Nishikant Dubey - The Sakala

ବିଜୁ ବାବୁଙ୍କୁ ଅପମାନ: କଟକରେ ବିଜେଡିର ଗର୍ଜନ, ନିଶିକାନ୍ତଙ୍କ କୁଶପୁତ୍ତଳିକାକୁ ପଠାଗଲା ହସ୍ପିଟାଲ
କଟକ: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଆଜି କଟକ ସହରରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ବଜେଟ୍‌‌ ଅଧିବେଶନ ସମୟରେ ବିଜୁ ବାବୁଙ୍କୁ ଆମେରିକାର ଗୁପ୍ତଚର ସଂସ୍ଥା ‘ସିଆଇଏ’ର ଏଜେଣ୍ଟ କହି ସାଂସଦ ଶ୍ରୀ ଦୁବେ ସାରା ଓଡ଼ିଶାବାସୀଙ୍କ ସ୍ୱାଭିମାନକୁ ଆଘାତ ଦେଇଥିବା ଅଭିଯୋଗ କରି ବିଜୁ ଜନତା ଦଳ ବାରବାଟୀ-କଟକ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଆଜି ସକାଳ ୯ ଘଟିକା ସମୟରେ କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ଛକସ୍ଥିତ ‘ଆନନ୍ଦ ଭବନ’ ସମ୍ମୁଖରେ ଶତାଧିକ କର୍ମୀ ଏକଜୁଟ ହୋଇଥିଲେ। ସାଂସଦ ନିଶିକାନ୍ତ ଦୁବେଙ୍କ ମାନସିକ ସ୍ଥିତି ଖରାପ ହୋଇଯାଇଛି ବୋଲି ଦର୍ଶାଇ, ଦଳ ପକ୍ଷରୁ ତାଙ୍କର ଏକ କୁଶପୁତ୍ତଳିକାକୁ ଆମ୍ୱୁଲାନ୍ସ ଯୋଗେ ମାନସିକ ଚିକିତ୍ସାଳୟକୁ ପଠାଯାଇଥିଲା। ଏହି ଅଭିନବ ପ୍ରତିବାଦ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହି ପ୍ରତିବାଦ ସଭାରେ କେବଳ ବିଜେଡି ନୁହେଁ, ବରଂ ଅନ୍ୟ ଦଳର ନେତାମାନେ ମଧ୍ୟ ସାମିଲ ହୋଇ ବିଜୁ ବାବୁଙ୍କ ପ୍ରତି ରହିଥିବା ସମ୍ମାନର ପରିଚୟ ଦେଇଥିଲେ। ମେୟରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ଡେପୁଟି ମେୟର ଦମୟନ୍ତୀ ମାଝୀ, ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ମହିଳା ସଭାପତି ଅନିତା ବେହେରା ଉପସ୍ଥିତ ଥିଲେ। ଏଥିସହ ସିପିଆଇ(ଏମ୍‌‌) ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ମହାନ୍ତି ଏବଂ କଂଗ୍ରେସ ନେତା ତଥା କର୍ପୋରେଟର ଜେ. କାମେଶ୍ୱର ରାଓ ପ୍ରମୁଖ ଯୋଗଦେଇ ସାଂସଦଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ। କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ ରାଉତ, ଏ. ଶ୍ରୀଦେବୀ, ମୋନାଲିସା ଦାସ, ରାଜ୍ୟ କମିଟି ସଦସ୍ୟ ପ୍ରକାଶ ସିଂ, ନନ୍ଦଲାଲ ସିଂ, ଏକ୍ରାମ ହୁସେନଙ୍କ ସମେତ ବହୁ କର୍ପୋରେଟର, ଆଇନଜୀବୀ ଓ ଶତାଧିକ କର୍ମୀ ସାମିଲ ହୋଇଥିଲେ। ବିଜୁ ବାବୁ କେବଳ ଓଡ଼ିଶାର ନୁହେଁ ବରଂ ଜଣେ ଆନ୍ତର୍ଜାତୀୟସ୍ତରର ଜନନାୟକ ଥିଲେ। ତାଙ୍କ ପ୍ରତି ଏଭଳି ହୀନ ମନ୍ତବ୍ୟ ବିଜେପିର ଓଡ଼ିଶା-ବିରୋଧୀ ମନୋଭାବକୁ ପଦାରେ ପକାଇଛି ବୋଲି ମେୟର ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

ବିଜୁ ବାବୁଙ୍କୁ ନିନ୍ଦା ଓଡ଼ିଶାର ଅପମାନ; ବିଭ୍ରାନ୍ତିକାର ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଡି
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଝାଡ଼ଖଣ୍ଡ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଡି। ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକ ସାମ୍ବାଦିକ ସମ୍ମିଳନୀ କରି ନିଶିକାନ୍ତ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ନିଶିକାନ୍ତ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ ବିଜେଡି ଏହାକୁ ଗ୍ରହଣ କରିବନି। ଆଗକୁ ସାଧାରଣ ଲୋକଙ୍କ ପାଖକୁ ଯିବ ଦଳ। ବିଜୁ ବାବୁ ଦେଶର ସମ୍ପଦ। ଭାରତ ମୁକ୍ତି ସଂଗ୍ରାମର ଅନନ୍ୟ ଯୋଦ୍ଧା। ସେ ଇଣ୍ଡୋନେସିଆର ଭୂମିପୁତ୍ର। ଜଣେ ସାହସିକ ନେତା। ତାଙ୍କ ନାଁରେ ସାଂସଦ ନିଶିକାନ୍ତ ଦୁବେ ଅରୁଚିକର ମନ୍ତବ୍ୟ ରଖିଥିଲେ। ଏହାକୁ ରାଜ୍ୟସଭାରେ ଦଳ ତରଫରୁ ରାଜ୍ୟସଭା ସାଂସଦମାନେ ନିନ୍ଦା କରିଛନ୍ତି। ଓଡ଼ିଶାରେ ବି ଏହାକୁ ନିନ୍ଦା କରାଯାଉଛି। ନିଶିକାନ୍ତ ଦୁବେ ମାନସିକ ବିକୃତ ପରି ମନ୍ତବ୍ୟ ଦେଇଥିବା ନବୀନ ପଟ୍ଟନାୟକ କହିଛନ୍ତି।

ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଛନ୍ତି, ତାଙ୍କ ଦଳର ସାଂସଦଙ୍କ ପାଟିରୁ ପଦେ କଥା ବାହାରୁନି। ଆଜି ଏହାକୁ ସାରା ଓଡ଼ିଶା ନିନ୍ଦା କରିଛି। ଓଡ଼ିଶା କହିଲେ ଲୋକ ବିଜୁ ବାବୁଙ୍କୁ ଚିହ୍ନନ୍ତି। ସେ ଦେହ ତ୍ୟାଗ କଲା ବେଳେ ତିନୋଟି ରାଷ୍ଟ୍ରର ଜାତୀୟ ପତାକା ତାଙ୍କ ଉପରେ ପଡିଥିଲା। ଜଣେ ଏମପି ଏଭଳି ଅସମ୍ମାନଜନକ କଥା କହିବା ନିନ୍ଦନୀୟ। ସେ ଲୋକଙ୍କ ପାଖରେ ଓଡ଼ିଆ ଜାତି ପାଖରେ କ୍ଷମା ମାଗନ୍ତୁ। ନଚେତ ବିଜେଡି ଏହାକୁ ସହଜରେ ଗ୍ରହଣ କରି ନାହିଁ କି କରିବ ନାହିଁ। ବିଜେଡି ସାଧାରଣ ଲୋକଙ୍କ ପାଖକୁ ଯିବ। ତୁରନ୍ତ ସେ କ୍ଷମା ମାଗନ୍ତୁ।

ସେହିପରି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, ବିଜୁ ବାବୁଙ୍କ ବିରୋଧରେ ଜଣେ ସାଂସଦ ଖରାପ ମନ୍ତବ୍ୟ ଦେଇଛନ୍ତି। ସେ ଇତିହାସ-ଭୂଗୋଳ ଜାଣିନାହାନ୍ତି। ମାନସିକ ବିକାରଗ୍ରସ୍ତ ଥାଇପାରନ୍ତି। ସେ ତାଙ୍କ ନେତାଙ୍କୁ ଖୁସି କରିବା ପାଇଁ ମଧ୍ୟ ଏମିତି କରିଥାଇପାରନ୍ତି। ଇତିହାସ ପୃଷ୍ଠା ଖୋଲିଲେ ଦେଖିବେ, ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ କେତେ ସାହାଯ୍ୟ କରିଥିଲେ ବିଜୁ ପଟ୍ଟନାୟକ। କିଛି ନ ଜାଣିଥିବା ଲୋକଟିଏ ବିଜୁ ପଟ୍ଟନାୟକଙ୍କୁ ଏଭଳି କଥା କହିବା ନିନ୍ଦନୀୟ। ନିଶିକାନ୍ତ ଦୁବେ ସବୁବେଳେ ନ୍ୟୁଜରେ ରହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଏଭଳି ମନ୍ତବ୍ୟ କୁଶ୍ଚିତ ମାନସିକତାର ପରିଚୟ। ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ନଚେତ ତାଙ୍କ ନେତାମାନେ ହସ୍ତକ୍ଷେପ କରିବା ଦରକାର।

ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବାକୁ ପରାମର୍ଶ ଦେଇଛନ୍ତି ନବୀନ । ସେ କହିଛନ୍ତି କି,"ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେ ଜାଣି ନାହାନ୍ତି ଯେ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ମୁଁ ସେ ସମୟରେ ୧୩ ବର୍ଷ ବୟସର ଥିଲି। ଦୁବେଙ୍କୁ ମନସ୍ତତ୍ୱବିତ୍ତଙ୍କୁ ଦେଖାଇବା କଥା।"

ଭାରତ ସ୍ବାଧୀନତା ସଂଗ୍ରାମର ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ଭାରତ-ଚୀନ ଯୁଦ୍ଧ ବେଳେ ବିଜୁ ବାବୁ ଦେଖାଇଥିବା ଅଦମ୍ୟ ସାହସ ଦେଶ ବିଦେଶରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । କିନ୍ତୁ ଏଭଳି ଅମ୍ଲାନ ବ୍ୟକ୍ତିତ୍ୱକୁ ନେଇ ବିଜେପି ସାଂସଦ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ନବୀନ ।

ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା
ଭୁବନେଶ୍ୱର: ଓଡ଼ିଶା ରାଜନୀତିର ମହାନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ଓ ଅସତ୍ୟ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ବିଜେଡି। ଦଳର ବହୁ ବରିଷ୍ଠ ନେତା ଶ୍ରୀ ଦୁବେଙ୍କୁ କଟୁ ଭର୍ତ୍ସନା କରିବା ସହ ତାଙ୍କର ମନ୍ତବ୍ୟକୁ ବିରୋଧ କରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ପରି ଜଣେ ବୀର, ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ଏବଂ ଅଦ୍ୱିତୀୟ ଦେଶପ୍ରେମୀଙ୍କ ଗୌରବମୟ ଇତିହାସକୁ କଳଙ୍କିତ କରିବାକୁ କରାଯାଉଥିବା ପ୍ରୟାସ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀଦଳ ନେତାଙ୍କ ରାଜନୈତିକ ସଚିବ ଡ଼. ସନ୍ତୃପ୍ତ ମିଶ୍ର । ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଆନ୍ତର୍ଜାତୀୟ ସମ୍ପର୍କ କ୍ଷେତ୍ରରେ ନିଜର ବିଫଳତାକୁ ଲୁଚାଇବା ପାଇଁ ଯେଉଁ ଅସାର, ବିଦ୍ୱେଷପୂର୍ଣ୍ଣ ଓ  ରାଜନୈତିକ ଅଭିସନ୍ଧିମୂଳକ କୌଶଳ ପ୍ରୟୋଗ କରୁଛନ୍ତି। ଏହା କେବଳ ଅଜ୍ଞତା ନୁହେଁ, ବରଂ ଇତିହାସ ଏବଂ ଘଟଣାବଳୀକୁ ବିକୃତ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ବିଜୁ ପଟ୍ଟନାୟକ କେବଳ ଜଣେ ସାଧାରଣ ରାଜନୈତିକ କର୍ମକର୍ତ୍ତା ନଥିଲେ, ଯାହାଙ୍କୁ ଇତିହାସ ବା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଜ୍ଞାନ ନଥିବା ସଂକୀର୍ଣ୍ଣ ମନୋଭାବର ବ୍ୟକ୍ତିମାନେ ଆକଳନ କରିପାରିବେ।  ଆଜି ଏହା ଉପରେ ଯେଉଁମାନେ ଟୀକାଟିପ୍ପଣୀ ଦେଉଛନ୍ତି, ସେମାନଙ୍କର ଐତିହାସିକ ଜ୍ଞାନର ଘୋର ଅଭାବ ରହିଛି ବା ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଇତିହାସକୁ ମନଗଢ଼ା ଭାବେ ବ୍ୟାଖ୍ୟା କରି ଅସଲ ପ୍ରଶ୍ନରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି। ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ କେବଳ  ଭୁଲ ନୁହେଁ, ବରଂ ଏହା ଭାରତର କୂଟନୈତିକ ଇତିହାସ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଅସ୍ମିତା ପ୍ରତି ଏକ ଅପମାନ। ତେଣୁ ନିଶିକାନ୍ତ ଦୁବେ ତୁରନ୍ତ ଏହି ଅପମାନଜନକ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ଓ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଶ୍ରୀ  ଦୁବେଙ୍କ ମନ୍ତବ୍ୟକୁ  ଓଡ଼ିଶା ବିଜେପି ଓ ରାଜ୍ୟ ସରକାର ନିନ୍ଦା କରିବା ଆବଶ୍ୟକ ବୋଲି ଡ଼. ମିଶ୍ର କହିଛନ୍ତି ।

ବିଜେଡି ଉପସଭାପତି ସଞ୍ଜୟ  ଦାସବର୍ମା କହିଛନ୍ତି ଯେ ନିଶିକାନ୍ତଙ୍କ  ମନ୍ତବ୍ୟ କେବଳ ଓଡ଼ିଶାବାସୀଙ୍କୁ ଆଘାତ ଦେଇନାହିଁ, ଭାରତୀୟ ରାଜନୀତିର ଇତିହାସ ଓ ଗୌରବକୁ ମଧ୍ୟ କଳଙ୍କିତ କରିଛି। ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ଜାଣିଥିଲେ ହୁଏତ ନିଶିକାନ୍ତ ଏପରି ମନ୍ତବ୍ୟ ଦେଇ ନ ଥାନ୍ତେ। ତାଙ୍କର ସାହସିକ କାର୍ଯ୍ୟ ପାଇଁ ଇଣ୍ଡୋନେସିଆ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରିଥିଲା, ରୁଷ ସରକାର ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ। ତାଙ୍କ୍‌ ମର ଶରୀରରେ ୩ ଦେଶର ଜାତୀୟ ପତାକା ପଡ଼ିଥିଲା। ଏହି ମହାନ ନେତାଙ୍କୁ ‘ସିଆଇଏ ଏଜେଣ୍ଟ‘ ବା ‘ଲିଙ୍କ୍‌’ କହି ନିଶିକାନ୍ତ ଦୁବେ ଅପମାନିତ କରିବା କେବଳ ତାଙ୍କର ଅଜ୍ଞତା ନୁହେଁ, ନିମ୍ନରୁଚିର ରାଜନୀତିର ସର୍ବନିମ୍ନସ୍ତରୀୟ ଉଦାହରଣ । ଏହି ମନ୍ତବ୍ୟ କେବଳ ବିଜୁ ବାବୁଙ୍କ ନୁହେଁ, ସମଗ୍ର ଓଡ଼ିଆ ଜାତିର ଅପମାନ। ଏଥିପାଇଁ ଶ୍ରୀ ଦୁବେ କ୍ଷମାପ୍ରାର୍ଥର୍ନା କରନ୍ତୁ ବୋଲି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

ନିଶିକାନ୍ତ ଦୁବେଙ୍କର ମାନସିକ ବିକୃତି ଘଟିଛି ବୋଲି ଆକ୍ଷେପ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ ସାହୁ । ସେ  କହିଛନ୍ତି ଯେ ବିଜୁ ବାବୁଙ୍କ ପ୍ରତି ସମଗ୍ର ଭାରତବର୍ଷର ଜନସାଧାରଣଙ୍କ ସମ୍ମାନ ରହିଛି। ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ। ପାକିସ୍ତାନ କବଳରୁ ଶ୍ରୀନଗରକୁ ଉଦ୍ଧାର, ଭାରତ-ଚାଇନା ଯୁଦ୍ଧରେ ଅଗ୍ରଣୀ ଭୂମିକା ନେବାରେ ବିଜୁ ବାବୁ ସବୁଥିରେ ଆଗୁଆ ଥିଲେ। ବିଜୁବାବୁ ରାଜ୍ୟ ଓ ଦେଶ ପାଇଁ କ’ଣ କରିଛନ୍ତି, ସେ ସମ୍ପର୍କରେ ନିଶିକାନ୍ତ ଦୁବେଙ୍କ ପରି କୁଖ୍ୟାତ ଲୋକଙ୍କର ଧାରଣା ଆସିବ କେଉଁଠୁ ? ସେ ନିଜେ ଯେପରି, ଅନ୍ୟମାନଙ୍କୁ ସେହିପରି ଦୃଷ୍ଟିରେ ଦେଖୁଛନ୍ତି। ବିଜୁଙ୍କ ଅପମାନ ଓଡ଼ିଶାର ଅପମାନ, ଏଥିପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ତାଙ୍କ ଦଳ ଏଥିପାଇଁ କ୍ଷମାପ୍ରାର୍ଥନା କରୁ ବୋଲି ସେ ଦାବି କରିଛନ୍ତି ।

ଦଳର ଅନ୍ୟତମ ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ନିଶିକାନ୍ତଙ୍କ ଟିପ୍ପଣୀକୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ଇତିହାସକୁ ବିକୃତ କରିବାକୁ ନିଶିକାନ୍ତଙ୍କ ଅପଚେଷ୍ଟା କେବଳ ଓଡିଶାବାସୀଙ୍କୁ ଆଘାତ ଦେଇନାହିଁ, ପ୍ରତ୍ୟେକ ଓଡ଼ିଆଙ୍କ ଆତ୍ମାକୁ କ୍ଷତାକ୍ତ କରିଛି। ତାଙ୍କର ଏପରି ମନ୍ତବ୍ୟ ରାଜନୈତିକ ଅସୂୟା ପ୍ରଣୋଦିତ। ଏହା ଦେଶ ତଥା ରାଜ୍ୟବାସୀଙ୍କ ପ୍ରତି ଅପମାନ। ଏଥିପାଇଁ ନିଶିକାନ୍ତ ନିସର୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ
ଭୁବନେଶ୍ୱର: ଯେଉଁ ବିଜୁ ପଟ୍ଟନାୟକଙ୍କ ପରଲୋକରେ ତିନି ଦେଶର ପତାକା ଅବନମିତ ହୋଇଥିଲା, ଯେଉଁ ବିଜୁ ପଟ୍ଟନାୟକଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଭୁରିଭୁରି ପ୍ରଶଂସା କରିଛନ୍ତି; ସେହି ବିଜୁ ପଟ୍ଟନାୟକଙ୍କ ପ୍ରତି ଅତ୍ୟନ୍ତ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ଜଣେ ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଭିନ୍ନ ଠକେଇ ଓ ଜାଲିଆତି ମାମଲାରେ ଅଭିଯୁକ୍ତ ସାଂସଦ ନିଶିକାନ୍ତ ଦୁବେ ଓଡ଼ିଆ ଅସ୍ମିତାର ଚଳମାନ ପ୍ରତୀକ କୁହାଯାଉଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ବିରୋଧରେ ସିଆଇଏ ଏଜେଣ୍ଟ ପରି ଘୃଣ୍ୟ ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ନିଶିକାନ୍ତ ଏପରି ମନ୍ତବ୍ୟକୁ ବିଜେଡି ପ୍ରତିବାଦ କରିଛି। ଦଳର ୭ ରାଜ୍ୟସଭା ସାଂସଦ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ବିଜେଡି ସାଂସଦ ମାନସ ମଙ୍ଗରାଜ ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା କରିବା ସହ ଇତିହାସକୁ ବିକୃତ କରିବାକୁ ନିଶିକାନ୍ତ ଦୁବେଙ୍କ ଏପରି ଉଦ୍ୟମକୁ ଓଡ଼ିଶାବାସୀ କଦାପି କ୍ଷମା କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ନିଶିକାନ୍ତ ଦୁବେ ଅଧ୍ୟକ୍ଷ ଥିବା ସଂସଦର ସ୍ଥାୟୀ କମିଟିରୁ ସାଂସଦ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି।

ଝାଡ଼ଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ୧୯୬୨ ଚୀନ ସହ ଯୁଦ୍ଧ ଓ ଚାରିବାଟିଆ ବିମାନଘାଟିରେ ଆମେରିକୀୟ ସେନାଙ୍କ ଉପସ୍ଥିତିକୁ ନେଇ ଶ୍ରୀ ଦୁବେଙ୍କର ବିଜୁବାବୁଙ୍କ ପ୍ରତି ପ୍ରଦାନ କରିଥିବା ଅସମ୍ମାନସୂଚକ ମନ୍ତବ୍ୟ ଏବେ ସାରା ରାଜ୍ୟରେ ନିଆଁ ଲଗାଇ ଦେଇଛି। ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିକଟତମ ବୋଲି ଦାବି କରୁଥିବା, ନୀତି ନୈତିକତା ବିବର୍ଜିତ ଓ ବିଭିନ୍ନ ଠକେଇ ମାମଲାରେ ଅଭିଯୁକ୍ତ ନିଶିକାନ୍ତ ଦୁବେଙ୍କର ବିଜୁ ବାବୁଙ୍କ ପରି ପ୍ରବାଦ ପୁରୁଷ, ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଟିପ୍ପଣୀ ଦେବାର ସାମାନ୍ୟତମ ନୈତିକତା ନାହିଁ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜୁବାବୁଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଶିକାନ୍ତ ଦୁବେଙ୍କ ଦ୍ୱାରା କରାଯାଇଥିବା ଅତ୍ୟନ୍ତ ଅପମାନଜନକ ଏବଂ ଦାୟିତ୍ୱହୀନ ମନ୍ତବ୍ୟକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ଇତିହାସକୁ ବିକୃତ କରିବା ଉଦ୍ଦେଶ୍ୟରେ କରାଯାଇଥିବା ଏପରି ଭିତ୍ତିହୀନ ଏବଂ ଅର୍ଦ୍ଧସତ୍ୟ ଉକ୍ତି ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ଗର୍ବ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନ । ଏହା କେବଳ ବିଜୁ ବାବୁଙ୍କ ଲିଗାସୀ ଉପରେ ଆକ୍ରମଣ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ଭାବନା ଉପରେ ଆକ୍ରମଣ। ଏପରି ନିମ୍ନ ସ୍ତରର ରାଜନୀତି ଦେଶ ପ୍ରତି ତାଙ୍କର ବିଶାଳ ଯୋଗଦାନ ଉପରେ ପ୍ରଭାବ ପକାଇପାରିବ ନାହିଁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ସାଂସଦ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ ପ୍ରମୁଖ କଠୋର ଶବ୍ଦରେ ନିଶିକାନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କର ମତିଭ୍ରମ ଘଟିଥିବା କହିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ଏପରି ଭିତ୍ତିହୀନ, ଅସଂଗତ ଏବଂ ଐତିହାସିକ ସତ୍ୟତାରୁ ବଞ୍ଚିତ ଦାବିଗୁଡ଼ିକ ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ଅମର ପ୍ରତୀକ ତଥା ଦେଶର ଗର୍ବ ଓ ବୀରତ୍ୱର ପ୍ରତି ଗମ୍ଭୀର ଅପମାନ। ଏହା କେବଳ ବିଜୁ ବାବୁଙ୍କ ବିରାଟ ଲିଗାସୀକୁ ହୀନ ପ୍ରତିପାଦିତ କରିବା ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ସାମୂହିକ ବିବେକ ଏବଂ ଭାବନା ପ୍ରତି ସିଧାସଳଖ ଅପମାନବୋଲି ସେ କହିଛନ୍ତି। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ ବିଜୁ ବାବୁ କେବଳ ଜଣେ ରାଜନୈତିକ ନେତା ନ ଥିଲେ, ସେ ନିଜେ ଏକ ଅନୁଷ୍ଠାନ ଥିଲେ। ଏକାଧାରାରେ ସେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ଅସାଧାରଣ ବିମାନ ଚାଳକ, ଦୂରଦର୍ଶୀ ରାଜନୀତିଜ୍ଞ ଏବଂ ଭାରତର ସାହସ ଓ ଗରିମାର ବିଶ୍ୱସ୍ତରୀୟ ଦୂତ ଥିଲେ। ଜଣେ ସାଂସଦ ଏବଂ ଜନପ୍ରତିନିଧି ଭାବରେ ମୁଁ ଏହିପରି ମନ୍ତବ୍ୟର ତୀବ୍ର ପ୍ରତିବାଦ କରୁଛି। ସାଂସଦ ମୁଜିବୁଲ୍ଲା ଖାନ କହିଛନ୍ତି ଯେ ଶାସକ ଦଳର ସାଂସଦଙ୍କ ଏପରି ମିଥ୍ୟା, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବିବୃତ୍ତି ମୋତେ ଗଭୀର ଆଘାତ ଦେଇଛି। ଏପରି ହ୍ୱାଟ୍ସଆପ୍‌ ଗ୍ରାଜୁଏଟ୍‌ ଆମର ଗର୍ବ ଏବଂ ଓଡ଼ିଆ ଲିଗାସୀକୁ ଅପମାନିତ କରିଛନ୍ତି। ଏହା ୪.୫ କୋଟି ଓଡ଼ିଆ ଏବଂ ରାଜ୍ୟବାସୀଙ୍କ ପ୍ରତି ଅପମାନ ଅଟେ। ରାଜ୍ୟବାସୀ ଏହାର ନିଶ୍ଚୟ ଯଥୋଚିତ ଜବାବ୍‌ ଦେବେ ବୋଲି ସେ କହିଛନ୍ତି। ସେହିପରି ଅନ୍ୟତମ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ବିଜୁ ବାବୁ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତର ଗର୍ବ ଅଟନ୍ତି। ଆମେ ଆମର ଗର୍ବ ପାଇଁ ଲଢ଼ିବୁ ବୋଲି  ପ୍ରକାଶ କରିଛନ୍ତି। ଅପରପକ୍ଷରେ ସିପିଆଇ(ଏମଏଲ) ନିଶିକାନ୍ତ ଦୁବେଙ୍କ ଉକ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଶ୍ରୀ ଦୁବେଙ୍କ ବୟାନ ମିଥ୍ୟା ଓ ନିଚସ୍ତରର ଓ ଏଥିପାଇଁ ଓଡ଼ିଶାବାସୀଙ୍କୁ ଏଥିପାଇଁ ବିଜେପି ଦଳ କ୍ଷମା ମାଗୁ ବୋଲି ଦଳ ଦାବି କରିଛି।

ସୂଚନାଯୋଗ୍ୟ ଯେ  ଶ୍ରୀ ଦୁବେ୧୯୬୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍‌ ନେହେରୁ  ଚୀନ୍‌ ସହିତ ହୋଇଥିବା ଯୁଦ୍ଧ ଆମେରିକାର ଆର୍ଥିକ ସହାୟତା ଏବଂ ସିଆଇଏ ସହାୟତାରେ ଲଢ଼ାଯାଇଥିଲା ବୋଲି କହିଥିଲେ। ଏହା ସହିତ ତକ୍ରାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆମେରିକା ସରକାର, ସିଆଇଏ ଏବଂ ନେହେରୁଙ୍କ ମଧ୍ୟରେ ଯୋଗସୂତ୍ର ଥିଲେ ବୋଲି ଅଭିଯୋଗ କରିିଥିଲେ ।