cuttack - The Sakala

କଟକ ରେଳ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ସନ୍ଦେହରେ ବୃଦ୍ଧ ଅଟକ
କଟକ: କଟକ ରେଳ ଷ୍ଟେସନରୁ ଗତ ଶନିବାର ଅପହୃତ ହୋଇଥିବା ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ସୋମବାର କମିଶନରେଟ୍ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପୋଲିସ ତରଫରୁ ପଚରାଉଚରା କରାଯାଉଛି। ନାବାଳିକାଙ୍କ ଉଦ୍ଧାର ପରେ ପରିବାର ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି।

କମିଶନରେଟ୍ ପୋଲିସ, ସରକାରୀ ରେଳବାଇ ପୋଲିସ (ଜିଆରପି), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ର ମିଳିତ ଉଦ୍ୟମରେ କଟକର ବାଲିକୁଦା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ନିଖୋଜ ହେବା ପରେ ତାଙ୍କୁ ଠାବ କରିବା ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ରେଳ ଷ୍ଟେସନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣେ ବୃଦ୍ଧ ନାବାଳିକାଙ୍କୁ ସାଥିରେ ନେଇଯାଉଥିବାର ଦୃଶ୍ୟ ପୋଲିସର ହସ୍ତଗତ ହୋଇଥିଲା। ଏହି ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣକୁ ଆଧାର କରି ପୋଲିସ ସନ୍ଦିଗ୍ଧଙ୍କ ଗତିବିଧି ଟ୍ରାକ୍ କରିବାରେ ସଫଳ ହୋଇଥିଲା। ଶେଷରେ ବାଲିକୁଦା ଅଞ୍ଚଳରେ ରହୁଥିବା ଉକ୍ତ ବୃଦ୍ଧଙ୍କୁ ଧରିବା ସହ ତାଙ୍କ ପାଖରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା।

ପୋଲିସର ସୂଚନାନୁସାରେ, ଉଦ୍ଧାର ହୋଇଥିବା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ନିୟମ ଅନୁଯାୟୀ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଆଈ ଏବଂ ଅଜା ନାବାଳିକାଙ୍କୁ ଧରି ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଯିବା ପାଇଁ ଶନିବାର ଅପରାହ୍ନରେ କଟକ ରେଳ ଷ୍ଟେସନରେ ଟ୍ରେନ୍ ଅପେକ୍ଷାରେ ଥିଲେ। ଏହି ସମୟରେ ନାବାଳିକା ଜଣକ ହଠାତ୍ ଷ୍ଟେସନ ପରିସରରୁ ନିଖୋଜ ହୋଇଯାଇଥିଲେ।

ବହୁ ଖୋଜାଖୋଜି ପରେ ମଧ୍ୟ ନାତୁଣୀର କୌଣସି ପତ୍ତା ନ ମିଳିବାରୁ ସେମାନେ ପ୍ରଥମେ ଜିଆରପି ନିକଟରେ ପହଞ୍ଚିଥିଲେ। ପରେ ଜିଆରପିଙ୍କ ପରାମର୍ଶ କ୍ରମେ ଆଈ ଚାଉଳିଆଗଞ୍ଜ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତତ୍ପରତା ଦେଖାଇ ୨ ଦିନର ତଲାସି ଅଭିଯାନ ପରେ ଏହି ସଫଳତା ହାସଲ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କଟକ: କଟକର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। କଥିତ ଅଧ୍ୟାପକ-ବିଧାୟକ ବିବାଦ ଏବଂ ୱାର୍ଡେନ ବଦଳି ପ୍ରସଙ୍ଗକୁ ନେଇ କ୍ୟାମ୍ପସରେ ଅଶାନ୍ତି ଲାଗି ରହିଥିବା ବେଳେ ଏବେ ପରିସ୍ଥିତି ଆହୁରି ଉଗ୍ର ରୂପ ନେଇଛି । ଏହି ବିବାଦ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ପକ୍ଷରୁ ଆଜି ସକାଳ ୧୦ଟାରୁ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଛି। ସଂଘର ସମସ୍ତ ସଦସ୍ୟ ସମୂହ ଛୁଟିରେ ଯିବା ସହ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

'ରୁଟା'ର କହିବା ଅନୁଯାୟୀ, କ୍ୟାମ୍ପସ ଭିତରେ ହେଉଥିବା ବାହ୍ୟ ହସ୍ତକ୍ଷେପକୁ ନେଇ କୁଳପତି କୌଣସି ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଛନ୍ତି। ଏହାବ୍ୟତୀତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ନ୍ୟାଯ୍ୟ ଦାବି ପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି କୁଳପତି ସଂଘର ପ୍ରତିନିଧି ଦଳକୁ ଭେଟିବାକୁ ମଧ୍ୟ ମନା କରିଦେଇଛନ୍ତି, ଯାହା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି।

ଏହି ପ୍ରସଙ୍ଗରେ 'ରୁଟା'ର ମୁଖପାତ୍ର ପ୍ରଫେସର ନେତାଜୀ ଅଭିନନ୍ଦନ କହିଛନ୍ତି, "ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପ ସମ୍ପର୍କରେ କୁଳପତି କୌଣସି ବିବୃତ୍ତି ଦେଇନାହାଁନ୍ତି। ରୁଟାର ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ସେ ଆମ ପ୍ରତିନିଧି ଦଳକୁ ଭେଟିବାକୁ ମନା କରିଦେଇଛନ୍ତି। ତେଣୁ ଆଜି ଆମେ ସମୂହ ଛୁଟିରେ ଯାଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଛୁ।"

SCB ମେଡିକାଲରେ ୧.୪୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା: ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଟକ: ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ (SCB) ରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି। ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ମଙ୍ଗଳାବାଗ ପୋଲିସ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟର (DEO) ଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଦିନେଶ ରାଉତ ବୋଲି ଜଣାପଡିଛି। ନିକଟରେ ଏସସିବି ମେଡିକାଲରେ ହୋଇଥିବା ଏକ ଏଜି ଅଡିଟ୍ (AG Audit) ସମୟରେ ଏହି ବିପୁଳ ଆର୍ଥିକ ଅନିୟମିତତା ଧରାପଡିଥିଲା। ସରକାରୀ ପାଣ୍ଠି ତୋସରପାତରେ ମୁଖ୍ୟତଃ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଏସସିବି ଅଧୀକ୍ଷକ ମଙ୍ଗଳାବାଗ ଥାନାରେ ଏକ ଲିଖିତ ଏତଲା ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ଡିଇଓଙ୍କୁ ଗିରଫ କରିଛି। ତେବେ ଏହି ଆର୍ଥିକ ଅନିୟମିତତାର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଅନ୍ୟ କୌଣସି ବ୍ୟକ୍ତି ବା ଅଧିକାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।

ମୋଡିଫାଏଡ୍ ସାଇଲେନ୍ସର ଲଗାଇଥିବା ଗାଡ଼ି ନାଁରେ ହ୍ୱାଟ୍ସଆପରେ ଅଭିଯୋଗ କରିବାକୁ କମିଶନରେଟ୍ ପୋଲିସର ନିବେଦନ
ଭୁବନେଶ୍ୱର: ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଆଇନ ଉଲ୍ଲଂଘନ କରି ଅତ୍ୟଧିକ ଏବଂ ଅଯଥା ଶବ୍ଦ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକ ବିଷୟରେ ସିଧାସଳଖ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ଏକ ସାର୍ବଜନୀନ ବିଜ୍ଞପ୍ତି ଜରିଆରେ ନିବେଦନ କରାଯାଇଛି।

କମିଶନରେଟ୍ ପୋଲିସ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସାଧାରଣ ଲୋକମାନେ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବେ। ନିୟମ ଉଲ୍ଲଂଘନକାରୀ ଗାଡ଼ିର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ଲୋକମାନେ ସିଧାସଳଖ ପୋଲିସକୁ ପଠାଇ ପାରିବେ। ଏଥିପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର +୯୧ ୮୨୮୦୩ ୩୮୩୦୨ (+91 82803 38302) ଜାରି କରାଯାଇଛି। ଲୋକମାନେ ଉକ୍ତ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ସହିତ ପ୍ରମାଣ ସ୍ୱରୂପ ଫଟୋ ବା ଭିଡିଓ ଏହି ନମ୍ବରରେ ସେୟାର କରିବାକୁ କୁହାଯାଇଛି।

ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସହରକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ତଥା ଶାନ୍ତମୟ ପରିବେଶରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ମିଳିଥିବା ସୂଚନା ଆଧାରରେ ପ୍ରଶାସନ ଉକ୍ତ ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ଅଭିଯାନକୁ ସଫଳ କରିବା ପାଇଁ କମିଶନରେଟ୍ ପୋଲିସ ସାଧାରଣ ଜନତାଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି।

ସାବଧାନ ! ହ୍ୱାଟ୍ସଆପରେ ଆସୁଛି ନକଲି ଆୟକର ନୋଟିସ, ସତର୍କ କରାଇଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: କମିଶନରେଟ୍ ପୋଲିସ ପକ୍ଷରୁ କରଦାତାମାନଙ୍କ ପାଇଁ ଏକ ସାଇବର ଆଡଭାଇଜରି ଜାରି କରାଯାଇଛି। ବିଳମ୍ବିତ ଆୟକର ରିଟର୍ଣ୍ଣ ବା ଆଇଟିଆର (ITR) ଫାଇଲିଂ ସମୟର ସୁଯୋଗ ନେଇ ସାଇବର ଠକମାନେ ହ୍ୱାଟ୍ସଆପରେ ନକଲି ଆୟକର ନୋଟିସ୍ ପଠାଉଥିବା ନେଇ ପୋଲିସ ସତର୍କ କରାଇଛି।

ଆଡଭାଇଜରି ଅନୁଯାୟୀ, ଠକମାନେ ନିଜକୁ ଆୟକର ବିଭାଗ ବୋଲି ପରିଚୟ ଦେଇ ଲୋକଙ୍କୁ ହ୍ୱାଟ୍ସଆପରେ ବିଭ୍ରାନ୍ତିକର ମେସେଜ୍, ନକଲି ଟ୍ୟାକ୍ସ ନୋଟିସ୍, ସନ୍ଦେହଜନକ ଲିଙ୍କ୍ ଏବଂ ଫାଇଲ୍ ଆଟାଚମେଣ୍ଟ ପଠାଉଛନ୍ତି। ଏହି ମେସେଜଗୁଡ଼ିକ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଲୋକମାନେ ତୁରନ୍ତ ଫାଇଲ୍ ଡାଉନଲୋଡ୍ କରିବାକୁ କିମ୍ବା ନିଜର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ପ୍ରଦାନ କରିବାକୁ ପ୍ରବର୍ତ୍ତାଉଛନ୍ତି। ଅଜଣା ଉତ୍ସରୁ ଆସୁଥିବା .zip କିମ୍ବା .exe ଏକ୍ସଟେନସନ୍ ଥିବା ଫାଇଲ୍ ଡାଉନଲୋଡ୍ ନକରିବାକୁ ପୋଲିସ ପରାମର୍ଶ ଦେଇଛି, କାରଣ ଏଥିରେ ମାଲୱେର୍ ଥାଇପାରେ ଯାହା ଆପଣଙ୍କ ମୋବାଇଲ୍ ଓ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରି ଆକ୍ରାନ୍ତ କରିପାରେ।

ଥରେ ଏହି ମାଲୱେର୍ ଇନଷ୍ଟଲ୍ ହୋଇଗଲେ ସାଇବର ଅପରାଧୀମାନେ ବ୍ୟାଙ୍କିଙ୍ଗ୍ ତଥ୍ୟ, ପାସୱାର୍ଡ ଓ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ଚୋରି କରି ଆର୍ଥିକ ଠକେଇର ଶିକାର କରିପାରିବେ। ଟ୍ୟାକ୍ସ ରିଫଣ୍ଡ ପାଇବା କିମ୍ବା ଜରିମାନାରୁ ବର୍ତ୍ତିବା ପାଇଁ ଆସୁଥିବା କୌଣସି ଜରୁରୀ ମେସେଜର ଉତ୍ତର ନଦେବାକୁ ନାଗରିକମାନଙ୍କୁ ସତର୍କ କରାଯାଇଛି। କୌଣସି ବି ପଦକ୍ଷେପ ନେବା ପୂର୍ବରୁ କେବଳ ସରକାରୀ ୱେବସାଇଟ୍ ଓ ଚ୍ୟାନେଲ୍ ମାଧ୍ୟମରେ ଆୟକର ନୋଟିସ୍ ବା ଲିଙ୍କର ସତ୍ୟତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଡିଜିଟାଲ୍ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ନିଜର ବ୍ୟାଙ୍କ୍ ଡିଟେଲ୍ସ, ପାସୱାର୍ଡ, ଓଟିପି (OTP) ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର୍ ନକରିବାକୁ ପୋଲିସ କରଦାତାମାନଙ୍କୁ ନିବେଦନ କରିଛି। କମିଶନରେଟ୍ ପୋଲିସର ନିରନ୍ତର ସାଇବର ସଚେତନତା ଅଭିଯାନର ଅଂଶବିଶେଷ ସ୍ୱରୂପ ଏହି ଆଡଭାଇଜରି ଜାରି କରାଯାଇଛି।

"ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନତା ହିଁ ସର୍ବୋତ୍ତମ ଅସ୍ତ୍ର। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ," ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଠକାମିର ଶିକାର ହେଲେ କିମ୍ବା ସନ୍ଦେହଜନକ ମେସେଜ୍ ଆସିଲେ ତୁରନ୍ତ ସମ୍ପୃକ୍ତ ଅଧିକାରୀ ବା ସାଇବର ସେଲକୁ ରିପୋର୍ଟ କରିବାକୁ କୁହାଯାଇଛି।

ମହାନଦୀରେ ବଢୁଛି ଜଳସ୍ତର: ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ବନ୍ୟା ଜଳ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ଦେବୀ
କଟକ: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଛି। ମନ୍ଦିରର ଗର୍ଭଗୃହରେ ପାଣି ପଶିଯିବାରୁ ଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଲଗାତାର ପ୍ରବଳ ବର୍ଷା ଏବଂ ହୀରାକୁଦ ଡ୍ୟାମରୁ ଜଳ ଛଡାଯିବା କାରଣରୁ ମହାନଦୀ ଫୁଲିବାରେ ଲାଗିଛି। ଏହି କାରଣରୁ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଭଟ୍ଟାରିକା ମନ୍ଦିରର ଗର୍ଭଗୃହ ଜଳମଗ୍ନ ହୋଇଯାଇଛି।

ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପରମ୍ପରା ଅନୁଯାୟୀ ଏବଂ ଦୈନନ୍ଦିନ ନୀତିକାନ୍ତିରେ ଯେପରି କୌଣସି ବାଧା ଉପୁଜିବ ନାହିଁ, ସେଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ତୁରନ୍ତ ପଦକ୍ଷେପ ନେଇଥିଲେ। ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ନିକଟସ୍ଥ ରତ୍ନଗିରି ପାହାଡ଼ ଉପରେ ଥିବା ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଦେବୀଙ୍କର ସମସ୍ତ ପୂଜାର୍ଚ୍ଚନା ଓ ରୀତିନୀତି ସମ୍ପନ୍ନ କରାଯାଉଛି।

ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର ଚତୁର୍ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ନଦୀକୂଳକୁ ନଯିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଚିଠା କାର୍ଯ୍ୟକ୍ରମ ଅନୁଯାୟୀ, ସେ ଏହି ଗସ୍ତ ସମୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନ କରିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ାର କାର୍ଯ୍ୟସୂଚୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହି ଗସ୍ତ ପାଇଁ ଓଡ଼ିଶା ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅବଗତ କରାଯାଇଛି।

ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ସ୍ୱତନ୍ତ୍ର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ବନଖଣ୍ଡ ଅଧୀନରେ ଥିବା କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢ଼ାଉ କରାଯାଇଛି। କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ବ୍ୟାପକ ଚଢ଼ାଉ କରାଯାଉଛି।

ଭିଜିଲାନ୍ସ ବିଭାଗର ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏକାସାଙ୍ଗରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ସର୍ଚ୍ଚ ଅପରେସନ୍ ଚାଲିଛି। ସେଗୁଡ଼ିକ ହେଲା- କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗୋଡ଼ିସାହିରେ ଥିବା ତାଙ୍କର ୪ ମହଲା ବିଶିଷ୍ଟ ବାସଭବନ, ବାଙ୍କୀ ଥାନା ଅନ୍ତର୍ଗତ ସାହାଡ଼ାପଡ଼ା ସ୍ଥିତ ତାଙ୍କର ପୈତୃକ ଘର, କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡ଼ାରେ ଥିବା ତାଙ୍କର ଅସ୍ଥାୟୀ ବାସଭବନ।

ଏହି ବୃହତ୍ ଯାଞ୍ଚ ପ୍ରକ୍ରିୟାରେ ଏକ ବଡ଼ ଭିଜିଲାନ୍ସ ଟିମ୍ ସାମିଲ ହୋଇଛି। ଏହି ଟିମ୍‌ରେ ୫ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ (ASI) ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଅଛନ୍ତି। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ପ୍ରକୃତ ତଥ୍ୟ ଉନ୍ମୋଚନ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ରର ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ଏହି ଅପରେସନ୍ ସମ୍ପୂର୍ଣ୍ଣ ହେବା ପରେ ଜବତ ହୋଇଥିବା ମୋଟ ସମ୍ପତ୍ତିର ପରିମାଣ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ହ୍ରିତିକ ରୋଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ଓଡ଼ିଶା ଖାଉଟି କମିଶନ
ଭୁବନେଶ୍ୱର: ବଲିଉଡ୍ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଆଶ୍ୱସ୍ତି ମିଳିଛି। ଏକ ଶୀତଳ ପାନୀୟ (ସଫ୍ଟ ଡ୍ରିଙ୍କ) ବିଜ୍ଞାପନ ମାମଲାରେ ତାଙ୍କ ବିରୋଧରେ ଚାଲିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଓଡ଼ିଶା ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ଅସ୍ଥାୟୀ ରୋକ ଲଗାଇଛନ୍ତି। କଳାହାଣ୍ଡି ଜିଲ୍ଲା ଖାଉଟି କମିଶନଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ରୋଶନ କରିଥିବା ଆବେଦନର ଶୁଣାଣି କରି ରାଜ୍ୟ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ଖଡ଼ିଆଳର ବାସିନ୍ଦା ଦୀପକ କୁମାର ଦୁବେ ଏହି ଅଭିଯୋଗ ଦାଏର କରିଥିଲେ। ଦୁବେଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ୧୧ ବର୍ଷର ପୁଅ ଟିଭିରେ ପ୍ରସାରିତ ଏକ ଶୀତଳ ପାନୀୟ ବିଜ୍ଞାପନ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲା। ଏହି ବିଜ୍ଞାପନରେ ଅଭିନେତା ହ୍ରିତିକ ରୋଶନ ଦାବି କରିଥିଲେ ଯେ ପାନୀୟ ପିଇବା ଦ୍ୱାରା ଶକ୍ତି ମିଳିଥାଏ ଏବଂ ଭୟ ଦୂର ହୋଇଥାଏ। ପିଲାଟି ବିଶ୍ୱାସ କରିଥିଲା ଯେ ଏହା ପିଇବା ଦ୍ୱାରା ସ୍କୁଲରେ ତା'ର ଖେଳ ପ୍ରଦର୍ଶନ ଭଲ ହେବ ଏବଂ ସେ ବିଜ୍ଞାପନରେ ଦେଖାଯାଇଥିବା ବିପଜ୍ଜନକ ଷ୍ଟଣ୍ଟକୁ ଅନୁକରଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ପିତାଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଜ୍ଞାପନରେ ଥିବା ମିଥ୍ୟା ଏବଂ ବିଭ୍ରାନ୍ତିକର ଦାବି ତାଙ୍କ ପୁଅ ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା।

ଶ୍ରୀ ଦୁବେ ତାଙ୍କ ଅଭିଯୋଗରେ ଉଭୟ ହ୍ରିତିକ ରୋଶନ ଏବଂ ଶୀତଳ ପାନୀୟ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ପକ୍ଷଭୁକ୍ତ କରିଥିଲେ। କଳାହାଣ୍ଡି ଜିଲ୍ଲା ଖାଉଟି କମିଶନ ଏହି ମାମଲାକୁ ଗ୍ରହଣ କରି ଅଭିନେତା ଓ କମ୍ପାନୀଙ୍କୁ ନୋଟିସ୍ ଜାରି କରିଥିଲେ। ପରବର୍ତ୍ତୀ ସମୟରେ, ଏହି ମାମଲାରୁ ନିଜ ନାମ ହଟାଇବା ପାଇଁ ରୋଶନ ଜିଲ୍ଲା କମିଶନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କର ଆବେଦନକୁ ଖାରଜ କରାଯାଇଥିଲା ଏବଂ ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ସେ କଟକ ସ୍ଥିତ ରାଜ୍ୟ ଖାଉଟି କମିଶନଙ୍କ ଦ୍ୱାରସ୍ଥ ହୋଇ ଜିଲ୍ଲା କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

ଶୁକ୍ରବାର ଦିନ ଶୁଣାଣି କରି ରାଜ୍ୟ କମିଶନ ଅଭିନେତାଙ୍କ ବିରୋଧରେ ଚାଲିଥିବା ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ଏହା ସହିତ ମୂଳ ଅଭିଯୋଗକାରୀ ଏବଂ ପାନୀୟ କମ୍ପାନୀକୁ ନୋଟିସ୍ ଜାରି କରି ସେମାନଙ୍କର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ବଲିଉଡ୍ ତାରକାଙ୍କ ପକ୍ଷରୁ ଆଇନଜୀବୀ ତୀର୍ଥ କୁମାର ସାହୁ ଏବଂ ଶୁଭମ ଶତପଥୀ ମାମଲା ପରିଚାଳନା କରିଥିଲେ।

ଜେଲରେ ବ୍ୟାପୁଛି HIV! ଝାରପଡ଼ା ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ ପଜିଟିଭ ଚିହ୍ନଟ
କଟକ: ଝାରପଡା ଜେଲ୍ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ଚୌଦ୍ୱାର ମଣ୍ଡଳ କାରାଗାରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଥିବାବେଳେ ଅନ୍ୟ ୩ ବିଚାରାଧୀନ କଏଦୀ ବୋଲି ସୂଚନା ଦେଇଛନ୍ତି ଜେଲ୍ ଅଧୀକ୍ଷକ ସୁଜିତ ରାଉଳ । ଶ୍ରୀ ରାଉଳ କହିଛନ୍ତି, ସେମାନଙ୍କୁ ଜେଲ୍‌ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ମେଡିକାଲରେ ଥିବା ଏଆରଟି ସେଣ୍ଟରକୁ ମାସକୁ ଥରେ କିମ୍ବା ଦୁଇଥର ପଠାଯାଉଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ଏଥିସହିତ ଯେଉଁମାନେ ବିଭିନ୍ନ ମାମଲାରେ ଜେଲ୍‌କୁ ଆସିଥାନ୍ତି ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇଥାଏ । କୌଣସି ସଂକ୍ରାମକ କିମ୍ବା ଅନ୍ୟ ଗୁରୁତର ରୋଗ ଚିହ୍ନଟ ହେଲେ, ସେହି ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଏବଂ ଆବଶ୍ୟକ ନିରୀକ୍ଷଣରେ ରଖାଯାଇଥାଏ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ କହିଛନ୍ତି ।

ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼, ୪ ରାଉଣ୍ଡ ଗୁଳିମାଡ଼ କରି ୩ ଦୁର୍ବୃତ୍ତ ଫେରାର୍
ବଡ଼ମ୍ବା: ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼ । ମାଣିଆବନ୍ଧ ଥାନା କୁଆଁରପାଳ ଛକରେ ସନ୍ତ୍ରାବଳି ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି । ବାଇକରେ ୩ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର୍‌ ହୋଇଯାଇଛନ୍ତି । ଶ୍ରୀକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ଏହି ଗୁଳି ଚାଳନା କରିଛି, ତାହା ଅସ୍ପଷ୍ଟ ରହିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।

ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା
ଭୁବନେଶ୍ୱର: କଟକ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ । କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ। ବିଭିନ୍ନ ସ୍ଥାନରେ ସୁ ସୁ ପବନ ସହ ଘଡ଼ଘଡ଼ି ବର୍ଷା । ବର୍ଷା ପବନରେ ଉଡିଲା ହୋର୍ଡ଼ିଂ, ଭାଙ୍ଗିଲା ଗଛ । ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ ବଜ୍ରପାତ ହେଉଛି। ଆଜି ମଧ୍ୟ ଟ୍ୱିନ୍ ସିଟିର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି ।