Migrant Workers - The Sakala

ତାମିଲନାଡ଼ୁ ଗ୍ୟାସ୍‌ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଯୁବତୀ, ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
ଭୁବନେଶ୍ୱର: ତାମିଲନାଡୁରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ । ମୃତ ଯୁବତୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରବା ଗ୍ରାମର ଅଞ୍ଜନା ଜୁଆଙ୍ଗ । ଏହି ହୃଦୟ ବିଦାରକ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୩ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲା ଖମାର ଅଞ୍ଚଳର ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣା ପରେ ବେଆଇନ ନିଯୁକ୍ତି, ମାନବ ଚାଲାଣ ଏବଂ ନକଲି କାଗଜପତ୍ର ପ୍ରସ୍ତୁତ କରାଯିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ନାବାଳିକାମାନଙ୍କୁ କାରଖାନାରେ ନିଯୁକ୍ତି ଦେବା ପାଇଁ ଶ୍ରମ ଠିକାଦାରମାନେ ଆଧାର କାର୍ଡ ସମେତ ବିଭିନ୍ନ ପରିଚୟ ପତ୍ର ଜାଲ୍ କରିଥିବା ଅଭିଯୋଗ ହୋଇଛି। ତେଲକୋଇ ସହକାରୀ ଶ୍ରମ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ରଙ୍ଗାମାଟିଆ ଗ୍ରାମର ନାବାଳିକା ଯାମିନୀ ଜୁଆଙ୍ଗଙ୍କୁ ବାଲଣିପାଶି ଗ୍ରାମର ପ୍ରାପ୍ତବୟସ୍କ ମହିଳା ପାର୍ବତୀ ଜୁଆଙ୍ଗ ଭାବରେ ଦର୍ଶାଇ କାରଖାନାରେ ନିଯୁକ୍ତି ଦିଆଯାଇଥିଲା, ଯିଏକି ଗ୍ୟାସ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଅଧିକ ଦରମା ଓ ଭଲ ଚାକିରିର ପ୍ରଲୋଭନ ଦେଖାଇ ଅନେକ ନାବାଳିକାଙ୍କୁ ତାମିଲନାଡୁ ଚାଲାଣ କରାଯାଇଥିଲା।

ଏହି ବେଆଇନ କାର୍ଯ୍ୟ ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ରଙ୍ଗାମାଟିଆ ଗ୍ରାମର ଶ୍ରମ ଠିକାଦାର ଶ୍ରୀକାନ୍ତ ଜୁଆଙ୍ଗଙ୍କ ବିରୋଧରେ ତେଲକୋଇ ଥାନାରେ ଏତଲା ଦାୟର କରାଯାଇଛି। ବେଆଇନ ଶ୍ରମିକ ନିଯୁକ୍ତି ଓ ମାନବ ଚାଲାଣର ବିସ୍ତୃତ ତଦନ୍ତ ପାଇଁ ଖୁବ୍‌ଶୀଘ୍ର ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡୁ ଗସ୍ତ କରିବ ବୋଲି ଜଣାପଡ଼ିଛି। ଏହା ସହିତ ହରିଚନ୍ଦନପୁର ଏବଂ ନାୟକକୋଟ ଥାନାରେ ମଧ୍ୟ ସମାନ ଧରଣର ମାମଲା ରୁଜୁ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ତାମିଲନାଡୁ ସରକାରଙ୍କ ଦ୍ୱାରା ଗଠିତ ତିନି ଜଣିଆ ତଦନ୍ତକାରୀ ଦଳ ଏହି ଦୁର୍ଘଟଣା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଡିସେମ୍ବର ମାସରେ ହୋଇଥିବା ଯାଞ୍ଚ ବେଳେ ଏକାଧିକ ସୁରକ୍ଷା ଉଲ୍ଲଂଘନ ଧରାପଡିଥିଲେ ସୁଦ୍ଧା କର୍ତ୍ତୃପକ୍ଷ ଏହାକୁ ସୁଧାରି ନଥିଲେ। ପରିଚାଳନାଗତ ତ୍ରୁଟି କାରଣରୁ କାରଖାନାକୁ ତୁରନ୍ତ ବନ୍ଦ କରିବାକୁ ରିପୋର୍ଟରେ ସୁପାରିଶ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୧ତାରିଖ ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟପାଲୟମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକାଧିକ କର୍ମଚାରୀ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏଲପିଜି ସଙ୍କଟ: ରାଜସ୍ଥାନ, ମୁମ୍ବାଇ ଓ ଗୁଜରାଟରେ ବନ୍ଦ ହେଲାଣି ଫ୍ୟାକ୍ଟ୍ରି, ଘରମୁହାଁ ପ୍ରବାସୀ ଶ୍ରମିକ
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ଭାରତରେ ଏଲପିଜି (LPG) ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଦେଶର ବିଭିନ୍ନ ରାଜ୍ୟ ଉପରେ ପଡ଼ିଛି। ବିଶେଷ କରି ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ମୁମ୍ବାଇ ଭଳି ଶିଳ୍ପାଞ୍ଚଳରେ ପରିସ୍ଥିତି ଉଦବେଗଜନକ ରହିଛି। ଗୋଟିଏ ପଟେ କାରଖାନାଗୁଡ଼ିକ ବନ୍ଦ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସର ଅଭାବ ଯୋଗୁଁ ଖାଇବା ପିଇବାର ଘୋର ସଙ୍କଟ ଦେଖାଦେଇଛି। ଏହି ପରିସ୍ଥିତିରେ ବାଧ୍ୟ ହୋଇ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କଲେଣି।

ରାଜସ୍ଥାନରେ ବନ୍ଦ ହେଉଛି ଫ୍ୟାକ୍ଟ୍ରି

ଖାଡ଼ି ଦେଶଗୁଡ଼ିକରେ ଚାଲିଥିବା ଯୁଦ୍ଧର ବଡ଼ ପ୍ରଭାବ ରାଜସ୍ଥାନରେ ଦେଖିବାକୁ ମିଳିଛି। ରାଜ୍ୟରେ ଥିବା କପଡ଼ା, ସେରାମିକ୍‌ ଓ ମାର୍ବଲ କମ୍ପାନୀଗୁଡ଼ିକୁ ବାଣିଜ୍ୟିକ ଏଲପିଜି (Commercial LPG) ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଔଦ୍ୟୋଗିକ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି। ବର୍ତ୍ତମାନ ସୁଦ୍ଧା ହଜାର ହଜାର ସଂଖ୍ୟାରେ ଫ୍ୟାକ୍ଟ୍ରିରେ ତାଲା ପଡ଼ିଗଲାଣି। କାରଖାନା ବନ୍ଦ ହେବା କାରଣରୁ ବହୁ ସଂଖ୍ୟାରେ ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ଶ୍ରମିକମାନଙ୍କ ମନରେ କରୋନା ମହାମାରୀ ସମୟର ଭୟ ପୁଣିଥରେ ସୃଷ୍ଟି ହୋଇଛି। ଯେଉଁମାନେ ରହିଯାଇଛନ୍ତି, ସେମାନଙ୍କ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମିଳୁନଥିବାରୁ ଭୋକିଲା ରହିବାକୁ ପଡ଼ୁଛି।

ମୁମ୍ବାଇରେ କଳାବଜାରୀ, ୩୦୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ରୋଷେଇ ଘର ଉପରେ ମଧ୍ୟ ଏହି ସଙ୍କଟର ପ୍ରଭାବ ପଡ଼ିଛି। ଲୋକମାନେ ରାସନ ପାଇଁ ନୁହେଁ, ବରଂ ଗୋଟିଏ ଗ୍ୟାସ ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଙ୍କଟର ସୁଯୋଗ ନେଇ କଳାବଜାରୀମାନେ ସକ୍ରିୟ ହୋଇଉଠିଛନ୍ତି। ସାଧାରଣ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଗ୍ୟାସ ସିଲିଣ୍ଡର ପୂର୍ବରୁ ୯୦୦ରୁ ୧୦୦୦ ଟଙ୍କା ମଧ୍ୟରେ ମିଳୁଥିଲା, ଏବେ ତାହା ୨୫୦୦ରୁ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କା ଦେବା ପରେ ମଧ୍ୟ ସିଲିଣ୍ଡର ମିଳିବ କି ନାହିଁ, ତାର କୌଣସି ଗ୍ୟାରେଣ୍ଟି ନାହିଁ।

ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼

ଏହି ଗ୍ୟାସ ସଙ୍କଟ ଯୋଗୁଁ ମୁମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ୍ (LTT) ସମେତ ବିଭିନ୍ନ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହା କୌଣସି ଛୁଟିଦିନର ଭିଡ଼ ନୁହେଁ, ବରଂ ଏହାକୁ 'ମଜବୁରୀର ପଳାୟନ' ବୋଲି କୁହାଯାଉଛି। ନିଜର ଆସବାବପତ୍ର ଧରି ଷ୍ଟେସନରେ ଠିଆ ହୋଇଥିବା ଶ୍ରମିକମାନେ କହିଛନ୍ତି ଯେ ଘରେ ରୋଷେଇ କରିବା ପାଇଁ ସିଲିଣ୍ଡର ମିଳୁନାହିଁ। ବାହାରେ ଖାଇବା ଏତେ ମହଙ୍ଗା ହୋଇଗଲାଣି ଯେ, ଦିନକର ପୂରା ମଜୁରୀ କେବଳ ପେଟ ପୋଷିବାରେ ଚାଲିଯାଉଛି। ତେଣୁ ସହରରେ ଭୋକିଲା ମରିବା ଅପେକ୍ଷା ନିଜ ଗାଁକୁ ଫେରିଯିବା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମନେ କରୁଛନ୍ତି।