Akshaye Khanna - The Sakala

'ମହାକାଳୀ'ରେ ଅକ୍ଷୟ ଖାନ୍ନାଙ୍କ ଦମଦାର ଅବତାର: ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ ଆସିବେ ନଜର
ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ ଖାନ୍ନା ପୁଣି ଥରେ ଦର୍ଶକଙ୍କୁ ଚମକାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଗାମୀ ପୌରାଣିକ ଫିଲ୍ମ 'ମହାକାଳୀ'ରେ ସେ ଏକ ସମ୍ପୂର୍ଣ୍ଣ ନୂଆ ତଥା ଦମଦାର ଅବତାରରେ ନଜର ଆସିବେ। ଏହି ସିନେମାରେ ତାଙ୍କୁ ରାକ୍ଷସମାନଙ୍କର ଗୁରୁ ଅର୍ଥାତ୍ ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ ଦେଖିବାକୁ ମିଳିବ। ସୁପରହିଟ୍ ଫିଲ୍ମ 'ହନୁମାନ'ର ସଫଳତା ପରେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ତାଙ୍କ ସିନେମାଟିକ୍ ୟୁନିଭର୍ସରେ ଏହି ନୂଆ ଚରିତ୍ରକୁ ସାମିଲ କରିଛନ୍ତି, ଯାହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସର ପ୍ରଥମ ମହିଳା ସୁପରହିରୋ

ପ୍ରଶାନ୍ତ ବର୍ମା ସିନେମାଟିକ୍ ୟୁନିଭର୍ସ (PVCU)ର ଅଂଶବିଶେଷ ଥିବା ଏହି ଫିଲ୍ମଟି ଏକ ମହିଳା ସୁପରହିରୋ କାହାଣୀ ଉପରେ ଆଧାରିତ। 'ମହାକାଳୀ' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଲୋକପ୍ରିୟ ନିର୍ଦ୍ଦେଶିକା ପୂଜା ଅପର୍ଣ୍ଣା କୋଲୁରୁ ଗ୍ରହଣ କରିଥିବା ବେଳେ, ଏହାର ପ୍ରଯୋଜନା ଆରକେଡି ଷ୍ଟୁଡିଓଜ୍ ବ୍ୟାନରରେ ରିୱାଜ୍ ରମେଶ ଦୁଗ୍ଗଲ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭୂମି ଶେଟ୍ଟୀ ମୁଖ୍ୟ ଭୂମିକାରେ ନଜର ଆସିବେ। କାହାଣୀରେ ଆଧ୍ୟାତ୍ମିକତା, ପୁରାଣ ଏବଂ ଆକ୍ସନର ଏକ ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳିବ, ଯେଉଁଥିରେ ଅକ୍ଷୟ ଖାନ୍ନାଙ୍କ ଚରିତ୍ର କାହାଣୀକୁ ଆହୁରି ରୋମାଞ୍ଚକର କରିବ।

ଶୁକ୍ରାଚାର୍ଯ୍ୟ ଲୁକ୍‌କୁ ନେଇ ବଢୁଛି ଉତ୍ସାହ

୨୪ ଅଗଷ୍ଟ ୨୦୨୬ରେ ମେକର୍ସଙ୍କ ପକ୍ଷରୁ ଅକ୍ଷୟ ଖାନ୍ନାଙ୍କ ଏହି ବିଶେଷ ଲୁକ୍‌ର ପ୍ରଥମ ଝଲକ ପ୍ରକାଶ କରାଯାଇଛି। ସୋସିଆଲ ମିଡିଆରେ ଏହି ଲୁକ୍ ଭାଇରାଲ ହେବାରେ ଲାଗିଛି ଏବଂ ନେଟିଜେନ୍ସମାନେ ଏହାକୁ ଦେଖି 'ଗୁଜବମ୍ପସ୍' ଆସିଯାଉଥିବା ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଚତୁର, ଜ୍ଞାନୀ ଏବଂ ଶକ୍ତିଶାଳୀ ପୌରାଣିକ ଗୁରୁ ଭାବରେ ଅକ୍ଷୟଙ୍କ ଅଭିନୟ ଯାଦୁ ଦେଖିବାକୁ ସିନେପ୍ରେମୀମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’
ବକ୍ସ ଅଫିସରେ ଧମାଲ ମଚାଉଛି ବଲିଉଡ୍ ଫିଲ୍ମ 'ଧୁରନ୍ଧର ୨' (Dhurandhar 2) । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସୌମ୍ୟା ଟଣ୍ଡନ୍ (Saumya Tandon) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଦ୍ୱିତୀୟ ଭାଗରେ ସେ ପୁଣିଥରେ ଅକ୍ଷୟ ଖାନ୍ନାଙ୍କ (Akshaye Khanna) ଅନସ୍କ୍ରିନ୍ ପତ୍ନୀ ଉଲ୍ଫତ୍ ଭୂମିକାରେ ଅଭିନୟ କରିଛନ୍ତି । ତେବେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ଦ୍ୱିତୀୟ ଭାଗର ସୁଟିଂ ସମୟରେ ସେ ତାଙ୍କ କୋ-ଷ୍ଟାର୍ ଅକ୍ଷୟ ଖାନ୍ନାଙ୍କ ଅନୁପସ୍ଥିତିକୁ ବେଶ୍ ଅନୁଭବ କରିଥିଲେ ।

ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା

ସୌମ୍ୟା କହିଛନ୍ତି ଯେ, ଜଣେ ଦର୍ଶକ ଭାବରେ ଯେତେବେଳେ ସେ 'ଧୁରନ୍ଧର ୨' ଦେଖିଲେ, ସେ ନିଜର ଅନସ୍କ୍ରିନ୍ ସ୍ୱାମୀ ରେହମାନ ଡକାୟତ (Rehman Dakait) ଅର୍ଥାତ୍ ଅକ୍ଷୟ ଖାନ୍ନାଙ୍କୁ ବହୁତ ମିସ୍ କରିଥିଲେ । ପ୍ରଥମ ଭାଗରେ ଅକ୍ଷୟଙ୍କ ଅଭିନୟ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ସେ ପ୍ରଶଂସା କରିଛନ୍ତି । କିନ୍ତୁ କାହାଣୀର ଆବଶ୍ୟକତା ଅନୁଯାୟୀ, ରେହମାନ ଡକାୟତର ମୃତ୍ୟୁ ପରେ ଫିଲ୍ମର ଦ୍ୱିତୀୟ ଭାଗର କାହାଣୀ ଆଗକୁ ବଢ଼ିଥାଏ । ତେଣୁ ଏହି ଭାଗରେ ଅକ୍ଷୟ ନଥିବାରୁ ସେ ତାଙ୍କୁ ଖୁବ୍ ମିସ୍ କରିଥିବା ପ୍ରକାଶ କରିଛନ୍ତି ।

ଭାଇରାଲ୍ ହେଉଛି ଶେଷକୃତ୍ୟ ଦୃଶ୍ୟ

ଫିଲ୍ମରେ ନିଜର ଏକ ଛୋଟ କିନ୍ତୁ ପ୍ରଭାବଶାଳୀ ଭୂମିକା ବିଷୟରେ କଥା ହୋଇ ସୌମ୍ୟା କହିଛନ୍ତି ଯେ, ବିଶେଷ କରି ରେହମାନ ଡକାୟତର ମୟ୍ୟତ (ଶେଷକୃତ୍ୟ) ଦୃଶ୍ୟ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା । ଏହା ଏକ ଜଟିଳ ଦୃଶ୍ୟ ଥିଲା କାରଣ ଏହି ସମୟରେ ତାଙ୍କ ଚରିତ୍ର ଉଲ୍ଫତ୍ ବହୁତ ରାଗିଯିବା ସହ ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଛି ଏବଂ ସେ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇପଡ଼ିଛି । ସୌମ୍ୟାଙ୍କ ମତରେ, ଏହି ଦୃଶ୍ୟରେ କେବଳ ଆଖି ଜରିଆରେ ସମସ୍ତ ଭାବନାକୁ ପ୍ରକାଶ କରିବାକୁ ପଡ଼ିଥିଲା । ବର୍ତ୍ତମାନ ଏହି ଦୃଶ୍ୟଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ବକ୍ସ ଅଫିସରେ 'ଧୁରନ୍ଧର ୨'ର ଜଲୱା

ସୂଚନାଯୋଗ୍ୟ ଯେ, ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରୁଛି । ସୌମ୍ୟା ଏହି ଫିଲ୍ମର ସଫଳତା ବିଷୟରେ କହିଛନ୍ତି ଯେ, ଏହା ସ୍କ୍ରିନପ୍ଲେ ଓ ଫିଲ୍ମ ମେକିଂର ପାରମ୍ପରିକ ଧାରାକୁ ବଦଳାଇ ଦେଇଛି । ଫିଲ୍ମର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଏବଂ ପ୍ରତ୍ୟେକ ଚରିତ୍ରର ଗଭୀରତା ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ପ୍ରଥମ ଭାଗ ପରି ଦ୍ୱିତୀୟ ଭାଗରେ ମଧ୍ୟ ଲୋକେ ସୌମ୍ୟା ଟଣ୍ଡନ୍ ଏବଂ ଅନ୍ୟ କଳାକାରଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି ।