Kalabaisakhi - The Sakala

କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଖସିଲା ପାରଦ, ୨୭ ଡିଗ୍ରୀକୁ ଖସିଲା ହିଟ୍ ଇଣ୍ଡେକ୍ସ
ଭୁବନେଶ୍ୱର: ଗତ ୧୦ ଦିନ ଧରି ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେବା ପରେ ରାଜଧାନୀ ବାସିନ୍ଦାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମେ ୨୮ ତାରିଖ ସକାଳ ୫:୩୦ ସୁଦ୍ଧା ରାଜଧାନୀର ହିଟ୍ ଇଣ୍ଡେକ୍ସ ବା ତାପମାତ୍ରା ସୂଚକାଙ୍କ ଖସିଆସି ୨୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯାହାକି ଚଳିତ ମାସର ସର୍ବୋଚ୍ଚ ରେକର୍ଡଠାରୁ ପ୍ରାୟ ୧୭ ଡିଗ୍ରୀ କମ୍।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୧୯ ରୁ ୨୭ ତାରିଖ ମଧ୍ୟରେ ରାଜଧାନୀର ହିଟ୍ ଇଣ୍ଡେକ୍ସ ଅଧିକାଂଶ ଦିନ ୪୦ ରୁ ୪୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ବିଶେଷକରି ମେ ୨୨ ତାରିଖରେ ଏହା ସର୍ବୋଚ୍ଚ ୪୪ ଡିଗ୍ରୀ ଛୁଇଁଥିଲା, ଯାହା ଅତ୍ୟନ୍ତ କଷ୍ଟଦାୟକ ଥିଲା। ତେବେ ଗତକାଲି ସନ୍ଧ୍ୟାରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଥଣ୍ଡା ପବନ ବହିବା ସହ ଆକାଶ ମେଘାଚ୍ଛନ୍ନ ରହିବା ଏବଂ ବର୍ଷା ହେବା କାରଣରୁ ଏହି ବଡ଼ ଆଶ୍ୱସ୍ତି ମିଳିଛି।

ବୁଧବାର ସନ୍ଧ୍ୟାରେ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ କଳାହାଣ୍ଡିଆ ମେଘ ଆକାଶକୁ ଢାଙ୍କି ଦେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି, ବିଜୁଳି ଏବଂ ପ୍ରବଳ ବର୍ଷା ହୋଇଥିଲା। ଏହି ଅଚାନକ ଝଡ଼ବର୍ଷା ଯୋଗୁଁ କିଛି ସ୍ଥାନରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା ଖବର ମିଳିଛି। ତଥାପି, ଅସହ୍ୟ ଗରମ ଓ ଗୁମଗୁମିରୁ ମୁକ୍ତି ପାଇଥିବାରୁ ରାଜ୍ୟବାସୀ ଏହି ବର୍ଷାକୁ ସ୍ୱାଗତ କରିଛନ୍ତି।

ପାଣିପାଗ ବିଶେଷଜ୍ଞଙ୍କ ମତରେ ପାଗରେ ଦେଖାଦେଇଥିବା ଏହି ପରିବର୍ତ୍ତନ ମୌସୁମୀ ଆସିବାର ପୂର୍ବ ପ୍ରସ୍ତୁତି ବା ଏକ ସଂକ୍ରମଣ କାଳକୁ ସୂଚାଉଛି। ତେବେ ଆଗାମୀ ଦିନରେ ତାପମାତ୍ରାରେ ପୁଣି ଥରେ ଉତ୍ଥାନ-ପତନ ଦେଖାଯିବାର ସମ୍ଭାବନା ଥିବାରୁ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁରରେ କାଳବୈଶାଖୀ ତାଣ୍ଡବ । ପ୍ରଚଣ୍ଡ ପବନରେ ଭୁଶୁଡ଼ିଗଲା ଟେଣ୍ଟ । ଟେଣ୍ଟ ତଳେ ଚାପି ହୋଇ ଚାଲିଗଲା ୩ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା । ସୂଚନାଯୋଗ୍ୟ, ଆଜି ଅପରାହ୍ଣ ସମୟରେ ହଠାତ୍‌ ପ୍ରବଳ ଘୁର୍ଣ୍ଣିଝଡ଼, ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି । ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ତେବେ ପ୍ରବଳ ପବନ ହେବ ଯୋଗୁଁ କେନ୍ଦୁଝର ଟାଉନ ଥାନା ଅଧୀନ ନରଣପୁର ଅଞ୍ଚଳରେ କୌଣସି ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ, ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏଁ ବହିପାରେ। ସେହିପରି ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲାକୁ କାଳ ବୈଶାଖୀ ସତର୍କତା ପାଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ,କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା । ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି, ବିଜୁଳି ସହ ପବନ ର ବେଗ 50 ରୁ 60 କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ପଡିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ପାଇଁ ଅନ୍ୟ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ରେ କଳାବଶାଖୀ ବର୍ଷା ସହ ଘଡ଼ଘଡ଼ି ବିଜୁଳି ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଗତ 24 ଘଣ୍ଟାରେ ବୌଧ ରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ଥିବାବେଳେ କେନ୍ଦ୍ରାପଡ଼ା ରେ ସର୍ବନିମ୍ନ 19.8 ଡିଗ୍ରୀ ରେକର୍ଡ ହୋଇଛି ।

କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷାରେ ଛିଣ୍ଡିଗଲା ନୀଳଚକ୍ରର ପବିତ୍ର ବାନା
ରାଜ୍ୟରେ ହଠାତ୍ ପାଗରେ ପରିବର୍ତ୍ତନ ଆସିବା ସହ ଅନେକ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ତୀବ୍ର ବେଗରେ ପବନ ବହିବା କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସାଧାରଣ ଜନଜୀବନ ଉପରେ ପଡ଼ିଥିବା ବେଳେ ଏକ ପ୍ରସିଦ୍ଧ ମନ୍ଦିର ଉପରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି।

ଛିଣ୍ଡିଗଲା ନୀଳଚକ୍ର ବାନା

ମିଳିଥିବା ସୂଚନା ଅନୁଯାୟୀ, କାଳବୈଶାଖୀର ପ୍ରବଳ ପବନ ଓ ଲଗାଣ ବର୍ଷା ଯୋଗୁଁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ଶୋଭା ପାଉଥିବା ପବିତ୍ର ନୀଳଚକ୍ର ପ୍ରଭାବିତ ହୋଇଛି। ପବନର ବେଗ ଏତେ ଭୟଙ୍କର ଥିଲା ଯେ, ନୀଳଚକ୍ରରେ ବନ୍ଧା ଯାଇଥିବା ବାନା (ପତାକା) ସଂପୂର୍ଣ୍ଣ ଭାବେ ଛିଣ୍ଡିଯାଇଛି ବା କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ଝଡ଼ତୋଫାନ ଯୋଗୁଁ ମନ୍ଦିର ଚୂଡ଼ାରେ ଏଭଳି ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି, ଯାହା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି।

ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦ୍‌ବେଗ ଓ ମରାମତି ପ୍ରସ୍ତୁତି

ମନ୍ଦିର ଚୂଡ଼ାରେ ଥିବା ନୀଳଚକ୍ର ଓ ବାନା କ୍ଷତିଗ୍ରସ୍ତ ହେବା ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉଦ୍‌ବେଗ ପ୍ରକାଶ ପାଇଛି। ଅନେକ ଏହାକୁ ନେଇ ଉଦ୍‌ବିଗ୍ନ ଥିବା ବେଳେ, ଘଟଣା ସମ୍ପର୍କରେ ଖବର ପାଇବା ପରେ ମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ତତ୍ପରତା ଦେଖାଇଛନ୍ତି। ପାଗ ସ୍ୱାଭାବିକ ହେବା ପରେ ତୁରନ୍ତ ନୂତନ ବାନା ବାନ୍ଧିବା ସହ ନୀଳଚକ୍ରର ସ୍ଥିତି ଯାଞ୍ଚ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି।

ବଲାଙ୍ଗିରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ଆସନ୍ତା ୧୮ରୁ ୨୧ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା
ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଖରା ଏବଂ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆଗାମୀ ଖରାଛୁଟି ନେଇ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ମନ୍ତ୍ରୀଙ୍କ ପୂର୍ବ ସୂଚନା ଓ ବର୍ତ୍ତମାନର ସ୍ଥିତି

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଥିଲେ। ଅସହ୍ୟ ଖରା କାରଣରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବାରୁ, ପରିସ୍ଥିତିକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯିବ ବୋଲି ସେ କହିଥିଲେ। ବର୍ତ୍ତମାନ ବଲାଙ୍ଗିରରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ଫଳରେ ସ୍ଥାନୀୟ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି।

ଅନ୍ୟପକ୍ଷରେ, ଉପକୂଳ ଓଡ଼ିଶାରେ ପାରଦ ୩୫ରୁ ୩୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିଲେ ମଧ୍ୟ ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇପଡ଼ିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ଦୁଇ ଦିନ ଧରି ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ମିଳିବାର କୌଣସି ଆଶା ନାହିଁ।

ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳରେ ଲାଗିରହିଥିବା କାଳବୈଶାଖୀ ପ୍ରଭାବରେ ଏକ ବଡ଼ ଅଘଟଣ ଘଟିଯାଇଛି। ସନ୍ଧ୍ୟା ସମୟରେ ସାତପଡ଼ା ଘାଟରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ସରକାରୀ ଭସାପୋଲ ଦିଗହରା ହୋଇ ମଝି ଚିଲିକାରେ ବାଟବଣା ହୋଇଯାଇଥିଲା। ଫଳରେ ଏଥିରେ ଥିବା ୫୦ରୁ ଅଧିକ ଯାତ୍ରୀ ଏବଂ ବହୁ ଯାନବାହନ ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିଲେ।

କାଳବୈଶାଖୀ ଯୋଗୁଁ ବିଗିଡ଼ିଲା ସ୍ଥିତି

ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ପାଗ ଖରାପ ରହିଛି। ଭସାପୋଲଟି ଯାତ୍ରା କରୁଥିବା ସମୟରେ ହଠାତ୍ ପବନ ଓ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। କାଳବୈଶାଖୀ ଜନିତ ଅନ୍ଧକାର କାରଣରୁ ଭସାପୋଲର ଚାଳକ ଦିଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲେ। ନିଜର ଗନ୍ତବ୍ୟସ୍ଥଳକୁ ଯାଇନପାରି ଏହି ଭସାପୋଲଟି ମଇଁଷା ବ୍ରହ୍ମପୁର ଗାଁ ନିକଟରେ ଅଟକି ରହିଥିଲା। ସୂଚନା ଅନୁଯାୟୀ, ଏହି ଭସାପୋଲରେ ଯାତ୍ରୀଙ୍କ ସମେତ ୫ଟି କାର୍ ଏବଂ ୧୦ଟି ବାଇକ୍ ମଧ୍ୟ ରହିଥିଲା। ଚତୁର୍ଦ୍ଦିଗରେ ଘନ ଅନ୍ଧକାର ଓ ପାଣି ଘେରି ରହିଥିବାରୁ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇ ମୋବାଇଲ୍ ଫୋନ୍ ଯୋଗେ ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ।

ପୋଲିସ ଓ ପ୍ରଶାସନର ତ୍ୱରିତ ପଦକ୍ଷେପ

ଖବର ପାଇବା ମାତ୍ରେ କୃଷ୍ଣପ୍ରସାଦ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପାଣିପାଗ ଖରାପ ଏବଂ ରାତିର ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ପ୍ରାରମ୍ଭିକ ବାଧା ଉପୁଜିଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ସହାୟତାରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିଲା। ବିଳମ୍ବିତ ରାତିରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ଯାତ୍ରୀ ଏବଂ ମୋଟରସାଇକେଲ୍ ଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ, ଅର୍ଥାତ୍ ଆଜି ସକାଳେ ଭସାପୋଲଟିକୁ ଜହ୍ନିକୁଦା ପେଣ୍ଠ ଜେଟି ନିକଟକୁ ଅଣାଯାଇ ସେଥିରେ ଥିବା କାର୍ ଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି।

ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅସନଯୋଡା ରାମଦାସ ହାଁସଦାଃ(୩୩) ଓ ଅନ୍ୟ ଜଣେ  ଖୁଣ୍ଟା ଥାନା କାଦଡିହା ଅଞ୍ଚଳର ନଗେନ ମୁର୍ମୁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ପ୍ରାକ୍ କାଳ ବୈଶାଖି ଯୋଗୁଁ ୧୮ନଂ ଜାତୀୟ ରାଜପଥ ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଏକ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି । ସେହିପରି ବାରିପଦା-ଉଦଳା ରାସ୍ତା ଖୁଣ୍ଟା ଥାନା ଇଲାକାରେ ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଯୋଗୁଁ ୩ଜଣ ଗୁରୁତର ହୋଇ ବାରିପଦା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅଛନ୍ତି ।