Konark Temple - The Sakala

ଆଜି ପବିତ୍ର ଶାମ୍ବ ଦଶମୀ; ସୂର୍ଯ୍ୟପୂଜା ସହ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ଏହି ଦିନରେ  ସୂର୍ଯ୍ୟ ପୂଜା କଲେ, ମହାପାତକ କ୍ଷୟ ହୁଏ ବୋଲି କୁହାଯାଏ। ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ଆଜିର ଦିନରେ ଭଗବାନ କୃଷ୍ଣଙ୍କ ପୁତ୍ର “ସାମ୍ବ” ଚନ୍ଦ୍ରଭଗା କୂଳରେ ସୂର୍ଯ୍ୟ ଭଗବାନଙ୍କ ଉପାସନା କରି ପିତୃ ଅଭିଶାପରୁ ମୁକ୍ତିଲାଭ କରିଥିବା ନେଇ ପୂରାଣରେ ବର୍ଣ୍ଣିତ ରହିଛି । ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଉଦୟ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।

ଶାମ୍ବ ଦଶମୀ ପାଇଁ ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ । ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ଓ ସୂର୍ଯ୍ୟ ଆଳତି ଲାଗି ଭିଡ଼ ଲାଗିଛି । ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାମ୍ବ ଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିଛି । ବିନା ଟିକେଟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟକୁ ବୁଲି ଦେଖୁଛନ୍ତି କୋଣାର୍କକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ।

ଖୁବଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, ସ୍ଥିତି ଅନୁଧ୍ୟାନ କଲା ଏଏସଆଇ
କୋଣାର୍କ: ଖୁବ୍‌ଶୀଘ୍ର ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କାଢ଼ିବା ନେଇ ଦୀର୍ଘଦିନ ବ୍ୟବଧାନ ପରେ ଏଏସଆଇ ବିଭାଗର ଆଞ୍ଚଳିକ ନିର୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଫ କଞ୍ଜରଭେସନ(ଡିଜି) ଏକେ.ବାସାଙ୍କ ସମେତ ଏକ ୧୦ ଜଣିଆ ଇଂଜିନିଅର ଟେକିନିକାଲ କୋର କମିଟି କୋଣାର୍କ ଗସ୍ତରେ ଆସି ପହଁଛି ସୂର୍ଯ୍ୟମନ୍ଦିରର ବାଲିକଢା କାର୍ଯ୍ୟର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ବିଶେଷ ଭାବେ ବାଲି କାଢ଼ିବା ପ୍ରସଙ୍ଗରେ ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି ବି ଗଡନାୟକଙ୍କ ସହିତ ସବିଶେଷ ଆଲୋଚନା କରିବା ସହିତ ଗର୍ଭ ଗୃହରୁ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତହୋଇ ରହିଥିବା ଟ୍ରେସ ମ୍ୟାପକୁ ଟିକିନିଖି ଦେଖିଥିଲେ। ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରି ଦେଖିଥିଲେ ।

ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ମାତ୍ର ପୁଣି ଏବେ ଗର୍ଭଗୃହ ମଧ୍ୟରେ ଥିବା ପ୍ରକୃତ ସ୍ଥିତିକୁ ଆକଳନ କରି ଜାଣିବା ପାଇଁ ତଳୁ ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତା ରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟରର ଟନେଲ ନିର୍ମାଣ କରାଯିବା ପାଇଁ ସର୍ବସମ୍ମତି ନିଷ୍ପତି ନିଆଯାଇ ଆଜି ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ କରାଯିବ । ଏହି ଟନେଲ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି ଓ ଭିତରର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ବାଲି ତୁରନ୍ତ  ପର୍ଯ୍ୟାୟ କ୍ରମେ କଢ଼ାଯିବ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ଏଏସ ଆଇ ବିଭାଗ ପକ୍ଷରୁ ସମସ୍ତ ମେକାନିକାଲ ପ୍ଲାଟଫର୍ମ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପ୍ରସ୍ତୁତ ହୋଇ ରହିଛି ବୋଲି ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି ବି ଗଡନାୟକ ପ୍ରକାଶ କରିଥିଲେ ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ପର୍ଯ୍ୟଟକ, କଟକଣା ଜାରି କଲା ଏଏସ୍‌ଆଇ
କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ବନ୍ଦ କଲା ଏଏସ୍‌ଆଇ । କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କ ଅସାବଧାନତାରୁ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛି ଏଏସ୍‌ଆଇ । ମନ୍ୟୁମେଣ୍ଟ ଆଇନ ଅନୁଯାୟୀ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇ କଟକଣା ଜାରି କରିଛି ଏଏସ୍‌ଆଇ । ବାରିକେଟ ଲଗାଇ ନାଟ୍ୟ ମଣ୍ଡପର ୪ ଦ୍ଵାର ସମ୍ମୁଖକୁ ବନ୍ଦ କରାଯାଇଛି ।

ଏହି କଟକଣା ପରେ ପର୍ଯ୍ୟଟକମାନେ ଏଣିକି ଆଉ ନାଟ୍ୟମଣ୍ଡପ ଚଢ଼ି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖି ପାରିବେ ନାହିଁ କିମ୍ବା କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ । ଏ ନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ସହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନାଟ୍ୟମଣ୍ଡପ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକମାନେ ତଳେ ରହି ନାଟ୍ୟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ତ ତିବି ଗଡ଼ନାୟକ ପ୍ରକାଶ କରିଛନ୍ତି ।

ଡିସେମ୍ବର ୧୩ରୁ ଆରମ୍ଭ ହେବ କୋଣାର୍କ ଇକୋ-ରିଟ୍ରିଟ୍‌
ପୁରୀ: ଡିସେମ୍ବର ୧୩ରୁ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ଠାରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବ। ସମସ୍ତ ବିଭାଗ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ତ୍ୱରାନ୍ୱିତ କରି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବୁଧବାର ସର୍କିଟ୍‌ ହାଉସ୍‌ଠାରେ ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି୤

ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ; ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଘୋଷଣା
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ । ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି। ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ ପ୍ରକାଶ କରିଛନ୍ତି ।

ସମଗ୍ର ବିଶ୍ବରେ ପାଳନ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ। ଆଜି ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସପ୍ତାହର ଆଜି ପ୍ରଥମ ଦିନରେ ଆଗ୍ରା ସ୍ଥିତ ତାଜମହଲ ସମେତ ଦେଶର ସମସ୍ତ ଐତିହ୍ୟ ସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ମାଗଣାରେ ଅର୍ଥାତ ବିନା ଟିକେଟରେ ବୁଲିବାକୁ ଅନୁମତି ଦିଆଯାଇଛି। ଏଏସ୍ଆଇ ଅଧିନରେ ଥିବା ଓଡ଼ିଶାର କୋଣାର୍କ ମନ୍ଦିର ସହ ରାଜାରାଣୀ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଟିକେଟ୍ କରିବାକୁ ପଡ଼ିବନାହିଁ। ଏ ନେଇ ଏଏସ୍ଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ଅବସରରେ ଭୁବନେଶ୍ୱର ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

କୋଣାର୍କରେ ହେବ ଜି-୨୦ ବୈଠକ
ଭୁବନେଶ୍ବର : କୋଣାର୍କରେ ହେବ ଜି-୨୦ ବୈଠକ । ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ନଭେମ୍ବର ୨୦୨୩ ବର୍ଷେ ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।

ଜି-୨୦ ବୈଠକର ୨୧୫ଟି ବୈଠକ ମଧ୍ୟରୁ ୫ଟି ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ। ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି, ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ। ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି , ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ ।୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ଦୁଇଟି ଓ ଅନ୍ୟ ଐତିହ୍ୟ ସ୍ଥଳମାନଙ୍କରେ ଗୋଟିଏ ଲେଖାଏଁ ବୈଠକ ହେବ। ଏହି ସବୁ ବୈଠକ ସମ୍ମିଳନୀ ପ୍ରକୋଷ୍ଠ କିମ୍ବା କୌଣସି ପ୍ରତିଷ୍ଠାନରେ ଆୟୋଜନ କରାଯିବା ସମ୍ଭାବନା ରହିଛି।

ଜି-୨୦ ପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରୁଛି । ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି କରୁଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିକୁ ସାମିଲ କରାଯିବ। ମୁଖ୍ୟ ବୈଠକ ଦିଲ୍ଲୀର ପ୍ରଗତି ମୈଦାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।

ବିଶ୍ୱପ୍ରସିଦ୍ଧ ସୂର୍ଯ୍ଯମନ୍ଦିର ହେବ ବାଲୁକା ମୁକ୍ତ, ଗର୍ଭଗୃହ ଭିତରୁ କଢାଯିବ ବାଲି
କୋଣାର୍କ: ବିଶ୍ୱପ୍ରସିଦ୍ଧ ସୂର୍ଯ୍ଯମନ୍ଦିର ହେବ ବାଲୁକା ମୁକ୍ତ। ସୂର୍ଯ୍ଯମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି। ଦୀର୍ଘ ବର୍ଷ ଧରି ଗବେଷଣା ଓ ଅନୁସନ୍ଧାନ ପରେ ସୂର୍ଯ୍ଯ ମନ୍ଦିରରୁ ବାଲି କାଢିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥିଲାଗି ପ୍ରଥମ ପ୍ରର୍ଯ୍ଯାୟରେ ମଧ୍ୟ କାମ ଆରମ୍ଭ ହୋଇଛି । ସେହିପରି ଏହି କାମକୁ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଶୟିକ ଜ୍ଞାନ କୌଶଳରେ ଏକ ଘରୋଇ କମ୍ପାନୀ ଦ୍ୱରା ବାଲି ଓ ପଥର କାଢ଼ିବା ପାଇଁ ଏକ ପ୍ଲଟ ଫର୍ମ ନିର୍ମାଣର ଏଏସଆଇ ପକ୍ଷରୁ ଭୂମି ପୂଜା ହୋଇଛି।ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ଗର୍ଭଗୃହରୁ ବାଲି କଢ଼ାଯିବ ବୋଲି ଏଏସଆଇ ସୁପରିଣ୍ଟଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ୧୯୦୩ ମସିହାରେ ସୂର୍ଯ୍ଯ ମନ୍ଦିରର ସୁରକ୍ଷା ପାଇଁ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ।

ତେବେ ବାଲି କାଢ଼ିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କଂପାନୀକୁ ଟେଣ୍ଡର ଦିଆଯାଇଛି। BDR ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ କଂପାନୀକୁ ଏହି ଟେଣ୍ଡର ମିଳିଛି । ଘରୋଇ କମ୍ପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ଯରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି।

ଆଲୋକିତ ହେଲା ବିଶ୍ଵଐତିହ୍ୟ କୋଣାର୍କ
କୋଣାର୍କ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ପ୍ରକୋପରୁ ଭାରତବାସୀଙ୍କୁ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ ଅଭିଯାନ। ଏବେ ଶହେକୋଟି ଟପିଛି ଟିକାକରଣ। ଏହି ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଗୁରୁବାର ଭାରତବର୍ଷର ୧୦୦ଟି ଐତିହ୍ୟକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି। ଏଥ୍ ମଧ୍ୟରେ ରହିଛି ଓଡ଼ିଶାର ଅନନ୍ୟ ଏତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ | ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ଧବଳ, ସବୁଜ ଓ ନାରଙ୍ଗୀରେ ସୂର୍ଯ୍ୟମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା । ପର୍ଯ୍ୟଟକମାନେ ମନ୍ଦିରର ଅପୂର୍ବ ଶୋଭାରାଜି ଦର୍ଶନ କରି ଆତ୍ମବିମୋହିତ ହୋଇଛନ୍ତି।

କରୋନା ନିରାକରଣ ଦିଗରେ ଅହରହ କାର୍ଯ୍ୟରତ ଟିକାଦାନକାରୀ, ସ୍ୱଚ୍ଛତା କର୍ମୀ, ପାରାମେଡିକାଲ କର୍ମୀ, ପୋଲିସ ସମେତ ଅନ୍ୟ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଆଲୋକୀକରଣ କାର୍ଯ୍ୟକ୍ରମ କରାଯାଇଛି। ସ୍ୱତନ୍ତ୍ର ପ୍ରୋଜେକ୍ଟର ମାଧ୍ୟମରେ ମନ୍ଦିରର ଆପାଦମସ୍ତକ ଖଞ୍ଜାଯାଇଥିବା ହାଇମାଷ୍ଟ ଓ ଟ୍ୟୁବ୍ ଲାଇଟକୁ ଜଳାଇ ଆଲୋକିତ କରାଯାଇଛି।

ଜୁନ୍ ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଜୁନ୍ ୧୬ରୁ ଖୋଲିବ। ଏନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଥିଲା ।

ତେବେ ଏହି ଐତିହ୍ୟସ୍ଥଳୀଗୁଡିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରୋନା ନିୟମାବଳୀ ପାଳନ ହେବ ।ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ପକ୍ଷରୁ କୁହାଯ଼ାଇଛି ଯ଼େ ଆସନ୍ତା ୧୬ ତାରିଖରୁ ବିଭାଗ ଅଧିନରେ ସାରା ଦେଶରେ ଥିବା ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମଗୁଡ଼ିକ ଖୋଲିବ । ଓଡ଼ିଶାରେ ଏସଆଇ ଦ୍ବାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି ।