Social Media Saves Life - The Sakala

ସୋସିଆଲ ମିଡିଆ ଯୋଗୁଁ ବଞ୍ଚିଗଲା ୩ ବର୍ଷ ଶିଶୁର ଜୀବନ
ହାଇଦ୍ରାବାଦ : ନୂଆ ଜୀବନ ଦେଲା ସୋସିଆଲ ମିଡିଆ । ବଞ୍ଚାଇ ଦେଲା ୩ ବର୍ଷ ଶିଶୁର ପ୍ରାଣ । ହାଇଦ୍ରାବାଦର ଅୟାଂଶ ଗୁପ୍ତା ଏକ ବିରଳ ରୋଗରେ ପୀଡିତ ଥିଲେ । ସେ ‘ନ୍ୟୁରୋ ମସକୁଲାର’ ରୋଗରେ ପୀଡିତ ହୋଇ ଦୀଘଦିନରୁ ଚିକିତ୍ସିତ ହେଉଥିଲେ । ହେଲେ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବଞ୍ଚାଇ ପାଇଁ ବିଶ୍ବର ସବୁଠୁ ଦାମୀ ଇଞ୍ଜେକ୍ସନ୍ ‘ଯୋଲୋଜେନ୍ସମା’ ଆବଶ୍ୟକତା ରହିଥାଏ । ଯାହାର ଦାମ୍ ୧୬ କୋଟି ଟଙ୍କା । ହେଲେ ଏହି ଇଞ୍ଜେକସନ କିଣିବା ପାଇଁ ଆୟାଂଶଙ୍କ ପରିବାର ପାଇଁ ସମ୍ଭବପର ନଥିଲା । ତେବେ ଟଙ୍କା ଯୋଗାଡ଼ କରିବାରେ ଦୀଘ ଦୁଇବର୍ଷ ହେଲା ଲାଗିଥିଲେ ପରିବାର । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଶେଷରେ ପରିବାର ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ । ସୋସିଆଲ ମିଡିଆରେ ପୁଅ ପାଇଁ ଜୀବନ ଭିକ୍ଷା କରିଥିଲେ । ଆୟାଂଶଙ୍କ ପରିବାରର ନିବେଦନ ଫଳପ୍ରଦ ହୋଇଛି । କିଛି ମାସ ମଧ୍ୟରେ ଏହି ଟଙ୍କା ଯୋଗାଡ କରିବାରେ ସଫଳ ହୋଇଛନ୍ତି । ଗତ ବୁଧବାର ହାଇଦ୍ରାବଦ ସ୍ଥିତ ‘ରେନବୋ ହସ୍ପିଟାଲ’ରେ ସେହି ମୂଲ୍ୟବାଦ ଇଞ୍ଜେକସନ୍ ଦିଆଯାଇଛି । ତାଙ୍କ ପାଇଁ ଦେବଦୂତ ସାଜିଥିବା ମହାନ ବ୍ୟକ୍ତିଙ୍କ ମଧ୍ୟରେ କ୍ରିକେଟର ବିରାଟ କୋହଲି, ଅନୁଷ୍କା ଶର୍ମା, ଅନୀଲ କପୁର, ଅଜୟ ଦେବଗନଙ୍କ ଭଳି ଅନେକ ଫିଲ୍ମଷ୍ଟାର ଅଛନ୍ତି ।