Hyderabad - The Sakala

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଭୁବନେଶ୍ୱର: ହାଇଦ୍ରାବାଦ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ଏନଏସଟିଆଇ) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ସେଠାରେ ଚାଲୁଥିବା ଦକ୍ଷତା ବିକାଶ ପଦକ୍ଷେପ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅବଗତି ହାସଲ କରିବା।

ବିଦ୍ୟାନଗର ସ୍ଥିତ ଏନଏସଟିଆଇ ପରିସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଡି. ସୁଧାକର ଗଣମାଧ୍ୟମ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେ ଅନୁଷ୍ଠାନର ୧୯୬୩ ମସିହାରୁ ଆରମ୍ଭ ହୋଇଥିବା ଗୌରବମୟ ଯାତ୍ରା ଏବଂ ଦେଶର ଦକ୍ଷ ମାନବସମ୍ବଳ ଗଠନରେ ଏହାର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏନଏସଟିଆଇ ହାଇଦ୍ରାବାଦ ବର୍ତ୍ତମାନ ତିନୋଟି ପ୍ରମୁଖ ଶାଖା ମାଧ୍ୟମରେ କାର୍ଯ୍ୟ କରୁଛି, ଯେଉଁଥିରେ ମାନୁଫାକଚରିଂ, ମହିଳା ସଶକ୍ତିକରଣ ଏବଂ ଆଇଟି  କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଉଛି।

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଯୁଗ୍ମ ନିର୍ଦ୍ଦେଶକ କହିଥିଲେ ଯେ, ଏଠାରେ କ୍ରାଫ୍ଟ ଇନଷ୍ଟ୍ରକ୍ଟର ଟ୍ରେନିଂ ସ୍କିମ୍ (ସିଆଇଟିଏସ) ଏବଂ କ୍ରାଫ୍ଟସମ୍ୟାନ୍ ଟ୍ରେନିଂ ସ୍କିମ୍ (ସିଟିଏସ) ଭଳି ପାଠ୍ୟକ୍ରମ ପରିଚାଳିତ ହେଉଛି। ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହେଭି ମେସିନାରୀ ଭଳି ପାରମ୍ପରିକ ଟ୍ରେଡ୍ ସହିତ ନୂତନ ଯୁଗର କୋର୍ସଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରାୟୋଗିକ ପ୍ରଶିକ୍ଷଣ ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଜଡ଼ିତ ହେବା ସହ ଷ୍ଟାଇପେଣ୍ଡ ପାଇବାର ସୁଯୋଗ ମଧ୍ୟ ପାଉଛନ୍ତି।

ଯୁବ ଛାତ୍ରଛାତ୍ରୀ, ବିଶେଷକରି ଯୁବତୀମାନଙ୍କ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହିଳା ପ୍ରଶିକ୍ଷଣ ଅନୁଷ୍ଠାନରେ ପୋଷାକ ଡିଜାଇନ୍ ଓ ଟେଲରିଂ, ସ୍ମାର୍ଟ କୃଷି ପ୍ରଣାଳୀ ସହ ବିଭିନ୍ନ ଦକ୍ଷତାଭିତ୍ତିକ କୋର୍ସ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବତୀମାନଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ସହ ସ୍ୱୟଂରୋଜଗାର ଓ ଉଦ୍ୟୋଗୀତା ପ୍ରତି ଉତ୍ସାହିତ କରୁଛି।

ସେହିପରି ଆଞ୍ଚଳିକ ଦକ୍ଷତା ବିକାଶ ଓ ଉଦ୍ୟୋଗ ନିର୍ଦ୍ଦେଶାଳୟ  ସହ ମିଳିତ ଭାବେ ଅନୁଷ୍ଠାନଟି ଆପ୍ରେଣ୍ଟିସସିପ୍ ପ୍ରଶିକ୍ଷଣ ଓ ପିଏମ ବିଶ୍ୱକର୍ମା ଯୋଜନାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ଏହି ପଦକ୍ଷେପଗୁଡ଼ିକ ଦକ୍ଷତା ପ୍ରମାଣପତ୍ରକୁ ସୁଦୃଢ଼ କରିବା ସହ କାରିଗରମାନଙ୍କୁ ସମର୍ଥନ ଯୋଗାଇବାରେ ସହାୟକ ହେଉଛି।

ହାଇଦ୍ରାବାଦରେ ଚାଞ୍ଚଲ୍ୟ: ଆଖିରେ ଲଙ୍କାଗୁଣ୍ଡ ପକାଇ ୧ କୋଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ହାଇଦ୍ରାବାଦର କୁକଟପଲ୍ଲୀ ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ରାତି ଅଧରେ ଦୁର୍ବୃତ୍ତମାନେ ଦୁଇ ଜଣ ବ୍ୟକ୍ତିଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୧ କୋଟି ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ୍

ପୋଲିସର ସୂଚନା ଅନୁଯାୟୀ, ଗତ ସୋମବାର ରାତି ପ୍ରାୟ ୯.୪୦ ସମୟରେ ଏହି ଘଟଣା ଘଟିଛି। ବହାଦୁରପୁରା ଅଞ୍ଚଳର ବାସିନ୍ଦା ତଥା ଏସି ମେକାନିକ୍ ଖୁସରୁ (୪୨) ଏବଂ ଅଜିମୁଦ୍ଦିନ (୩୮) ଏକ ସ୍କୁଟରରେ ଯାଉଥିଲେ। ସେମାନେ କୁକଟପଲ୍ଲୀ ମେଟ୍ରୋ ପିଲାର ନମ୍ବର ୮୩୭ ନିକଟରେ ପହଞ୍ଚିବା ବେଳେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲେ। ଏହାପରେ ପୀଡ଼ିତଙ୍କ ନିକଟରେ ଥିବା ଏକ 'ଗୋଲ୍ଡ ଡ୍ରପ୍' କାର୍ଟୁନ୍ ବକ୍ସକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ, ଯେଉଁଥିରେ ପ୍ରାୟ ୧ କୋଟି ଟଙ୍କା ଥିଲା।

ହାୱାଲା ଟଙ୍କା ସନ୍ଦେହ

ଲଙ୍କାଗୁଣ୍ଡ ଯୋଗୁଁ ଉଭୟ ଖୁସରୁ ଏବଂ ଅଜିମୁଦ୍ଦିନଙ୍କ ଆଖିରେ ଗୁରୁତର ଯନ୍ତ୍ରଣା ହୋଇଥିଲା, କିନ୍ତୁ ସେମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ କୁକଟପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ବିପୁଳ ପରିମାଣର ଅର୍ଥ ବେଆଇନ ହାୱାଲା କାରବାର ସହ ଜଡ଼ିତ ଥାଇପାରେ। ଏତେ ଟଙ୍କା କେଉଁଠାରୁ ଆସିଲା ଏବଂ କେଉଁଠାକୁ ନିଆଯାଉଥିଲା, ସେ ନେଇ ପୋଲିସ ପଚରାଉଚରା ଜାରି ରଖିଛି।

ତଦନ୍ତ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍

ଏହି ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ ପକ୍ଷରୁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଆଖପାଖ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରାଯାଉଛି ଯାହା ଦ୍ୱାରା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପଳାୟନ ମାର୍ଗ ଜାଣିହେବ। ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି ବୋଲି ବରିଷ୍ଠ ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀ 'ରିଲାଏନ୍ସ ପାୱାର' ସହ ଜଡିତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ମୁମ୍ବାଇ ଏବଂ ହାଇଦ୍ରାବାଦରେ ଏହି ଚଢ଼ଉ ଜାରି ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ଜଡିତ ପ୍ରାୟ ୧୦ରୁ ୧୨ଟି ସ୍ଥାନରେ ଇଡିର ୧୫ଟି ଟିମ୍ ଏକକାଳୀନ ତଲାସି ଅଭିଯାନ ଚଳାଇଛନ୍ତି।

କାହିଁକି ହେଉଛି ଚଢ଼ଉ?

ସୂଚନା ଅନୁସାରେ, ଏହି ଚଢ଼ଉ ଏକ କଥିତ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ସହ ଜଡିତ। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଏବଂ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି ତଦନ୍ତ କରୁଛି। ରିଲାଏନ୍ସ ପାୱାର ଲିମିଟେଡ୍ ଦ୍ୱାରା ପାଣ୍ଠିର ଅନିୟମିତତା ଏବଂ ଋଣ ଅର୍ଥର ବିପଥଗାମୀ ବ୍ୟବହାର ନେଇ ଅଭିଯୋଗ ରହିଛି, ଯାହାକୁ ଭିତ୍ତି କରି ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଲା

ଏହି ମାମଲାରେ ଅନିଲ ଅମ୍ବାନୀଙ୍କୁ ପୂର୍ବରୁ ଇଡି ଦୁଇଥର ଜେରା କରିସାରିଛି। ନିକଟରେ ଫେବୃଆରୀ ମାସରେ ଇଡି ତାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ମଧ୍ୟ ଅସ୍ଥାୟୀ ଭାବେ ଜବତ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇଡି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରି ଅମ୍ବାନୀଙ୍କ ଗ୍ରୁପ୍ କମ୍ପାନୀଗୁଡ଼ିକ ବିରୋଧରେ ଥିବା ବ୍ୟାଙ୍କ ଋଣ ଠକେଇ ମାମଲାର ତଦନ୍ତ କରୁଛି।

ବିରିୟାନୀ ରେଷ୍ଟୁରାଣ୍ଟରୁ ଖୋଲିଲା ୭୦ ହଜାର କୋଟିର ଟିକସ ଚୋରୀ ଗୁମର: ସଫ୍ଟୱେୟାର ଜରିଆରେ ହେଉଥିଲା ମହାଠକେଇ
ହାଇଦ୍ରାବାଦର ଏକ ବିରିୟାନୀ ରେଷ୍ଟୁରାଣ୍ଟରେ କରାଯାଇଥିବା ସାଧାରଣ ଯାଞ୍ଚ ଏବେ ଦେଶର ଏକ ବଡ଼ ଟିକସ ଚୋରୀ ସ୍କାମକୁ ପଦାରେ ପକାଇଛି। ଏହି ଯାଞ୍ଚରୁ ସମଗ୍ର ଭାରତରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ଟିକସ ଫାଙ୍କି ହୋଇଥିବା ଜଣାପଡିଛି। ରେଷ୍ଟୁରାଣ୍ଟଗୁଡିକ ନିଜର ପ୍ରକୃତ ଆୟ ଲୁଚାଇବା ପାଇଁ ବିଲିଂ ସଫ୍ଟୱେୟାରରେ ବଡ଼ ଧରଣର ଜାଲିଆତି କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।

କିଭଳି ହୋଇଥିଲା ଖୁଲାସା

ପୋଲିସ ଏବଂ ଟିକସ ବିଭାଗ ଅଧିକାରୀମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଯେ, ଅନେକ ରେଷ୍ଟୁରାଣ୍ଟ ପ୍ରଚୁର ରୋଜଗାର କରୁଥିଲେ ମଧ୍ୟ କାଗଜପତ୍ରରେ ଖୁବ୍ କମ୍ ଆୟ ଦର୍ଶାଉଥିଲେ। ଏଥିପାଇଁ ସେମାନେ ଏକ ନିର୍ଦ୍ଦିଷ୍ଟ ବିଲିଂ ସଫ୍ଟୱେୟାରର ସହାୟତା ନେଉଥିଲେ। ଦେଶର ପ୍ରାୟ ଏକ ଲକ୍ଷରୁ ଅଧିକ ରେଷ୍ଟୁରାଣ୍ଟ ଏହି ସଫ୍ଟୱେୟାର ବ୍ୟବହାର କରନ୍ତି। କୃତ୍ରିମ ବୁଦ୍ଧିମତା ବା ଏଆଇ (AI) ଏବଂ ଡିଜିଟାଲ ଟୁଲ୍ସ ସାହାଯ୍ୟରେ ପ୍ରାୟ ୧.୭୭ ଲକ୍ଷ ରେଷ୍ଟୁରାଣ୍ଟର ୬୦ ଟେରାବାଇଟ୍ ଡାଟା ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ଯେ ଗ୍ରାହକମାନେ ବିଲ୍ ପୈଠ କରିବା ପରେ ସଫ୍ଟୱେୟାର ଭିତରୁ ସେହି ବିଲଗୁଡିକୁ ଚତୁରତାର ସହ ଡିଲିଟ୍ କରିଦିଆଯାଉଥିଲା।

ଟିକସ ଚୋରୀର ଚକିତ କଲା ଭଳି ତଥ୍ୟ

ରିପୋର୍ଟ ଅନୁଯାୟୀ, କେବଳ ଏହି ସଫ୍ଟୱେୟାର ଜରିଆରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଲ୍ କଟାଯିବା ପରେ ବିଲ୍ନ ଗୁଡିକୁ ନଷ୍ଟ କରି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରାୟ ୫,୧୦୦ କୋଟି ଟଙ୍କାର ବିକ୍ରିକୁ ଲୁଚାଇ ଦିଆଯାଇଛି। ସାରା ଭାରତରେ ଏହି ଟିକସ ଫାଙ୍କିର ପରିମାଣ ୭୦,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କର୍ଣ୍ଣାଟକରେ ସବୁଠାରୁ ଅଧିକ ଟିକସ ଫାଙ୍କି ହୋଇଥିବା ବେଳେ ଏହା ପଛକୁ ତେଲେଙ୍ଗାନା ଏବଂ ତାମିଲନାଡୁ ରହିଛି। ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ କେତେକ ସ୍ଥାନରେ ରେଷ୍ଟୁରାଣ୍ଟଗୁଡିକ ବିଲ୍ ଡିଲିଟ୍ ନକରି ମଧ୍ୟ କମ୍ ଆୟ ଦର୍ଶାଇ ଟିକସ ଫାଙ୍କୁଥିଲେ।

କେଉଁ ଉପାୟରେ ହେଉଥିଲା ଠକେଇ

ରେଷ୍ଟୁରାଣ୍ଟ ମାଲିକମାନେ ମୁଖ୍ୟତଃ ନଗଦ କାରବାର ବା କ୍ୟାଶ୍ ବିଲଗୁଡିକୁ ଟାର୍ଗେଟ୍ କରୁଥିଲେ। ନଗଦ ଟଙ୍କାକୁ ଟ୍ରାକ୍ କରିବା କଷ୍ଟକର ହୋଇଥିବାରୁ ଏହି ବିଲଗୁଡିକୁ ସିଷ୍ଟମରୁ ସମ୍ପୂର୍ଣ୍ଣ ଡିଲିଟ୍ କରିଦିଆଯାଉଥିଲା। କେତେକ କ୍ଷେତ୍ରରେ ପୂରା ମାସର କିମ୍ବା କିଛି ନିର୍ଦ୍ଦିଷ୍ଟ ଦିନର ସମସ୍ତ ବିଲ୍ ଲିଭାଇ ଦିଆଯାଉଥିଲା। ଏହି ତଦନ୍ତ ପ୍ରଥମେ ହାଇଦ୍ରାବାଦ ଏବଂ ବିଶାଖାପାଟନମରୁ ଆରମ୍ଭ ହୋଇଥିଲା, ମାତ୍ର ଏହାର ବ୍ୟାପକତା ଦେଖି ଏହାକୁ ସମଗ୍ର ଦେଶରେ ବିସ୍ତାର କରାଯାଇଛି। ଅଫିସରମାନଙ୍କ କହିବା ଅନୁଯାୟୀ, ଏହା କେବଳ ଗୋଟିଏ ସଫ୍ଟୱେୟାରର କଥା, ଅନ୍ୟ ବିଲିଂ ସଫ୍ଟୱେୟାରଗୁଡିକରେ ମଧ୍ୟ ଏଭଳି ଜାଲିଆତି ହୋଇଥାଇପାରେ।

ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୧୮ ଜୀବନ: ହୃଦଘାତ ସତ୍ତ୍ୱେ ବସ୍ ଅଟକାଇ ମହାନତା ଦେଖାଇଲେ ଡ୍ରାଇଭର
ଆନ୍ଧ୍ରପ୍ରଦେଶର ଜଣେ ବସ୍ ଡ୍ରାଇଭର ନିଜର ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ୧୮ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇ ମହାନତାର ପରିଚୟ ଦେଇଛନ୍ତି। ଚଳନ୍ତା ବସରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସତ୍ତ୍ୱେ, ସେ ବିଚଳିତ ନହୋଇ ବସଟିକୁ ସୁରକ୍ଷିତ ଭାବେ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ। ଏହି ଘଟଣା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଛି।

ମୃତ ଡ୍ରାଇଭରଙ୍କ ନାମ କାତ୍ରାପୁ ନାଗରାଜୁ (୩୯) ବୋଲି ଜଣାପଡ଼ିଛି। ସେ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (APSRTC)ର ଜଣେ ଡ୍ରାଇଭର ଥିଲେ। ସୋମବାର ଦିନ ସେ ହାଇଦ୍ରାବାଦରୁ ବିଜୟୱାଡା ଅଭିମୁଖେ ଯାଉଥିବା ଏକ "ଅମରାବତୀ" ଏସି ବସ୍ ଚଳାଉଥିଲେ। ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଯାଉଥିବା ସମୟରେ ହଠାତ୍ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅସହ୍ୟ ଯନ୍ତ୍ରଣା ସତ୍ତ୍ୱେ ନାଗରାଜୁ ନିୟନ୍ତ୍ରଣ ହରାଇ ନଥିଲେ। ସେ ତୁରନ୍ତ ବସଟିକୁ ମୁଖ୍ୟ ରାସ୍ତାରୁ ସର୍ଭିସ ରୋଡକୁ ନେଇ ସୁରକ୍ଷିତ ଭାବେ ଅଟକାଇ ଦେଇଥିଲେ। ବସ୍ ରୋକିବା ପରେ ସେ ସାହାଯ୍ୟ ପାଇଁ ତଳକୁ ଓହ୍ଲାଇଥିଲେ, କିନ୍ତୁ କିଛି କ୍ଷଣ ମଧ୍ୟରେ ସେଠାରେ ଟଳି ପଡ଼ିଥିଲେ।

ଯାତ୍ରୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଏକ ଅଟୋ-ରିକ୍ସା ଯୋଗେ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉପଲବ୍ଧ ନଥିବାରୁ ତାଙ୍କୁ ୟାଦାଦ୍ରି ଭୁବନଗିରି ଜିଲ୍ଲା ଚୌତୁପଲ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ଇସିଜି (ECG) କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବସରେ ଥିବା ଜଣେ ଯାତ୍ରୀ କହିଛନ୍ତି, "ସେ ଶେଷ ମୁହୂର୍ତ୍ତରେ ଜଣେ ହିରୋ ସାଜିଥିଲେ। ସେ ଚାହିଁଥିଲେ ନିଜ ଚିକିତ୍ସା ପାଇଁ ବସକୁ ଦ୍ରୁତ ଗତିରେ ନେଇପାରିଥାନ୍ତେ, କିନ୍ତୁ ସେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ।" ନାଗରାଜୁଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଦୁଇଟି ଛୋଟ ଛୁଆ ଅଛନ୍ତି।

ଏହି ଘଟଣା ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଘଟିଛି। ଏହାପୂର୍ବରୁ ଜାନୁଆରୀ ୧୮ରେ ତେଲେଙ୍ଗାନାରେ ଅନ୍ୟ ଜଣେ ଡ୍ରାଇଭର ଜନାର୍ଦ୍ଦନ ହୃଦଘାତରେ ପ୍ରାଣ ହରାଇବା ପୂର୍ବରୁ ୪୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ।

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ହାଇଦରାବାଦରେ ବିକ୍ରି, ‘ଲଭ୍‌ ଜିହାଦ’ ଅଭିଯୋଗ ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଲଭ୍‌ ଜିହାଦ’ ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଟାଉନ୍‌ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏହି ଅଭିଯୋଗ ଆଣି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ସଇଜୁଦ୍ଦିନ୍‌ ଭଲ ପାଇବା ନାମରେ ଭିନ୍ନ ସମ୍ପ୍ରଦାୟର ଯୁବତୀମାନଙ୍କୁ ପ୍ରଲୋଭିତ କରି ବିବାହ କରୁଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ସାଲେପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ଏହି ବିବାହ ପାଇଁ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ୧୦ଲକ୍ଷ ଟଙ୍କା ମିଳିଛି। ପରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ନାଗପୁରା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ କରିଛନ୍ତି। ଏହି ବିବାହ ବାବଦରେ ମଧ୍ୟ ୧୦ଲକ୍ଷ ଟଙ୍କା ପାଇଛନ୍ତି। ବିବାହ କରିଥିବା ଜଣେ ଯୁବତୀଙ୍କୁ ସଇଜୁଦ୍ଦିନ ହାଇଦରାବାଦ ନେଇ ସେଠାରେ ବିକ୍ରି କରିଦେଇଥିବା ସନ୍ଦେହ ରହିଛି ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି ଯେ ଅଭିଯୋଗ ପରେ ସଇଜୁଦ୍ଦିନ୍‌ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ସେ ଫେରାର ହୋଇଯାଇଛନ୍ତି। ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସାହୁ କହିଛନ୍ତି। ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ପୁଲିସ୍‌ର ଏକ ଟିମ୍‌ ହାଇଦରାବାଦ ଯାଇ ତଥ୍ୟ ସଂଗ୍ରହ କରୁଛି।

ହାଇଦ୍ରାବାଦରେ ଓଡ଼ିଶା ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ହାଇଦ୍ରାବାଦରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି।

ଅଭିଯୋଗ ଅନୁଯାୟୀ, ଭରତପୁର ଅଞ୍ଚଳରେ ରହୁଥିବା ଯୁବତୀଜଣଙ୍କ ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ୪ବର୍ଷର ପୁଅଟିଏ ମଧ୍ୟ ରହିଛି। ସ୍ୱାମୀ ପେଟବଶିରାବାଦର କୋମପାଲି ଅଞ୍ଚଳରେ ନିର୍ମାଣ କାମ କରୁଥିବା ଏକ କମ୍ପାନୀରେ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିଲେ। ୬ମାସ ପୂର୍ବେ ପତ୍ନୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ପତ୍ନୀ କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢ଼ାଇବା ସହ କମ୍ପାନୀ ପରିସରରେ ଥିବା କ୍ୱାର୍ଟର‌୍ରେ ସ୍ୱାମୀ ଓ ପୁଅ ସହ ରହୁଥିଲେ। ନିକଟରେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ସ୍ଥିର ହୋଇଯାଇଥିଲା। ହେଲେ ପାସ୍‌ପୋର୍ଟରେ ତ୍ରୁଟି ଥିବାରୁ ଦୁବାଇ ଯିବାରେ ଅସୁବିଧା ହୋଇଥିଲା। ପାସପୋର୍ଟରେ ନାମ ସଂଶୋଧନ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ନେଇ ଗତ ଶନିବାର  ହାଇଦ୍ରାବାଦରୁ ବାହାରି ରବିବାର ଦିନ ଭୁବନେଶ୍ବରରେ ପହଞ୍ଚିଥିଲେ। ହେଲେ ଗତକାଲି ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ। ସ୍ୱାମୀ ଅନ୍ୟ କୌଣସି ଉପାୟ ନପାଇ ଗୁରୁବାର ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ପତ୍ନୀ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ।

କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ସାଙ୍ଘାତିକ କଥା ଜାଣିବାକୁ ପାଇଥିଲେ। ବୁଧବାର ରାତିରେ ପତ୍ନୀ ଗାଧୋଇବାକୁ ଯାଇଥିବା ବେଳେ କମ୍ପାନୀର ଇନ୍‌ଚାର୍ଜ ଘର ଭିତରେ ପଶି ଖଟ ତଳେ ଲୁଚି ରହିଥିଲା। ମହିଳାଜଣଙ୍କ ରୁମ୍‌କୁ ଆସିବା ପରେ ତାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ହତ୍ୟା କରିଥିଲା। ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଏକାଠି ହୋଇ ରୁମ୍ ନିକଟକୁ ଧାଇଁ ଆସି ସଂପୃକ୍ତ ବ୍ୟକ୍ତିକୁ ଘରୁ ବାହାର କରିଥିଲେ। ମହିଳାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଚାଞ୍ଚଲ୍ୟ କର କଥା ଜାଣିବା ପରେ ମହିଳାଙ୍କ ମା’ ଯୁଗ୍ମ ଶ୍ରମ କମିସନର ଓ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ତେଲଙ୍ଗାନାରେ ଚାଞ୍ଚଲ୍ୟ: ୩୫ ବର୍ଷର ପୁଅକୁ ମାରି ପାଞ୍ଚ ଖଣ୍ଡକଲା ମାଆ
ହାଇଦ୍ରାବାଦ: ପୁଅର ଆଚରଣରେ କ୍ଷୁବ୍ଧ ହୋଇ ଜଣେ ମାଆ ନିଜର ୩୫ ବର୍ଷର ପୁଅକୁ ହତ୍ୟା କରିବା ସହିତ ତାକୁ ପାଞ୍ଚ ଖଣ୍ଡ କରିବା ଘଟଣା ତେଲଙ୍ଗାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ପ୍ରକାଶମ ଜିଲ୍ଲାର କୁମବୁମ୍ ଗ୍ରାମରେ ଘଟିଛି। ପ୍ରକାଶମ ଏସପି ଏ ଆର ଦାମୋଦରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୫୭ ବର୍ଷୀୟା କେ ଲକ୍ଷ୍ମୀଦ୍ବେୀ ନିଜ ପୁଅ ଶ୍ୟାମ ପ୍ରସାଦ(୩୫)ର ଆଚରଣ ଏବଂ କାର୍ଯ୍ୟକଳାପକୁ ନେଇ ଦୀର୍ଘ ଦିନ ଧରି ଅତିଷ୍ଠ ହୋଇପଡ଼ିଥିଲେ। କିନ୍ତୁ ନିକଟରେ ଶ୍ୟାମ ପ୍ରସାଦ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ରହିଥିବା ନିଜର ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରିବା ପରେ ଲକ୍ଷ୍ମୀ ଧୈର୍ଯ୍ୟହରାଇ ଥିଲେ। ତେବେ ହାଇଦ୍ରାବାଦରେ ଶ୍ୟାମ ପ୍ରସାଦ ନିଜର ମାଇଁଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିବା ପରେ ଲକ୍ଷ୍ମୀ ନିଜର କିଛି ସମ୍ପର୍କୀୟଙ୍କ ସହାୟତାରେ ଶ୍ୟାମପ୍ରସାଦକୁ ହତ୍ୟା କରିଥିଲେ। ଏକ ଟାଙ୍ଗିଆରେ ଲକ୍ଷ୍ମୀ ପୁଅକୁ ହତ୍ୟା କରିବା ପରେ ତାକୁ ୫ ଖଣ୍ଡ କରି ନିକଟସ୍ଥ ଏକ କେନାଲରେ ମରଶରୀରକୁ ଫିଙ୍ଗି ଦେଇଥିବା ଏସପି କହିଛନ୍ତି।

୪ ବର୍ଷର ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ଜୀବନ ହାରିଲେ ଦମ୍ପତ୍ତି
ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ହାଇଦ୍ରାବାଦର ୱାର୍ସିଗୁଡ଼ାସ୍ଥିତ ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ୪ ବର୍ଷୀୟ ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ସକାଳେ ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଘର ଭିତରେ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ।

ସୂଚନା ଅନୁସାରେ, ଗୁରୁବାର ରାତିରେ ଘରୁ ଖୁବ ଜୋରରେ ଟିଭି ଶବ୍ଦ ଆସିବାରୁ ଘର ମାଲିକ ସେମାନଙ୍କୁ ଡାକିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତେଣୁ ସେ ପୁଲିସକୁ ଖବର ଦେଇଥି‌ଲେ। ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଥିବା ଜଣାପଡିଛି ।

ପୁଲିସର ପ୍ରାଥମିକ ତଥ୍ୟ ଅନୁସାରେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିବା ଅଫିସର କର୍ମଚାରୀ। ଆଗରୁ କ୍ରିଷ୍ଣା କାର୍ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାର ହୋଇଯାଇଥିଲେ। ଆର୍ଥିକ ସମସ୍ୟା ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି ପୋଲିସ ଅନୁମାନ କରୁଛି ।

ହାଇଦ୍ରାବାଦର ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ୪ ମହିଳାଙ୍କ ସମେତ ୬ ମୃତ
ହାଇଦ୍ରାବାଦ: ସିକନ୍ଦରାବାଦସ୍ଥିତ ଏକ ବ୍ୟାବସାୟିକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଜଣ ମହିଳାଙ୍କ ସମେତ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଧୂଆଁରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପ୍ରାଥମିକ ଖବରରୁ ଜଣାପଡ଼ିଛି। ତେବେ ତଦନ୍ତ ପରେ ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ୧୨ଜଣ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ଗୋଟିଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ସର୍ଟସର୍କିଟି ଯୋଗୁଁ ଏଗି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ତ୍ରିକୋଣୀୟ ପ୍ରେମ କାହାଣୀରୁ ବନ୍ଧୁକୁ ବୀଭତ୍ସ ହତ୍ୟା: ବାହାର କରିଦେଲା ହୃତ୍‌ପିଣ୍ଡ, କାଟିଦେଲା ଆଙ୍ଗୁଠି ଓ ଗୁପ୍ତାଙ୍ଗ
ହାଇଦରାବାଦ:  ତେଲଙ୍ଗାନା ହାଇଦରାବାଦରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପ୍ରେମିକାକୁ କଲ୍‌ ଏବଂ ମେସେଜ କରିବାରୁ ଜଣେ ୨୨ ବର୍ଷୀୟ ଯୁବକ ନିଜ ବନ୍ଧୁକୁ ତଣ୍ଟି ଚିପି ହତ୍ୟା କରିଛି। ହତ୍ୟା ପରେ ଯୁବକ ତାଙ୍କର ଛାତି ଚିରି ହୃତପିଣ୍ଡ ଏବଂ ଗୁପ୍ତାଙ୍ଗ କାଟି ବାହାର କରିଦେଇଛି। ବେକ ଏବଂ ଆଙ୍ଗୁଠି ମଧ୍ୟ କାଟି ଦେଇଛି। ପରେ ଶୁକ୍ରବାର ଅବଦୁଲାପୁରମେଟ ଥାନାକୁ ଯାଇ ଆତ୍ମସମର୍ପଣ କରିବାରୁ ମାମଲା ସାମ୍‌ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ କରାଯାଇ ମାମଲାର ଯାଞ୍ଚ ହେଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନ୍ୟାୟ ଦାବିରେ ଶନିବାର ପୀଡ଼ିତଙ୍କ ପରିବାର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ପୁଲିସ କହିବା ଅନୁଯାୟୀ , ଅଭିଯୁକ୍ତ ହରିହର କୃଷ୍ଣା, ତାର ବନ୍ଧୁ ନବୀନ ଏବଂ ପ୍ରେମିକା ନାଲଗୋନ୍ଦାର ମହାତ୍ମା ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ। ହରିହର ଏବଂ ନବୀନ ଉଭୟେ ସେହି ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ ନବୀନ ପ୍ରଥମେ ଭଲପାଇବା କଥା ଯୁବତୀଙ୍କୁ ଜଣାଇଥିଲା। ପରେ ନବୀନ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢ଼ି ଉଠିଥିଲା। ତେବେ କିଛି ବର୍ଷ ଭିତରେ ଉଭୟଙ୍କ ସମ୍ବନ୍ଧ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ ଯୁବତୀ ହରିହରକୁ ପ୍ରେମ କରିଥିଲେ। ଅଭିଯୁକ୍ତ ପୁଲିସକୁ କହିଛି ଯେ ସମ୍ପର୍କ ତୁଟିବା ସତ୍ତ୍ବେ ନବୀନ ସବୁବେଳେ ଯୁବତୀଙ୍କ ସହ ଯୋଗାଯୋଗରେ ଥିଲା। ତାଙ୍କୁ ମେସେଜ୍‌ ଏବଂ କଲ୍‌ କରୁଥିଲା। ଏହା ଦେଖି କୃଷ୍ଣା ଚିନ୍ତିତ ହୋଇଯାଇଥିଲା। ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏପରି ଚାଲିଥିଲା। କୃଷ୍ଣା ନବୀନକୁ ମାରିବାକୁ ସୁଯୋଗ ଖୋଜୁଥିଲା। ଫେବୃଆରୀ ୧୮ରେ କୃଷ୍ଣା ଏବଂ ନବୀନ ମଦ ନିଶାରେ ଥିଲେ। ଉଭୟଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଲାଗିଥିଲା। ଏହି ସମୟରେ କୃଷ୍ଣା ନବୀନର ତଣ୍ଟି ଚିପି ହତ୍ୟା କରିଥିଲା। ସେ ହତ୍ୟା ପରେ ମୃତଦେହର ଫଟୋ ଉଠାଇ ଥିଲା। ପରେ ଫଟୋକୁ ପ୍ରେମିକାକୁ ପଠାଇ ଥିଲା। ମଦ କିଣିବା ସମୟରେ କୃଷ୍ଣା ଏକ ଛୁରି କିଣି ରଖିଥିଲା। ଏଥିରେ ନବୀନ ବେକକୁ କାଟିଥିଲା। ପରେ ପାକିସ୍ଥଳୀକୁ କାଟି ହୃତପିଣ୍ଡ ବାହାର କରିଥିଲା। ନବୀନଙ୍କ ପରିବାର ସଦସ୍ୟ ଥାନାରେ ତାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ।

ବିମାନ ଭିତରେ ଏୟାର ହଷ୍ଟେସ୍‌ଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ
ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି ।

ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଥିଲେ । ହାଇଦ୍ରାବାଦରେ ବିମାନ ଅବତରଣ କରିବା ପରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । କ୍ରିଉ ମେମ୍ବରଙ୍କୁ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପୋଲିସ କହିଛି ଯେ ଏହି ଘଟଣା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସ୍ପାଇସଜେଟ ସୁରକ୍ଷା ଏବଂ ପିସିଆର୍ କର୍ମଚାରୀ ତାଙ୍କୁ ପୋଲିସ ଥାନାକୁ ନେଇଥିଲେ। ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଥାନାରେ ଆଇପିସି ଧାରା ୩୫୪-ଏ (ଯୌନ ଉତ୍ପୀଡ଼ନ) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।