college student death - The Sakala

କାମାକ୍ଷାନଗର କଲେଜ ଛାତ୍ରୀ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତୁରନ୍ତ ନ୍ୟାୟ ଦାବି କଲା ବିଜୁ ଜନତା ଦଳ
ଭୁବନେଶ୍ୱର: ବିଜୁ ଜନତା ଦଳର ବହୁ ନେତା ଓ ପ୍ରତିନିଧିମାନେ ଆଜି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ଦୁଷ୍କର୍ମ ଜନିତ ମୃତୁ୍ୟବରଣ କରିଥିବା କଲେଜ ଛାତ୍ରୀଙ୍କ ଶୋକାକୁଳ ପରିବାର ସଦସ୍ୟ ଏବଂ ତାଙ୍କ ମାଆଙ୍କୁ ଭେଟି ସାନ୍ତ୍ୱନା ଜଣାଇବା ସହ ସମବେଦନା ପ୍ରକାଶ କରିଥିଲେ । ସନେ୍ଦହଜନକ ପରିସ୍ଥିତିରେ ସାରୁଆଳି ଗ୍ରାମ ନିକଟସ୍ଥ ଜଙ୍ଗଳରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିଥିଲା । ଏହି ଅବସରରେ ପ୍ରତିନିଧି ଦଳ ଢେଙ୍କାନାଳ ପୁଲିସ ଅଧୀକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ତୁରନ୍ତ ଏବଂ ଦୃଢ଼ ପଦକ୍ଷେପ ନେବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏହି ଘଟଣାଟି ମାର୍ଥାପୁର ଗ୍ରାମର ବାସିନ୍ଦା ଥିବା ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଲେଜ ଛାତ୍ରୀଙ୍କ ସହ ଘଟିଥିଲା । ମିଳିଥିବା ସୂଚନାନୁସାରେ, ସେ ବୁଧବାର ଦିନ ପରୀକ୍ଷା ଦେବାକୁ ଯାଇଥିଲେ କିନ୍ତୁ ଘରକୁ ଫେରିନଥିଲେ । ଗୁରୁବାର ସକାଳେ କାମାକ୍ଷାନଗର ଥାନା ଅଧୀନସ୍ଥ ସାରୁଆଳି ଗ୍ରାମ ନିକଟସ୍ଥ ଜଙ୍ଗଳରୁ ତାଙ୍କ ମୃତଦେହ ସନେ୍ଦହଜନକ ଭାବେ ଉଦ୍ଧାର ହୋଇଥିଲା । ଏହି ମୃତୁ୍ୟର ପାରିପାଶ୍ୱିକ ପରିସ୍ଥିତି ଗୁରୁତର ସନେ୍ଦହ ସୃଷ୍ଟି କରିଛି ଏବଂ ଏକ ସମ୍ପୂର୍ଣ୍ଣ ତଥା ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ।

ବିଜୁ ଜନତା ଦଳ ଜିଲ୍ଲା ପୁଲିସ ପ୍ରଶାସନଙ୍କୁ ଘଟଣାର ନିରପେକ୍ଷ, ସଠିକ, ପକ୍ଷପାତବିହୀନ ଓ ଯୁକ୍ତିଯୁକ୍ତ ତଦନ୍ତ କରିବାକୁ ଜୋର ଦେଇଛି । ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବା ସହ ମାମଲାକୁ ଶୀଘ୍ର ନ୍ୟାୟ ପାଇଁ ଫାଷ୍ଟ-ଟ୍ରାକ୍ ଆଇନ ପ୍ରକ୍ରିୟାରେ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଏହା ସହ ପୀଡିତା ପରିବାରଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବାକୁ ଦାବି କରାଯାଇଛି ।

ବିଜେଡି ପ୍ରତିନିଧି ଦଳ ଜୋର ଦେଇଥିଲେ ଯେ, ନ୍ୟାୟକୁ ସୁନିଶ୍ଚିତ କରିବା ଓ ଆଇନ ଶୃଙ୍ଖଳା ପ୍ରତି ଲୋକମାନଙ୍କର ବିଶ୍ୱାସ ଅତୁଟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ଓ ଦାୟିତ୍ୱବୋଧତାର ଆବଶ୍ୟକତା ରହିଛି । ବିଜୁ ଜନତା ଦଳର ଏହି ପ୍ରତିନିଧି ଦଳରେ ଇପ୍ସିତା ସାହୁ, ଜ୍ୟୋତ୍ସାରାଣୀ ପରିଡା, ସାଗରିକା ମିଶ୍ର, ଶୁଭଲକ୍ଷ୍ମୀ ସାହୁ, ଅର୍ଚ୍ଚନା ପୁହାଣ, ଲିପିକା ଦାସ, ତିଳୋତ୍ତମା ଚୌଧୁରୀ, ଉର୍ବଶୀ ମହାପାତ୍ର, ଶ୍ରଦ୍ଧାଞ୍ଜଳୀ ସାହୁ ଓ ଜ୍ୟୋତ୍ସାରାଣୀ ମଣ୍ଡଳ ପ୍ରମୁଖ ରହିଥିଲେ ।