Balendra Shah - The Sakala

ନେପାଳରେ ବାଲେନ୍ଦ୍ର ଶାହ ସରକାରଙ୍କ ବଡ଼ ପଦକ୍ଷେପ: ୧୫୦୦ରୁ ଅଧିକ ନିଯୁକ୍ତି ବାତିଲ, ଖାଲି ପଡ଼ିଲା ପ୍ରମୁଖ ପଦବୀ
ନେପାଳର ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବାଲେନ୍ଦ୍ର ଶାହଙ୍କ ନେତୃତ୍ୱାଧୀନ ସରକାର ପୂର୍ବ ସରକାରଙ୍କ ଦ୍ୱାରା ହୋଇଥିବା ପ୍ରାୟ ୧୫୦୦ ରୁ ଅଧିକ ପ୍ରମୁଖ ନିଯୁକ୍ତିକୁ ବାତିଲ କରିଦେଇଛନ୍ତି। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଅଧ୍ୟାଦେଶ ମାଧ୍ୟମରେ ଏହି ସମସ୍ତ ନିଯୁକ୍ତିକୁ ରଦ୍ଦ କରାଯାଇଛି।

ଅଧ୍ୟାଦେଶ ବଳରେ ନିଯୁକ୍ତି ବାତିଲ

ମନ୍ତ୍ରୀ ପରିଷଦର ସୁପାରିଶ କ୍ରମେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଶନିବାର ଦିନ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଜାରି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ବିଭାଗର ୧,୫୯୪ ରାଜନୈତିକ ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଏହି ନୂତନ ନିୟମ ଅନୁଯାୟୀ, ମାର୍ଚ୍ଚ ୨୬ ପୂର୍ବରୁ ହୋଇଥିବା ସମସ୍ତ ସରକାରୀ ନିଯୁକ୍ତି ସ୍ୱୟଂଚାଳିତ ଭାବେ ବାତିଲ ହୋଇଯିବ, ଯାହା ଫଳରେ ଏବେ ଅନେକ ପ୍ରମୁଖ ପଦବୀ ଖାଲି ପଡ଼ିଛି।

ପ୍ରଭାବିତ କ୍ଷେତ୍ର ଓ ଉଦ୍ଦେଶ୍ୟ

ଏହି ଅଧ୍ୟାଦେଶ ଯୋଗୁଁ ନେପାଳର ପ୍ରଶାସନିକ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅସ୍ଥିରତା ସୃଷ୍ଟି ହୋଇଛି। ବିଶେଷ କରି ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ନିୟାମକ ସଂସ୍ଥା, ବୋର୍ଡ, ଗବେଷଣା ପ୍ରତିଷ୍ଠାନ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଅଧିକାରୀମାନେ ପ୍ରଭାବିତ ହୋଇଛନ୍ତି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନିଯୁକ୍ତିଗୁଡ଼ିକୁ ହଟାଇବା ଏବଂ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି।

ସମାଲୋଚନା ଓ ନୂଆ ସରକାରଙ୍କ ଆଭିମୁଖ୍ୟ

ଗୋଟିଏ ପଟେ ସରକାର ଏହାକୁ ସ୍ୱଚ୍ଛତା ଆଣିବାର ପ୍ରୟାସ ବୋଲି କହୁଥିବା ବେଳେ, ଅନ୍ୟପଟେ ସମାଲୋଚକମାନେ କହିଛନ୍ତି ଯେ ଏକକାଳୀନ ଏତେ ସଂଖ୍ୟକ ପଦବୀ ଖାଲି ହେବା ଦ୍ୱାରା ସରକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେବାରେ ବାଧା ସୃଷ୍ଟି ହେବ। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୫ ତାରିଖରେ ହୋଇଥିବା ନିର୍ବାଚନରେ ବାଲେନ୍ଦ୍ର ଶାହଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ପାରମ୍ପରିକ ରାଜନୈତିକ ଦଳଗୁଡ଼ିକୁ ପଛରେ ପକାଇ କ୍ଷମତାକୁ ଆସିଥିଲା। ଏହି ବିପୁଳ ଜନମତ ପରେ ସରକାର ନିଜର ପ୍ରତିଶ୍ରୁତି ମୁତାବକ ପ୍ରଶାସନିକ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି
ନୂଆଦିଲ୍ଲୀ: ନେପାଳର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଦେଶର ରାଜନୀତିରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୨୫ ମସିହାରେ ହୋଇଥିବା ଜେନ୍-ଜେଡ୍ (Gen Z) ବିକ୍ଷୋଭ ବେଳେ ହିଂସାତ୍ମକ ଦମନକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ତାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ମଧ୍ୟ ଅଟକ ରଖାଯାଇଛି।

ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଏବଂ ସୋସିଆଲ ମିଡିଆ ଉପରେ କଟକଣାକୁ ବିରୋଧ କରି ଯୁବବର୍ଗଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ବିକ୍ଷୋଭ ଏତେ ଉଗ୍ର ରୂପ ନେଇଥିଲା ଯେ ସେପ୍ଟେମ୍ବର ୮ ଏବଂ ୯ ତାରିଖରେ ହୋଇଥିବା ହିଂସାରେ ସର୍ବମୋଟ ୭୭ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୯ ଜଣ ଯୁବକଙ୍କ ପ୍ରାଣହାନି ଘଟିଥିଲା। ପରବର୍ତ୍ତୀ ସମୟରେ ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଥିଲା ଏବଂ ସଂସଦ ସମେତ ବିଭିନ୍ନ ସରକାରୀ କୋଠାରେ ନିଆଁ ଲଗାଇ ଦିଆଯାଇଥିଲା, ଯାହା ଶେଷରେ ଓଲି ସରକାରଙ୍କ ପତନର ମୁଖ୍ୟ କାରଣ ପାଲଟିଥିଲା।

ନୂତନ ପ୍ରଧାନମନ୍ତ୍ରୀ ତଥା ରାପର୍ ରୁ ରାଜନେତା ପାଲଟିଥିବା ବାଲେନ୍ଦ୍ର ଶାହା କ୍ଷମତାକୁ ଆସିବା ପରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଏକ ସ୍ୱତନ୍ତ୍ର ତଦନ୍ତ କମିଶନଙ୍କ ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ରିପୋର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ୭୪ ବର୍ଷୀୟ ଓଲି, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ପୂର୍ବତନ ଆଇଜିପି ଚନ୍ଦ୍ର କୁବେର ଖାପୁଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସୁପାରିଶ କରାଯାଇଥିଲା। ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ଅବହେଳା ପାଇଁ ଯଦି କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଏହି ନେତାମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ଅନ୍ୟପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତଦନ୍ତ କମିଶନଙ୍କ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିବା ସହ ଏହା ଏକ ଚରିତ୍ର ହନନ ଏବଂ ଘୃଣ୍ୟ ରାଜନୀତିର ଅଂଶ ବୋଲି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିର ଗଡ଼ କୁହାଯାଉଥିବା ଝାପା-୫ (Jhapa-5) ଆସନରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ବାଲେନ୍ ଶାହାଙ୍କ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ ଓଲି।