wodc - The Sakala

କୋଭିଡ ମୁକାବିଲା ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫ କୋଟି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫କୋଟିର ପ୍ରକଳ୍ପ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ଉପକୃତ ହେବେ ୧୧ ପଶ୍ଚିମ ଓଡ଼ିଶା ଜିଲ୍ଲାବାସିନ୍ଦା । ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ବାସୀଙ୍କ ସହ ନୂଆପଡା, ଝାରସୁଗୁଡା, ବୌଦ୍ଧ, ଦେବଗଡ଼ ସୋନପୁର ଓ ସୁନ୍ଦରଗଡ, ଅନୁଗୁଳବାସୀ ଉପକୃତ ହେବେ ।

ଶୁକ୍ରବାର ପଶ୍ଚିମ ଓଡ଼ିଶାରେ କୋଭିଡ୍‌ ମୁକାବିଲା ଭିତ୍ତିଭୂମି ସଂପ୍ରସାରଣ ନେଇ ଏକାଧିକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି । ସମସ୍ତ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍‌ସ କିଣା ପରେ ଏବେ ହାତକୁ ନିଆଯାଇଛି ଅନେକ ଯୋଜନା । ଆର୍‌ଟି-ପିସିଆର୍ ମେସିନ କିଣାଯାଇଥିବା ବେଳେ ଟେକ୍ନସିଆନ୍ ନିଯୁକ୍ତ ହୋଇଛନ୍ତି । ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥାନରେ ଲାଗିଛି ଅଟୋ-ସାନିଟାଇଜିଂ ମେସିନ୍‌ । ଏହି ଟଙ୍କାରେ ବିଭିନ୍ନ ଡାକ୍ତରଖାନାରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ମଧ୍ୟ ଦୂର କରାଯାଇଛି । ଏସବୁ ବ୍ୟବସ୍ଥା ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସାଧାରଣଙ୍କ ପାଇଁ ପୋଲ, ରାସ୍ତା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ହାତକୁ ନିଆଯାଇଥିବା ବେଳେ ପ୍ରଥମ ଥର ସ୍ୱତନ୍ତ୍ର ଭାବେ କୋଭିଡ୍‌ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି ।