Gopalpur MLA Pradeep Panigrahi released - The Sakala

ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମିଳିଛି ସର୍ତ୍ତ ମୂଳକ ଜାମିନ
ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ । ଠକେଇ, ଜାଲିଆତି ଭଳି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।

ମେ ୨୦ ତାରିଖରେ ମାମଲାରେ କୋର୍ଟ ଜାମିନ ଖାରଜ କରିଥିଲେ । ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ଚାକିରି ଦେବା ନାଁରେ ଠକେଇକୁ ନେଇ କୌଣସି ଠୋସ୍‌ ପ୍ରମାଣ ପ୍ରଦୀପଙ୍କ ବିରୋଧରେ ମିଳିନଥିବା ବେଳେ ଅଭିଯୋଗକାରୀ କାହିଁକି ବିଳମ୍ବରେ ଥାନାରେ ଅଭିଯୋଗ କଲେ ସେନେଇ ମଧ୍ୟ ସଠିକ୍‌ ଉତ୍ତର ଦେଇପାରିନଥିଲେ ।

ତେବେ ପ୍ରଦୀପ ଜେଲରୁ ବାହାରିବା ପରେ ମାମଲା ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ଗଣମାଧ୍ୟମରେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏହିସବୁ ସର୍ତ୍ତ ଖଣ୍ଡନ କଲେ ବେଲ୍‌ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।