Buddhism - The Sakala

ବୁଦ୍ଧ ପୂର୍ଣ୍ଣିମା ୨୦୨୬: ନିଜର ମୂଲ୍ୟ କିପରି ବୁଝିବେ? ଗୌତମ ବୁଦ୍ଧଙ୍କ ଏହି ପ୍ରେରଣାଦାୟକ କାହାଣୀରେ ଲୁଚି ରହିଛି ଉତ୍ତର
ଆସନ୍ତା ମେ ୧ ତାରିଖ, ଶୁକ୍ରବାର ଦିନ ଚଳିତ ବର୍ଷର ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ପ୍ରତିବର୍ଷ ବୈଶାଖ ମାସର ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ଦିନଟିକୁ ପାଳନ କରାଯାଏ, ତେଣୁ ଏହାକୁ ବୈଶାଖୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନଟି ଭଗବାନ ଗୌତମ ବୁଦ୍ଧଙ୍କୁ ସମର୍ପିତ କାରଣ ଏହି ତିଥିରେ ତାଙ୍କର ଜନ୍ମ ହୋଇଥିଲା। ଏହି ପବିତ୍ର ଅବସରରେ ଆସନ୍ତୁ ଜାଣିବା ବୁଦ୍ଧଙ୍କର ଏକ ବିଶେଷ ଶିକ୍ଷା, ଯାହା ଆମକୁ ନିଜର ପ୍ରକୃତ ମୂଲ୍ୟ ଏବଂ ଆତ୍ମବିଶ୍ୱାସର ମହତ୍ତ୍ୱ ବୁଝାଇଥାଏ।

ନିଜର ମୂଲ୍ୟ କିପରି ଚିହ୍ନିବେ?

ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ଅନ୍ୟମାନଙ୍କ ଦୃଷ୍ଟିକୋଣରୁ ନିଜର ମୂଲ୍ୟ ନିର୍ଦ୍ଧାରଣ କରନ୍ତି ଏବଂ ଅନ୍ୟର କଥାରେ ପ୍ରଭାବିତ ହୋଇ ନିରାଶ ହୁଅନ୍ତି। କିନ୍ତୁ ଭଗବାନ ଗୌତମ ବୁଦ୍ଧ ନିଜର ଏକ ପ୍ରେରଣାଦାୟକ କାହାଣୀ ମାଧ୍ୟମରେ ଏହାର ସଠିକ୍ ଉତ୍ତର ଦେଇଛନ୍ତି। କାହାଣୀ ଅନୁଯାୟୀ, ଥରେ ଜଣେ ବ୍ୟକ୍ତି ବୁଦ୍ଧଙ୍କୁ ପଚାରିଲେ, "ପ୍ରଭୁ, ମଣିଷ ଜୀବନର ପ୍ରକୃତ ମୂଲ୍ୟ କ'ଣ?" ବୁଦ୍ଧ ହସିଲେ ଏବଂ ତାଙ୍କୁ ଏକ ଚମକୁଥିବା ରତ୍ନ (ପଥର) ଦେଇ କହିଲେ, "ଯାଅ ବଜାରରୁ ଏହାର ମୂଲ୍ୟ ବୁଝି ଆସ, କିନ୍ତୁ ମନେରଖିବ, ଏହାକୁ କୌଣସି ପରିସ୍ଥିତିରେ ବିକ୍ରି କରିବ ନାହିଁ।"

ବଜାରରେ ପଥରର ମୂଲ୍ୟ

ସେହି ବ୍ୟକ୍ତି ଜଣକ ପ୍ରଥମେ ଜଣେ କମଳା ବିକ୍ରେତାଙ୍କ ପାଖକୁ ଗଲେ ଏବଂ ପଥରଟି ଦେଖାଇ ଏହାର ମୂଲ୍ୟ ପଚାରିଲେ। ବିକ୍ରେତା ଜଣକ ସେହି ଚମକୁଥିବା ପଥରଟିକୁ ଦେଖି କହିଲେ, "ମୁଁ ଏହା ବଦଳରେ ତୁମକୁ ୧୨ଟି କମଳା ଦେଇପାରିବି।" ଏହାପରେ ବ୍ୟକ୍ତି ଜଣକ ଜଣେ ପରିବା ବ୍ୟବସାୟୀଙ୍କ ପାଖକୁ ଗଲେ, ସେ କହିଲେ, "ମୁଁ ଏହା ବଦଳରେ ଏକ ବସ୍ତା ଆଳୁ ଦେଇପାରିବି।"

ଆହୁରି ଆଗକୁ ଯାଇ ସେ ଜଣେ ସୁନାରୀଙ୍କୁ ସେହି ପଥରଟି ଦେଖାଇଲେ। ସୁନାରୀ ଜଣକ ସେହି ରତ୍ନକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, "ମୁଁ ଏହା ପାଇଁ ୫୦ ହଜାର ଟଙ୍କା ଦେବି।" ବ୍ୟକ୍ତି ଜଣକ ମନା କରିବାରୁ ସେ ସୁନାରୀ ଲକ୍ଷେ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଗଲେ। ଶେଷରେ, ସେହି ବ୍ୟକ୍ତି ଜଣକ ସହରର ସବୁଠାରୁ ବଡ଼ ହୀରା ବ୍ୟବସାୟୀଙ୍କ ପାଖକୁ ଗଲେ। ହୀରା ବ୍ୟବସାୟୀ ଜଣକ ସେହି ରତ୍ନକୁ ଦେଖିବା ମାତ୍ରେ ଏକ ଲାଲ କପଡା ବିଛାଇ ତାହାକୁ ପ୍ରଣାମ କଲେ ଏବଂ କହିଲେ, "ଏହା ଏକ ଅମୂଲ୍ୟ ରତ୍ନ। ମୋର ସମ୍ପୂର୍ଣ୍ଣ ସମ୍ପତ୍ତି ବିକ୍ରି କଲେ ମଧ୍ୟ ଏହାର ମୂଲ୍ୟ ଦେଇହେବ ନାହିଁ।"

ବୁଦ୍ଧଙ୍କ ପ୍ରେରଣାଦାୟକ ଶିକ୍ଷା

ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ ବୁଦ୍ଧଙ୍କ ପାଖକୁ ଫେରିଆସିଲେ ଏବଂ ସମସ୍ତ ଘଟଣା ବର୍ଣ୍ଣନା କଲେ। ବୁଦ୍ଧ ଶାନ୍ତ ସ୍ୱରରେ ବୁଝାଇଲେ, "ମଣିଷ ଜୀବନର ମୂଲ୍ୟ ମଧ୍ୟ ଠିକ୍ ଏହି ପଥର ପରି। ପ୍ରତ୍ୟେକ ବ୍ୟକ୍ତି ନିଜର ଜ୍ଞାନ, ସାମର୍ଥ୍ୟ ଏବଂ ବୁଝାମଣା ଅନୁଯାୟୀ ତୁମର ମୂଲ୍ୟ ନିର୍ଦ୍ଧାରଣ କରନ୍ତି। ତେଣୁ ଯଦି କେହି ତୁମକୁ କମ୍ ଆକଳନ କରନ୍ତି, ତେବେ ନିରାଶ ହୁଅ ନାହିଁ। ଏହି ଦୁନିଆରେ ତୁମେ ଏକ ଅମୂଲ୍ୟ ରତ୍ନ ଏବଂ ତୁମର ପ୍ରକୃତ ମୂଲ୍ୟ କେବଳ ତୁମେ ନିଜେ ହିଁ ଜାଣିପାରିବ।"

ବୁଦ୍ଧ ପୂର୍ଣ୍ଣିମା ୨୦୨୬ ଅବସରରେ ଏହି କାହାଣୀ ଆମକୁ ବାର୍ତ୍ତା ଦିଏ ଯେ, ଆମର ପ୍ରକୃତ ମୂଲ୍ୟ କେବେହେଲେ ଅନ୍ୟମାନଙ୍କ ମତାମତ ଉପରେ ନିର୍ଭର କରେ ନାହିଁ। ବରଂ ଏହା ଆମ ନିଜର ପରିଚୟ, ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଚିନ୍ତାଧାରା ଉପରେ ନିର୍ଭର କରେ। ସେଥିପାଇଁ ସର୍ବଦା ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ନିଜର ଅନ୍ତର୍ନିହିତ ସାମର୍ଥ୍ୟକୁ ଚିହ୍ନିବାକୁ ପ୍ରୟାସ କରନ୍ତୁ।

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କଲେ ମିଳିବନି SC ମାନ୍ୟତା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରନ୍ତି, ତେବେ ତାଙ୍କୁ ଅନୁସୂଚିତ ଜାତି (Scheduled Caste ବା SC) ର ମାନ୍ୟତା ମିଳିପାରିବ ନାହିଁ। ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହେଲେ ଏହି ମାନ୍ୟତା ସ୍ୱତଃ ରଦ୍ଦ ହୋଇଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ବିଚାରପତି ପି.କେ. ମିଶ୍ର ଏବଂ ଏନ୍.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଏକ ରାୟକୁ କାଏମ ରଖିଛନ୍ତି। ହାଇକୋର୍ଟ ନିଜ ରାୟରେ କହିଥିଲେ ଯେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଏବଂ ସକ୍ରିୟ ଭାବରେ ସେହି ଧର୍ମ ପାଳନ କରୁଥିବା ବ୍ୟକ୍ତିମାନେ ନିଜର ଏସସି ମାନ୍ୟତା ବଜାୟ ରଖିପାରିବେ ନାହିଁ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ ରେ ଏହି ବ୍ୟବସ୍ଥା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଯେକୌଣସି ବ୍ୟକ୍ତି ୧୯୫୦ ଆଦେଶର ଧାରା ୩ ଅଧୀନରେ ଥିବା ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରନ୍ତି, ସେ ଜନ୍ମରୁ ଯାହା ବି ହୋଇଥାନ୍ତୁ ନା କାହିଁକି, ଅନୁସୂଚିତ ଜାତିର ସଦସ୍ୟ ହୋଇ ରହିବେ ନାହିଁ।

କୋର୍ଟ ଦର୍ଶାଇଛନ୍ତି ଯେ ଏଭଳି ବ୍ୟକ୍ତିମାନେ ସମ୍ବିଧାନ କିମ୍ବା ସଂସଦ କିମ୍ବା ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ କୌଣସି ଆଇନ ଅଧୀନରେ ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ କୌଣସି ସାମ୍ବିଧାନିକ ସୁବିଧା, ସୁରକ୍ଷା, ସଂରକ୍ଷଣ କିମ୍ବା ଅଧିକାର ଦାବି କରିପାରିବେ ନାହିଁ। ଏହି ବାରଣ ସମ୍ପୂର୍ଣ୍ଣ ରୂପେ ଲାଗୁ ହେବ ଏବଂ ଏଥିରେ କୌଣସି ବ୍ୟତିକ୍ରମ ଗ୍ରହଣଯୋଗ୍ୟ ନୁହେଁ।

ଏହି ରାୟ ଏକ ଏପରି ମାମଲାରେ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ସହ ପାଦ୍ରୀ ଭାବରେ କାମ କରୁଥିଲେ। ସେ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ (SC/ST Act) ଅଧୀନରେ ନିଜ ଉପରେ ଆକ୍ରମଣ ଏବଂ ଜାତିଗତ ଅପମାନ ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ଯୁକ୍ତି ବାଢ଼ିଥିଲେ ଯେ ଧର୍ମାନ୍ତରୀକରଣ ପରେ ଅଭିଯୋଗକାରୀ ଆଉ ଏହି ଆଇନ ଅଧୀନରେ ସୁରକ୍ଷା ପାଇବାକୁ ହକଦାର ନୁହଁନ୍ତି। ପ୍ରମାଣରୁ ସ୍ପଷ୍ଟ ହୋଇଥିଲା ଯେ ଅଭିଯୋଗକାରୀ ଦଶନ୍ଧିରୁ ଅଧିକ ସମୟ ଧରି ଖ୍ରୀଷ୍ଟିଆନ ଧର୍ମ ପାଳନ କରିଆସୁଛନ୍ତି ଏବଂ ତାଙ୍କ ନିକଟରେ କେବଳ ଏକ ଜାତି ପ୍ରମାଣପତ୍ର ରହିବା ତାଙ୍କୁ ସୁବିଧା ପ୍ରଦାନ କରିବାକୁ ଯଥେଷ୍ଟ ନୁହେଁ।