OSRTC - The Sakala

ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ OSRTC ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା
ଭୁବନେଶ୍ୱର: ଓଏସ୍ଆର୍‌ଟିସି ଅଫିସ୍‌ ଆଗରେ ଡ୍ରାଇଭର୍‌ଙ୍କ ମୃତଦେହ ରଖି ପରିବାର ଲୋକଙ୍କ ପ୍ରତିବାଦ । କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରି ଦାବିରେ ସ୍ତ୍ରୀ ଓ ଝିଅଙ୍କ ଧାରଣା । ଗତରାତିରେ ପଶ୍ଚିମବଙ୍ଗର ମେଦିନପୁର ନିକଟରେ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱରର ପ୍ରମୋଦ କୁମାର ମହାପାତ୍ର ।

ସୂଚନା ଅନୁସାରେ, ପୁରୀରୁ କଲିକତା ଅଭିମୁଖେ ଯାଉଥିଲା OSRTC ବସ୍। ଦୁଇଜଣ ଡ୍ରାଇଭର ବସରେ ଥିଲେ । ପ୍ରମୋଦ ସାମାନ୍ୟ କ୍ଲାନ୍ତ ଅନୁଭବ କରିବାରୁ ଫ୍ରେସ ହେବାକୁ ଯାଇଥିବା ସମୟରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ମହାପାତ୍ରଙ୍କ ତିନି ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ । ୨୫ ବର୍ଷ ହେଲା ଓଏସ୍ଆରଟିସିରେ କାମ କରୁଥିଲେ ପ୍ରମୋଦ ମହାପାତ୍ର । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । କ୍ଷତିପୁରଣ ଦାବିରେ ପରିବାର ଲୋକେ OSRTC କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।