blood donation - The Sakala

ଦେବଦୂତ ସାଜିଲେ ରାଜ୍ୟର ଅନେକ ସ୍ବେଛାସେବୀ, ଯୋଗାଇ ଦେଉଛନ୍ତି ୟୁନିଟ୍ ୟୁନିଟ୍ ରକ୍ତ
ବାଲେଶ୍ବର/ବୌଦ୍ଧ: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏବଂ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାର ଛାତିଥରା ଖବର ଚାରିଆଡେ କ୍ଷୀପ୍ରବେଗରେ ବ୍ୟାପି ଯାଇଥିଲା। ପ୍ରଶାସନ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟ ଲାଗି ଅଣ୍ଟା ଭିଡ଼ିଥିଲେ। ଦୁର୍ଘଟଣାରେ ମୃତକ ସଂଖ୍ୟା ସହିତ ଆହତ ତାଲିକା ଲମ୍ବି ଚାଲିଥିଲା। ରାତି ଯେତେ ବଢୁଥିଲା ସେତେ ଅଧିକ ଆହତଙ୍କୁ ଟ୍ରେନ୍ ତଳୁ ଉଦ୍ଧାର କରା ଯାଉଥିଲା। ଶହଶହ ସଂଖ୍ୟକ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଉଥିଲା। ଆହତଙ୍କ ଚିକିତ୍ସା ପାଇଁ ଶତାଧିକ ୟୁନିଟ୍ ରକ୍ତ ଆବଶ୍ୟକ ହୋଇଥିଲା। ଏନେଇ ଗଣମାଧ୍ୟମରେ ଅନେକ ଅନୁରୋଧଭିତ୍ତିକ ପୋଷ୍ଟ ଶେୟାର କରା ଯାଇଥିଲା।

ଏଭଳି ଜରୁରୀକାଳୀନ ସମୟରେ ଦେବଦୂତ ସାଜି ଆଗେଇ ଆସିଛନ୍ତି ଅନେକ ଯୁବଗୋଷ୍ଠୀ। ଶହଶହ ସଂଖ୍ୟାକ ଯୁବକ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିନାଦ୍ବିଧା, ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ। ସେମାନଙ୍କ ପ୍ରଚେଷ୍ଟାରେ ଶୁକ୍ରବାର ରାତି ମଧ୍ୟରେ ପ୍ରାୟ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ପାରିଥିଲା। ସ୍ଥାନୀୟ ଲୋକଙ୍କର ଏଭଳି ନିସ୍ବାର୍ଥ ସହାୟତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଛନ୍ତି। ‘ଏହି ରେଳ ଦୁର୍ଘଟଣା ମୋତେ ଗଭୀର ଭାବରେ ମର୍ମାହତ କରିଛି। ସ୍ଥାନୀୟ ପ୍ରଶାସନ ଏବଂ ଲୋକଙ୍କ ସହାୟତାରେ ଅନେକ ପିଡିତଙ୍କ ଜୀବନ ରକ୍ଷା ହୋଇ ପାରିଛି। ସାରା ରାତି ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ମତପ୍ରକାଶ କରିଛନ୍ତି। ଏଭଳି କଠିନ ସମୟରେ ସ୍ବଇଚ୍ଛାରେ ରକ୍ତଦାନ କରିଥିବା ଯୁବ ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଆଜି ବୌଦ୍ଧ ଜିଲ୍ଲାରୁ ମଧ୍ୟ କେତକ  ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରିବା ନିମନ୍ତେ କଟକ ମେଡିକାଲ ଅଭିମୁଖେ ଯାଇଛନ୍ତି । ରକ୍ତଦାତା ସୁରେଶ ଦେହୁରୀଙ୍କ ନେତୃତ୍ୱରେ ସ୍ବେଛାସେବୀ ରଞ୍ଜନ ଦଳେଇ, ତନ୍ମୟ ବାନାର୍ଜୀ, ଶେଖ ମୁନା, ବବୁଲ ବେହେରା, ଟିକିନା ପ୍ରଧାନ, ଗଜେନ୍ଦ୍ର ଦାସ, ଗୌତମ ପ୍ରଧାନ,ଓ ପ୍ରଶାନ୍ତ ଦେହୁରୀ ପ୍ରମୁଖ କଟକ ବଡ଼ ମେଡିକାଲ ଯାଇ ରକ୍ତଦାନ କରିଛନ୍ତି । ଏମାନଙ୍କର ଏଭଳି ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ରକ୍ତଦାନ ମହାପୁଣ୍ୟ: ନଷ୍ଟହେବା ପରେ ବି ଜୀବନ ବଞ୍ଚାଉଛି ରକ୍ତ
ରକ୍ତ ଦେଇ କାହାର ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। କିନ୍ତୁ ଆଜି ବି ରକ୍ତ ପାଇଁ ଜଣେ ମଣିଷ ଅନ୍ୟ ଜଣେ ବଦାନ୍ୟ ମଣିଷ ଉପରେ ନିର୍ଭର କରୁଛି। କାହାର ସହାୟତା ଆଉ କାହା ପାଇଁ ନୂଆ ଜୀବନ। ସେଥିପାଇଁ କୁହାଯାଏ ଲୁହ ଓ ଲହୁ ମୂଲ୍ୟ ପରିଶୋଧ କରି ହୁଏ ନାହିଁ। ପୂର୍ବରୁ କେବଳ ସରକାରୀ ବ୍ୟବସ୍ଥା ମାଧ୍ୟମରେ ରକ୍ତର ଆଦାନ ପ୍ରଦାନ ହେଉଥିଲା। କିନ୍ତୁ ସମୟ ସହିତ ତାଳ ଦେଇ ଘରୋଇ ବ୍ୟବସ୍ଥା ଜରିଆରେ ଏହାର ଉପଲବ୍ଧତା ସୁନିଶ୍ଚିତ କରାଯାଇଛି। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ରୋଗୀ, ଥାଲାସେମିଆ ରୋଗୀଙ୍କ ପାଇଁ ସରକାର ମାଗଣା ରକ୍ତ ବ୍ୟବସ୍ଥା କରିଛନ୍ତି। ସେହିପରି ରକ୍ତ ପାଇବା ପାଇଁ ଆଉ ଆଗ ଭଳି କଟକଣାର ସମ୍ମୁଖୀନ ହେବାକୁ କେହି ବାଧ୍ୟ ନୁହେଁ। ରକ୍ତ ବଦଳରେ ରକ୍ତ ନିୟମ କୋହଳ କରାଯାଇଛି। ନିୟମିତ ରକ୍ତ ନେଉଥିବା ରୋଗୀଙ୍କ ଉପରୁ ସରକାର ଆର୍ଥିକ ଚାପ ହ୍ରାସ କରିଛନ୍ତି। ଏହା ସତ୍ତ୍ବେ ସମସ୍ୟା ରହିଛି। ଆଜି ବି ରକ୍ତ ପାଇଁ ବାରମ୍ବାର ଧାଇଁବାକୁ ପଡୁଛି, ଅନୁରୋଧ କରିବାକୁ ପଡୁଛି ଆଉ ଅର୍ଥ ଦେବାକୁ ମଧ୍ୟ ପଡୁଛି।

୭ ହଜାର ୟୁନିଟ୍‌‌ରେ ଚିହ୍ନଟ ହେଉଛି ପ୍ରାଣଘାତୀ ଭୂତାଣୁ

ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶକରି ତାଙ୍କ ଜୀବନ ରକ୍ଷା କରୁ ନାହିଁ; ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି। ଏପରିକି ନଷ୍ଟ ହୋଇଯାଇ ଥିବା ରକ୍ତରୁ ମଧ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଉ ଥିବା ବେଳେ ଏହାର ସିଂହଭାଗ ରକ୍ତ ସିଧାସଳଖ ବ୍ୟବହାର ହେଉଛି। ତେବେ ବଳକା ରକ୍ତ, ପ୍ଲାଜ୍‌‌ମା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି। ପୂର୍ବରୁ ଏହାକୁ ନଷ୍ଟ କରିଦିଆଯାଉଥିଲା, କିନ୍ତୁ କୋଭିଡ୍‌‌ ମହାମାରୀ ପରେ ପରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରକ୍ତ ଭଣ୍ଡାର ପକ୍ଷରୁ ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଦିଆଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିକ୍ରି ଅର୍ଥ ସମ୍ପୃକ୍ତ ରକ୍ତ ଭଣ୍ଡାରର ବିକାଶ ପାଇଁ ବ୍ୟୟ କରାଯାଉଛି। ଏଥିରୁ ମିଳୁଥିବା ଅର୍ଥ ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ରୋଗୀଙ୍କ କଲ୍ୟାଣ ଦିଗରେ ବ୍ୟୟ କରାଯାଉଛି।

ରକ୍ତଦାତାଙ୍କ ଠାରୁ ସଂଗୃହୀତ ରକ୍ତଗୁଡ଼ିକୁ ବ୍ୟବହାର ଅନୁସାରେ ଭିନ୍ନଭିନ୍ନ ତାପମାତ୍ରାରେ ସଂରକ୍ଷିତ ରଖାଯାଇଥାଏ। ତେବେ ୩୫ ଦିନ ପରେ ରକ୍ତ ଆଉ ବ୍ୟବହାରଯୋଗ୍ୟ ହୋଇ ନ ଥାଏ। ରାଜ୍ୟରେ ସଂଗ୍ରହ କରାଯାଉ ଥିବା ସମୁଦାୟ ୟୁନିଟ୍‌‌ରୁ ପ୍ରାୟ ୧ ପ୍ରତିଶତର ଜୀବନକାଳ ଶେଷ ହୋଇଯାଇଥାଏ। ରକ୍ତ ସଂଗ୍ରହ ପରେ ସେଥିରେ ଏଚ୍‌‌ଆଇଭି, ହେପାଟାଇଟିସ୍‌‌ ବି ଓ ସି, ଏଚ୍‌‌ଟିଏଲ୍‌‌ଭି, ୱେଷ୍ଟ ନାଇଲ୍‌‌ ଭାଇରସ୍‌‌ ଆଦି ଯାଞ୍ଚ କରାଯାଇଥାଏ। ସଂଗୃହୀତ ରକ୍ତରେ ଏହି ରୋଗ ଜୀବାଣୁ ଚିହ୍ନଟ ହେଲେ ତାହା କୌଣସି ରୋଗୀଙ୍କୁ ଦିଆଯାଇ ପାରିବ ନାହିଁ। ପୂର୍ବରୁ ଏହାକୁ ବୈଜ୍ଞାନିକ ପଦ୍ଧତ୍ତିରେ ନଷ୍ଟ କରିଦିଆଯାଉ ଥିଲା। ତେବେ ସମ୍ପ୍ରତି ଏଥିରୁ ଫାର୍ମା କମ୍ପାନୀ ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବାହାର କରି ସେଥିରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରୁଛନ୍ତି।

ମାଗଣାରେ ମିଳୁଛି ଲ୍ୟୁକୋ ଫିଲ୍ଟର

ଥାଲାସେମିଆ ରୋଗୀଙ୍କ ଉପରେ ଆର୍ଥିକ ଚାପ ହଟିଛି। ୟୁଜର୍ସ ଫି ଆଦାୟ ବନ୍ଦ ବିନାମୂଲ୍ୟରେ ଓ ବିନା ବଦଳରେ ମିଳୁଛି ରକ୍ତ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଗତ ଦୁଇ ବର୍ଷ ହେଲା ସମସ୍ତ ଥାଲାସେମିଆ ରୋଗୀଙ୍କୁ ପ୍ରତି ମାସ ଗୋଟିଏ ଲେଖାଏଁ ଲ୍ୟୁକୋ ଫିଲ୍ଟର ମାଗଣାରେ ଦେଉଛନ୍ତି।ଏଥିପାଇଁ ଏକ ହଜାରରୁ ୧୨ଶହ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ଥାଲାସେମିଆ ରୋଗୀଙ୍କୁ ଲ୍ୟୁକୋ ଫିଲ୍ଟର ମିଳୁଛି। ଏହା ଦ୍ୱାରା ରାଜ୍ୟର ପ୍ରାୟ ୧୮ ହଜାର ଥାଲାସେମିଆ ରୋଗୀ ଉପକୃତ ହେଉଛନ୍ତି।

ରୋଗୀ ଯେଉଁ ରକ୍ତ ନେଉଛନ୍ତି ତାହା ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ଆବଶ୍ୟକ। ନଚେତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ରକ୍ତରେ ଥିବା ବିଷାକ୍ତ ତତ୍ତ୍ୱ ସେମାନଙ୍କ ଶରୀରରେ ପ୍ରବେଶ କରିବା ସମ୍ଭାବନା ଥାଏ। ତେଣୁ ପ୍ରତି ଥର ରକ୍ତ ନେବା ପାଇଁ ଲ୍ୟୁକୋ ଫିଲ୍ଟରର ଆବଶ୍ୟକତା ରହିଛି। ସମସ୍ତ ଥାଲାସେମିଆ ରୋଗୀ ରକ୍ତ ନେବା ପାଇଁ ଅବା ଚିକିତ୍ସା ପାଇଁ ଆସିଲେ ଗସ୍ତ ଖର୍ଚ୍ଚ ବାବଦରେ ୫୦୦ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ମାଗଣାରେ ରକ୍ତ ଯୋଗାଇ ଦିଆଯିବା ସହ ପୂର୍ବରୁ ପ୍ରଚଳିତ ୨୦୦/୩୦୦ ଟଙ୍କାର ୟୁଜର୍ସ ଫି’ ଆଦାୟ ବନ୍ଦ କରାଯାଇଛି।

ବର୍ଷକୁ ସଂଗ୍ରହ ହେଉଛି ୧୩ ଲକ୍ଷ ୟୁନିଟ୍‌‌

ପୂର୍ବାପେକ୍ଷା ପ୍ରତି ବର୍ଷ ରାଜ୍ୟରେ ରକ୍ତ ସଂଗ୍ରହ ପରିମାଣ ବଢିବାରେ ଚାଲିଛି। ରାଜ୍ୟରେ ଥିବା ସମୁଦାୟ ୫୬ଟି ରକ୍ତ ଭଣ୍ଡାରରେ ବାର୍ଷିକ ପ୍ରାୟ ୫ ଲକ୍ଷରୁ ଅଧିକ ୟୁନିଟ୍‌‌ ରକ୍ତ ସଂଗ୍ରହ ହୋଇଥାଏ। ସେହିପରି ବିଭିନ୍ନ ସଂସ୍ଥା, ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରୁ ପ୍ରାୟ ୫ ଲକ୍ଷ ୟୁନିଟ୍‌‌ ରକ୍ତ ମିଳିଯାଉଛି। ୨୦୨୧ରେ ୪୯୪୨ଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ୨୬୦୫୮୧ ଆଉଟ୍‌‌ଡୋର କ୍ୟାମ୍ପ୍‌‌ ଜରିଆରେ ସମୁଦାୟ ୪୮୬୪୮୧ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇଥିଲା। ଗତବର୍ଷ ଶିବିରରୁ ସଂଗୃହିତ ରକ୍ତ ପରିମାଣ ୫ ଲକ୍ଷରୁ ଅଧିକ ହେବ। ସେହିପରି ଘରୋଇ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରୋଗୀଙ୍କୁ ଦିଆ ଯାଉଥିବା ରକ୍ତ ବଦଳରେ ଅନ୍ୟ ଜଣଙ୍କ ରକ୍ତ ସଂଗ୍ରହ ହୋଇଥାଏ। ଏହି ସଂଖ୍ୟା ବର୍ଷକୁ ପ୍ରାୟ ୩ ଲକ୍ଷ ୟୁନିଟ୍‌‌ ହେବ।

ପ୍ରୋତ୍ସାହିତ କରୁଛି ୧୪ ଭ୍ୟାନ୍‌‌

ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ ପ୍ରଚଳନ କରିଛନ୍ତି। ରାଜ୍ୟରେ ସମୁଦାୟ ୧୪ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ ଥିବା ବେଳେ ଗତ ମାର୍ଚ୍ଚ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ର ଲୋକାର୍ପଣ କରିଛନ୍ତି। ଜୀବନ ରକ୍ଷାକୁ ଗୁରୁତ୍ୱଦେଇ ରକ୍ତ ଭଣ୍ଡାରରେ ଅଭାବ ଦୂରକରିବା ଏବଂ ରକ୍ତଦାନ ଭଳି ମହତ କାର୍ଯ୍ୟପ୍ରତି ଲୋକଙ୍କୁ ଆକୃଷ୍ଠ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଭ୍ୟାନ୍‌‌ର ପ୍ରଚଳନ କରାଯାଉଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଏହି ଭ୍ୟାନ୍‌‌ ପହଞ୍ଚି ରକ୍ତ ସଂଗ୍ରହ କରୁଛି। ୨୦୧୯ ବେଳକୁ ରାଜ୍ୟରେ ୯ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍‌‌ ଥିଲା। ଏହି ଗାଡ଼ିର ପ୍ରଚଳନ ଫଳରେ ରକ୍ତଦାନ ପରିମାଣ ବଢ଼଼଼଼ିଥିବା ଦେଖାଯାଇଛି। ୨୦୨୦ରେ ୮୯,୯୧୭ ୟୁନିଟ୍‌‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୦୨୨ରେ ଏସବୁ ଭ୍ୟାନ୍‌‌ ଜରିଆରେ ୧,୨୬,୭୪୭ ୟୁନିଟ୍‌‌ ରକ୍ତ ସଂଗ୍ରହ ହୋଇଥିଲା। ଏହି ଭ୍ୟାନ୍‌‌ରେ ରକ୍ତଦାତା ଶଯ୍ୟା, ରେଫ୍ରିଜିରେଟର୍‌‌, ରକ୍ତ ସଂଗ୍ରହ ମୋନିଟର୍‌‌, ରକ୍ତ ବ୍ୟାଗ୍‌‌ ସିଲର୍‌‌, ଜେନେରେଟର୍‌‌ ଆଦି ରହିଥାଏ। ୫ଟି ନୂଆ ଭ୍ୟାନ୍‌‌ କିଣିବା ପାଇଁ ପ୍ରତି ୟୁନିଟ୍‌‌ ୫୪ ଲକ୍ଷ ୨ହଜାର ୮ଶହ ଟଙ୍କା ହିସାବରେ ସମୁଦାୟ ୨କୋଟି ୭୦ ଲକ୍ଷ ୧୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର।

ରକ୍ତଦାନ ମହାପୁଣ୍ୟ: ନଷ୍ଟ ହେବା ପରେ ବି କାମରେ ଲାଗୁଛି, ପ୍ରସ୍ତୁତ ହେଉଛି ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ
ଭୁବନେଶ୍ୱର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି। ଏପରିକି ନଷ୍ଟ ହୋଇଯାଇ ଥିବା ରକ୍ତରୁ ମଧ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଉ ଥିବା ବେଳେ ଏହାର ସିଂହଭାଗ ରକ୍ତ ସିଧାସଳଖ ବ୍ୟବହାର ହେଉଛି। ତେବେ ବଳକା ରକ୍ତ, ପ୍ଲାଜ୍‍ମା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି। ପୂର୍ବରୁ ଏହାକୁ ନଷ୍ଟ କରିଦିଆଯାଉଥିଲା, କିନ୍ତୁ କୋଭିଡ୍‍ ମହାମାରୀ ପରେ ବ୍ଲଡ୍‍ ବ୍ୟାଙ୍କ ପକ୍ଷରୁ ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଦିଆଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିକ୍ରି ଅର୍ଥ ସମ୍ପୃକ୍ତ ରକ୍ତ ଭଣ୍ଡାରର ବିକାଶ ପାଇଁ ବ୍ୟୟ କରାଯାଉଛି। ଏହି ଅର୍ଥ ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ରୋଗୀଙ୍କ କଲ୍ୟାଣ ଦିଗରେ ବ୍ୟୟ କରାଯାଉଛି।

ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ରକ୍ତ ଭଣ୍ଡାର ରହିଥିବା ବେଳେ ବାର୍ଷିକ ପ୍ରାୟ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥାଏ। ଗତ ବର୍ଷ ୪୯୪୨ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଏବଂ ୨୬୦୫୮୧ ଆଉଟ୍‍ଡୋର କ୍ୟାମ୍ପ୍‍ ଜରିଆରେ ସମୁଦାୟ ୪୮୬୪୮୧ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା। ସଂଗୃହୀତ ରକ୍ତକୁ ବ୍ୟବହାର ଅନୁସାରେ ଭିନ୍ନ ଭିନ୍ନ ତାପମାତ୍ରାରେ ସଂରକ୍ଷିତ ରଖାଯାଇଥାଏ। ତେବେ ୩୫ ଦିନ ପରେ ରକ୍ତ ଆଉ ବ୍ୟବହାରଯୋଗ୍ୟ ହୋଇନଥାଏ। ରାଜ୍ୟରେ ସଂଗ୍ରହ କରାଯାଉ ଥିବା ସମୁଦାୟ ୟୁନିଟ୍‍ରୁ ପ୍ରାୟ ୧ ପ୍ରତିଶତର ଜୀବନକାଳ ଶେଷ ହୋଇଯାଇଥାଏ। ରକ୍ତ ସଂଗ୍ରହ ପରେ ସେଥିରେ ଏଚ୍‍ଆଇଭି, ହେପାଟାଇଟିସ୍‍ ବି ଓ ସି, ଏଚ୍‍ଟିଏଲ୍‍ଭି, ୱେଷ୍ଟ ନାଇଲ୍‍ ଭାଇରସ୍‍ ଆଦି ଯାଞ୍ଚ କରାଯାଇଥାଏ। ସଂଗୃହିତ ରକ୍ତରେ ଏହି ରୋଗ ଜୀବାଣୁ ଚିହ୍ନଟ ହେଲେ ତାହା କୌଣସି ରୋଗୀଙ୍କୁ ଦିଆଯାଇ ପାରିବ ନାହିଁ। ପୂର୍ବରୁ ଏହାକୁ ବୈଜ୍ଞାନିକ ପଦ୍ଧତ୍ତିରେ ନଷ୍ଟ କରିଦିଆଯାଉ ଥିଲା। ତେବେ ସମ୍ପ୍ରତି ଏଥିରୁ ଫାର୍ମା କମ୍ପାନୀ ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାୟ ବାହାର କରି ସେଥିରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରୁଛନ୍ତି। ଅପରପକ୍ଷେ ପ୍ରତ୍ୟେକ ବ୍ଲଡ୍‍ ବ୍ୟାଙ୍କରେ ରକ୍ତରୁ ପ୍ଲାଜ୍‍ମା ସଂଗ୍ରହ କରାଯାଇଥାଏ। ଗୋଟିଏ ୟୁନିଟ୍‍ ରକ୍ତରୁ ପ୍ଳାଜ୍‍ମା ସମେତ ପ୍ଲେଟ୍‍ଲେଟ୍‍ ଓ ପିଆରଭିସି ବାହାର କରାଯାଏ। ଏଗୁଡ଼ିକ କର୍କଟ, ଡେଙ୍ଗୁ, କୋଭିଡ୍‍ ଆଦି ରୋଗୀଙ୍କୁ ଦିଆଯାଏ। ତେବେ ଅନେକ ସମୟରେ ଏହି ପ୍ଲାଜ୍‍ମା ରୋଗୀଙ୍କ କାମରେ ଆସିନଥାଏ। ପୂର୍ବରୁ ଏହାକୁ ନଷ୍ଟ କରି ଦିଆଯାଉଥିଲା।

ତେବେ କେନ୍ଦ୍ର ସରକାର ନୂଆ ଗାଇଡ୍‍ଲାଇନ୍‍ ଆଣିବା ପରେ ସେଗୁଡ଼ିକୁ ଟେଣ୍ଡର ମାଧ୍ୟମରେ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଯୋଗାଇ ଦିଆଯାଉଛି ଏବଂ କେନ୍ଦ୍ର ସରକାର ସମ୍ପୃକ୍ତ ରକ୍ତ ଭଣ୍ଡାରକୁ ପ୍ରତିବଦଳରେ ଅର୍ଥ ପ୍ରଦାନ କରୁଛନ୍ତି। ଅବ୍ୟବହୃତ ପ୍ଲାଜ୍‍ମା ସରକାରୀ ନିର୍ଦ୍ଧାରିତ ଦରରେ ଅନୁମତିପ୍ରାପ୍ତ କମ୍ପାନୀକୁ ଯୋଗାଇ ଦିଆଯାଉଛି। ପ୍ଲାଜ୍‍ମାରୁ ଆଲବୁମିନ୍‍, ଫାକ୍ଟର ୮-, ଫାକ୍ଟର-୯ ପ୍ରସ୍ତୁତ କରାଯାଉଛି। ପ୍ଲାଜ୍‍ମା ପ୍ରତିବଦଳରେ ୟୁନିଟ୍‍ ପିଛା ରକ୍ତ ଭଣ୍ଡାରକୁ ୧୬୦୦ ଟଙ୍କା ମିଳୁଛି।

ନିଆରା ଜନ୍ମଦିନ: ୬୫ବର୍ଷ ବୟସରେ ୧୬୫ଥର ରକ୍ତଦାନ
ଭୁବନେଶ୍ୱର : ଥରେ ନୁହେଁ କି ୨ଥର ନୁହେଁ, ୬୫ବର୍ଷ ମଧ୍ୟରେ ୧୬୫ଥର ନିଃସ୍ୱାର୍ଥପର ଭାବେ ରକ୍ତଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ନିବାସୀ ଗୋପୀମୋହନ ପଟ୍ଟନାୟକ। ରକ୍ତଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରି ନିଜର ପ୍ରତିଟି ରକ୍ତବୁନ୍ଦାକୁ ଗରିବ, ଅସହାୟ, ଦୁର୍ଘଟଣାଗ୍ରସ୍ତ, ଥାଲାସେମିଆ ଶିଶୁଙ୍କୁ ସମର୍ପିତ କରିଦେଇଛନ୍ତି ସେ। ପ୍ରତିବର୍ଷ ପରି ଚଳିତବର୍ଷ ନିଜର ଜନ୍ମଦିନରେ ସାଙ୍ଗ, ସାଥୀ, ବନ୍ଧୁବାନ୍ଧବଙ୍କୁ ଏକାଠି କରି ୬୫ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସରରେ ୧୬୫ଥର ପାଇଁ ରକ୍ତଦାନ କରିଥିଲେ। ଯୁବସମାଜ ପାଇଁ ‘ଡୋନେଟ୍‍ ବ୍ଲଡ, ବି ଏ ହିରୋ’ ବାର୍ତ୍ତା ଦେଇଥିଲେ।

ସେଞ୍ଚୁରିଆନ୍‍ ବ୍ଲଡ୍‍ ଡୋନର୍‍ ଭାବେ ସେ ବେଶ୍‍ ଜଣାଶୁଣା। ଅଦ୍ୟାବଧି ୧୯ଥର ପ୍ଲେଟ୍‍ଲେଟ୍‍ ଦାନ କରିଛନ୍ତି। ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତଭଣ୍ଡାରରେ ଉପୁଜୁଥିବା ରକ୍ତର ଅଭାବକୁ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି ପୂରଣ କରିବା ସହ ଆଜିପର୍ଯ୍ୟନ୍ତ ୨ହଜାରରୁ ଊର୍ଦ୍ଧ୍ବ ରକ୍ତଦାନ ଶିବିର ସେ ଆୟୋଜନ କରିସାରିଲେଣି। ନିରାଡ଼ମ୍ବର ରୂପେ ଆୟୋଜିତ ଏହି ଜନ୍ମଦିନ ଉତ୍ସବରେ ଧର୍ମପତ୍ନୀ ଆଶାଲତା ପଟ୍ଟନାୟକଙ୍କ ସମେତ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ବାଳକୃଷ୍ଣ ରାଉତ, ଶକ୍ତରଞ୍ଜନ ଦାଶ, ବସନ୍ତ କୁମାର ସାମଲ, ନିରଞ୍ଜନ ପଟ୍ଟନାୟକ, ଗୁନୁ ଆଚାର୍ଯ୍ୟ, କ୍ଷେତ୍ରମୋହନ ପଟ୍ଟନାୟକ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଗୋପୀମୋହନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅତିଥିମାନେ ତାଙ୍କ ଦୀର୍ଘାୟୁ କାମନା କରିଥିଲେ।

ରକ୍ତର ଅଭାବ ଦୂର ପାଇଁ ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଆନ୍ଦୋଳନରେ ପରିଣତ ହୋଇଛି, ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି ଦୃଷ୍ଟିବାଧିତ ଓ ଭିନ୍ନକ୍ଷମ ବ୍ଯକ୍ତି
ଭୁବନେଶ୍ବର: ରାଜ୍ଯରେ ରକ୍ତର ଅଭାବ ଦୂର କରିବା ପାଇଁ  ମୁଖ୍ଯମନ୍ତ୍ରୀ ଦେଇଥିବା ଡାକରା ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ସମଗ୍ର ଦେଶ ମହାମାରୀ ସହ ଲଢୁଛି। ଏହି ସଙ୍କଟ ସମୟରେ ରକ୍ତର ଅଭାବ ନ ଦେଖାଯାଏ ସେ ନେଇ ଓଡ଼ିଶା – ମୋ ପରିବାର ପକ୍ଷରୁ କୋଭିଡ ଗାଇଡଲାଇନ ପାଳନ କରି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରକ୍ତଦାନ କାର୍ଯ୍ଯକ୍ରମ ଚାଲିଛି।

ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକି ଉତ୍ସବ। ଏହି ଦିନଟିକୁ ନିଆରା କରିବା ପାଇଁ କେହିକେହି ନିଜେ ଯାଇ ଡାକ୍ତରଖାନାରେ ସ୍ବେଚ୍ଛାକୃତ ରକ୍ତଦାନ କରୁଥିବା ବେଳେ ଆଉ କେହି  ସ୍ବତନ୍ତ୍ର କ୍ଯାମ୍ପ କରି ରକ୍ତଦାନ କାର୍ଯ୍ଯକ୍ରମ ଆୟୋଜନ କରୁଛନ୍ତି। ରକ୍ତଦାନ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି ସବୁବର୍ଗର ଲୋକେ। ଏବେ ଏହି ରକ୍ତଦାନ କ୍ଷେତ୍ରରେ ନୂଆ ପୃଷ୍ଠା ଯୋଡିହୋଇଛି। କିଛି ଦିନ ତଳେ ୨ ଜଣ ଦୃଷ୍ଟିବାଧିତ ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ ହୋଇ ରକ୍ତଦାନ କରିଥିବା ବେଳେ ପୁଣିଥରେ ଆଗେଇ ଆସିଛନ୍ତି   ଭିନ୍ନକ୍ଷମ ବ୍ୟକ୍ତିମାନେ।

ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମୋର ସାଧୁବାଦ ଓ କୃତଜ୍ଞତା ଜଣାଉଛି। ସେମାନଙ୍କ ଏପରି ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ @MoParivarOdisha @jibanbindu ଶିବିର ଆୟୋଜନର ଲକ୍ଷ୍ୟକୁ ସଫଳ କରୁଛି। #OdishaCares https://t.co/0fcvyEx0A7

— Naveen Patnaik (@Naveen_Odisha) July 16, 2021

ଓଡ଼ିଶା-ମୋ ପରିବାର ପକ୍ଷରୁ ଆୟୋଜିତ ଜୀବନ ବିନ୍ଦୁ ଶିବିରରେ ଦୃଷ୍ଟିବାଧିତ କାହ୍ନୁଚରଣ ସାହୁ ଏବଂ ବଂଶୀଧର ପ୍ରଧାନ ସ୍ୱତଃପ୍ରୋତ ଭାବେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। pic.twitter.com/DrQmFV765W

— Naveen Patnaik (@Naveen_Odisha) July 14, 2021

ଏ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ମୂଲ୍ୟବାନ ଜୀବନର ସୁରକ୍ଷା ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିବା ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି।

ସୂଚନା ଅନୁଯାୟୀ, କୋଭିଡ ମହାମାରୀ ସମୟରେ ୧୦ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଏହି ମହତ କାର୍ଯ୍ଯକୁ ସଫଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ବେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ମୁଖ୍ଯମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରକ୍ତଦାନ ପାଇଁ ବର୍ଷାରେ ଭିଜି ଭିଜି ୮୫ କିମି ଗଲେ ତିନି ସ୍ବେଛାସେବୀ, ହସ୍ପିଟାଲ୍ ବାରଣ୍ଡାରେ ରାତି କାଟିଲେ
ଭବାନୀପାଟଣା: ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ବର୍ଷାରେ ଭିଜି ଭିଜି ତିନି ଜଣ ସ୍ୱେଚ୍ଛାସେବୀ ୮୫ କିମି ମଟରସାଇକେଲରେ ଯିବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି ସ୍ୱେଚ୍ଛାସେବୀ ମାନେ ହେଲେ କଳାହାଣ୍ଡି ଜିଲା ସୋସିଆଲ ୱେଲଫେୟାର ଅର୍ଗନାଇଜେସନର ଭବାନୀପାଟଣା ଟିମ ସଭାପତି ରାଜେଶ ଗୌଡ଼, ରାକେଶ ନାଏକ ଓ ଜଗନ୍ନାଥ ମାଝୀ। ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବାକୁ ସେମାନେ ବର୍ଷା ସତ୍ୱେ ମଟରସାଇକେଲରେ ଭବାନୀପାଟଣାରୁ ବିଷମକଟକକୁ ଦୀର୍ଘ ୮୫ କିମି ଯାତ୍ରା କରିଥିଲେ।

ପ୍ରକାଶ ଯ, କେସିଙ୍ଗା ଅଞ୍ଚଳର ତ୍ରିଲୋଚନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତ ବୁଧବାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ରାୟଗଡା ଜିଲା ବିଷମକଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ୩ ୟୁନିଟ ରକ୍ତ ଦେବା ଜରୁରୀ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏହାପରେ ଏହି ସଂଗଠନକୁ ଯୋଗାଯୋଗ କରାଯାଇଥିଲା। ପରେ ଭବାନୀପାଟଣା ସଭାପତି ରାଜେଶ ଗୌଡ଼, ରାୟଗଡା ଓ ବିଷମକଟକ ଅଞ୍ଚଳର ସ୍ବେଚ୍ଛାସେବୀମାନଙ୍କୁ ଯୋଗାଯୋଗ କରିଥିଲେ। ହେଲା ସେଠାରେ ରକ୍ତ ମିଳିବା ସମ୍ଭବ ହୋଇପାରିନଥିଲା। ଏହାପରେ ସେ ସଂଗଠନର ଦୁଇଜଣ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ଏବଂ ବର୍ଷା ସତ୍ୱେ ସେମାନଙ୍କୁ ସାଙ୍ଗରେ ନେଇ ଗୁରୁବାର ମଟରସାଇକେଲ ଯୋଗେ ଅପରାହ୍ନରେ ଭବାନୀପାଟଣାରୁ ବିଷମକଟକ ଅଭିମୁଖେ ବାହାରିଥିଲେ। ସେମାନେ ବିଷମକଟକ ପହଁଚିବା ସନ୍ଧ୍ୟା ହୋଇଜିବାରୁ ସେଠି ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ନ ଥିଲେ। ଓ ଶୁକ୍ରବାର ହିଁ ବ୍ଲଡ଼ ସଂଗ୍ରହ କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ଏହାପରେ ଏହି ତିନିଜଣ ସ୍ବେଚ୍ଛାସେବୀ ହସ୍ପିଟାଲ ବାରଣ୍ଡାରେ ହିଁ ରାତି ବିତାଇଥିଲେ। ଓ ଶୁକ୍ରବାର ରକ୍ତ ଦାନ କରି ଭବାନୀପାଟଣା ଫେରିଛନ୍ତି। ଏହି ସଙ୍ଗଠନର କର୍ମକର୍ତ୍ତାଙ୍କ ସହଯୋଗ ମନୋବୃତି ଓ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ସଂଗଠନର କର୍ମକର୍ତ୍ତା ଜିଲାର ଯେ କୌଣସି ହସ୍ପିଟାଲରେ ଭର୍ତ୍ତି ହୋଇ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ବିନା ମୂଲ୍ୟରେ ରକ୍ତ ଦାନ କରୁଛନ୍ତି। ଫୋନ ପାଇବା ମାତ୍ରେ ସଙ୍ଗଠନ କର୍ମକର୍ତ୍ତା ହସ୍ପିଟାଲ କୁ ଯାଇ ରକ୍ତଦାନ କରୁଛନ୍ତି। ଏହା ବଦଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆବଶ୍ୟକ ସମୟରେ ଜରୁରୀ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ସଚେତନ ଓ ପରାମର୍ଶ ଦେଉଛନ୍ତି।