Grievances Redressal Forum - The Sakala

ଜିଆରଏଫ୍‌ ନିର୍ଦ୍ଦେଶକୁ ଫୁ’: ୨ ବର୍ଷ ହେଲା ଟ୍ରାନ୍ସଫର୍ମର ହସ୍ତାନ୍ତର ଫାଇଲ୍ ଚାପି ବସିଛି ଟିପିସିଓଡିଏଲ୍‌
ବାଳକାଟି: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF) ର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିବା, ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Even after GRF Order (CC No.127/2025), my transformer handover application (17 May 2023) remains pending for 2+ years at TPCODL.

No action. Only delay.

If a journalist faces this, imagine the plight of common people.@TPCentralOdisha @CMO_Odisha @EnergyOdisha pic.twitter.com/OuegkDdOsw

— Tapas Ranjan Nanda (@tapashnanda) March 24, 2026

ବାଳକାଟିର ପ୍ରତାପ ଶାସନ ନିବାସୀ ତଥା ଗଣମାଧ୍ୟମ ପ୍ରତିନିଧି ତାପସ ରଞ୍ଜନ ନନ୍ଦ, ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଟ୍ରାନ୍ସଫର୍ମରକୁ ବିଭାଗକୁ ସମର୍ପଣ ଓ ହସ୍ତାନ୍ତର କରିବା ପାଇଁ ୧୭ ମଇ ୨୦୨୩ ରେ ଆବେଦନ କରିଥିଲେ। ତେବେ ବାରମ୍ବାର ଅନୁରୋଧ ଓ ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।

ଜଣେ ସ୍ଥାନୀୟ ବାସିନ୍ଦା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଜିଆରଏଫ୍‌ର ଦ୍ୱାରସ୍ଥ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଟ୍ରାନ୍ସଫର୍ମରଟି ଶ୍ରୀ ନନ୍ଦଙ୍କର ଏବଂ ସେ ପୂର୍ବରୁ ଏଥିପାଇଁ ଅନାପତ୍ତି ପ୍ରମାଣପତ୍ର (NOC) ପ୍ରଦାନ କରିସାରିଛନ୍ତି।

@TPCentralOdisha, I'm Tapas Ranjan Nanda (A/c No-80004275733, ID-3268133) from Pratap Sasan, Balakati. Submitted my 16 KVA Transformer surrender app on 17 May 2023. Still pending at SDO office. Requesting your assistance to expedite. It's quite frustrating. 🙏 @MoSarkar5T

— Tapas Ranjan Nanda (@tapashnanda) September 8, 2023

ଜିଆରଏଫ୍ ନିଜ ଆଦେଶନାମା (CC No.127/2025) ରେ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବିନା ବିଳମ୍ବରେ ନୂତନ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଟିପିସିଓଡିଏଲ୍ ଏହି ନିୟାମକ ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ସମ୍ପର୍କରେ ଶ୍ରୀ ନନ୍ଦ କହିଛନ୍ତି, "ମୁଁ ସମସ୍ତ ନିୟମ ପାଳନ କରି ଏନଓସି (NOC) ଦେଇଥିଲେ ସୁଦ୍ଧା ମୋ ଆବେଦନ ଦୁଇ ବର୍ଷ ଧରି ପଡ଼ିରହିଛି। ଯଦି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ, ତାହା ସହଜରେ ଜଣାପଡୁଛି।"