Fertilizer Black Marketing - The Sakala
ଭୁବନେଶ୍ୱର:  ଚଳିତ ଖରିଫ ଚାଷ ଋତୁରେ ସମଗ୍ର ଓଡ଼ିଶାରେ ଦେଖାଦେଇଥିବା ସାରର ଘୋର ଅଭାବ, ବ୍ୟାପକ କଳାବଜାରୀ ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ କଲବଲ ହେଉଥିବାରୁ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟରେ ସାରର ଅଭାବ ନଥିବା କଥା ସରକାର ବାରମ୍ୱାର ଚାଷୀମାନଙ୍କୁ ଆଶ୍ୱାସନା ଦେଉଥିବା ବେଳେ, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ରୁଆ କାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀଙ୍କୁ ସାର ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିବର୍ଷ ପ୍ରାୟ ୩୯ ଲକ୍ଷ ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଏ । ଚଳିତ ଖରିଫ ଋତୁରେ ରାଜ୍ୟକୁ ପ୍ରାୟ ୧୧.୪୩ ଲକ୍ଷ ମେଟ୍ରିକ ଟନ ସାରର ଆବଶ୍ୟକତା ରହିଛି । କିନ୍ତୁ ୧୭ ଜୁଲାଇ ସୁଦ୍ଧା ମାତ୍ର ପ୍ରାୟ ୧.୮୧ ଲକ୍ଷ ମେଟ୍ରିକ ଟନ ସାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡ଼ିକରେ ପହଞ୍ଚିଛି । ଚାଷୀଙ୍କୁ ପ୍ରାୟ ୧.୧୪ ଲକ୍ଷ ମେଟ୍ରିକ ଟନ ସାର ବଣ୍ଟନ କରାଯାଇଛି । ସମଗ୍ର ଖରିଫ ଋତୁରେ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ ସାର ଯୋଗାଣ ହୋଇଥିବାରୁ ରାଜ୍ୟରେ କୃତ୍ରିମ ସାର ସଙ୍କଟ ସୃଷ୍ଟି ହୋଇଛି । ଧାନ ରୁଆ କାମର ଶୀର୍ଷ ସମୟରେ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । "ଡବଲ ଇଞ୍ଜିନ ସରକାର’ ବାସ୍ତବରେ ଓଡ଼ିଶାର ଚାଷୀଙ୍କ ପାଇଁ "ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି । କେନ୍ଦ୍ରରେ ବିଜେପି ସରକାର ପ୍ରାୟ ୧୨ ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ତାଳଚେର ସାର କାରଖାନାରେ ଏପର୍ଯ୍ୟନ୍ତ ସାର ଉତ୍ପାଦନ ହୋଇପାରିଲା ନାହିଁ । ୨୦୧୪ ମସିହାରେ ପ୍ରତି ଏକରରେ ସାର ବାବଦରେ ପ୍ରାୟ ୩,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ଏହା ବଢ଼ି ପ୍ରାୟ ୭,୦୦୦ରୁ ୭,୫୦୦ ଟଙ୍କାରେ ପହଞ୍ଚିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଚାଷୀମାନଙ୍କ ଉପରେ ଆର୍ଥିକ ବୋଝକୁ ଦ୍ୱିଗୁଣିତ କରୁଛନ୍ତି ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରାଜ୍ୟରେ ସାରର କୌଣସି ଅଭାବ ନଥିବା ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଅମୂଳକ । ବହୁ ଜିଲ୍ଲାରେ ଚାଷୀମାନେ ଗୋଟିଏ ବସ୍ତା ୟୁରିଆ ପାଇଁ ପ୍ୟାକ୍ସ ଓ ସାର ଦୋକାନ ଆଗରେ ସାରା ରାତି ଅପେକ୍ଷା କରି ରହୁଛନ୍ତି । ୟୁରିଆ ଅଭାବକୁ ଲୁଚାଇବା ପାଇଁ ସରକାର କମ୍ପ୍ଲେକ୍ସ ସାର ଓ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦୁର୍ଭାଗ୍ୟଜନକ । ସରକାର ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ବିକଳ୍ପ ସାର ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେବାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଚାଷୀଙ୍କ ସମସ୍ୟା ଦୂର କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ୟୁରିଆରେ ୪୬ ପ୍ରତିଶତ ନାଇଟ୍ରୋଜେନ ଥିବାବେଳେ ବିକଳ୍ପ ଭାବେ ପ୍ରଚାର କରାଯାଉଥିବା ଅନେକ ସାରରେ ମାତ୍ର ୨୧ ପ୍ରତିଶତ ନାଇଟ୍ରୋଜେନ ରହିଛି । ତେଣୁ ସେଗୁଡ଼ିକ ୟୁରିଆର ପ୍ରକୃତ ବିକଳ୍ପ ହୋଇପାରିବ ନାହିଁ । ସରକାରଙ୍କ ନିର୍ଦ୍ଧାରିତ ୪୫ କେଜି ୟୁରିଆ ବସ୍ତାର ଖୁଚୁରା ମୂଲ୍ୟ ୨୬୬.୫୦ ଟଙ୍କା ଥିବାବେଳେ ସାର ଅଭାବ ଯୋଗୁଁ ଚାଷୀମାନେ ଖୋଲା ବଜାରରୁ ଏହାକୁ ୫୦୦ରୁ ୬୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ସୁଲଭ ମୂଲ୍ୟରେ ୟୁରିଆ ଯୋଗାଇବା ପରିବର୍ତ୍ତେ ସରକାର ଚାଷୀଙ୍କୁ ଅଧିକ ମୂଲ୍ୟର କମ୍ପ୍ଲେକ୍ସ ସାର କିଣିବାକୁ ବାଧ୍ୟ କରି ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉଛନ୍ତି ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ଭାରତ ସରକାରଙ୍କ ଜାତୀୟ ସାର ବଣ୍ଟନ ନୀତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ସାରର କୌଣସି ଅଭାବ ନଥିବା ସମବାୟ ମନ୍ତ୍ରୀ ଦାବି କରୁଥିବା ବେଳେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ଜିଲ୍ଲା ପ୍ରଶାସନକୁ ବିକଳ୍ପ ସାର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ବର୍ତ୍ତମାନ ୬୦ ପ୍ରତିଶତ ସାର ପ୍ୟାକ୍ସ, ଲ୍ୟାମ୍ପ୍ସ ଓ ସମବାୟ ସମିତି ମାଧ୍ୟମରେ ବଣ୍ଟନ କରାଯାଉଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତ ହୋଲସେଲରଙ୍କ ମାଧ୍ୟମରେ ଯୋଗାଣ କରାଯାଉଛି । ଅନେକ ସମବାୟ ସମିତିରେ ହଜାର ହଜାର ପଞ୍ଜୀକୃତ ଚାଷୀ ଥିବା ସତ୍ତ୍ୱେ ପ୍ରତିଦିନ ମାତ୍ର ୩୦ରୁ ୭୦ ଜଣ ଚାଷୀଙ୍କୁ ସାର ବଣ୍ଟନ କରାଯାଉଛି । ଫଳରେ ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁର ସମେତ ବହୁ ଜିଲ୍ଲାରେ ଚାଷୀମାନେ ସାର ପାଇବା ପାଇଁ ରାତିସାରା ଅପେକ୍ଷା କରୁଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ମାତ୍ର ଗୋଟିଏ ବସ୍ତା ୟୁରିଆ ଦିଆଯାଉଛି, ଯାହା ସମୁଦ୍ରକୁ ଶଙ୍ଖେ ପରି । କୁ୍ୟଆର କୋଡ୍ ଆଧାରିତ ଡିଜିଟାଲ ବଣ୍ଟନ ବ୍ୟବସ୍ଥା ଯୋଗୁଁ ଅନେକ ଚାଷୀ, ବିଶେଷକରି ମହିଳା ଚାଷୀ, ଭାଗଚାଷୀ ଏବଂ ସ୍ମାର୍ଟଫୋନ କିମ୍ୱା ଡିଜିଟାଲ ପେମେଣ୍ଟ ସୁବିଧା ନଥିବା ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଓଡ଼ିଶା ପାଇଁ ଆସୁଥିବା ସାରକୁ ପଡ଼ୋଶୀ ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଛି । ସମବାୟ ସମିତିଗୁଡ଼ିକ ଚାଷୀଙ୍କୁ ୟୁରିଆ ସହିତ ବାଧ୍ୟତାମୂଳକ ଭାବେ ନାନୋ ୟୁରିଆ, ଜିଙ୍କ ଓ ଅନ୍ୟାନ୍ୟ ଉତ୍ପାଦ କିଣିବାକୁ ବାଧ୍ୟ କରୁଛନ୍ତି । ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ କୃଷି, ସମବାୟ, ଖାଦ୍ୟ ଯୋଗାଣ ଏବଂ ମାର୍କଫେଡ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକି ରାଜ୍ୟରେ ସାର ଆବଶ୍ୟକତାର ଆକଳନ କରନ୍ତୁ ଏବଂ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ସାର ଯୋଗାଣ ସୁନିଶ୍ଚିତ କରନ୍ତୁ । ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇକୁ ଆହୁରି ତୀବ୍ରତର କରିବ ।
ଓଡ଼ିଶାରେ ସାର କଳାବଜାରୀକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍‌ବେଗ
ଭୁବନେଶ୍ୱର: ରାଜ୍ୟରେ ସାରର ବ୍ୟାପକ କଳାବଜାର ଏବଂ ଅବୈଧ ବିକ୍ରି କରାଯାଉଛି। ଅସାଧୁ ଉପାୟରେ ଡିଲର୍‌ ମାଲାମାଲ୍‌ ହେଉଥିଲା ବେଳେ ଚାଷୀ ମୁଣ୍ଡରେ ହାତ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଚାଷୀ ଏବଂ ବିଭିନ୍ନ ସଂଗଠନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଉହ୍ଲାଉଛନ୍ତି। ରାଜ୍ୟରେ ଚାଷୀଙ୍କ ଏଭଳି ଦୟନୀୟ ଅବସ୍ଥା ଏବଂ ଡିଲର୍‌ଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଶ୍ରୀ ମଙ୍ଗରାଜ ଏନେଇ ୩ଟି ପ୍ରଶ୍ନ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ସାର କଳାବଜାରୀ ଓ ଅବୈଧ ବିକ୍ରୟ ସମ୍ପର୍କିତ ମାମଲା ସଂଖ୍ୟା କେତେ ରହିଛି। ଜିଲ୍ଲାୱାରୀ କେତେ ଡିଲର୍‌ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଜରିମାନା ଆଦାୟ କରାଯାଇଛି। ଓଡ଼ିଶାରେ ସାରର ନିରପେକ୍ଷ ବଣ୍ଟନ ଏବଂ ତଦାରଖକୁ ସୁଦୃଢ଼ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଳାବଜାରୀ ଏବଂ ଅବୈଧ ବିକ୍ରି ପାଇଁ ରାଜ୍ୟ ସରକାରଗୁଡ଼ିକ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ। ଓଡ଼ିଶା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ମଧ୍ୟରେ ସାର କଳାବଜାରୀ କିମ୍ୱା ବେଆଇନ ବିକ୍ରୟ ସହିତ ଜଡ଼ିତ କୌଣସି ମାମଲା ରିପୋର୍ଟ ହୋଇନାହିଁ। ତଥାପି, ୨୦୨୫-୨୬ ମଧ୍ୟରେ ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ସମ୍ୱଲପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ମୋଟ ୩ଟି କଳାବଜାରୀ ମାମଲା ରିପୋର୍ଟ ହୋଇଛି। ଗତ ତିନିବର୍ଷ ମଧ୍ୟରେ ସାର ନିୟନ୍ତ୍ରଣ ଆଦେଶ, ୧୯୮୫ର ବିଭିନ୍ନ ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଡିଲର୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅନୁଯାୟୀ ୩୬ଜଣଙ୍କ ଲାଇସେନ୍ସକୁ ନିଲମ୍ବିତ କରାଯାଇଥିଲା। ସେହିପରି ୧୯୨ ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।