lpg price hike - The Sakala

ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ
ଭୁବନେଶ୍ୱର: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ବିଜେଡିର ଯୁଦ୍ଧ ଦେହିଂ ଡାକରା। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗର୍ଜନ। ବିଜେଡି ଅଭିଯୋଗ କରିଛି, ଦରଦାମ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ସରକାର । ମହଙ୍ଗା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏହି ସମୟରେ ଏଲପିଜି ଦାମ ୬୦ ଟଙ୍କା ବଢିଛି। ଏହା ସହିତ ଏଲପିଜିର ଘୋର ଅଭାବ ଦେଖା ଦେଲାଣି। ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଚଡକ ପଡ଼ିଲାଣି। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି। ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେଡି ବିକ୍ଷୋଭ କରୁଛି। ସରକାରଙ୍କ କାନରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପହଞ୍ଚାଇବା ପାଇଁ ବିଜେଡିର ମହିଳା, ଯୁବ ଓ ଛାତ୍ର ଶାଖା କରୁଛି ଗର୍ଜନ।

ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କ ପକେଟରେ ମହଙ୍ଗା ମାଡ଼। ଘରୋଇ ଏଲପିଜି ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଦେଶବ୍ୟାପୀ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ହୋଇଛି । କେବଳ ଘରୋଇ ଗ୍ୟାସ୍ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ହେଉଥିବା ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial LPG) ଦର ମଧ୍ୟ ୧୧୫ ଟଙ୍କା ବଢିଛି।  ଆଜିଠୁ ନୂଆ ଦର ଲାଗୁ ହେବ ।

ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୫୩ ଟଙ୍କାରୁ ବୃଦ୍ଧି ପାଇ ୯୧୩ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପୂର୍ବରୁ ଏହା ୮୫୨.୫୦ ଟଙ୍କା ଥିବାବେଳେ ବର୍ତ୍ତମାନ ୯୧୨.୫୦ ଟଙ୍କା ହୋଇଛି। କୋଲକାତାରେ ଦର ବୃଦ୍ଧି ପାଇ ୯୩୯ ଟଙ୍କା (ଆନୁମାନିକ) ଏବଂ ଚେନ୍ନାଇରେ ୮୬୮.୫୦ ଟଙ୍କାରୁ ବଢି ୯୨୮.୫୦ ଟଙ୍କା ହୋଇଛି। ଆଜିଠାରୁ ଏହି ନୂତନ ଦର ଲାଗୁ ହୋଇଛି। ଏହାପୂର୍ବରୁ ଏପ୍ରିଲ ୨୦୨୫ରୁ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଥିଲା।

ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାଇଁ ମଧ୍ୟ ଖରାପ ଖବର ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦର ୧୭୬୮.୫୦ ଟଙ୍କାରୁ ବଢି ୧୮୮୩ ଟଙ୍କା ହୋଇଛି। ମୁମ୍ବାଇରେ ଏହା ୧୮୩୫ ଟଙ୍କା, କୋଲକାତାରେ ୧୯୯୦ ଟଙ୍କା ଏବଂ ଚେନ୍ନାଇରେ ୨୦୪୩.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ହୋଟେଲ ଖାଦ୍ୟ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତେବେ ଦେଶରେ ଇନ୍ଧନ ଅଭାବ ନେଇ ଉଠୁଥିବା ଗୁଜବକୁ ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ଦେଶରେ ଶକ୍ତିର କୌଣସି ଅଭାବ ନାହିଁ ଏବଂ ଗ୍ରାହକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲ ଅଭାବ ନେଇ ପ୍ରଚାରିତ ଖବରକୁ ଭିତ୍ତିହୀନ ବୋଲି କହିଛି। କମ୍ପାନୀ ଅନୁଯାୟୀ, ଭାରତ ନିକଟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ରହିଛି ଏବଂ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରହିଛି।

ପୁଣି ବାଜିଲା ମହଙ୍ଗା ଛାଟ; ବଢ଼ିଲା କମର୍ସିଆଲ ଏଲପିଜି ଗ୍ୟାସ ଦର, ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ବଢିଲା କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ହୋଇଛି । ପନିପରିବା ଦର ଆକାଶଛୁଆଁ ଥିବାବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। କମର୍ସିଆଲ ଏଲପିଜି ଦର ୭ଟଙ୍କା ବୃଦ୍ଧି ପାଇ ୧,୭୮୦ ଟଙ୍କାରେ ପହଞ୍ଚିଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ୭ଟଙ୍କା ବୃଦ୍ଧି ପାଇ ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ଏହାବାଦ ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।

ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ଥିଲେ ମିଳିବ ଏଲ୍‌ପିଜି ସବ୍‌ସିଡି !
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ପରେ ରନ୍ଧନ ଗ୍ୟାସ୍ ଦରକୁ ନେଇ ଏବେ ଖାଉଟି ବେଶ ଚିନ୍ତିତ । ବଢ଼ିଲାଣି ହାଣ୍ଡିଶାଳ ବଜେଟ୍। ଏହାକୁ ନେଇ ଏବେ ଚାରିଆଡୁ କେନ୍ଦ୍ର ସରକାର ସଂଡ଼ଧୁଆସି ଆକ୍ରମଣର ଶିକାର ହେଉଛନ୍ତି । ଅପରପକ୍ଷେ ଉଚ୍ଚ ରନ୍ଧନ ଗ୍ୟାସ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଖାଉଟିଙ୍କୁ ଆଉ ପୂର୍ବଭଳି ଏଲ୍‌ପିଜି ସବ୍‌ସିଡି ବା ରିଆତି ଅର୍ଥ ମିଳୁନାହିଁ । ତେଣୁ ଗ୍ୟାସ୍ ତାତିରେ କେନ୍ଦ୍ର ସରକାର ହଡ଼ବଡ଼ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ନୂଆ ଏଲ୍‌ପିଜି ସବ୍‌ସିଡି ନୀତି ଆଣିବାକୁ ଯୋଜନା କରୁଥିବା ଜଣାଯାଇଛି। ଏ ନେଇ ଏବେ ବିଚାରବିମର୍ଶ ଜୋରସୋର ଚାଲିଛି। ରିପୋର୍ଟ ଅନୁଯାୟୀ ନୂଆ ଏଲ୍‌ପିଜି ନୀତିରେ ସିଲିଣ୍ଡର ରିହାତି ପାଇବାକୁ ହେଲେ ହିତାଧିକାରୀଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।

ବର୍ତ୍ତମାନ ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଶା କରୁଛନ୍ତ ଯେ ଏଲ୍‌ପିଜି ସିଲିଣ୍ଡର କ୍ରୟ ଉପରେ କେନ୍ଦ୍ର ସରକାର ରିହାତି ପ୍ରଦାନ ଆରମ୍ଭ କରିବେ । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛନ୍ତି। ଏଥିରେ ଅନେକ ଏବେ ଆଶା କରୁଛନ୍ତି ଯେ ସରକାର ଏଲ୍‌ପିଜି ସିଲିଣ୍ଡର ଉପରେ ରିହାତି ପ୍ରଦାନ ଆରମ୍ଭ କରିପାରିବେ । ଏବେ ଘରୋଇ ବଜାରରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ଛୁଇଁବାକୁ ଯାଉଛି ।

ସରକାରଙ୍କ ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ଗ୍ରାହକମାନେ ସିଲିଣ୍ଡର ପାଇଁ ୧୦୦୦ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଦୁଇଟି ଉପାୟରେ ସିଲିଣ୍ଡର ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ଉପାୟ ହେଉଛି ସରକାର ବିନା ରିହାତିରେ ଏଲପିଜି ସିଲିଣ୍ଡର ବିକ୍ରି ଜାରି ରଖିପାରିବେ। ଦ୍ଵିତୀୟତଃ ଗ୍ରାହକ ଚୟନ କରିବା ପାଇଁ ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର କ୍ରୟ ଉପରେ ରିଆତି ପ୍ରଦାନ କରି ପାରନ୍ତି । ବର୍ତ୍ତମାନ ସୁଦ୍ଧା ସରକାର ଏଲପିଜି ସବସିଡି ସହ ଜଡିତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଗ୍ରାହକଙ୍କୁ ସରକାର ସବସିଡି ପ୍ରଦାନ କରିପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆହୁରି ମଧ୍ୟ, ଉଜ୍ଜ୍ଵଳା ଯୋଜନାର ହିତାଧିକାରୀମାନେ ଏଲ୍‌ପିଜି କ୍ରୟ ଉପରେ ସବସିଡି ପାଇପାରିବେ ।

ମେ ୨୦୨୦ରୁ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ଗ୍ରାହକଙ୍କୁ ସିଧାସଳଖ ସବସିଡି ପ୍ରଦାନ ବନ୍ଦ ହୋଇଥିଲା ଯେଉଁ ସମୟରେ କୋଭିଡ୍ ମହାମାରୀ କାରଣରୁ ରନ୍ଧନ ମୂଲ୍ୟ ଢେର ହ୍ରାସ ପାଇଥିଲା। ସେତେବେଳେ ତୈକ ଓ ଗ୍ୟାସର ଆନ୍ତର୍ଜାତୀୟ ମୂଲ୍ୟ ଗୁରୁତର ଭାବେ ହ୍ରାସ ପାଇଥିଲା । ତେବେ ସରକାର ପରୋକ୍ଷରେ ସବସିଡି ପ୍ରଦାନ ଜାରି ରଖିଛନ୍ତି । ଉଦାହରଣ ସ୍ଵରୂପ, ୨୦୨୧ ଆର୍ଥିକବର୍ଷରେ ରନ୍ଧନ ଗ୍ୟାସ ସବସିଡି ବାବଦ କେନ୍ଦ୍ର ସରକାର ୩୫୫୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ୨୦୨୦ ଆର୍ଥିକବର୍ଷରେ ଏହି ଖର୍ଚ୍ଚ ୨୪, ୪୬୮ କୋଟି ଟଙ୍କା ରହିଥିଲା ।

ଦୀପାବଳିରେ ଲାଗିବ ବଡ ଝଟକା; ପୁଣି ମହଙ୍ଗା ହେବ ରନ୍ଧନ ଗ୍ୟାସ୍
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ, ଏଲ୍‌ପିଜି ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦିନକୁ ଦିନ ତୀବ୍ର ବେଗରେ ବଢ଼ିବାରେ ଲାଗିଛି। ବଜାର ମହଙ୍ଗା ହେବାର ଫଳ ଭୋଗୁଛି ବିଚରା ଖାଉଟି | ଏହି ମହଙ୍ଗା ମାଡ଼ରେ ବେହାଲ ହୋଇଯାଉଥିବା ଖାଉଟିଙ୍କୁ ଆଗକୁ ନିସ୍ତାର ମିଳିବା ସମ୍ଭାବନା କମ୍ । କାରଣ ଖୁବ୍‌ଶୀଘ୍ର ଖାଉଟିଙ୍କୁ ମିଳିବାକୁ ଯାଉଛି ମହଙ୍ଗା ମାଡ଼ର ଆଉ ଏକ ଝଟକା । ଆସନ୍ତା ସପ୍ତାହରେ ପୁଣି ଥରେ ବଢ଼ିବାକୁ ଯାଇଛି ରନ୍ଧନ ଗ୍ୟାସ୍ ଦର। ଯଦି ଏହା ହୁଏ ତେବେ ବଜାରରେ ଏଲ୍‌ପିଜି ସିଲିଣ୍ଡର ଦର ୧୦୦୦ ଟଙ୍କା ଛୁଇଁବ ।

ବଜାରରେ ପ୍ରତିଦିନ ଦ୍ରୁତ ଗତିରେ ବଢ଼ୁଥିବା ପେଟ୍ରୋଲ ଡିଜେଲ ମୂଲ୍ୟ ପରେ ଆସନ୍ତା ସପ୍ତାହରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିବା ନେଇ ଖବର ମଧ୍ୟ ବାହାରକୁ ଆସୁଛି। ଇତି ମଧ୍ୟରେ ମଧ୍ଯ ଗତ ୧୧ ମାସରେ ଅର୍ଥାତ୍ ୨୦୨୦ ନଭେମ୍ବରଠାରୁ ଘରୋଇ ବଜାରରେ ରନ୍ଧନ ଗ୍ୟାସ ମୂଲ୍ୟରେ ୧୦ ଥରରେ ୨୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟି ଦର ହଜାରେ ଟଙ୍କା ଛୁଇଁବାକୁ ବସିଛି। ରନ୍ଧନ ଗ୍ୟାସର ନିୟମିତ ମୂଲ୍ୟ ବୃଦ୍ଧିରେ ସାଧାରଣ ଖାଉଟି ଅତିଷ୍ଠ ହୋଇପଡ଼ିଲେଣି। ତେଲ ଦର ବୃଦ୍ଧିକୁ ନେଇ ଅତିଷ୍ଠ ଖାଉଟି ଉପରେ ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି ‘ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଚଳିତ ମାସରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଅଣ-ରିହାତି ରନ୍ଧନ ଗ୍ୟାସ ବା ଏଲ୍‌ପିଜି ସିଲିଣ୍ଡର (୧୪.୨ କେ.ଜି) ମୂଲ୍ୟରେ ୧୫ ଟଙ୍କା ବୃଦ୍ଧି ଘଟାଇଥିଲେ। ରନ୍ଧନ ଗ୍ୟାସ୍ ମୂଲ୍ୟରେ ଏହି ବୃଦ୍ଧି ପ୍ରତି ପରିବାରର ରୋଷେଇ ବଜେଟ୍‌ ବଢ଼ାଇ ଦେଇଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏହା ବେଶ ପୀଡ଼ାଦାୟକ । ରାଜଧାନୀ ଭୁବନେଶ୍ବରରେ (୧୪୨ କେଜି) ଅଣ-ରିଆତି ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ସମ୍ପ୍ରତି ୯୨୬ ଟଙ୍କା ରହିଛି ।

ତେବେ ଚଳିତବର୍ଷ ଜୁଲାଇ ପହିଲାଠାରୁ ଦେଶରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ ୯୦ ଟଙ୍କା ବୃଦ୍ଧି ଘଟିଛି । ଅପରପକ୍ଷେ ବର୍ତ୍ତମାନ ଏଲପିଜି ବିକ୍ରି କ୍ଷେତ୍ରରେ ସରକାରଙ୍କୁ ସିଲିଣ୍ଡର ପିଛା ୧୦୦ ଟଙ୍କା କ୍ଷତି ହେଉଥିବା କମ୍ପାନୀ ଗୁଡ଼ିକ କହୁଛନ୍ତି । ଏହାଛଡା ତୈଳ କମ୍ପାନୀଙ୍କ ମତ ହେଉଛି, ସାଉଦି ଆରବରେ ଏଲପିଜି ଦର ଚଳିତ ମାସରେ ୬୦ ପ୍ରତିଶତ ବୃଦ୍ଧି ପାଇ ଟନ୍‌ ପିଛା ୮୦୦ ଡଲାରରେ ପହଞ୍ଚିଛି। ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ଼ ମୂଲ୍ୟ ବ୍ୟାରେଲ ପିଛା ୮୫.୪୨ ଡଲାରରେ ପହଞ୍ଚିଛି । ଏହାସତ୍ୱେ ଏଲପିଜି ବର୍ତ୍ତମାନ ଏକ ନିମନ୍ତ୍ରିତ ଦ୍ରବ୍ୟ । ଏଭଳି ପରିସ୍ଥିତିରେ ବୈଷୟିକ ଦୃଷ୍ଟିରୁ ଦେଖିଲେ ସରକାର ଏହାର ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣ କରିପାରିବେ, କିନ୍ତୁ ଏପରି କରିବା ଦ୍ଵାରା ପେଟ୍ରୋଲିୟମ କମ୍ପାନୀମାନଙ୍କୁ ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରି ପାଇଁ ହେଉଥିବା କ୍ଷତିର ଭରଣା କରିବାକୁ ପଡ଼ିବ ।

୧୫ ଦିନରେ ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ୍ । ତୈଳ କମ୍ପାନୀ ତରଫରୁ ପ୍ରତ୍ୟକ ସିଲିଣ୍ଡର୍ ପିଛା ୫୦ ଟଙ୍କା ବଢ଼ିଛି । ମାସ ଆରମ୍ଭରୁ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି । ଗୋଟିଏ ପଟେ ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ଗୃହିଣୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ବିଗାଡ଼ି ଦେଇଛି ମଧ୍ୟବିତ୍ତଙ୍କ ମାସିକ ବଜେଟ୍ ।

ଅଣ-ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଦାମ ୨୫ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର ୭୫ ଟଙ୍କା ବଢ଼ିଛି । ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ସିଲିଣ୍ଡର ଦର ୮୫୯ ଟଙ୍କା ୫୦ ପଇସା ଥିଲା ।

ଦର ବୃଦ୍ଧି ପରେ କୋଲକାତାରେ ୧୪.୨ କେଜି ସିଲିଣ୍ଡର ଦାମ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ୧ରୁ ନେଇ ଆଜି ଯାଏଁ ୮ ମାସ ମଧ୍ୟରେ ଗ୍ୟାସ୍ ଦର ୧୯୦ ଟଙ୍କା ବୃଦ୍ଧି ପାଇଛି । ଜାନୁଆରୀରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ଦର ୬୯୪ ଟଙ୍କା ଥିଲା ଏବେ ଏହା ବୃଦ୍ଧି ପାଇ ୮୮୪ ଟଙ୍କା ୫୦ ପଇସାରେ ପହଞ୍ଚିଛି ।

ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦର ନିୟମିତ ଭାବେ ବଢ଼ି ଚାଲିଛି । ଯାହାକୁ ନେଇ ଲୋକେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । କିନ୍ତୁ, କେନ୍ଦ୍ରର କହିବା କଥା ସବୁକିଛି ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ । ସରକାରଙ୍କ ହାତରେ କିଛି ନାହିଁ ।

LPG ଦର ବୃଦ୍ଧି : ୬ ମାସରେ ବଢ଼ିଲା ୧୩୮ ଟଙ୍କା
ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡର ଦର ୬ ମାସରେ ବଢ଼ିଲା ୧୩୮ ଟଙ୍କା । ଖାଇବା ତେଲ, ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଛି । ଏଲପିଜି ସିଲିଣ୍ଡର ଦାମ ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୩୪ ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି । ସେହିଭଳି ଦର ବୃଦ୍ଧି ପରେ କୋଲକାତା ଓ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦାମ ୮୬୧ ଟଙ୍କା ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗ୍ୟାସ୍ ଦର ୮୦୯ ଟଙ୍କା ଥିଲା । ଏପ୍ରିଲରେ ସିଲିଣ୍ଡର ପିଛା ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଦର ଅପରିବର୍ତ୍ତିତ ରହିଥିବା ବେଳେ ଜୁଲାଇରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଚଳିତବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ରହିଥିଲା । ଜୁଲାଇ ୧ରେ ଆଜି ଦର ୮୩୪ ଟଙ୍କା ରହିଛି । ଅର୍ଥାତ୍ ଚଳିତବର୍ଷ ୬ ମାସରେ ଗ୍ୟାସ୍ ଦର ୧୩୮ ଟଙ୍କା ବଢ଼ିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୭୬ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୧୫୫୦ ଟଙ୍କା ହୋଇଛି ।

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର : କେବଳ ଫେବୃଆରୀ ମାସରେ ବୃଦ୍ଧି ହେଲାଣି ୧୦୦ ଟଙ୍କା
ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଚଳିତ ମାସରେ ତୃତୀୟ ଥର ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠୁ ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି ।

ପୂର୍ବରୁ ଚଳିତ ମାସ ୪ ଓ ୧୪ ତାରିଖରେ ଏଲପିଜି ଦର ବୃଦ୍ଧି ପାଇଥିଲା । ତେଲ ଦର ହୁ ହୁ ବଢୁଥିବା ବେଳେ ଗ୍ୟାସ ଦର ବୃଦ୍ଧି କାଉଟିଙ୍କୁ ଚିନ୍ତାରେ ପକାଇଛି । ଏଠାରେ କହି ରଖୁଛୁ ଯେ ଡିସେମ୍ବର ମାସରେ ଦୁଇ ଦୁଇ ଥର ଦର ବୃଦ୍ଧି ପାଇଥିଲା । ଡିସେମ୍ବର ୧ ରେ ଗ୍ୟାସ ଦର ୫୯୪ ରୁ ୬୪୪ ଟଙ୍କା ବଢିଥିଲା । ୧ ଜାନୁଆରୀରେ ୬୪୪ ରୁ ୬୯୪ ହୋଇଥିଲା। ଜାନୁଆରୀ ୧ରେ ଜାରି ହୋଇଥିବା ନୂଆ ଦର ସେହି ମାସରେ ଅପରିବର୍ତ୍ତିତ ରହିଥିଲା । ହେଲେ ଫେବୃଆରୀ ମାସରେ ତିନି ତିନି ଥର ଦର ବୃଦ୍ଧି ହୋଇ ଏବେ ୭୯୪ ଟଙ୍କାରେ ପହଞ୍ଚିଛି। କେଳବ ଫେବୃଆରୀ  ମାସରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇସାରିଲାଣି।

୪ ଫେବୃଆରୀରେ ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି  ୬୯୪ ରୁ ୭୧୯ ଟଙ୍କା ହୋଇଥିଲା। ଏହାର କିଛି ଦିନ ପରେ ୧୫ ଫେବୃଆରୀରେ ଦର ପୁଣି ୫୦ ଟଙ୍କା ବୃଦ୍ଧି ପାଇ ୭୧୯ ରୁ ୭୬୯ ରେ ପହଞ୍ଚିଥିଲା। ପୁଣି ଆଜି ଅର୍ଥାତ ୨୫ ଫେବୃଆରୀରେ  ୨୫ ଟଙ୍କା ବୃଦ୍ଧି ପାଇ ୭୬୯ରୁ ୭୯୪ରେ ପହଞ୍ଚିଛି।