woman - The Sakala

ୟୁଟ୍ୟୁବ୍ ଭିଡିଓ ଦେଖି ମହିଳାଙ୍କର ଅସ୍ତ୍ରୋପଚାର କଲେ କ୍ଲିନିକ୍‌ ମାଲିକ ଓ ଭଣଜା, ମହିଳା ମୃତ....
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବୈଧ ଅନୁମତି ବିନା ଏହି କ୍ଲିନିକ୍ ଚଳାଉଥିଲେ। ଷ୍ଟୋନ ଜନିତ ରୋଗରେ ପୀଡ଼ିତା ମୁନିଶ୍ରା ରାୱତଙ୍କ ସ୍ୱାମୀ ତେଜବାହାଦୂର ରାୱତ ଡିସେମ୍ବର ୫ ତାରିଖରେ ତାଙ୍କୁ କୋଠିରେ ଥିବା ‘ଶ୍ରୀ ଦାମୋଦର ଔଷଧାଳୟ’କୁ ନେଇଥିଲେ। କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ପେଟରେ ପଥର ଥିବା କହି ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ଭଣଜା ବିବେକ କୁମାର ମିଶ୍ର ମିଶି ଏହି ପ୍ରକ୍ରିୟା କରିଥିଲେ। ପୁଲିସ କହିଛି ଯେ ବିବେକ କୁମାର ମିଶ୍ର ରାଏବରେଲିର ଏକ ଆୟୁର୍ବେଦିକ ହସ୍ପିଟାଲରେ କାମ କରୁଥିବାବେଳେ ତାଙ୍କ ସରକାରୀ ଚାକିରି ଆଢୁଆଳରେ ଏହି ଅବୈଧ କ୍ଲିନିକ୍ ବର୍ଷ ବର୍ଷ ଧରି ଚାଲିଥିଲା।

ମହିଳାଙ୍କ ମୃତ୍ୟୁ ପରେ ପୋଲିସ୍ ‘ଶ୍ରୀ ଦାମୋଦର ଔଷଧାଳୟ’କୁ ସିଲ୍ କରି ଦେଇଛି। କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ଭଣଜା ବିବେକ କୁମାର ମିଶ୍ରଙ୍କ ବିରୋଧରେ ଅବହେଳା ଯୋଗୁଁ ମୃତ୍ୟୁ ଏବଂ SC/ST (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

କଟକରେ ବର୍ବରତାର ସୀମା ଲଘିଂଲେ ଦୁର୍ବୁତ୍ତ : ଛାତ୍ରୀଙ୍କ ହାତଗୋଡ ବାନ୍ଧି ନିଆଁ ଲଗାଇଦେଲେ
କଟକ: କଟକ ମାନସିଂପାଟଣା ଅଂଚଳରେ ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର। ଯୁବତୀଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଯୁବତୀଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ଯୁବକ ଆସି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛନ୍ତି। ଆହତ ଯୁବତୀ ହେଉଛନ୍ତି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ବୋଲି ସୂଚନା ମିଳିଛି।

କଟକ ମଧ୍ୟ ଦିନ ଦ୍ୱିପ୍ରହରରେ ଏଭଳି ଏକ କାଣ୍ଡ ସମସ୍ତଙ୍କୁ ଆତଙ୍କିତ କରିଛି। ୪ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି ଘଟଣା। ସୂଚନାଅନୁସାରେ ଛାତ୍ରୀଜଣଙ୍କ ପରିବାର ଲୋକେ ପୂଜା କରିବାକୁ ମନ୍ଦିର ଯାଇଥିଲା । ଠିକ୍‌ ଏହି ସମୟରେ କିଛି ଦୁର୍ବୃତ୍ତ ଘରେ ପଶି ଯୁବତୀଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ । ଏହାପରେ ବାହାର ପଟୁ ଘରର କବାଟ ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଲୋକେ ଦୌଡି ଆସିଥିଲେ , ଏବଂ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ତେବେ କେଉଁ କାରଣରୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ମୋବାଇଲ୍ ଭିଡିଓକୁ ନେଇ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।  ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କ ବୟାନ ଆଧାରରେ ଘଟଣାରେ ତଦନ୍ତ ଆଗକୁ ବଢିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।