RajNagar - The Sakala
ରାଜନଗରରେ ଜଣେ ଚାଷୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେଡି
ଭୁବନେଶ୍ୱର: ଧାନ ସଂଗ୍ରହ ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡିଛି ବୋଲି ଅଭିଯୋଗ କରି ଆସୁଥିବା ବେଳେ ଆଜି ରାଜନଗର ଅଞ୍ଚଳରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ସମୟରେ ମିଥ୍ୟା ତଥ୍ୟ ଦେଉଥିବାରୁ, ଆଜି ହୋଇଥିବା ଚାଷୀଙ୍କ ମୃତ୍ୟୁ ପାଇଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେଡି ଦାବି କରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ, ରାଜ୍ୟ ବିଜେପି ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଉବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଧାନ ସଂଗ୍ରହ ବ୍ୟବସ୍ଥା ବିଫଳତା କାରଣରୁ ଆଜି ରାଜ୍ୟର ଜଣେ ଚାଷୀ, ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇଛି । ଜାନୁଆରି ୧୬ ତାରିଖରେ ସେ ଟୋକନ ପାଇଥିଲେ । କଟନୀ ଛଟନୀରେ ପ୍ରତି କୁଇଣ୍ଟାଲରେ ୬ କିଗ୍ରା କଟା ଯାଇଛି । ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନ ନାୟକ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କୁ ରାମଚଣ୍ଡୀ ମିଲରେ ଧାନ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଧାନ ହସ୍ତାନ୍ତର ପାଇଁ ତିନି ଦିନ କାଳ ତାଙ୍କୁ ସେଠାରେ ଜଗି ରହିବାକୁ ପଡିଥିଲା ।
ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ଭିଡିଓ ବାର୍ତ୍ତାରେ ଧାନ କିଣା ରାଜ୍ୟରେ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି, ଯାହା ଡାହା ମିଛ । ରାଜନଗର ଅଞ୍ଚଳର ଶ୍ରୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଏହି ମିଛ ଧରା ପକାଇ ଦେଇଛି । ଏହାଛଡା, ବିଧାନସଭାରେ ଗତ ମଙ୍ଗଳବାର ଶ୍ରୀ ପାତ୍ର ରାଜ୍ୟରେ ଏବେ ସୁଦ୍ଧା ୬୪. ୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଥିଲା ବେଳେ ତାପରେ ଏକ ଭିଡିଓ ବାର୍ତ୍ତାରେ ୬୩. ୬୫ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଛନ୍ତି । ଦୁଇ ଦିନରେ ଦୁଇଟି ଅଲଗା ତଥ୍ୟ ଦେଇଥିବାରୁ ଶ୍ରୀ ପାତ୍ର କେବଳ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହେଉଛି ।
ଶ୍ରୀ ମିଶ୍ର ଆହୁରି କହିଥିଲେ, ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୧୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ରାଜ୍ୟ ବିଜେପି ସରକାର ସମସ୍ତ ଧାନ କିଣିବ ବୋଲି କହିଥିବା ବେଳେ, ଏବେ ସୁଦ୍ଧା ମାତ୍ର ୬୩ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି, ଯାହା ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୩ ପ୍ରତିଶତ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣା ଚାଲିବ ବୋଲି କୁହାଯାଇଥିବାରୁ ଆଉ ମାତ୍ର ଗୋଟିଏ ମାସରେ ସରକାର ବଳକା ଧାନ କିଣିବାରେ ସକ୍ଷମ ହେବେ ବୋଲି ବିଶ୍ୱାସଯୋଗ୍ୟ ନୁହେଁ ।
ଡ଼ ଲେନିନ ମହାନ୍ତି କହିଥିଲେ, ବିଜେପି ସରକାର ଯାହା କୁହନ୍ତି ତାହା କେବେ ହେଲେ କରନ୍ତି ନାହିଁ । କଟନୀ ଛଟନି ବିନା ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପ୍ରତି କୁ୍ୟଣ୍ଟାଲ ପିଛା ୭ କେଜିରୁ ୧୦ କେଜି କଟାଯାଉଛି । ୪୮ ଘଣ୍ଟା ଭିତରେ ଧାନର ମୂଲ୍ୟ ଡିବିଟି ମାଧ୍ୟମରେ କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି କୁହା ଯାଇଥିଲେ ମଧ୍ୟ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ମୂଲ୍ୟ ମିଳିପାରୁନାହିଁ । ପଞ୍ଜିକରଣ, ଟୋକନ ବିତରଣ ଓ ମଣ୍ଡିରେ ଅବ୍ୟବସ୍ଥା ଇତ୍ୟାଦି କୃଷକ ମାନଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇଛି । ଯୋଗାଣ ମନ୍ତ୍ରୀ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହୋଇ ସାରିଲାଣି । ଆଜି ଚାଷୀ ଭାଇର ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାୟୀ । ନୈତିକତା ଦୃଷ୍ଟିରୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ; ଆସିଲେ ପିଲା, ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର
କେନ୍ଦ୍ରାପଡ଼ା: ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ପହଁଚିଲେ ପିଲା। ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ। ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିଲା ଅଙ୍ଗନବାଡି କେନ୍ଦ୍ର। ଆଜି ପିଲା ପହଂଚିବା ପରେ ସ୍ବାଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ । ପ୍ରଶାସନର ବୁଝାସୁଝା ପରେ ଅଭିଭାବକ ମାନେ ଶିଶୁଙ୍କୁ ଅଙ୍ଗନବାଡି ଛାଡ଼ିଛନ୍ତି । ଗତ ଶନିବାର ଦିନ ପିଲାଙ୍କୁ ଅଙ୍ଗନବାଡିକୁ ପଠାଇବାକୁ ପ୍ରଶାସନ ଉପସ୍ଥିତିରେ ଶପଥ କରିଥିଲେ ଗ୍ରାମବାସୀ । ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର ।
ଭୁବନେଶ୍ବର: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’। ମନରୁ ଛାଡିଛି ଭୟ। ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତି ଥିଲେ ସରକାରୀ ଓ ସ୍ୱେଚ୍ଛାସେବୀଙ୍କ ସହିତ ସାମାଜିକ କର୍ମୀ। ସଜାଗ ଥିଲା ସମସ୍ତ ବିଭାଗ।  କଚ୍ଚା ଘରେ ଓ ତଳିଆ ଅଞ୍ଚଳରେ ରହୁଥିବା ସମସ୍ତଙ୍କୁ ଉଦ୍ଧାର କରାଯାୟୀବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଆଶାକର୍ମୀ ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି।
ଏହି ଖବର ପ୍ରସାରଣ ହେବା ପରେ ଉକ୍ତ ଆଶାକର୍ମୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଆଡୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛ। ଏହି ଘଟଣାଟି ଘଟିଛି  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମରେ। ଆଉ ବୃଦ୍ଧାକୁ ବୋହି ଆଣୁଥିବା ସେ ଆଶାଭଉଣୀ ହେଉଛନ୍ତି ଶିବାନୀ ମଣ୍ଡଳ।
ଏହି ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଏହି କାମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସୋସିଆଲ ମିଡିଆ ‘ଏକ୍ସ’ ରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,  ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।
ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି
ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା। #CycloneDana #OdishaBravesDana pic.twitter.com/AUjkNsrdIE
— Mohan Charan Majhi (@MohanMOdisha) October 24, 2024
କର୍ତ୍ତବ୍ୟ ସାଧନପୂର୍ବକ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ପ୍ରେରଣାଦାୟୀ ଅଟେ। ଆଶାଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ ବୋଲି ଉପମୁଖ୍ୟନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମର ଆଶାଭଉଣୀ ଶିବାନୀ ମଣ୍ଡଳ କର୍ତ୍ତବ୍ୟ ସାଧନପୂର୍ବକ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉକରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ପ୍ରେରଣାଦାୟୀ ଅଟେ। ଆଶାଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ। #OdishaBravesDana pic.twitter.com/dZhvNlTYxh
— Pravati Parida (@PravatiPOdisha) October 24, 2024
ମାଛ ଧରିବାକୁ ଯିବା ସମୟୟର ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର
ଭିତରକନିକା ଜାତୀୟ ଉଦ୍ୟାନରେ ଘଟିଛି ଏକ ଅଭାବନୀୟ ଘଟଣା। ଭିତରକନିକାରେ ପ୍ରବାହିତ ହେଉଥିବା ନଦୀରୁ ଜଣେ ମହିଳାଙ୍କୁ ଝାମ୍ପି ନେଇଛି କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ନଦୀପାର ହେଉଥିବା ବେଳେ ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସଂଦ୍ଧାନ ମିଳିପାରିନାହିଁ । ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ ଖୋଜାଖୋଜି କରୁଛନ୍ତି।