Heavy Rains - The Sakala

ମୌସୁମୀ ଯୋଗୁଁ ସାରାଦେଶରେ ଲଗାଣ ବର୍ଷା ଜାରି, ଜୁନ ୩୦ ଯାଏଁ ସବୁ ରାଜ୍ୟରେ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ମୌସୁମୀ ବର୍ଷା । ଦିଲ୍ଲୀ, ମୁମ୍ବାଇ ସମେତ ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିଲ୍ଲୀରେ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଗାଡ଼ି ମୋଟର ଅଟକି ରହିଛି । ବାତ୍ୟା ବିପର୍ଯ୍ୟୟ ଯୋଗୁ ଚଳିତବର୍ଷ ମୌସୁମୀ ପ୍ରଭାବିତ ହୋଇଛି । ଦିଲ୍ଲୀକୁ ମୌସୁମୀ ଛୁଇଁବାର ୧୫ ଦିନ ପୂର୍ବରୁ ମୁମ୍ବାଇରେ ମୌସୁମୀ ପ୍ରବେଶ କରୁଥିବା ବେଳେ ଚଳିତବର୍ଷ ଆଗୁଆ ମୌସୁମୀ ବର୍ଷାରେ ଭିଜିଛି ରାଜଧାନୀ । ରାଷ୍ଟ୍ରୀୟ ରାଜଧାନୀରେ ୫ ଦିନ ଆଗୁଆ ମୌସୁମୀ ବର୍ଷା ଆରମ୍ଭ ହୋଇଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ଉପକୂଳ ଦେଇ ମୌସୁମୀ ଦେଶର ଅନ୍ୟ ରାଜ୍ୟକୁ ପ୍ରବେଶ କରିଥାଏ । ହେଲେ ଚଳିତବର୍ଷ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ସାରା ଦେଶରେ ମୌସୁମୀର ଗତି ଅସ୍ବାଭାବିକ ରହିଛି । ଜୁନ ୩୦ ତାରିଖ ଯାଏଁ ସବୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୬ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତର ରାଜ୍ୟଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆସାମରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଅତି ବିଗିଡ଼ିବାରେ ଲାଗିଛି । ପ୍ରାୟ ୨୨ ଜିଲ୍ଲାର ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି c

ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିହାରରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନବରଙ୍ଗପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ।

ତେବେ ୧୫ରୁ ୧୬ ତାରିଖ ପରେ ରାଜ୍ୟରେ ମୌସୁମୀ ସ୍ୱଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି। ତେଣୁ ଏହା ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଗୁରୁବାର ପରେ ଶୁକ୍ରବାର ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇଁ ଶନିବାର ପୁଣି ବର୍ଷା ହେବ ବୋଲି କେନ୍ଦ୍ର ନିଜର ବୁଲେଟିନ୍‍ରେ ଜାରି କରିଛି।

ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର : ଦକ୍ଷିଣ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଘୁର୍ଣ୍ଣିବଳୟ ଯୋଗୁ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାରୁ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷାର ପରିମାଣ ବୃଦ୍ଧି ହେବାର ଥିବା ବେଳେ ବୁଧବାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବୁଧବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ଦେବଗଡ଼଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମଲାକାନଗିରି ଓ ସୁନ୍ଦରଗଡ଼଼ରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ୨୨ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବା ସହିତ ଅଞ୍ଚଳୱାରୀ ମଧ୍ୟ ବର୍ଷା ବଢ଼଼ିବ।

ମହାରାଷ୍ଟ୍ରକୁ ପଳେଇବ; ଓଡ଼ିଶାକୁ ଫାଇଦା ନାହିଁ
ଭୁବନେଶ୍ୱର : ରବିବାର ବିଶାଖାପାଟଣା ନିକଟକସ୍ଥ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ହେଲେ ଏହି ଲଘୁଚାପ ମହାରାଷ୍ଟ୍ରମୁହାଁ ହୋଇଥିବାରୁ ଓଡ଼ିଶା ପାଇଁ ବିଶେଷ ଲାଭହେବନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବର୍ଷାର ପ୍ରକୋପ ସବୁଆଡ଼େ କମ୍‍ ରହିବ। ତେଣୁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସୋମବାର କୋରାପୁଟ,ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଆଦିରେ ପ୍ରବଳ ବର୍ଷା ହୋଇପାରେ। ନଚେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ହାଲ୍‍କା ବର୍ଷାର ସମ୍ଭାବନା ରହିଛି। ପୁରୀରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ମୁତାବକ ଲଘୁଚାପ ଦ୍ୱାରା ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବ। ଆସନ୍ତା ୪ ଦିନ ମଧ୍ୟରେ ଏହି ବର୍ଷା ହେବାକୁ ଥିବା ବେଳେ ୧୫ ତାରିଖ ପରେ ପୁଣି ବର୍ଷା ଛାଡ଼ିଯିବ। ତେବେ ଏହି ଲଘୁଚାପରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନ ଥିବାରୁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସମସ୍ତ ଉପକୂଳ ଜିଲ୍ଲା ସମେତ ଗଜପତି, ମଲାକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆସନ୍ତା ୧୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୬୦ରୁ ୭୦ ମିମି ମଧ୍ୟରେ ରହିବ।

ସେହିପରି କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ହାଲକାରୁ ସ୍ୱଳ୍ପ ବିକ୍ଷିପ୍ତ ବର୍ଷା ହେବାର ଥିବାରୁ ଏଠାରେ ସମୁଦାୟ ବର୍ଷା ୪୦ ମିମି ହୋଇପାରେ। ଫଳତଃ ଆସନ୍ତା ୧୦ ଦିନରେ ବର୍ଷା ୫୦-୬୦ ପ୍ରତିଶତ ନିଅଣ୍ଟିଆ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ୁଛି ଯେ ଜୁଲାଇ ମାସରେ ୧୧ ସୁଦ୍ଧା ସ୍ୱାଭାବିକ ବର୍ଷା ୧୨୪ ମିମି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୭୩ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୪୧.୨ ପ୍ରତିଶତ କମ୍‍ ରହିଛି। ସେହିପରି ଜୁନ୍‍ ୧ ତାରିଖରୁ ଜୁଲାଇ ୧୧ ସୁଦ୍ଧା ରାଜ୍ୟରେ ସମୁଦାୟ ୨୫୩ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୨୪.୩ ପ୍ରତିଶତ କମ୍‍ ରହିଛି। ୧୯ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

ଭଦ୍ରକ ଜିଲ୍ଲାରେ ସ୍ଥିତି ସବୁଠାରୁ ଚିନ୍ତାଜନକ ରହିଛି। ଏଠାରେ ଜୁଲାଇ ମାସରେ ମାତ୍ରା ୧୬ ମିମି ବର୍ଷା ସହ ଜୁନ୍‍ଠାରୁ ସମୁଦାୟ ୧୧୯ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୬୨ ପ୍ରତିଶତ କମ୍‍ ବର୍ଷା ରେକର୍ଡ କରାଯାଇଛି।  ତେବେ ଜୁଲାଇ ୨୦ ବେଳକୁ ପଶ୍ଚିମା ପବନ ପରିବର୍ତ୍ତେ ରାଜ୍ୟକୁ ପୂର୍ବା ପବନ ବହିବ। ଏହା ସହିତ ଜୁଲାଇ ତୃତୀୟ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୁଳ ରହିଛି। ଏହା ହେଲେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବ୍ୟ ଲଘୁଚାପ ପାଇଁ ତଳି ବଞ୍ଚାଇ ରଖିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

୧୦ରୁ ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର : ଚଳିତ ମାସ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଲଘୁଚାପର ପ୍ରଭାବ ଆସନ୍ତା ୧୦ ତାରିଖଠାରୁ ଆରମ୍ଭ ହୋଇଯିବ। ୧୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ଉପର ଓଳି ସୁଦ୍ଧା ଏହା ଲଘୁଚାପର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ପ୍ରଭାବରେ ୧୦ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ମଙ୍ଗଳବାର ଆଇଏମ୍‍ଡି ଏଥିରେ ମୋହର ମାରିଛି। ଆଇଏମ୍‍ଡି ସୂଚନା ପରେ ରାଜ୍ୟର ଚାଷୀକୁଳ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ମୌସୁମୀ ସକ୍ରିୟ ହେବାର ଥିବା ବେଳେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଫଳରେ ଦକ୍ଷିଣ ଓଡ଼ିଶାରେ ଯେଉଁ ନିଅଣ୍ଟିଆ ସ୍ଥିତି ରହିଛି ତାହା ଭରଣା ହେବାର ସମ୍ଭାବନା ରହିଛି।

୧୧ ତାରିଖ ପରେ ୧୬ ତାରିଖ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା ଚଳିତ ମାସରେ ରାଜ୍ୟରେ ଭଲ ବର୍ଷା ହେବାର ଆକଳନ କରାଯାଉଛି। ବୁଧବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଆଦିରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଏହି ୮ ଜିଲ୍ଲା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

୫ ଦିନ ମଧ୍ୟରେ ୨ଟି ଲଘୁଚାପ
ଭୁବନେଶ୍ୱର : ୫ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଦୁଇଟି ଲଘୁଚାପ। ଫଳରେ ଜୁଲାଇ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଘନ ଘନ ଲଘୁଚାପ ଯୋଗୁଁ ଏହି ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ପୂର୍ବରୁ ଜୁଲାଇ ୧୨ ତାରିଖରେ ଏକ ଲଘୁଚାପ ହେବ ବୋଲି ବିଭିନ୍ନ ପାଣପିାଗ ସଂସ୍ଥା ସହିତ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ ମିଳିଛି। ୧୨ ତାରିଖ ପରେ ୧୬ ତାରିଖ ଅର୍ଥାତ ୫ ଦିନ ବ୍ୟବଧ୍ୟାନରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆମେରିକାର ଜିଏଫ୍‍ଏସ୍‍ ମଡେଲ୍‍ରୁ ଜଣାପଡ଼ୁଛି ଯେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶରେ ପ୍ରବଳା ବର୍ଷାର ସମ୍ଭାବନା ରହିଛି।

ଦ୍ୱିତୀୟ ଲଘୁଚାପ ପ୍ରଭାବରେ ୧୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବିଶେଷ ଶକ୍ତିଶାଳୀ ହୋଇ ନପାରିଲେ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ମାତ୍ର ୧୬ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନିଭୂତ ହେବାର ସମ୍ଭାବନା ଥିବାରୁ ପ୍ରଥମ ଅପେକ୍ଷା ଦ୍ୱିତୀୟ ଲଘୁଚାପରେ ବର୍ଷା ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି। ଚଳିତ ଜୁଲାଇ ମାସରେ ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ ବୋଲି ଆଇଏମ୍‍ଡି ପକ୍ଷରୁ ଆକଳନ କରାଯାଇଛି। ଏହି ସବୁ ନିୟାମିକ ଦୃଷ୍ଟିରୁ ଆଇଏମ୍‍ଡିର ଜୁଲାଇ ଆକଳନ ସତ ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ୧.୫ କିମି ଉପରେ ଥିବା ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ନିମ୍ନଚାପ ରେଖା ଟି ଉତ୍ତର-ପୂର୍ବ ବିହାରରୁ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏଁ ଲମ୍ୱିଛି।

ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ରବିବାର ଏହି ନିମ୍ନ ଚାପରେଖା ଯୋଗୁ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ସନ୍ଧ୍ୟା ସାଢ଼େ ୫ ଟା ସୁଦ୍ଧା ଟିଟଲାଗଡ଼ରେ ସର୍ବାଧିକ ୫୪ ମିମି ବର୍ଷା ହୋଇଥିବା ବେଳେ ଛତ୍ରପରୁରରେ ୩୨.୬, ବଲାଙ୍ଗୀରରେ ୨୪, ଅନୁଗୁଳରେ ୨୪, ଭୁବନେଶ୍ୱରରେ ୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ବ୍ୟତୀତ ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ନାହିଁ। ହେଲେ ନିୟମିତ ଭାବେ ବର୍ଷା ହେଉ ନ ଥିବାରୁ ଭୂପୃଷ୍ଟ ଉତ୍ତପ୍ତ ରହୁଛି ଓ ରାଜ୍ୟକୁ ଜଳିୟ ବାଷ୍ଫ ଆସୁଥିବାରୁ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ଏହି ସ୍ଥିତି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।

ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମଲାକାନଗିରି, କୋରାପୁଟ, କନ୍ଧମାଳ, ଢେଙ୍କାନାଳ ଓ ବୌଦ୍ଧରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମଙ୍ଗଳବାର ମଧ୍ୟ କିଛି ଅଞ୍ଚଳରେ ସମାନ ସ୍ଥିତି ଲାଗି ରହିପାରେ ବୋଲି ପାଣପିଗା କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଦୁଇ ଦିନ ଏମିତି ପାଗ ଲାଗି ରହିବା ପରେ ୭ ତାରିଖଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ।

୪ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ମେଘୁଆ ପାଗ ଲାଗି ରହିଛି। ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ହେଲେ କିଛି ଦିନ ହେବ ବର୍ଷା ନ ଥିବାରୁ ଭୂପୃଷ୍ଟ ଉତ୍ତପ୍ତ ରହିଥିଲା। ଟ୍ରଫଲାଇନ୍‍ ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ଏହି ସ୍ଥିତି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଜୁଲାଇ ୪-୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳହାଣ୍ଡି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ରେ ସର୍ବାଧିକ ୬୪ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୪୪, ଅନୁଗୁଳ ୨୮, ଭବାନୀପାଟଣା ୨୨.୮ ମିମି ବର୍ଷା ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ଯୋଗୁ ଏହି ବର୍ଷା ହେଉଛି । ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମୌସୁମୀ ପ୍ରବେଶ କରି ଚାଲିଛି। ଶନିବାର ସୁଦ୍ଧା ରାଜ୍ୟର ୭ ଟି ଜିଲ୍ଲାକୁ ଛାଡ଼ି ବଢ଼ିବ ବୈତରଣୀ, ସୁବର୍ଣ୍ଣରେଖା ବାକି ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାକି ୭ ଜିଲ୍ଲା ସହ ସମସ୍ତ ଅଞ୍ଚଳକୁ ମୌସୁମୀ ଆଚ୍ଛାଦିତ କରିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ବାସ କହିଛନ୍ତି।

ଅନ୍ୟପଟେ ଶୁକ୍ରବାର ରାତିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଶନିବାର ଦିନ ତମାମ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳରେ ପାଗ ମେଘୁଆ ସହ ତୁହାକୁ ତୁହା ବର୍ଷା ହୋଇଥିଲା। ଗତ ୩୬ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୯, କଟକରେ ୩୬, ସୁନ୍ଦରଗଡ଼ରେ ମୁଁ ୪୨ମାଲକାନଗିରିରେ ୨୩ ମିମି ବର୍ଷା ରେକର୍ଡ କରାଯାଇଛି। ବାକି ଅଞ୍ଚଳରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମର ଧରଣର ବର୍ଷା ହୋଇଛି ।

ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖ୍ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୮ ଜିଲ୍ଲା ପାଇଁ ହେଲେ ଆଲର୍ଟ ଜାରି କରାଯାଇଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କିଛି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏହାଦ୍ବାରା ରାଜ୍ୟର କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଶନିବାର ସକାଳେ ଲଘୁଚାପର କେନ୍ଦ୍ର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିଲା। ଏହା ୪୮ ଘଣ୍ଟା ଭିତରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ | ୧୪ରୁ ୧୬ ପର୍ଯ୍ୟନ୍ତ ଏହା ଓଡ଼ିଶା ଉପରେ ରହିବ।୧୭ରେ ଝାଡ଼ଖଣ୍ଡକୁ ଯିବାର ଆକଳନ କରାଯାଉଛି । ଉପକୂଳ ଓଡ଼ିଶାରେ ୧୪ ଓ ୧୫ ତାରିଖ ସବୁଠାରୁ ଅଧିକ ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରୀଣରେ ୧୪-୧୬ ଉତ୍ତର ପଶ୍ଚିମ ଓଡ଼ିଶାରେ ୧୫-୧୭ ଓ ବାକି ଉତ୍ତର ଓଡ଼ିଶା ୧୪-୧୬ ମଧ୍ୟରେ ବର୍ଷା ହେବ । ଏହି ବର୍ଷାରେ ବୈତରଣୀ, ସୁବର୍ଣ୍ଣରେଖା, ତେଲ ଓ ଏଥି ବ୍ରାହ୍ମଣୀ ସୁଜିବାର ସମ୍ଭାବନା ଅଛି।