Civil Aviation - The Sakala

ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ସୁରକ୍ଷା ଓ ଇମିଗ୍ରେସନ୍ ତ୍ରୁଟି ସାମ୍ନାକୁ ଆସିଛି। ୩ ଜଣ ଇଟାଲୀୟ ଯାତ୍ରୀ ବିନା ଇମିଗ୍ରେସନ୍ କ୍ଲିୟରାନ୍ସରେ ଦିଲ୍ଲୀରୁ ମ୍ୟୁନିକ୍ (ଜର୍ମାନୀ) ଯାତ୍ରା କରିଥିବା ଜଣାପଡିଛି। ଏହି ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ (Air India) କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକିଛି।

କିପରି ଘଟିଲା ଏହି ତ୍ରୁଟି?

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୪ ତାରିଖରେ ତିନିଜଣ ଇଟାଲୀୟ ନାଗରିକ ଅମୃତସରରୁ ଏୟାର ଇଣ୍ଡିଆ ବିମାନ (AI-1115) ଯୋଗେ ରାତି ପ୍ରାୟ ୧୨.୫୦ ମିନିଟରେ ଦିଲ୍ଲୀରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଅର୍ଥାତ୍ ରାତି ୧.୪୫ ମିନିଟରେ ସେମାନେ ଦିଲ୍ଲୀରୁ ଲୁଫଥାନ୍ସା (Lufthansa) ବିମାନ (LH-763) ଯୋଗେ ମ୍ୟୁନିକ୍ ଅଭିମୁଖେ ଉଡ଼ାଣ ଭରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଆନ୍ତର୍ଜାତୀୟ ବିମାନରେ ଉଡ଼ାଣ ଭରିବା ପୂର୍ବରୁ ଭାରତରେ ହେବାକୁ ଥିବା ବାଧ୍ୟତାମୂଳକ ଇମିଗ୍ରେସନ୍ କିମ୍ବା ପାସପୋର୍ଟ-ଭିସା ଯାଞ୍ଚ ପ୍ରକ୍ରିୟା ଦେଇ ଏହି ଯାତ୍ରୀମାନଙ୍କୁ ଯିବାକୁ ପଡ଼ିନଥିଲା। ଏହି ଯାତ୍ରୀମାନଙ୍କୁ ଭୁଲବଶତଃ ଡୋମେଷ୍ଟିକ୍ (D) ବୋର୍ଡିଂ ପାସ୍ ପ୍ରଦାନ କରାଯାଇଥିଲା, ଯାହା ଫଳରେ ସେମାନେ ସିଧାସଳଖ ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଫର ଏରିଆ (I-to-I) ଦେଇ ବିନା ଯାଞ୍ଚରେ ଚାଲିଯାଇଥିଲେ।

ଏୟାର ଇଣ୍ଡିଆକୁ ନୋଟିସ୍

ଯାତ୍ରୀ ପରିଚାଳନାରେ ଏଭଳି ଚରମ ଅବହେଳା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ ଏବଂ ଏହାର ସିଇଓ କ୍ୟାମ୍ପବେଲ୍ ୱିଲସନ୍ଙ୍କୁ ସୋ-କଜ୍ (Show-cause) ନୋଟିସ୍ ଜାରି କରାଯାଇଛି। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ର ଉଲ୍ଲଂଘନ ନେଇ ଆସନ୍ତା ୭ ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଏହି ବଡ଼ ଧରଣର ସୁରକ୍ଷା ତ୍ରୁଟିକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏକ ଜରୁରୀ ବୈଠକ ଡାକିଛି। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ, ବ୍ୟୁରୋ ଅଫ୍ ଇମିଗ୍ରେସନ୍ କମିଶନର, ଏୟାର ଇଣ୍ଡିଆ ଗ୍ରୁପ୍ ମୁଖ୍ୟ ଏବଂ ଦିଲ୍ଲୀ ବିମାନବନ୍ଦର ସିଇଓ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ବିମାନବନ୍ଦରରେ ଯାତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯିବ।

ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ
ନୂଆଦିଲ୍ଲୀ: ଡିଜିସିଏର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସରକାର ବର୍ତ୍ତମାନର ମହାନିର୍ଦ୍ଦେଶକ ଫୈଜ ଅହମ୍ମଦ କିଦୱାଇଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବଙ୍କୁ ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ଯାଦବ ହେଉଛନ୍ତି ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌(IAS)। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିଥିଲେ। ୨୦୨୪ରେ ତାଙ୍କୁ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଥିଲା। ଏବେ ସେ ଡିଜିସିଏ ମୁଖ୍ୟ ହୋଇଛନ୍ତି।

ବୀର ବିକ୍ରମ ଯାଦବ ବର୍ତ୍ତମାନ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ନୁଆ ନିଯୁକ୍ତି ପରେ ସେ ଭାରତର ବିମାନ ନିୟାମକ ସଂସ୍ଥା ଡିଜିସିଏର ମୁଖ୍ୟ ହେବେ।   ଭାରତର ବିମାନ ଚଳାଚଳ କ୍ଷେତ୍ର ବର୍ତ୍ତମାନ ଦ୍ରୁତ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏବଂ ଏୟାର ଟ୍ରାଫିକ୍ ବୃଦ୍ଧି ପାଉଥିବା ସମୟରେ ଏହି ନିଯୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଅନ୍ୟପକ୍ଷରେ, ଡିଜିସିଏର ପୂର୍ବତନ ମୁଖ୍ୟ ଫୈଜ ଅହମ୍ମଦ କିଦୱାଇଙ୍କୁ ବ୍ୟକ୍ତିଗତ ଏବଂ ପ୍ରଶିକ୍ଷଣ ବିଭାଗ (DoPT)ର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ କିଦୱାଇ ଜାନୁଆରୀ ୨୦୨୫ରେ ଡିଜିସିଏର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ମାତ୍ର ବର୍ଷକରୁ ଅଧିକ ସମୟ ପାଇଁ ଏହି ପଦବୀରେ କାର୍ଯ୍ୟ କରିଥିଲେ।

କେନ୍ଦ୍ର ସରକାର ଡିଜିସିଏର ମୁଖ୍ୟ ଭାବେ ବୀର ବିକ୍ରମଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏହାର ଅତିରିକ୍ତ ସଚିବ ଭାବେ ପୁନୀତ୍ କଂସଲ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ହୋଇଛନ୍ତି ମୋନା କେ ଖଣ୍ଡାର।

ଜ୍ଞାନେନ୍ଦ୍ର ଡି ତ୍ରିପାଠୀଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା କୃଷି ଗବେଷଣା ଓ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସହିତ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଶାଲ୍ ଗଗନଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ସଚିବ ହୋଇଛନ୍ତି।