disciplinary committee meeting - The Sakala

ବିଜେଡି ଶୃଙ୍ଖଳା କମିଟି ବୈଠକରେ ୬ ବିଧାୟକଙ୍କ ସ୍ପଷ୍ଟୀକରଣ ତର୍ଜମା: ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ନବୀନ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ  କ୍ରସ୍‌ ଭୋଟିଂ କରିଥିବା ୬ ବିଧାୟକଙ୍କ ସ୍ପଷ୍ଟୀକରଣକୁ ଅନୁଧ୍ୟାନ କରିଛି ବିଜେଡି ଶୃଙ୍ଖଳା କମିଟି। ଶଙ୍ଖ ଭବନରେ ଶୃଙ୍ଖଳା କମିଟି ସଦସ୍ୟ ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ରଶେଖର ସାହୁ, ପ୍ରମିଳା ମଲ୍ଲିକ, ଶାରଦା ଜେନା, ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି ଓ ଆଭାସୀ ମାଧ୍ୟମରେ ପ୍ରଦୀପ ଅମାତ ଏଥିରେ ସାମିଲ ହୋଇଛନ୍ତି। ରାତିରେ ଶୃଙ୍ଖଳା କମିଟି ସଦସ୍ୟ ସ୍ପଷ୍ଟୀକରଣ ସଂକ୍ରାନ୍ତରେ ଅନୁଧ୍ୟାନ ରିପୋର୍ଟକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇବ ଓ ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଗଣମାଧ୍ୟମରେ ପ୍ରସାରିତ ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର ଓ ରମାକାନ୍ତ ଭୋଇଙ୍କ ସ୍ପଷ୍ଟୀକରଣଗୁଡ଼ିକରେ ଏକ ଅଦ୍‌ଭୁତ ସାମଞ୍ଜସ୍ୟ ଦେଖିବାକୁ ମିଳିଛି। କେବଳ ଲେଟରହେଡ୍‌ ଓ ସମ୍ପୃକ୍ତ ବିଧାୟକଙ୍କ ସ୍ୱାକ୍ଷରକୁ ଛାଡ଼ିଦେଲେ ଶବ୍ଦ, ଭାଷା ଓ ଶୈଳୀ ପୂରା ସମାନ। ତେଣୁ ଏହି ଚାରିଜଣଙ୍କ ସ୍ପଷ୍ଟୀକରଣ ଓ ଡ୍ରାଫ୍ଟିଂ ଗୋଟିଏ ସ୍ଥାନରୁ ହୋଇଥିବା ମନେ କରାଯାଉଛି ଓ ଏହା ପଛରେ ଶାସକ ଦଳର ହାତ ଥିବା ରାଜନୈତିକ ସମୀକ୍ଷକମହଲରେ ଆଲୋଚନା ହେଉଛି।

ବୈଠକ ସମାପ୍ତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଦଳର ସମ୍ବିଧାନ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସକାଶେ ନିର୍ଦ୍ଦିଷ୍ଟ ବିଧି ରହିଛି। ଦଳ ତଥା ଦଳର ନେତାଙ୍କୁ ନେଇ ୬ ବିଧାୟକ ଗଣମାଧ୍ୟମରେ ଯେଉଁ ବିବୃତିମାନ ଦେଇଛନ୍ତି, ତାହାକୁ କମିଟି ସାମ୍ନାରେ ଉପସ୍ଥାପିତ କରାଯାଇଛି। ଦଳର ସମ୍ବିଧାନ ଅନୁଯାୟୀ କୌଣସି ସଦସ୍ୟ ଦଳ କିମ୍ବା ଦଳର ନେତାଙ୍କ ଛବି ଖରାପ କରୁଥିବା ପରି କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ଏପରି କଲେ ସେମାନଙ୍କର ବିରୋଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସମସ୍ତ ତଥ୍ୟକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ କମିଟି ନିଜର ରିପୋର୍ଟ ସଭାପତିଙ୍କୁ କରିବେ। ଶେଷ ନିଷ୍ପତ୍ତି ଦଳର ସଭାପତି ନେବେ।

ସୂଚନାଯୋଗ୍ୟ ଯେ ଗତ ୧୬ତାରିଖରେ ଅନୁଷ୍ଠିତ ରାଜ୍ୟସବା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ ଦଳର ନିଷ୍ପତ୍ତି ବିରୋଧରେ ଯାଇ କ୍ରସ୍‌ଭୋଟିଂ କରିଥିଲେ। ୧୭ତାରିଖରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ବିଧାୟକଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂକ୍ରାନ୍ତରେ ୨୦ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।