Insult - The Sakala

ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?
ଭୁବନେଶ୍ୱର: ପ୍ରବାଦ ପୁରୁଷ, ପ୍ରଖର ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଆପତ୍ତିଜନକ ବୟାନକୁ ନେଇ ସାରା ଓଡ଼ିଶା ପ୍ରତିକ୍ରିୟା ପ୍ରକାଶ କରିଛି।  ମନ୍ତବ୍ୟକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ସାଂସଦ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ଦଳ ନେତା ଦାବି କରିଛନ୍ତି। ମାତ୍ର କେଇଦିନ ତଳେ ବିଜୁ ଲିଗାସୀର ଆତ୍ମଘୋଷିତ ଦାୟାଦଙ୍କ ନିରବତା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା କେତେକ ବିଜେଡି ବିଧାୟକ ଆକସ୍ମିତ ଭାବରେ ବିଜୁ ଲିଗାସୀକୁ ନେଇ କାହାଣୀ କହି ବୁଲିଲେ। କିଛି ନିଲମ୍ବିତ ଓ ବହିଷ୍କୃତ ନେତା ମଧ୍ୟ  ବିଜୁ ଲିଗାସୀକୁ ନେଇ ବଢ଼ିଆ କାହାଣୀ  ଶୁଣାଇଲେ। ତେବେ ଦେଶର ଗର୍ବ ବିଜୁ ବାବୁଙ୍କ ଅପମାନ ବେଳେ ସେମାନେ କଣ ପାଇଁ ଚୁପ୍‌ ବୋଲି ସାଧାରଣରେ ପ୍ରଶ୍ନ ହେଲାଣି। ଘୋଡ଼ା ବେପାର ପରି ରାଜନୀତି ପାପକୁ ଲୁଚାଇବାକୁ ଯାଇ ଏମାନେ କେବଳ ବିଜୁ ଲିଗାସୀକୁ ଢାଲ କରିଥିଲେ କି ବୋଲି ବି ପ୍ରଶ୍ନ ଉଠିଲାଣି ।

ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୮(ନିଲମ୍ବିତ ୨ ସଦସ୍ୟ) ବିଧାୟକ ଘୋଡ଼ା ବେପାରରେ ସାମିଲ ହୋଇ କ୍ରସ ଭୋଟିଂ କଲେ। ମାତ୍ର ଏମାନଙ୍କ ମଧ୍ୟରୁ ଅନେକ ଗଣମାଧ୍ୟମ ସାମ୍ନାରେ ବିଜୁ ଲିଗାସୀକୁ କ୍ରସ ଭୋଟିଂର କାରଣ ଦର୍ଶାଇଥିଲେ। ବିଜୁ ବାବୁ ଅଣ କଂଗ୍ରେସ ରାଜନୀତିକୁ ଜୋର୍‌ ଦେଉଥିଲେ। ସେଥିପାଇଁ ସେମାନେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଲେ ନାହିଁ ବୋଲି ଯୁକ୍ତି ବାଢ଼ିଲେ। ମାତ୍ର ଏବେ ବିଜୁ ଲିଗାସୀର ତଥାକଥିତ ଏହି ଧ୍ୱଜାବାହକମାନେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ରହସ୍ୟମୟ ଭାବରେ ନିରବ। ବିଜୁ ଲିଗାସୀକୁ ଆଗକୁ ବଢ଼ାଇବାକୁ ଦମ୍ଭ ଭରୁଥିବା ନେତାଏ, ବିଜୁ ବାବୁଙ୍କର ଏତେବଡ଼ ଅପମାନକୁ କିପରି ସହିପାରିବ ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି। ବାସ୍ତବିକ ବିଜୁ ଲିଗାସୀ କେବଳ ଏକ ବାହାନା ଥିଲା, ଅସଲରେ ଶାସକ ଦଳ ସହ ମିଶି ବିଜେଡିକୁ ଦୁର୍ବଳ କରିବା ଏମାନଙ୍କର ଭିତିର ଉଦ୍ଦେଶ୍ୟ ବୋଲି ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକେ ଏବେ ମତବ୍ୟକ୍ତ କରୁଛନ୍ତି।