Delhi Budget - The Sakala

ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଆସିଛି ଏପରି ଧମକପୂର୍ଣ୍ଣ ଇ-ମେଲ୍‌ । ଦିଲ୍ଲୀ ବିଧାନସଭା ଏବଂ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଇମେଲ୍ ମାଧ୍ୟମରେ ବୋମାମାଡ଼ର ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି।

ପ୍ରଥମ ଧମକପୂର୍ଣ୍ଣ ଇମେଲ୍ ସକାଳ ୭:୨୮ ମିନିଟରେ ବିଧାନସଭାର ଇମେଲ୍ ଆଇଡିକୁ ଆସିଥିବା ବେଳେ, ଦ୍ୱିତୀୟ ଇମେଲ୍ ସକାଳ ୭:୪୯ ମିନିଟରେ ସିଧାସଳଖ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ସରକାରୀ ଆଇଡିକୁ ଆସିଥିଲା। ଏହି ଧମକ କେବଳ ବିଧାନସଭା ପରିସର ମଧ୍ୟରେ ସୀମିତ ନଥିଲା, ବରଂ ନିକଟସ୍ଥ ମେଟ୍ରୋ ଷ୍ଟେସନରେ ମଧ୍ୟ ବିସ୍ଫୋରଣ କରିବାକୁ ଚେତାବନୀ ଦିଆଯାଇଥିଲା। ଏହି ଇମେଲରେ ଦେଶର ଶୀର୍ଷ ନେତାମାନଙ୍କ ନାମ ଉଲ୍ଲେଖ ରହିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂହ ସାନ୍ଧୁ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ସାମିଲ ଅଛନ୍ତି। ନିଜକୁ 'ଖଲିସ୍ତାନୀ ନ୍ୟାସନାଲ୍ ଆର୍ମି' ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କୁ ସ୍ୱତନ୍ତ୍ର ଭାବେ ଧମକ ଦେଇଛି।

ବୋମାମାଡ଼ର ଧମକ ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ପୋଲିସ ତୁରନ୍ତ ବିଧାନସଭା ପରିସର ଏବଂ ଆଖପାଖ ଅଞ୍ଚଳରେ ଛାନଭିନ୍ ଆରମ୍ଭ କରିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଏହି ଧମକପୂର୍ଣ୍ଣ ଇମେଲଗୁଡ଼ିକର ଉତ୍ସ ଖୋଜିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି ଏବଂ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।