Gwalior Crime News - The Sakala

ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ପୁଲିସ ଏକ ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଏହି ଘଟଣାରେ ୧୨ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ଗୋଠାଲପଦର ପଞ୍ଚାୟତ ଅନ୍ତର୍ଗତ କାକିତରା ଗାଁର ମାଟିଆ ପାଟିକା ଗତ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ପରଦିନ ସକାଳେ ବାଙ୍ଗୁରୁ କେନାଲ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ଏବଂ ମୋଟରସାଇକେଲ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ ସୁବର୍ଣ୍ଣୀ ପାଟିକାଙ୍କ ଅଭିଯୋଗ କ୍ରମେ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୦୩(୨) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସର ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମାଟିଆଙ୍କ ଉପରେ କଳାଯାଦୁ କିମ୍ବା ଗୁଣିଗାରେଡ଼ି କରୁଥିବା ନେଇ ସନ୍ଦେହ କରୁଥିଲେ। ସେ ସମ୍ପ୍ରଦାୟରୁ ନିଜକୁ ଦୂରେଇ ରଖୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ସେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ବାଙ୍ଗୁରୁ କେନାଲ ନିକଟରେ ଛପି ରହିଥିଲେ। ତାଙ୍କୁ ଅଟକାଇ ଏକ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ମୃତଦେହ ଏବଂ ବାଇକ୍‌କୁ ପାଣିରେ ଫୋପାଡ଼ି ଦେଇଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କାଠ ଫାଳିଆ, ୧୨ଟି ମୋବାଇଲ ଫୋନ ଏବଂ ମୃତକଙ୍କ ମୋଟରସାଇକେଲ ଜବତ କରିଛି।

ପ୍ରେମ ବିବାହ ପରେ ଜଣାପଡିଲା ସ୍ୱାମୀ ପୂର୍ବରୁ ବିବାହିତ, ୧୧ ସେକେଣ୍ଡର ଭିଡିଓ କରି ଯୁବତୀଙ୍କ ଆତ୍ମହତ୍ୟା
ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବିବାହ କରିଥିବା ଜଣେ ଯୁବତୀ ନିଜ ସ୍ୱାମୀଙ୍କର ପ୍ରକୃତ ସତ୍ୟ ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି। ଯୁବତୀଜଣକ ଯାହାଙ୍କୁ ଭଲ ପାଇ ବିବାହ କରିଥିଲେ, ସେ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ପିଲାଛୁଆ ମଧ୍ୟ ଅଛନ୍ତି ବୋଲି ଜଣାପଡିଥିଲା। ଏହି ଧୋକାକୁ ସହ୍ୟ ନକରିପାରି ସେ ଜୀବନ ହାରିଛନ୍ତି।

ମୃତ୍ୟୁ ପୂର୍ବରୁ ପ୍ରସ୍ତୁତ କଲେ ଭିଡିଓ

ଆତ୍ମହତ୍ୟା କରିବା ପୂର୍ବରୁ ଯୁବତୀଜଣକ ଏକ ୧୧ ସେକେଣ୍ଡର ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ ସେ ନିଜ ମୃତ୍ୟୁ ପାଇଁ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି। ବିବାହ ନାଁରେ ତାଙ୍କ ସହ ଏକ ବଡ଼ ଧରଣର ପ୍ରତାରଣା କରାଯାଇଥିବା ସେ ଅଭିଯୋଗ କରିଥିଲେ। ସ୍ୱାମୀଙ୍କର ପ୍ରଥମ ପତ୍ନୀ ଏବଂ ସନ୍ତାନ ଥିବା କଥା ତାଙ୍କଠାରୁ ଲୁଚାଯାଇଥିଲା ବୋଲି ସେ ଭିଡିଓରେ ପ୍ରକାଶ କରିଥିଲେ।

ପୋଲିସର ତଦନ୍ତ ଆରମ୍ଭ

ଘଟଣା ସମ୍ପର୍କରେ ଖବର ପାଇବା ପରେ ଗ୍ୱାଲିୟର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ପୋଲିସ ଏହି ଭାଇରାଲ୍ ଭିଡିଓକୁ ପ୍ରମାଣ ଭାବରେ ଗ୍ରହଣ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଥିବା ବେଳେ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି ହେଉଛି।