ୍ର ସରକାର ଗଢ଼ିବା ପରେ ମିଲେଟ ଓ ମହୁଲରୁ ସୁବାସିତ ଉତ୍ତମ ମାନର ମଦ ପ୍ରସ୍ତୁତ କରି ବିକ୍ରିକରିବାକୁ ମନ୍ତ୍ରୀ ଘୋଷଣା କଲେ। ମାର୍ଚ୍ଚ ୧୧ ତାରିଖରେ ରାଜ୍ୟରେ ଗୁଟକା ଓ ନିକୋଟିନର ବିକ୍ରି, ଉତ୍ପାଦନ ଓ ବଣ୍ଟନ ଉପରେ ସରକାର ନିଷେଧନାମା ଜାରିକଲେ; ମାତ୍ର କେଇଦିନ ମଧ୍ୟରେ ଏହି ନିଷେଧାଦେଶ କୋହଳ ହୋଇଗଲା। ସରକାର ବାରମବାର ୟୁଟର୍ଣ୍ଣ ନେଉଛନ୍ତି, ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରୁ ନାହାନ୍ତି, ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମାନୁନାହାନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ଆସନ୍ତା ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତି । ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ  ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁନ ୧ତାରିଖରେ ଓଡ଼ିଶା ସରକାରଙ୍କ ପବ୍ଲିକ୍ ଏଣ୍ଟ୍ରରପ୍ରାଇସ୍ ତଥା ସାର୍ବଜାନୀନ ଉଦ୍ୟୋଗ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ଚିଠି ପ୍ରକାଶ ପାଇଛି । ଆସନ୍ତା ଜୁନ ୩୦ସୁଦ୍ଧା ନିଯୁକ୍ତି ଶେଷ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ପାଖାପାଖି ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ ରଖିଛି ବିଭାଗ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ କଣ ଅଗ୍ରଗତି ହୋଇଛି ଜାଣିବା ପାଇଁ ମେ ୮ ତାରିଖରେ ଚିଠି କରିଥିଲା । ଆଉ ଏହାରି ଭିତରେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..
କେନ୍ଦ୍ରାପଡ଼ା: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେଲା ଦରମା ମିଳୁ ନଥିବାରୁ ଭୋକ ଉପବାସରେ କଟୁଛି ଜୀବନ । ଘରକୁ ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ । ଥାଇଲ୍ୟାଣ୍ଡରେ କାମ କରିବାକୁ ଯାଇଥିବା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ୪ ଜଣ ଶ୍ରମିକ ସେଠାରେ ଫସି ରହିଥିବା ଅଭିଯୋଗ ହୋଇଛି। ଥାଇଲ୍ୟାଣ୍ଡର କାବିନ ବୁରୀ ଅଞ୍ଚଳରେ ଏହି ଶ୍ରମିକମାନଙ୍କୁ ବନ୍ଧକ ରଖାଯିବା ସହ ଶୋଷଣ କରାଯାଉଥିବା ନେଇ ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି।
ଥାଇଲ୍ୟାଣ୍ଡରେ ଫସି ରହିଥିବା ଶ୍ରମିକମାନେ ହେଲେ କେନ୍ଦ୍ରାପଡ଼ାର କ୍ଷୀରୋଦ ଦାସ, ମନୋଜ ମଲ୍ଲିକ, କୈଳାସ ସେଠୀ, ଏବଂ ନିତ୍ୟାନନ୍ଦ ମଲ୍ଲିକ। ସେମାନଙ୍କ ସହିତ ଉତ୍ତରପ୍ରଦେଶ ଗୋରଖପୁରର ରାଜ କୁମାର ପାଶୀ ମଧ୍ୟ ଅଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ପ୍ଲାଇଉଡ୍ କାରଖାନାର ମାଲିକ ସେମାନଙ୍କର ପାସପୋର୍ଟ ଛଡ଼ାଇ ନେଇଛନ୍ତି ଏବଂ ଗତ ୪ ମାସ ଧରି ଦରମା ଦେଇନାହାନ୍ତି। ବିନା ଦରମା, ପାସପୋର୍ଟ ଏବଂ ଖାଦ୍ୟରେ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।
ଶ୍ରମିକମାନେ ଭିଡିଓରେ ପ୍ରକାଶ କରିଛନ୍ତି ଯେ ଦରମା ମାଗିଲେ କିମ୍ବା କାରଖାନା ଛାଡ଼ିବାକୁ ଚେଷ୍ଟା କଲେ ସେମାନଙ୍କୁ ମାଡ଼ ମରାଯିବା ସହ ପୋଲିସ ଦ୍ୱାରା ଗିରଫ କରାଇବାର ଧମକ ଦିଆଯାଉଛି। ଜଣେ ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପାସପୋର୍ଟ ଫେରାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କଠାରୁ ₹୩ ଲକ୍ଷ ଦାବି କରୁଛନ୍ତି। ଆହୁରି ହୃଦୟବିଦାରକ କଥା ହେଉଛି, ଜଣେ ଶ୍ରମିକଙ୍କୁ ତାଙ୍କ ମାଆଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ମଧ୍ୟ ଭାରତ ଆସିବାକୁ ଅନୁମତି ଦିଆଯାଇନଥିଲା। ଏହା ବ୍ୟତୀତ କୈଳାସ ସେଠୀ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉନାହିଁ। ବର୍ଷକ ପୂର୍ବେ ଟୁରିଷ୍ଟ ଭିସାରେ ଏହି ଶ୍ରମିକମାନଙ୍କୁ ଥାଇଲ୍ୟାଣ୍ଡ ନିଆଯାଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ଭିସା ଅବଧି ମଧ୍ୟ ଶେଷ ହୋଇଯାଇଛି।
ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ, ପିଏସୟୁର ତଥ୍ୟ ମାଗିଲେ ସରକାର
ଭୁବନେଶ୍ୱର: ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି । ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ ଆରମ୍ଭ ହୋଇଛି କସରତ । ୪୪ଟି ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ । ୨୦୨୪ ଜୁନ୍‌ ୧୨ରୁ ୨୦୨୬ ଏପ୍ରିଲ ୩୦ ମଧ୍ୟରେ ନିଯୁକ୍ତି ତଥ୍ୟ ମାଗିଲା । କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, କେଉଁ ପଦବୀରେ ଦିଆଯିବ ତଥ୍ୟ ଲୋଡ଼ିଲେ । ସମ୍ପୂର୍ଣ୍ଣ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଇ-ମେଲ୍‌ ପାଇଁ କୁହାଯାଇଛି । PSUରେ ଖାଲି ପଡ଼ିଥିବା ପଦବୀ ଓ କର୍ମଚାରୀଙ୍କ ସଂଖ୍ୟା ତଥ୍ୟ ମାଗିଛି ବିଭାଗ ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨% ବୃଦ୍ଧି ଘୋଷଣା
ଭୁବନେଶ୍ୱର: ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କଲେ ରାଜ୍ୟ ସରକାର । ବର୍ଦ୍ଧିତ ନିୟମ ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହାସହିତ ପେନ୍‌ସନ ଭୋଗୀମାନଙ୍କ ଟି.ଆଇ.ରେ ମଧ୍ୟ ୨% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେମାନେ ମଧ୍ୟ ଅନୁରୂପ ଭାବେ ମେ’ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ସରକାରଙ୍କ ଏହି ଭତ୍ତା ବୃଦ୍ଧି ନିଷ୍ପତ୍ତି ଯୋଗୁ ରାଜ୍ୟର ପ୍ରାୟ ସାଢ଼େ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।
‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’
ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଏକ ପୁରସ୍କାରରୁ ବିଜୁଙ୍କ ନାଁ ହଟାଇଛନ୍ତି। ପୂର୍ବରୁ ପ୍ରଚଳିତ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ’ ନାମ ପରିବର୍ତ୍ତନ କରାଯାଇ ଏହାକୁ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’ ଭାବେ ନାମିତ କରାଯାଇଛି।  ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ମେ' ୧ ଶ୍ରମିକ ଦିବସରେ ପୁରସ୍କୃତ ହେଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଉଥିଲା। ଅତୀତରେ ବିଜେଡି ସରକାର ସମୟରେ ଶ୍ରମିକ ସଂଗଠନ ନେତା ସୌରୀବନ୍ଧୁ କର, ରାଜେନ୍ଦ୍ର ପ୍ରସାଦ ସିଂ, ଈଶ୍ୱର ଜେନା, ଘନଶ୍ୟାମ ଜେନା, ବସନ୍ତ ଜେନା ଓ କୃଷ୍ଣ ପାତ୍ର ପ୍ରମୁଖ ଏହି ସମ୍ମାନ ପାଇଛନ୍ତି।  ଏବେ ରାଜ୍ୟ ସରକାର କେବଳ ଏହି ଯୋଜନାର ନାମ ଦବଳାଇ ନାହାନ୍ତି; ଏ ସଂକ୍ରାନ୍ତ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଏହି ଯୋଜନା ପାଇଁ ଆବେଦନ ଅବଧି ବି ହ୍ରାସ ହୋଇଛି।
ପୂର୍ବରୁ ଶ୍ରମିକ ବନ୍ଧୁ ପୁରସ୍କାର ଦେବା ପାଇଁ ଚୟନ କରିବାକୁ ମାସେ ସମୟ ଦିଆଯାଉଥିଲା। ଏବେ ସରକାର ଏଥିପାଇଁ ମାତ୍ର ୪ ଦିନ ସମୟ ଦେଉଛନ୍ତି। କୌଣସି ଶ୍ରମିକ ସଂଗଠନ ଶ୍ରମିକ ନେତା ଓ ଶ୍ରମିକଙ୍କ ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ଚୟନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ। ୨୩ ତାରିଖରେ ଏହି ପୁରସ୍କାର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୫ ଓ ୨୬ ତାରିଖ ସରକାରୀ ଛୁଟି ଦିବସ ରହିଲା। ୨୭ ତାରିଖ ଦିନ ୧୨ଟା ସୁଦ୍ଧା ନାମ ସୁପାରିସ କରିବାକୁ ଶେଷ ସମୟ ଧାର୍ଯ୍ୟ ହୋଇଛି।
ସରକାରଙ୍କ ଏପରି ପଦକ୍ଷେପକ କଟୁ ସମାଲୋଚନା କରିଛନ୍ତି  ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ । ଏତେ କମ୍ ସମୟ ଭିତରେ କିପରି ଗୋଟିଏ ଶ୍ରମିକ ସଂଗଠନ ନାମ ଚୟନ କରି ସୁପାରିସ କରିବ ତାହା ସମ୍ଭବ ନୁହେଁ ବୋଲି ସୁବାସ ସିଂହ କହିଛନ୍ତି। ସରକାରୀ ପ୍ରକ୍ରିୟା ଯାହା ରହିଛି ଶ୍ରମିକ ସଂଗଠନଗୁଡ଼ିକ ପଠାଇଥିବା ନାମ ଉପରେ ଶ୍ରମିକ କଲ୍ୟାଣ ବୋର୍ଡର୍ରେ ନିଷ୍ପତ୍ତି ନିଆଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। କିନ୍ତୁ ଆଗରୁ ପ୍ରଚଳିତ ନିୟମକୁ ସରକାର ପରିବର୍ତ୍ତନ କରିବା ଗ୍ରହଣୀୟ ହେଉନି ବୋଲି ସୁବାସ ସିଂହ ଅଭିଯୋଗ କରିଛନ୍ତି।
ପୂର୍ବରୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ କରିଥିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରବଳ ପ୍ରତ୍ରିକ୍ରିୟା ପ୍ରକାଶ ପାଇବା ସହ ଚାରି ଆଡ଼ୁ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ସରକାର ତତ୍‌କ୍ଷଣାତ୍‌ ଏହି ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ସହ ପୁନର୍ବାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ଜାରି ରଖିଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ରାଜ୍ୟ ସରକାର ଅନେକ ଯୋଜନାରୁ ବିଜୁ ନାମ ହଟାଉଥିବା ବେଳେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ପାଳନକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।
ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ
ଭୁବନେଶ୍ୱର: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI  ଓଡ଼ିଶା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବେ ଗଭନିଙ୍ଗ କାଉନସିଲର ଅଧ୍ୟକ୍ଷ । SITI ହେଉଛି ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ । SITI ଓଡିଶା ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ । ଏକ ରଣନୈତିକ ପରାମର୍ଶଦାତା ସଂସ୍ଥା ହେବ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ଗଭର୍ଣ୍ଣିଂ କାଉନସିଲର ନେତୃତ୍ୱ ନେବେ ।
ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ କିମ୍ବା SITI Odisha ପ୍ରତିଷ୍ଠା କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ଏକ ପରିଚାଳନା ପରିଷଦ ରହିବ। ଏହା ସହିତ, ଜଣେ ଉପାଧ୍ୟକ୍ଷ, ଚାରି ପୂର୍ଣ୍ଣକାଳୀନ ସଦସ୍ୟ, ନଅ ଜଣ ପଦାଧିକାରୀ ଏବଂ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ
ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ପଡିବ । ରାଜ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ରରେ ବିଶେଷଜ୍ଞତା ଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟମନ୍ତ୍ରୀ ପଦବୀରେ ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ନିଯୁକ୍ତ କରିବେ। ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ ।
ମୁଖ୍ୟମନ୍ତ୍ରୀ IAS କ୍ୟାଡରରେ ପ୍ରମୁଖ ସଚିବ କିମ୍ବା କମିଶନର-କମ୍-ସଚିବ ପଦବୀରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ଙ୍କୁ ମଧ୍ୟ ନିଯୁକ୍ତ କରିବେ । SITI ଓଡ଼ିଶା ଅଧୀନରେ ରାଜ୍ୟ ମନିଟରିଂ ଏବଂ ମୂଲ୍ୟାୟନ କାର୍ଯ୍ୟାଳୟ (SMEO) ନାମରେ ଏକ ସଂଲଗ୍ନ କାର୍ଯ୍ୟାଳୟ ମଧ୍ୟ ରହିବ ।
ଏହା ପ୍ରମାଣ-ଚାଳିତ ଶାସନ ପାଇଁ ରାଜ୍ୟର ନୋଡାଲ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବ। SITI ଓଡ଼ିଶା ରାଜ୍ୟ ସରକାରଙ୍କୁ ଅର୍ଥନୀତି ଏବଂ ଅର୍ଥ, ଗ୍ରାମୀଣ ଅର୍ଥନୀତି ଏବଂ ଜୀବିକା, ନିଯୁକ୍ତି ଏବଂ ନଗର ବିକାଶ, ଚିନ୍ତାଧାରା ଏବଂ ନବସୃଜନ, ଶକ୍ତି ପରିବର୍ତ୍ତନ, ପରିବେଶ ଏବଂ ଜଙ୍ଗଲ ଏବଂ ଖଣି ଏବଂ ପ୍ରାକୃତିକ ସମ୍ପଦ ଭଳି ଛଅଟି ବିଷୟବସ୍ତୁ ଉପରେ ମାର୍ଗଦର୍ଶନ କରିବ ।
ରାଜ୍ୟକୁ ଋଣବୋଝରେ ବୁଡାଇ, ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର: ବିଜେଡି
ଭୁବନେଶ୍ୱର: ରାଜ୍ୟ ବଜେଟକୁ ନେଇ ରାଜ୍ୟ ସରକାରଙ୍କ
ଉପରେ ବର୍ଷିଲା ବିଜେଡି । ଗତ ୩ ବଜେଟରେ ରାଜ୍ୟ ଉପରେ ୧.୩୮ ଲକ୍ଷ କୋଟି ଋଣବୋଝ ଲଦିଛନ୍ତି ରାଜ୍ୟ ସରକାର । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ବେଳେ, ଆଜି ବିଜୁ ଜନତା ଦଳ ଏହି ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ ବୋଲି ଅଭିହିତ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି, ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ । ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡିଶାକୁ ବୁଡାଉଛନ୍ତି । ନବୀନ ବାବୁ ରାଜ୍ୟର ଦାୟିତ୍ୱ ନେବା ପରେ ରାଜ୍ୟର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସୁଧାର କରି ଓଡିଶାକୁ ଏକ ଆର୍ଥିକ ଶୃଙ୍ଖଳା ରାଜ୍ୟରେ ପରିଣତ କରିଥିଲେ । ବର୍ତ୍ତମାନର ସରକାର କେବଳ ଋଣ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ଆଉଥରେ ବିପଦ ଆଡ଼କୁ ଠେଲି ଦେଉଛନ୍ତି । ମାତ୍ର ୩ଟି ବଜେଟରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।
କୃଷକମାନଙ୍କ ସମସ୍ୟାକୁ ସମାଧାନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ କି ଆନ୍ତରିକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରିମାଣକୁ କମାଇ ଦିଆଯାଇଛି । ବିଭିଜି ରାମଜୀ ଯୋଜନାରେ ୯୦:୧୦ ପରିବର୍ତ୍ତେ, ୬୦:୪୦ରେ ଖର୍ଚ୍ଚ ହେବ, ଯାହା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ବଢିବ । ଏହି ବଜେଟ ଏକ ପ୍ରଚାରଧର୍ମୀ ବଜେଟ । ଅନେକ ଯୋଜନା ଘୋଷଣା କରିଛନ୍ତି, କିନ୍ତୁ ଅର୍ଥ ପ୍ରଦାନ କରାଯାଇନାହିଁ । ମୁଙ୍ଗେରିଲାଲଙ୍କ ହସିନ ସ୍ୱପ୍ନ ଭଳି ସରକାର ରାଜ୍ୟର ବିକାଶ ପାଇଁ ରାଜ୍ୟବାସୀଙ୍କୁ କେବଳ ସ୍ୱପ୍ନ ଦେଖାଉଛନ୍ତି ।
ସେହିପରି ନିରଞ୍ଜନ ପୂଜାରୀ କହିଛନ୍ତି କି, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡିଶାବାସୀଙ୍କୁ ନିରାଶ କରିଛି, କାରଣ କେନ୍ଦ୍ରୀୟ ଅନୁଦାନ ବଢ଼ୁନାହିଁ, ବରଂ କମୁଛି । ପୂର୍ବ ବଜେଟର ମାତ୍ର ୪୭% ଖର୍ଚ୍ଚ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନ କମିବାରେ ଲାଗୁଛି । ରାଜ୍ୟର କୃଷକ ସମାଜ ହତାଶରେ ଅଛନ୍ତି । ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ ।
ଗୌତମବୁଦ୍ଧ ଦାସ କହିଛନ୍ତି, ବଜେଟଟି ହେଉଛି ଅନ୍ତସାର ଶୂନ୍ୟ ବଜେଟ । ଗୋଟିଏ ଦାୟିତ୍ୱହୀନ ସରକାରଙ୍କର ଦୃଷ୍ଟିହୀନ ବଜେଟ । ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନବୀନ ବାବୁ ଓଡିଶାକୁ ଏକ ନମ୍ୱରରେ ପହଞ୍ଚାଇଥିଲେ । କିନ୍ତୁ ଋଣବୋଝ ବଢ଼ାଇବାରେ ଲାଗିଛନ୍ତି ରାଜ୍ୟ ସରକାର । ସମୁଦାୟ ଋଣ ପରିମାଣରୁ ପ୍ରାୟ ୪୦% ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ୍ ଜୋନ୍କୁ ନେଇଯାଉଛି । ବିଡ଼ମ୍ୱନାର ବିଷୟ ଯେ, ସରକାର ବଜେଟରେ ବିଭିନ୍ନ ବିଭାଗ ପାଇଁ ପ୍ରାବଧାନ କରିଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି, କିନ୍ତୁ ଚଢ଼ା ସୁଧରେ ଋଣ ନେଉଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମୁଛି ଋଣ ବଢୁଛି । ଏହା ରାଜ୍ୟର ଅର୍ଥନୀତିକୁ ପଙ୍ଗୁ କରିଦେବ । ବିତ୍ତୀୟ ନିଅଣ୍ଟ ୧.୭%ରୁ ୩.୫%କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ, ବିଦ୍ୟାଳୟ ଓ ଗଣଶିକ୍ଷା ଇତ୍ୟାଦି ବିଭାଗରେ ରାଜ୍ୟ ସରକାର ଚଳିତ ବଜେଟରେ ଅର୍ଥ କମାଇ ଦେଇଛନ୍ତି । ଏପରିକି ସରକାର ନିଜେ ଘୋଷଣା କରିଥିବା ଫ୍ଲାଗ୍ସିପ ଯୋଜନା ଗୁଡିକ ଆରମ୍ଭ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କଥା ନିଆଯାଇପାରେ, ଯାହା ଇଞ୍ଚଟିଏ ମଧ୍ୟ ଏପର୍ଯ୍ୟନ୍ତ ଆଗେଇ ପାରିନାହିଁ ।
ରାଜ୍ୟ ବଜେଟ୍ ୨୦୨୬-୨୭ରେ ୪୭,୮୦୦ କୋଟି ଟଙ୍କା ଋଣ କରିବେ ସରକାର
ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗତକାଲି ଉପସ୍ଥାପନ କରିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ । ଏଥିରେ ଅନେକ ନୂଆ ଯୋଜନା ପ୍ରଣୟନ କରିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚଳନ ପାଇଁ ପ୍ରସ୍ତାବ ରଖିଛନ୍ତି । ମାତ୍ର ଏହି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପାଖରେ ଧନ ନାହିଁ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଖର୍ଚ୍ଚ ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ସରକାର ୧.୯୧ ଲକ୍ଷ କୋଟି ଟଙ୍କା ବରାଦ କରିଛନ୍ତି । ବିଡ଼ମ୍ବନା ହେଉଛି ଏତିକି ବ୍ୟୟ ପାଇଁ ସରକାରଙ୍କ ପାଖରେ ବି ଧନ ନାହିଁ । ନିଜସ୍ୱ ରାଜସ୍ୱ ଓ ଅଣରାଜସ୍ୱ ଆୟରୁ ମାତ୍ର ୧.୪୧ ଲକ୍ଷ କୋଟି ଆୟ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଦାନ ବାବଦରେ ସରକାର ୪୦୦୩୯ କୋଟି ଟଙ୍କା ଓ ଟିକସ ଅଂଶ ଭାବରେ ୬୭୪୬୦ କୋଟି ଟଙ୍କା ମିଳିିବ । ତେଣୁ ସବୁ ମିଶାଣ ଫେଡ଼ାଣ ପରେ ବଜେଟ ନିଅଣ୍ଟ ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ ଏବଂ ଏହି ଅର୍ଥକୁ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଆସନ୍ତା ଆର୍ଥିକ ବର୍ଷରେ ସରକାର ଖୋଲାବଜାର ଓ ଅନ୍ୟାନ୍ୟ ସୂତ୍ରରୁ ୪୭୮୦୦ କୋଟି ଟଙ୍କା ଋଣ କରିବେ ବୋଲି ବଜେଟ୍‌ ପୁସ୍ତିକାରେ ସୂଚନା ଦିଆଯାଇଛି । ସେହିପରି ପ୍ରୋଭିଡେ଼ଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସୂତ୍ରରୁ ୧୩୦୦୦ କୋଟି ଟଙ୍କା ସରକାର ଆହରଣ କରିବେ । ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଆଗାମୀ ବର୍ଷ ନିଜସ୍ୱ ସୂତ୍ରରୁ ୭୦ ହଜାର କୋଟି ଟଙ୍କା ରାଜସ୍ୱ ପାଇବେ । ସେହିପରି ଅଣରାଜସ୍ୱ ସୂତ୍ରରୁ ୭୧ ହଜାର କୋଟି ଟଙ୍କା, କେନ୍ଦ୍ରୀୟ ଟିକସ ଅଂଶ ଓ କେନ୍ଦ୍ରୀୟଅନୁଦାନ ବାବଦରେ୧ଲକ୍ଷ ୭ ହଜାର କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି । ଏହାବ୍ୟତୀତ ଅଗ୍ରୀମ ସୂତ୍ରରୁ ୭୦୦ କୋଟି ଟଙ୍କା ପାଇବେ ବୋଲି ହିସାବ ରଖିଛନ୍ତି ।
୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା । ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ଭାର ଥିଲା ୯୪ ହଜାର କୋଟି।  ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ବ୍ୟବସ୍ଥା କରିଥିଲେ। ଆଗାମୀ ଆର୍ଥିକ ବର୍ଷ ପାଇଁ ୪୮୭୦୦ କୋଟି ଟଙ୍କା ଋଣ କରିବାକୁ ବଜେଟରେ ସରକାର ଯୋଜନା କରିଛନ୍ତି ।  ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି।
ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ  ପ୍ରକାଶ କରିଛନ୍ତି  । ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ପୁଣି ୨୦୦୦ ମସିହା ପୂର୍ବକୁ ଫେରିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି । ହାତରେ ଧନ ନ ଥାଇ ପୁଅ ବାହାଘରକୁ ମନ କରିବା ପରି ଆବଶ୍ୟକ ଆୟ ସାଧନ ନ ଥିବା ସତ୍ତେ୍ୱ ସରକାର ମାଳମାଳ ଯୋଜନା କରି ଚାଲିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।
ଧାନ କିଣା ସମସ୍ୟାର ସମାଧାନ କରିବାରେ ସରକାର ବିଫଳ, ଇସ୍ତଫା ଦିଅନ୍ତୁ ଯୋଗାଣମନ୍ତ୍ରୀ: ବିଜେଡି
ଭୁବନେଶ୍ୱର: ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ । ସରକାର କାର୍ଯ୍ୟରେ ଶୂନ, ଭାଷଣରେ ହିରୋ । ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସମାଧାନ କରିପାରୁନାହାଁନ୍ତି ସରକାର । ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।
ପ୍ରତିଶ୍ରୁତି ଅନୁଯାୟୀ ସରକାର ସବୁ ଧାନ କିଣନ୍ତୁ । ଚାଷୀଙ୍କୁ ନୌଟଙ୍କି କହି ପରିହାସ କରିଥିବାରୁ ସରକାର କ୍ଷମା ପ୍ରାର୍ଥନା କରନ୍ତୁ । ଯେ ପର୍ଯ୍ୟନ୍ତ ସରକାର ଏସବୁ ଦାବି ପୂରଣ ନକରିଛନ୍ତି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ବିଧାୟକ ଧୃବ ସାହୁ ।
ସେପଟେ କଂଗ୍ରେସ କହିଛି, ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି । ବାଚସ୍ପତିଙ୍କୁ ଅନୁରୋଧ ସର୍ବଦଳୀୟ ବୈଠକ ଡାକି ଗୃହ ଚଲାନ୍ତୁ । ବିଧାନସଭାରେ କ’ଣ ଆଲୋଚନା ହେଉଛି ଏହାକୁ ରାଜ୍ୟବାସୀ ଓ ଚାଷୀମାନେ ଅପେକ୍ଷା କରି ରହିଛନ୍ତି । କଟନୀ ଛଟନୀ ବନ୍ଦ କରନ୍ତୁ । କଂଗ୍ରେସ ଚାହୁଁଚି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ ଚଳାନ୍ତୁ । ଶାସକ ଓ ମୁଖ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ରାଜ୍ୟର ସ୍ୱାର୍ଥ ସମ୍ବଳିତ ଆଲୋଚନା ପାଇଁ ବିଜେପି ପ୍ରସ୍ତୁତ ବୋଲି କହିଛି । ମୁଖ୍ୟମନ୍ତ୍ରୀ ଗତକାଲି ଗୃହରେ କହି ସାରିଛନ୍ତି । ବିରୋଧୀ ଦଳ ଉଦ୍ଦେଶ୍ଯ ଚାଷୀ ସମସ୍ୟାର ସମାଧାନ ନୁହେଁ । ଆଜି କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି ଚାଷୀ ପ୍ରସଙ୍ଗରେ । ତା’ ସତ୍ତ୍ୱେ ବି ପ୍ରଶ୍ନକାଳକୁ ବନ୍ଦ କଲେ ବିରୋଧୀ । ଓଡିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନକରନ୍ତୁ । ବିରୋଧୀ ପଳାୟନପନ୍ଥୀ । ଓଡ଼ିଶାବାସୀ ନୂଆପଡ଼ାରେ ଜବାବ ଦେଇଛନ୍ତି ଆଗକୁ ବି ଜବାବ ଦେବେ ।