jajapura - The Sakala
ଯାଜପୁର: ଯାଜପୁର ଇତିହାସ ପୃଷ୍ଠାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ଜିଲ୍ଲାର ରୂପାନ୍ତରଣ ସହ ସାମଗ୍ରିକ ଭାବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ। ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ ଫାଇଭ-ଟି ସଚିବ । ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥଇଲେ। ମହିଳାଙ୍କ ଦ୍ବାରା ପରିଚାଳିତ କାଫେରେ ଜଳଖିଆ କରିଥିଲେ ଭିକେ ପାଣ୍ଡିଆନ।
ଟ୍ରକକୁ ପଛପଟୁ ପିଟିଲା ସ୍କୁଟି: ୨ମୃତ, ୧ ଗୁରୁତର
ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ସ୍କୁଟି।  ଫଳକେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ୨ ଯୁବକ କିଆଝର ଅଞ୍ଚଳର ମହେନ୍ଦ୍ର ଟୁଡୁ ଓ ମନ ମୁର୍ମୁ ହୋଇଥିବା ବେଳେ ଗୁରୁତର ଜଣକ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଅଞ୍ଚଳର କେଶବ ମାରାଣ୍ଡି ବୋଲି ଜଣା ପଡିଛି। ଆହତଙ୍କୁ ଦାନଗଦି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜମି ପାଇଁ ମାଆକୁ ଅସହ୍ୟ ନିର୍ଯାତନା: ଇଟା ଲଦିଦେଲେ ପୁଅ-ବୋହୂ
ଦଶରଥପୁର: ଜମିଜମାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ପୁଅ-ବୋହୂ ମିଶି ମାଆ ଉପରେ ଶତାଧିକ ଇଟା ଲଦି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାମର ତୌଲି ବେହେରାଙ୍କ ମୃତ୍ୟୁପରେ ପତ୍ନୀ ମଖି ବଡ଼ ପୁଅ ପାଖରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଶନିବାର ମଝିଆଁ ପୁଅ ରଘୁନାଥ ଏବଂ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଜମି ଦାବି କରିଥିଲେ। ମାତ୍ର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ପୁଅ ବୋହୂ ମିଳିମିଶି ମାଆ ମଖିକୁ ଗାଳି ଗୁଲଜ କରି ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ। ଯନ୍ତ୍ରଣାରେ ଛଟ ପଟ ହୋଇ ମଖି ଚିତ୍କାର କରୁଥିଲେ ମଧ୍ୟ ପୁଅ ବୋହୂ ଏହା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସାନ ବୋହୂ ଓ କିଛି ପଡୋଶୀ ଘଟଣାର ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ସହିତ ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଖିଙ୍କ ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏକ ମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି।
ଚାଲିଚାଲି ଯାଉଥିବା ବେଳେ ମାଡ଼ିଗଲା ଟ୍ରକ, ଦମ୍ପତି ମୃତ
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ।
ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ଯରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ଏହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳର ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେଣି ୬ ପୁରୁଷ ଓ ୫ ମହିଳା
ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଛି। ଏହାଛଡ଼ା ୫ ପୁରୁଷ ଓ ୫ ମହିଳାଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି। ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହା ପରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ନିର୍ବାଚନ କର୍ମଚାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲାଗୁଛି ସେହି ଦଫା ଲାଗୁ ବୋଲି ଦାବି ମଧ୍ୟ କରାଯାଇଥିଲା। ସାମ୍ବାଦିକମାନଙ୍କର ଏହି ଦଳ ରାଜ୍ୟ ନିର୍ବାଚନ ଆୟୋଗକୁ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଦାବି କରିଥିଲେ।
ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ତୁରନ୍ତ ଆକ୍ସନ ନେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ।ଡିଜିପିଙ୍କ ନିର୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀଙ୍କ ନେତୃତ୍ବରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ  କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ଅଟକ ରଖିଥିଲା ବିଞ୍ଝାରପୁର ପୁଲିସ।
ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି: ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ମିଶିଲେ ଶତାଧିକ ବିଜେପି କର୍ମୀ
ଚଣ୍ଡିଖୋଲ: ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି । ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବ ହୋଇଛି। ଧର୍ମଶାଳା ନିର୍ବାଚନ ମଣ୍ଡଳିର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି । ଯାଜପୁର ଜିଲ୍ଲା ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ପୂର୍ବରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପାର୍ଥୀ ରମେଶ ଚନ୍ଦ୍ର ପରିଡ଼ି ଓ ବହୁ ବିଜେପି କାର୍ଯ୍ଯକର୍ତ୍ତା ବିଜେଡିରେ ମିଶିଥିଲେ ।
ଆଜି ରମେଶ ଚନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ଦଳକୁ ଆଗାମୀ ଦିନରେ ଆହୁରି ମଜଭୁତ୍ କରିବା ସହ ଧର୍ମଶାଳାର ବିକାଶର ଧାରାକୁ ଆହୁରି ଆଗକୁ ନେବ ବୋଲି କହିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ ।
ବଢି ପାଣିରେ ବାପ ପୁଅ ଭାସିଯିବା ଘଟଣା: ଗୋଟିଏ ଦିନ ପରେ ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ
ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତରେ ବାପ ପୁଅ ଭାସିଯିବା ଘଟଣା। ଉଦ୍ଧାର ହେଲା ବାପପୁଅଙ୍କ ମୃତଦେହ। ମୃତକ ହେଲେ ଗଙ୍ଗାଧରପୁର ଗାଁର କିଶୋର ସିଂ ଓ ପୁଅ କୈଳାସ ସିଂ। ଗତକାଲି ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ କିଶୋର ସିଂ। ଏହା ଦେଖି ପୁଅ ବାହାରିଥିଲା ବାପାଙ୍କୁ ବଞ୍ଚାଇବା ପାଇଁ। ତେବେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଭାସି ଯାଇଥିଲେ। ବନ୍ୟା ପାଇଁ ନଦୀରେ ପ୍ରଖର ସ୍ରୋତ ଥିବାରୁ ଭାସିଯାଇଥିଲେ ବାପା ପୁଅ। ଖବର ପାଇ ଉଦ୍ଧାର କାର୍ଯ୍ଯ ଜାରି ରଖିଥିଲା ଓଡ୍ରାଫ୍ ଓ ଦମକଳ ବାହିନୀ। ଆଜି ସକାଳୁ ଗଙ୍ଗାଧରପୁର ଗାଁ ନିକଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।
ନିର୍ମାଣାଧୀନ ପୋଲ ଉପରୁ ୨ମୃତଦେହ ଉଦ୍ଧାର
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ । ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରିଛନ୍ତି- ପ୍ରଣବ ପ୍ରକାଶ
ଯାଜପୁର/ଟାଉନ: ଆଜି ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତାଦଳର କାର୍ଯ୍ୟକାରିଣୀ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଛାତ୍ର ବିଜେଡି କର୍ମୀ ଓ ନେତାଙ୍କ ଦ୍ୱାରା ଭରପୁର ଏହି ବୈଠକରେ ଶ୍ରୀ ଦାସ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିକାଶର ବାସ୍ତବତାକୁ ଯୁବ ଛାତ୍ରମାନେ ବୁଝିବା ଦରକାର ବୋଲି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଗୋଟିଏ ସମୟରେ ରାଜ୍ୟର ସ୍ଥିତି ଏଭଳି ବିଗିଡି ଯାଇଥିଲା ଯେ ରାଜ୍ୟବାସୀଙ୍କ ପାଇଁ ବାହାରୁ ବିମାନରେ ସହାୟତା ଆସୁଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଶାସନ ସମୟରେ ଆଜି ରାଜ୍ୟରୁ ବିମାନରେ ଅକ୍ସିଜେନ ବାହାର ରାଜ୍ୟକୁ ଯାଇ ରୋଗୀ ମାନଙ୍କ ଜୀବନ ବଞ୍ଚାଯାଉଛି। ରାଜ୍ୟରେ ଗୋଟିଏ ସମୟରେ ଶୋଷଣ ସରକାର ଚାଲିଥିଲା। ଆଜି ରାଜ୍ୟରେ ବିକାଶ ସରକାର ଚାଲିଛି। ଆଉ ଗୋଟେ ପଟେ ଭାଷଣ ସରକାର ଚାଲିଛି। ରାଜ୍ୟବାସୀ ସବୁ ଅନୁଭବ କରୁଛନ୍ତି। ପ୍ରବାଦ ପୂରୁଷ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଶାସନ କରୁଥିଲାବେଳେ ଆଜି ଆମ ଓଡିଆ ଜାତିକୁ ସାରା ବିଶ୍ୱରେ ପରିଚିତ କରି ପାରିଛନ୍ତି। ଅନ୍ୟ ଏକ ଉଦାହରଣ ଦେଇ ସେ କହିଥିଲେ ସତ ସବୁ ବେଳେ ନୀରବରେ ଚାଲେ ହେଲେ ମିଛ ଗଳା ପଠାଇ ଚିତ୍କାର କରେ। ମୁଖ୍ୟମନ୍ତ୍ରୀ ସତରେ ଯାଉଥିବାରୁ ସେ ନୀରବରେ ରାଜ୍ୟର ବିକାଶ କରୁଛନ୍ତି। ସେ କମ କୁହନ୍ତି ବେଶି କାମ କରନ୍ତି। ସେ ହେଲେ ଆମ ପିତୃ ପ୍ରତିମ। ସେ ଆମକୁ ବିକାଶ ଦେଇଛନ୍ତି। ଆଜି ଆମକୁ ପିତୃ ଋଣ ସୁଝିବାକୁ ପଡ଼ିବ। ଏହା ଆମର ଦାୟିତ୍ୱ। ତେଣୁ ଛାତ୍ର ସମାଜ ଏକ ହୋଇ ମୁଖ୍ୟମନ୍ତ୍ରୀ ଆମ ପାଇଁ ଆମ ରାଜ୍ୟ ପାଇଁ କଣ କରିଛନ୍ତି ତାକୁ ଜାଣି ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। କେବଳ ରାଜନୀତିରେ ନିୟୋଜିତ ନହୋଇ ସାମାଜିକ ସଂଗଠନରେ ସାମିଲ ହୋଇ ଲୋକ ମାନଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ। କାରଣ ସେବା ହିଁ ବିଜେଡିର ମୂଳମନ୍ତ୍ର ବୋଲି ଶ୍ରୀ ଦାସ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଯାଜପୁର ପୌରପାଳ ଭବ ପ୍ରସାଦ ଦାସ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରାଜେଶ ସ୍ୱାଇଁ, ଉପସଭାପତି ବିଜୟ ବସନ୍ତିଆ, ଜିଲ୍ଲା ବିଜୁ ଛାତ୍ର ଜନତାଦଳ ସଭାପତି ସୈାମ୍ୟ ପ୍ରକାଶ ବିଶ୍ୱାଳ, ଜିଲ୍ଲା ବିଜୁ ଛାତ୍ର ଜନତାଦଳ ଉପସଭାପତି ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।
ଅଚିହ୍ନା ବାଳକକୁ ଚୋର ସନ୍ଦେହରେ ମାଡ଼
ସିମୁଳିଆ: କିଛିଦିନ ଧରି ସିମୁଳିଆ ଥାନା ବିଭିନ୍ନ ଅଞ୍ଚଳ ବାରମ୍ବାର ଚୋରି ହେବା ଆଉ ଘଟଣା ଧରା ନ ପଡ଼ିବା ଅସହ୍ୟ ହୋଇି ପଡ଼ିଲେଣି ଅଞ୍ଚଳବାସୀ। ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଳରେ ଗାଁକୁ ପଶି ଚୋରି କରୁଥିବାର ଜଣାଯାଇଛି। ଏପରି ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳର ବଧି ଗ୍ରାମର ଅଚିହ୍ନା ନାବାଳକକୁ ଧରି ଉତ୍ତମ ମଧ୍ୟମ ଦେଇ ଗ୍ରାମବାସୀ ଛାଡି ଦେଇଥିବାର ଜଣାଯାଇଛି। ବିବରଣୀରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବଧି ଗ୍ରାମର ଏକ ଅଜଣା ନାବାଳକ ବେକରେ ପଘା ପକାଇ ଭିକ୍ଷା ବୃତ୍ତି କରୁଥିବାବେଳେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ତାକୁ ପଚରା ଉଚୁରା କରିଥିଲେ। ମାତ୍ର ନାବାଳକ ଜଣଙ୍କ ବାରମ୍ବାର ତାର ଘର ଠିକଣା ବଦଳାଇ କହିବାକୁ ଦେଖିବାକୁ ମିଳିଥିଲା। ଆଉ ବେକରେ ପକାଇଥିବା ପଘାଟି ମିଛରେ ପକାଇଥିବାର ପ୍ରମାଣ ମିଳିବାରୁ ଗ୍ରାମବାସୀ ଉକ୍ତ ନାବାଳକକୁ ଉତ୍ତମ ମଧ୍ୟମ ଦେଇ ଗ୍ରାମରୁ ବିଦା କରି ଦେଇଥିଲେ। ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାର ଜଣାଯାଇଛି।
୫ହଜାର ଟଙ୍କା ଋଣ ସୁଝି ନ ପାରିବାରୁ ନିଜ ଶିଶୁକନ୍ୟାକୁ ବିକି ଦେଲା ବାପା
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ହଜାର ଋଣ ସୁଝି ନ ପାରିବାରୁ ନିଜ ଶିଶୁ କନ୍ୟାକୁ ବିକ୍ରି କରିଦେଇଛି ବପା । ଏ ନେଇ ଶିଶୁକନ୍ୟାର ଜେଜେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି।
ସୂଚନା ଅନୁସାରେ, ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ। ଋଣ ବାବଦ ଟଙ୍କା ସୁଝି ନପାରିବାରୁ ସେ ନିଜ ଝିଅକୁ ବିକ୍ରି କରିଦେଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିଶୁ କନ୍ୟାର ଜେଜେ। ଖବର ପାଇ ପୁଲିସ ବିଞ୍ଝାରପୁର ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି। ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଛନ୍ତି ।