Jay SriRam - The Sakala

ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ
ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ । ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ପୁରଠୁ ପଲ୍ଲୀ । ସବୁଆଡେ ପରମ ପୁରୁଷ ଶ୍ରୀ ପୁରୁଷୋତ୍ତମଙ୍କର ଚାଲିଛି ପୂଜାର୍ଚ୍ଚନା । ବ୍ରତ, ଉପବାସ କରି ପ୍ରଭୁ ରାମଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ସମଗ୍ର ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।

ଶ୍ରୀରାମଙ୍କ ଜନ୍ମୋତ୍ସବକୁ ନେଇ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଆସ୍ଥା ବହୁଛି । ସକାଳୁ ମନ୍ଦିରରେ ଭକ୍ତମାନଙ୍କର ଲମ୍ବା ଲାଇନ ଲାଗିଛି । ହାତରେ ଫୁଲ, ଧୂପ ଓ ପ୍ରସାଦ ନେଇ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଅତ୍ୟନ୍ତ ଆତୁର ଶ୍ରଦ୍ଧାଳୁମାନେ । ପୂଜାର୍ଚ୍ଚନା, ଭଜନ କୀର୍ତନ ଓ ରାମାୟଣ ପାଠରେ ମଗ୍ନ ହୋଇଯାଇଛି ସମଗ୍ର ପରିବେଶ ।

ରାଜଧାନୀ ଭୁବନେଶ୍ୱରରେ ଥିବା ରାମ ମନ୍ଦିରରେ ସକାଳୁ ଭକ୍ତମାନଙ୍କ ସମାଗମ ଆରମ୍ଭ ହୋଇଛି । ରାମ ମନ୍ଦିରରେ ଆଜିର ଦିନରେ ବେଶ ଭିଡ଼ ଦେଖିବାକୁ ମିଳେ । ଭକ୍ତ ମାନଙ୍କ ଭିଡକୁ ଲକ୍ଷ୍ୟ କରି ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ବ୍ୟାରିକେଟ ରହିଥିବା ବେଳେ ପୋଲିସ ମୁତୟନ ରହିଛନ୍ତି । ରାମ ନବମୀକୁ ନେଇ ରାମ ମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ରହିଛି ।

ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥି ଓ ପୁନର୍ବସୁ ନକ୍ଷତ୍ରରେ ପ୍ରଭୁ ଶ୍ରୀରାମ ଧରାପୃଷ୍ଠରେ ଅବତରି ଥିଲେ। ତେଣୁ ଏହି ତିଥିକୁ ରାମ ନବମୀ ଭାବେ  ପାଳନ କରାଯାଏ।  ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୂଳରେ ଜନ୍ମ ହୋଇଥିଲେ ପୁରୁଷୋତ୍ତମ ଶ୍ରୀରାମ। ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା ବୋଲି କୁହାଯାଏ। ସେଥିପାଇଁ ରାମନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ।

ରାମନବମୀ ଉପଲକ୍ଷେ ନବଦିନବ୍ୟାପି ଭଜନକୀର୍ତ୍ତନ, ଅଖଣ୍ଡପାଠ ଆଦି ଚାଲେ। ବିଶେଷକରି ରାମଚରିତମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୂମ୍‌ଧାମ୍‌ ଜାକଜମକରେ ପାଳିତ ହୋଇଥାଏ ରାମନବମୀ। ଏହିଦିନ ବ୍ରତଧାରୀମାନେ  ନିଜ ନିଜର ଘର ଅଗଣାକୁ ଧୋଇ ପରିଷ୍କାର କରି ପତ୍ର ପୁଷ୍ପରେ ସୁସଜ୍ଜିତ କରିଥାନ୍ତି ଓ ଶ୍ରୀରାମଙ୍କ ପୂଜା ସମାପ୍ତ ନ ହେବା ପର୍ଯ୍ୟନ୍ତ ଉପବାସ ବ୍ରତ ପାଳନ କରିଥାନ୍ତି । ଅଶୋକପୁଷ୍ପ, ତୁଳସୀ, କୁଶ, ଘୃତ ପକ୍ୱ ଦ୍ରବ୍ୟ ଓ ବିଭିନ୍ନ ସୁସ୍ୱାଦୁ ଫଳମୂଳ ଦ୍ୱାରା ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଶ୍ରୀରାମଙ୍କ ବିଗ୍ରହ ପୂଜା ପାଉଥିବା ରଘୁନାଥ ମନ୍ଦିରମାନଙ୍କରେ ବିଶେଷ ଆଡ଼ମ୍ବର ସହିତ ଶ୍ରୀରାମଙ୍କର ଏହି ଜନ୍ମୋତ୍ସବ ପାଳିତ ହୋଇଥାଏ। ସ୍ଥାନେ ସ୍ଥାନେ ଶ୍ରୀରାମ ନବମୀରେ ରାମଜନ୍ମ ଲୀଳା ସମ୍ବଳିତ ଯାତ୍ରା, ପାଲା, ନୃତ୍ୟ, ସଙ୍ଗୀତ, ଅଭିନୟ ଆଦି ଅନୁଷ୍ଠିତ ହୋଇଥାଏ ।

ବିଭିନ୍ନ ବ୍ୟବସାୟ ସଂସ୍ଥା ଶ୍ରୀରାମ ନବମୀ ଦିନ ନୂତନ ଖାତା ପ୍ରଚଳନ କରିଥାନ୍ତି । ଏହିଦିନ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ଉତ୍ସବ ବିଧିପୂର୍ବକ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ। ରାମ ନବମୀ ଦିନ ପ୍ରଭୁ ଶ୍ରୀରାମଙ୍କୁ ବିଧ଄ପୂର୍ବକ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀରାମ । ମହର୍ଷି ବାଲ୍ମିକୀ ହୁଅନ୍ତୁ ଅବା ଗୋସ୍ୱାମୀ ତୁଳସୀ ଦାସ, ଉଭୟ ଶ୍ରୀରାମଙ୍କ ଆଦର୍ଶ ଚରିତ୍ରକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସକଳ ଦୃଷ୍ଟିରୁ ମର୍ଯ୍ୟାଦାବନ୍ତ ଏବଂ ସକଳ ପରିସ୍ଥିତିରେ ନିଜ ମର୍ଯ୍ୟାଦା ଧାରଣ କରି ତାହାକୁ ପ୍ରତିଷ୍ଠିତ କରିଥିବାରୁ ସେ ଯଥାର୍ଥରେ ମର୍ଯ୍ୟାଦା ପୁରୁଷୋତ୍ତମ । ରାମ ଥିଲେ ସକଳ ଆଦର୍ଶର ଅକ୍ଷୟ ମାନଦଣ୍ଡ ।