Gauri Spratt - The Sakala

୬୧ ବର୍ଷରେ ପୁଣି ବର ସାଜିଲେ ଆମିର ଖାନ୍: ୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ ଯାଏଁ ତାଙ୍କର ଯାତ୍ରା
ବଲିଉଡର ସୁପରଷ୍ଟାର ତଥା 'ମିଷ୍ଟର ପରଫେକ୍ସନିଷ୍ଟ' ଭାବେ ପରିଚିତ ଆମିର ଖାନ୍ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୬୧ ବର୍ଷ ବୟସରେ ସେ ନିଜର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍ଟ (Gauri Spratt)ଙ୍କୁ ବିବାହ କରିଛନ୍ତି। ଜୁଲାଇ ୫ ତାରିଖରେ ଏକ ଘରୋଇ ଉତ୍ସବରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଘରୋଇ ପରିବେଶରେ ସମ୍ପନ୍ନ ହେଲା ବିବାହ

ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆମିରଙ୍କ ବାସଭବନରେ ଏହି ରେଜିଷ୍ଟ୍ରି ବିବାହ ସମ୍ପନ୍ନ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଉତ୍ସବରେ କେବଳ ପରିବାରବର୍ଗ ଓ ଅତି ଘନିଷ୍ଠ ବନ୍ଧୁଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ଅତିଥି ସାମିଲ ହୋଇଥିଲେ। ବିବାହ ବେଳେ ଗୌରୀ ଏକ ଆକର୍ଷଣୀୟ ଆଇଭୋରୀ ଲେସ୍ ସୁଟ୍ ପିନ୍ଧିଥିବା ବେଳେ, ଆମିର କ୍ଲାସିକ୍ କ୍ରିମ୍ କୁର୍ତ୍ତାରେ ନଜର ଆସିଥିଲେ।

ପୂର୍ବତନ ପତ୍ନୀଙ୍କ ଉପସ୍ଥିତି

ଏହି ବିବାହର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥା ନିଆରା କଥା ଥିଲା ଆମିରଙ୍କ ପୂର୍ବତନ ପତ୍ନୀ ରୀନା ଦତ୍ତ ଏବଂ କିରଣ ରାଓଙ୍କ ଉପସ୍ଥିତି। ଏହି ଉତ୍ସବରେ ଉଭୟ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ପାରସ୍ପରିକ ସମ୍ମାନର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ସହ ଆମିରଙ୍କ ପିଲା ଇରା ଖାନ୍ ଓ ଜୁନୈଦ ଖାନ୍ ମଧ୍ୟ ଏହି ଖୁସିରେ ସାମିଲ ହୋଇଥିଲେ।

୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ

ଆମିରଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାର ବିଷୟ ହୋଇରହିଛି। ମାତ୍ର ୨୦ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ପ୍ରେମ ରୀନାଙ୍କୁ ବିବାହ କରିଥିଲେ। ପରେ କିରଣ ରାଓଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା। ଏବେ ୬୧ ବର୍ଷରେ ସେ ନିଜଠାରୁ ୧୪ ବର୍ଷ ସାନ ତଥା ୪୭ ବର୍ଷୀୟା ଗୌରୀଙ୍କୁ ତୃତୀୟ ଥର ପାଇଁ ଜୀବନସାଥୀ କରିଛନ୍ତି। ପ୍ରାୟ ୨୫ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲେ ମଧ୍ୟ, ୨୦୨୪ ମସିହାରେ ବେଙ୍ଗାଲୁରୁରେ ସେମାନଙ୍କର ସମ୍ପର୍କ ପୁଣି ଯୋଡ଼ି ହୋଇଥିଲା। ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହାକୁ ଆମିର ନିଜର ଏହି ନୂଆ ଜୀବନ ଆରମ୍ଭ କରି ପ୍ରମାଣିତ କରିଛନ୍ତି।

ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନ ଏବଂ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଆମିର ତାଙ୍କ ପ୍ରେମିକାଙ୍କୁ ଦୁଇଟି ବହୁମୂଲ୍ୟ ତଥା ବିରଳ ରତ୍ନଖଚିତ ମୁଦି ଉପହାର ଦେଇଛନ୍ତି। ଏହା ପରେ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ବଲିଉଡରେ ଜୋରଦାର ଗୁଜବ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁଯାୟୀ, ଗୌରୀ ପିନ୍ଧିଥିବା ଗୋଟିଏ ମୁଦିରେ ବ୍ରାଜିଲରୁ ଅଣାଯାଇଥିବା ଏକ ବିରଳ ଏକ୍ୱାମେରିନ୍ ଷ୍ଟୋନ ଲାଗିଛି, ଯାହା ଚାରିପାଖରେ ୪୦ଟି ହୀରା ଖଚିତ ହୋଇଛି। ଏହି ସ୍ୱତନ୍ତ୍ର ଅଳଙ୍କାରକୁ ପ୍ରସ୍ତୁତ କରିବା ପାଇଁ କାରିଗରମାନଙ୍କୁ ୧୦୦୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ସେହିପରି ଦ୍ୱିତୀୟ ମୁଦିଟିରେ ମାଡାଗାସ୍କରରୁ ଅଣାଯାଇଥିବା ଏକ ପ୍ରାକୃତିକ ରୁବି ଲାଗିଛି। ଏକ୍ୱାମେରିନ୍ ଶାନ୍ତି ଏବଂ ସୁକୁନର ପ୍ରତୀକ ହୋଇଥିବା ବେଳେ ରୁବିକୁ ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ ଭାବେ ବିବେଚନା କରାଯାଏ। ଭିନ୍ନ ଭିନ୍ନ ଭାବନାକୁ ପ୍ରକାଶ କରିବା ପାଇଁ ଆମିର ଏହି ଦୁଇଟି ସ୍ୱତନ୍ତ୍ର ମୁଦି ଚୟନ କରିଛନ୍ତି।

କ'ଣ ସତରେ ନିର୍ବନ୍ଧ ସରିଛି?

ଏହି ବହୁମୂଲ୍ୟ ମୁଦି ଦେଖିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ନିର୍ବନ୍ଧ ସରିଥିବା ଅନୁମାନ କରୁଛନ୍ତି। ତେବେ ସୂତ୍ରରୁ ପ୍ରକାଶ ଯେ, ଏପର୍ଯ୍ୟନ୍ତ ଉଭୟ ବିଧିବଦ୍ଧ ଭାବେ ନିଜର ବିବାହ କିମ୍ବା ନିର୍ବନ୍ଧ ନେଇ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ଦୁହେଁ ପରସ୍ପରକୁ ନେଇ ବେଶ୍ ସିରିୟସ୍ ଅଛନ୍ତି ଏବଂ ଏକାଠି ଗୋଟିଏ ଘରେ ରହୁଛନ୍ତି। ଗତବର୍ଷ ନିଜ ୬୦ତମ ଜନ୍ମଦିନ ଅବସରରେ ଆମିର ଗୌରୀଙ୍କୁ ଗଣମାଧ୍ୟମ ସାମ୍ନାରେ ପରିଚିତ କରାଇଥିଲେ। ସେତେବେଳେ ଆମିର କହିଥିଲେ ଯେ, ଆନୁଷ୍ଠାନିକ ଭାବେ ବିବାହ ନହେଲେ ମଧ୍ୟ ସେ ତାଙ୍କ ହୃଦୟରେ ଗୌରୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିସାରିଛନ୍ତି।

କିଏ ଏହି ଗୌରୀ ସ୍ପ୍ରାଟ?

ବେଙ୍ଗାଲୁରୁର ବାସିନ୍ଦା ଗୌରୀ ସ୍ପ୍ରାଟ ଜଣେ ଫ୍ୟାସନ ଷ୍ଟାଇଲିଷ୍ଟ ଏବଂ ଫଟୋଗ୍ରାଫର। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ଅଛି। ତାଙ୍କ ପରିବାର ଉଭୟ ତାମିଲ ଏବଂ ଆଇରିଶ୍ ପୃଷ୍ଠଭୂମିରୁ ଆସିଛନ୍ତି। ବର୍ତ୍ତମାନ ସେ ମୁମ୍ବାଇରେ ଏକ ସେଲୁନ୍ ପରିଚାଳନା କରିବା ସହ ଆମିର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ସହ ମଧ୍ୟ ଜଡିତ ଅଛନ୍ତି। ସୂଚନାଯୋଗ୍ୟ ଯେ, ଆମିର ଏବଂ ଗୌରୀ ପରସ୍ପରକୁ ଗତ ୨୫ ବର୍ଷ ଧରି ଜାଣିଥିଲେ ସୁଦ୍ଧା, ପ୍ରାୟ ଦୁଇ ବର୍ଷ ତଳେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।