politics - The Sakala
କେବଳ ନାମ ଓ ରଙ୍ଗ ବଦଳାଇବା ଏ ସରକାର’ର କାମ, ବିଜେପି ବିଜୁ ବାବୁଙ୍କୁ ନେଇ ହୀନ ରାଜନୀତି କରୁଛି : କଂଗ୍ରେସ
ଭୁବନେଶ୍ବର : ଓଡିଶାରେ ସରକାର ବଦଳିବା ସହିତ ପୂଜ୍ୟପୂଜା ପରମ୍ପରା ବଦଳି ଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ରାଜ୍ୟରେ ନବେ ଦଶକରୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରିଦେଇଛନ୍ତି। ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସରେ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଏହା ସହିତ ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ୍‌ ୨୪ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ରାଜ୍ୟର ବିଜେପି ସରକାରର ଏପରି ନିଷ୍ପତ୍ତି ନେଇ ଜଣେ ସମ୍ମାନସ୍ପଦ ମହାନ ରାଷ୍ଟ୍ରନାୟକଙ୍କୁ ଅସମ୍ମାନ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିବା ସହ ସରକାର ତାଙ୍କ ନିଷ୍ପତ୍ତି ନବଳାଇଲେ ଆନ୍ଦୋଳନ କରାଯିବ ବୋଲି କହିଛି। ଆଉ ଏହି ଆନ୍ଦୋଳନରେ ସାରା ଓଡ଼ିଶାବାସୀ ସାମିଲ ହେବେ।
ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଛି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ବିଜୁ ପଟ୍ଟନାୟକ ରଜନୀତି ଠାରୁ ଉର୍ଦ୍ଧରେ । ତାଙ୍କୁ ନେଇ ରାଜନୀତି ନହେବା ଦରକାର । ବିଜେପି ବିଜୁ ପଟ୍ଟନାୟକଙ୍କୁ ନେଇ ହୀନ ରାଜନୀତି କରୁଛି । ତାହା ଗ୍ରହନୀୟ ନୁହେଁ ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ବିଜେପି ସରକାର ଏପରି ନିଷ୍ପତ୍ତିକୁ ନେଇ କହିଛ୍ତି ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଶାର ପ୍ରବାଦ ପୁରୁଷ । ବିଜୁ ପଟ୍ଟନାୟକ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଦେଶ ସ୍ବାଧୀନ କରିବାରେ ତାଙ୍କର ଅବଦାନ ଅଛି । ବିଜୁ ପଟ୍ଟନାୟକକୁ ନେଇ ବିଜେପି ଯେଉଁ ରାଜନୀତି କରୁଛି ତାହା ଗ୍ରହଣୀୟ ନୁହେଁ । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଦେଲେ ବିଜୁ ପଟ୍ଟନାୟକଙ୍କୁ ଲୋକଙ୍କ ହୁହୃୟରୁ କାଢି ପାରିବେ ନାହିଁ । ବିଜୁ ପଟ୍ଟନାୟକ ପ୍ରତି ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି । ସେ ସମ୍ମାନର ଅଧିକାରୀ । ତାଙ୍କୁ କେହି ଏପରି ହିନ ରାଜନୀତି କରି ଅଟକାଇ ପାରିବେ ନାହିଁ । ବିଜେପି ବିଜୁ ବାବୁଙ୍କ ଇଣ୍ଡୋନେସିଆ କାହାଣୀ ଜାଣିବା ଦରକାର ବୋଲି ମଧ୍ୟ ଜୟଦେବ ଜେନା କହିଛନ୍ତି।
ସେହିପରି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଛନ୍ତି ଆଜି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା, ସ୍ଥାନ ସଂରକ୍ଷଣରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଅବଦାନ ଅଛି। ସମ୍ବିଧାନର ୭୩ ତମ ସଂଶୋଧନ ଯାହା ଏପ୍ରିଲ ୨୪, ୧୯୯୩ରେ କାର୍ଯ୍ୟକାରୀ ହେଲା। ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଲା। ବିଜେଡି ସରକାର ଓଡ଼ିଶାରେ ଆସିବା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯିଏ ପଞ୍ଚାୟତିରାଜକୁ ସଶକ୍ତ ଓ ମହିଳା ସଂରକ୍ଷଣ କରିଥିଲେ, ତାଙ୍କ ଜୟନ୍ତିକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ ହେଲା। ବିଜୁ ବାବୁଙ୍କ ସମ୍ମାନରେ ଏହା ହେବାର ଥିଲା। ବର୍ତମାନର ସରକାର ଏହାକୁ ବଦଳାଇ ଦେଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଅଟଳ ବିହାରୀ ବଜେପେୟୀ ବିମାନ ବନ୍ଦର ନାଁ କରିଥିଲେ। ହେଲେ ଏବେର ବିଜେପି ସରକାର ବିଜୁ ବାବୁଙ୍କ ପ୍ରତି ସମ୍ମାନ ଦେବା ଦରକାର। ପଞ୍ଚାୟତିରାଜ ଦିବସ ଏବଂ ଛୁଟି ବାତିଲ କରିବା ସରକାରଙ୍କ ହୀନମନ୍ୟତା। ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ହୀନ ପ୍ରସଙ୍ଗ ଓ ନିନ୍ଦନୀୟ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପରିବର୍ତ୍ତନ କରିବା ଦୁର୍ଭାଗ୍ୟଜନକ । ଭାରତ ଓ ରାଜ୍ୟର ଗର୍ବ ଓ ଗୌରବ ହେଉଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ । ରାଜ୍ୟର ସ୍ୱାଭିମାନ ବିଜୁ ପଟ୍ଟନାୟକ ନାମରେ ପାଳିତ ହୋଇଆସୁଛି ପଞ୍ଚାୟତିରାଜ ଦିବସ । କିନ୍ତୁ ତାହାକୁ ପରିବର୍ତନ କରିବା ଏହା ରାଜ୍ୟ ବିଜେପି ସରକାରଙ୍କ ନିନ୍ଦନୀୟ କଥା। ଏହାକୁ ନେଇ ଆଗାମୀ ଦିନରେ ସ୍ୱର ଉଠିବ ବୋଲି କହିଛନ୍ତି ତାରା । କେବଳ ନାମ ପରିବର୍ତନ ଓ ରଙ୍ଗ ପରିବର୍ତନ କରିବା ଏହି ସରକାରଙ୍କ କାମ ବୋଲି କହି ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି ତାରା ପ୍ରସାଦ ବାହିନୀପତି।
ବିଜେଡି ସରକାର କମାଇଥିଲେ, ନୂଆ ବିଜେପି ସରକାର ବଢାଇବେ, ଚାରି ବର୍ଷ ପରେ ବଢ଼ିବ ବିଜୁଳି ଦର!
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ବିଜୁଳି ଶୁଳ୍କ ? ଗତ କିଛିଦିନ ହେଲା ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ବିଦ୍ୟୁତ୍‌ ଉତ୍ପାଦକ ଓ ବିତରକ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ନିମନ୍ତେ ଓଇଆର୍‌ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ପରାମର୍ଶଦାତା କମିଟି ନିକଟରେ ନିଜର ପକ୍ଷ ରଖିଛନ୍ତି। ଗ୍ରୀଡ଼୍‌କୋ ନିଜ କ୍ଷତି ଭରଣା ନିମନ୍ତେ ୟୁନିଟ୍‌ ପିଛା ୫୪ ପଇସା ଶୁଳ୍କ ବୃଦ୍ଧି ଦାବି କରିଛି । ସେହିପରି ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଆଦି ଉତ୍ପାଦକ ସଂସ୍ଥା ଓ ଟାଟା ପାୱାର ପରି ବିତରକ ସଂସ୍ଥା ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରକାର ଯଦି ବିଦ୍ୟୁତ୍‌ ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ମାନି ନିଅନ୍ତି ତେବେ ୪ ବର୍ଷ ପରେ ପୁଣି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ରାଜ୍ୟରେ ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ପାଇଥିଲା। ୨୦୨୨ ଓ ୨୦୨୩ ମସିହାରେ ଶୁଳ୍କ ଅପରିବର୍ତ୍ତିତ ଥିବାବେଳେ ୨୦୨୪ରେ ତତ୍‌କାଳୀନ ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୧୦ ପଇସା ଶୁଳ୍କ ହ୍ରାସ କରିଥିଲେ। ସମ୍ପ୍ରତି ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପାଇଁ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଓ ୨୦୦-୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୬ ଟଙ୍କା ୧୦ ପାଇସା ପ୍ରଦାନ କରୁଛନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଆଶଙ୍କା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ପରିବା, ତେଲ, ଗ୍ୟାସ୍‌ ଆଦି ଜରୁରୀ ସାମଗ୍ରୀର ଦରବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ଥିତି ବିଗାଡୁ଼ଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ଦେୟ ବୃଦ୍ଧି ଆଶଙ୍କା ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।
ଗତ ସାଧାରଣ ନିର୍ବାଚନ ବେଳେ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ମାଗଣା ବିଦ୍ୟୁତ୍‌ର ପ୍ରତିଶୃତି ଦେଇଥିଲେ। କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ସରକାର ୧୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦେବେ ଓ ଜୁଲାଇମାସରୁ ଉପଭୋକ୍ତାମାନେ ବିଜୁଳି ବିଲ୍‌ ଦେବେ ବୋଲି ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଅପରପକ୍ଷରେ ସରକାର ଗଢ଼ିଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ବିଜେପି ନେତାମାନେ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ସେହିପରି ସୂର୍ଯ୍ୟଘର ଯୋଜନାରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବା ପାଇଁ ଦଳ ନିର୍ବାଚନୀ ସଂକଳ୍ପ ପୁସ୍ତକରେ ଉଲ୍ଲେଖ କରିଥିଲା। ମାତ୍ର କ୍ଷମତାକୁ ଆସିବା ପରେ ରାଜ୍ୟ ଶକ୍ତିମନ୍ତ୍ରୀ ମାଗଣା ବିଜୁଳି ଘୋଷଣା କଥାକୁ ଫାଙ୍କି ଦେଲେ। ଲୋକଙ୍କୁ ମାଗଣା ବିଜୁଳି ତ ମିଳିଲା ନାହିଁ, ଏବେ ବିଜୁଳି ଶୁଳ୍କ ବୃଦ୍ଧି ମସୁଧା ପରେ ଉପଭୋକ୍ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ବିଜୁଳି ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ସରକାର ଯଦି ମାନି ନିଅନ୍ତି, ତେବେ ୟୁନିଟ୍‌ ପିଛା ଅତି କମ୍‌ରେ ୭୨ ପଇସାରୁ ୯୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ଆଶଙ୍କା ରହିଛି।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ବିତରକ କମ୍ପାନୀ ଓ ଉତ୍ପାଦକ ସଂସ୍ଥାମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିବାବେଳେ ଓଇଆର୍‌ସି କୌଣସି ରାୟ ପ୍ରଦାନ କରିନାହାନ୍ତି । ସମ୍ପ୍ରତି ଓଇଆର୍‌ସିରେ କେହି ଅଧ୍ୟକ୍ଷ ନାହାନ୍ତି । ତେଣୁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ବିଦ୍ୟୁତ୍‌ ଦେୟ ବୃଦ୍ଧିକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିରବତା ଏହି ପ୍ରସଙ୍ଗକୁ ବଳ ଯୋଗାଉଛି। ତେଣୁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ଘୋଷଣା ହେବା ପୂର୍ବରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମସ୍ତ ବିରୋଧୀ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧୁଛନ୍ତି। ଯଦି ରାଜ୍ୟରେ ପଇସାଟିଏ ବି ବିଦ୍ୟୁ୍‌ତ ଦେୟ ବୃଦ୍ଧି ହୁଏ ତେବେ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଆହ୍ୱାନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି
ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର: ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ରାଜନୀତିରୁ ଅବସର ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଚ୍ୟୁତ। ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବଭଳି ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ। ଶନିବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ଦଳର ମୁଖିଆଙ୍କୁ କୃତଜ୍ଞତା ଜଣାଇଥିଲେ ଅଚ୍ୟୁତ।
୨୦୧୮ରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିବା ସହ ବିଜେଡିରେ ସାମିଲ ହୋଇଥିଲେ। ଏବଂ ସେହି ବର୍ଷ ତାଙ୍କୁ ରାଜ୍ୟସଭା ପଠାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପରେ ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ସପ୍ତଦଶ ଲୋକସଭାରେ ପାଦ ଥାପିଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପିର ଖାରବେଳ ସ୍ୱାଇଁଙ୍କୁ ପାଖାପାଖି ଏକ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅଚ୍ୟୁତ ସାମନ୍ତ। ହେଲେ ୨୦୨୪ ଲୋକସଭା ନିର୍ବାଚନରେ କନ୍ଧମାଳ ଆସନରୁ ପରାଜୟ ପରେ ଆଜି ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି ଅଚ୍ୟୁତ ସାମନ୍ତ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ କନ୍ଧମାଳବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ନିର୍ବାଚନ ପୂର୍ବରୁ ‘ମେଟା’ର ବଡ଼ ନିଷ୍ପତ୍ତି: ହଟିବ ଫେସ୍‌ବୁକ୍‌ ନ୍ୟୁଜ୍‌, ଏପ୍ରିଲ୍‌ରୁ ନିର୍ବାଚନ ପ୍ରଚାର ବାଟ ବନ୍ଦ
ଲସ୍‌ଏଞ୍ଜେଲ୍ସ,: ଭାରତ ଏବଂ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱର ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ମେଟା’ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ମେଟା ଏହାର ଫିଚର ‘ଫେସ୍‌ବୁକ୍‌ ନ୍ୟୁଜ୍‌’କୁ ହଟାଇଦେବ। ଅପରପକ୍ଷେ ନିର୍ବାଚନ ପୂର୍ବରୁ ମେଟାର ଏହି ନିଷ୍ପତ୍ତି ଭାରତ ଓ ଆମେରିକାରେ ରାଜନୈତିକ ଦଳଗୁଡିକୁ ଚକିତ କରିଦେଇଛି। ଆହୁରି ମଧ୍ୟ କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ମେଟାର ଏହି ନିଷ୍ପତ୍ତି ଏକ ବଡ଼ ଝଟ୍‌କା ଭାବେ ବିବଚେନା କରାଯାଉଛି। ସୂଚନାଯୋଗ୍ୟ ଯେ ମେଟା ଏପ୍ରିଲ ମାସ ପ୍ରାରମ୍ଭରେ ଆମେରିକା ଏବଂ ଅଷ୍ଟ୍ରେଲିଆରେ ବ୍ୟବହାରକାରୀଙ୍କ ପାଇଁ ‘ଫେସବୁକ୍ ନ୍ୟୁଜ୍’ ଫିଚର ଶେଷ କରିବାକୁ ଯୋଜନା କରିଛି। ଖବର ଏବଂ ରାଜନୀତିରେ କମ୍ ଗୁରୁତ୍ୱ ଦେବା ଲକ୍ଷ୍ୟନ୍ଇେ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।
‘ଫେସ୍‌ବୁକ୍‌ ନ୍ୟୁଜ୍‌’ ବନ୍ଦ ହେବା ପରେ ଏହି ଆପରେ ଖବର ଆକାରରେ ରାଜନୈତିକ ଦଳଗୁଡିକ ଆଉ ନିଜର ପ୍ରଚାର କରିପାରିବେନାହିଁ। ଚଳିତବର୍ଷ ଏପ୍ରିଲରେ ଭାରତରେ ଏବଂ ନଭେମ୍ବରରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସମୟରେ ମେଟାର ଏହି ନିଷ୍ପତ୍ତି ବିଶ୍ବର ରାଜନୈତିକ ଦଳ ପାଇଁ ମଧ୍ୟ ଏକ ବଡ଼ ଝଟ୍‌କା। କାରଣ ବର୍ତ୍ତମାନ ଏହି ଆପରେ ରାଜନୈତିକ ଖବର ପରିବେଷିତ ହେବନାହିଁ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀରେ ଏହି ଫିଚରକୁ ମେଟା ବନ୍ଦ କରିଥିଲା। ୨୦୧୯ରେ ‘ଫେସବୁକ୍ ନ୍ୟୁଜ୍’ ଟ୍ୟାବ୍ର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ନ୍ୟୁଜ୍‌ ଏଜେନ୍ସି ସହ ଛୋଟ ଏବଂ ସ୍ଥାନୀୟ ପ୍ରକାଶନଗୁଡ଼ିକର ଖବର ରହିଛି।
ମେଟା କହିଛି ଯେ ଉପଭୋକ୍ତାମାନେ ତଥାପି ଖବରର ନିବନ୍ଧଗୁଡିକର ଲିଙ୍କ୍ ଦେଖିବାକୁ ସକ୍ଷମ ହେବେ। ସମ୍ବାଦ ସରବରାହ ସଂସ୍ଥାଗୁଡ଼ିକ ଅନ୍ୟ ବ୍ୟକ୍ତି କିମ୍ବା ସଂଗଠନ ପରି ସେମାନଙ୍କ ଖବରକୁ ପୋଷ୍ଟ କରି ୱେବ୍‌ସାଇଟକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବେ। ସୂଚନାଯାଗ୍ୟ ଯେ, ଗତ କିଛି ବର୍ଷ ହେବ ଏହାର ପ୍ଲାଟଫର୍ମରେ ଅପପ୍ରଚାର ନିୟନ୍ତ୍ରଣକୁ ନେଇ ସମାଲୋଚନାର ସମ୍ମୁଖୀନ ହେବା ପରେ ମେଟା ସମ୍ବାଦ ଏବଂ ରାଜନୈତିକ ବିଷୟବସ୍ତୁଗୁଡିକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ମେଟା ମୁଖପାତ୍ର ଡାନି ଲିଭର କହିଛନ୍ତି ଯେ, ଏହି ଘୋଷଣା ଆମର ରାଜନୈତିକ ବିଷୟବସ୍ତୁ ପରିଚାଳନା ପାଇଁ ଆମର ଚଳିତବର୍ଷର ଏକ ସମ୍ପ୍ରସାରଣ। ଲୋକମାନେ ଆମଠାରୁ ଯାହା ଚାହୁଁଛନ୍ତି ତାହା ଉପରେ ଏହା ଆଧାରିତ। ତଥାପି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ କମ୍ପାନୀ ପାଇଁ ଅପପ୍ରଚାର ତଥାପି ଏକ ବଡ଼ ଆହ୍ବାନ।
ନୂଆଦିଲ୍ଲୀ: ତୈଳ ଦର ଏବଂ ରୋଷେଇ ଗ୍ୟାସ ମୂଲ୍ୟବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୱାୟନାଡ ସାଂସଦ ଶନିବାର ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ବିକାଶ ଗାଡ଼ି ପଛ ଗିଅରରେ ଚାଲିଛି ଏବଂ ଏହା ବ୍ରେକ ଫେଲ୍ ହୋଇଯାଇଛି। ଏକ ଖବରକାଗଜ ଆଧାରରେ ଏଲପିଜି ମୂଲ୍ୟ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ ପରିବାର ପୁଣି ଚୁଲି ଫୁଙ୍କିବାକୁ ବାଧ୍ୟ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଟ୍ଵିଟ କରି କହିଛନ୍ତି ଯେ ବିକାଶକୁ ନେଇ ବାସ୍ତବତା ବହୁଦୂରରେ ରହିଛି, ଲକ୍ଷ ଲକ୍ଷ ପରିବାର ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି | ମୋଦୀଜୀଙ୍କ ବିକାଶ ଗାଡ଼ି ରିଭର୍ସ ଗିଅରରେ ଚାଲିଛି ଏବଂ ବ୍ରେକ ମଧ୍ୟ ଫେଲ୍‌ ହୋଇଯାଇଛି। ରାହୁଲ ଯେଉଁ ଖବରକାଗଜ ରିପୋର୍ଟ ଉଲ୍ଲେଖ କରିଛନ୍ତି ସେଥିରେ କୁହାଯାଇଛି ଯେ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁଁ ୪୨ ପ୍ରତିଶତ ପରିବାର ପୁଣି ଚୁଲିଜାଳି ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରାହୁଲ କେନ୍ଦ୍ରକୁ କଟାକ୍ଷ କରି କହିଥିଲେ ଯେ ପେଟ୍ରୋଲ ମୂଲ୍ୟରେ ଟିକସ ଡକାୟତି ବଢିବାରେ ଲାଗିଛି । ଯଦି କେଉଁଠାରେ ନିର୍ବାଚନ ହୁଏ ତେବେ କିଛିଟା ଆଶ୍ବସ୍ତି ମିଳିପାରେ।
ରାଜନୀତି କରିବେ ଶାହାରୁଖ ଖାନ୍
ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ ରାଜନୀତି କରିପାରନ୍ତି। ଏ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁକ୍ରବାର ଶାହାରୁଖଙ୍କୁ ତାଙ୍କ ବାସଭବନ ମନ୍ନତରେ ଭେଟି ଡିନର(ରାତ୍ରିଭୋଜନ) କରିବା ଏପରି ଆକଳନ କରାଯାଉଛି। ତେବେ ସୂତ୍ର ଅନୁଯାୟୀ କିଶୋରଙ୍କ ଜୀବନୀ ଉପରେ ଏକ ବ ସିରିଜ ନିର୍ମାଣକୁ ନେଇ ଉଭୟେ ଆଲୋଚନା କରିଥିଲା । ଅନ୍ୟ ସୂତ୍ର ଅନୁଯାୟୀ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଉଭୟେ ତିନି ବର୍ଷରୁ ଅଧିକ ସମୟ ହେଲା ଜଣେ ଜଣଙ୍କୁ ଜାଣିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହାରୁଖଙ୍କୁ ସହ ଭେଟ କରାଇଥିଲେ । ତେବେ ରାଜନୀତିରେ ଶାହାରୁଖ ଯୋଗଦେବା ଖବରକୁ ସୂତ୍ର ପକ୍ଷରୁ ଖାରଜ କରାଯାଇଛି।