india vs srilanka - The Sakala

ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ
କଟକ: ଓଡ଼ିଶାର କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ ଖୁସି ଖବର । ଡିସେମ୍ବର ୨୪ରେ ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବ T-20 ମ୍ୟାଚ୍‌ । ୨୦୨୬-୨୭ ପାଇଁ BCCI ଖେଳସୂଚୀରୁ ସ୍ପଷ୍ଟ ହୋଇଛି ବାରବାଟୀ ମ୍ୟାଚ୍‌ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୃଙ୍ଖଳାର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ T-20 ଖେଳିବ ଶ୍ରୀଲଙ୍କା । ବାରବାଟୀରେ ପୁଣିଥରେ ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଥିବାରୁ ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି ।

ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା ।

ଆଜିଠୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌‌; ହାର୍ଦ୍ଦିକଙ୍କ ନେତୃତ୍ୱରେ ପଡିଆକୁ ଓଲ୍ହାଇବ ଟିମ ଇଣ୍ଡିଆ
ମୁମ୍ବଇ: ଏସିଆ କପ୍‌‌ ଚାମ୍ପିଅନ୍‌‌ ଶ୍ରୀଲଙ୍କା ସହ ଭାରତ ଏକ ୩ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ଆଜିଠାରୁ ଖେଳିବାକୁ ଯାଉଛି। ଏହି ସିରିଜ୍‌‌ରେ ଭାରତର ୩ ସୁପରଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ସାମିଲ କରାଯାଇ ନାହିଁ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂଆ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେବେ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏବେ ଭାରତୀୟ ଟି-୨୦ ଦଳର ଭାଗ୍ୟ ବିଧାତା ହେବେ ହାର୍ଦ୍ଦିକ। ନୂଆ ଖେଳାଳି, ନୂଆ ଟିମ୍‌‌ ଓ ନୂଆ ମ୍ୟାନେଜମେଣ୍ଟ ସହ ଭାରତ ତାହାର ଟି-୨୦ ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌‌ରେ ଭାରତୀୟ ଦଳର ପ୍ରଦର୍ଶନ ଯାହା ହେଉନା କାହିଁକି, ଖେଳାଳିଙ୍କଠାରୁ ସାହସିକ ଖେଳ ଦେଖିବାକୁ ମିଳି ନଥିଲା। ଯାହାକି ସମାଲୋଚନାର ଖୋରାକ ଯୋଗାଇଥିଲା ସମସ୍ତଙ୍କୁ। ଟି-୨୦ ବା ଫଟା ଫଟ କ୍ରିକେଟରେ ଆରମ୍ଭରୁ ହେଉ ଅବା ଶେଷରେ ଯେପରି ଆକ୍ରମଣ କରାଯାଇଥାଏ, ତାହା ଭାରତୀୟ ଖେଳାଳିଙ୍କଠାରେ ଆଦୌ ଦେଖିବାକୁ ମିଳି ନଥିଲା। ଯାହା ଫଳରେ ଦଳ ଆତ୍ମବିଶ୍ୱାସଭରା କ୍ରିକେଟ ଖେଳିବାରେ ଅସମର୍ଥ ହୋଇଥିଲା। ଏଭଳି ସ୍ଥିତିରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବା ଅର୍ଥ ନୂଆ ଆରମ୍ଭ କରିବା।

ଏହି ସିରିଜ୍‌‌ରେ ଭାରତ ଓପନିଂରେ ନୂଆ ଯୋଡି ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ଦେଇପାରେ। ଏହା ଯଦି ସମ୍ଭବ ହୁଏ, ତେବେ ଶୁବମାନ ଗିଲଙ୍କୁ ଡେବ୍ୟୁ କରିବାକୁ ଅପେକ୍ଷା କରିବାକୁ ହେବ। ନଂ-୩ରେ ନଂ-୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ। ଅଭିଜ୍ଞ ୱିକେଟକିପର ସଞ୍ଜୁ ସାମସନଙ୍କୁ ନଂ-୪ରେ ଖେଳିବାକୁ ନିଶ୍ଚୟ ସୁଯୋଗ ମିଳିବ। ଟି-୨୦ ଏକ ଅଲରାଉଣ୍ଡରଙ୍କ ଖେଳ। ଏଥିରେ ପାଣ୍ଡ୍ୟାଙ୍କ ସହ ଦୀପକ ହୁଦା, ୱାଶିଂଟନ ସୁନ୍ଦରଙ୍କୁ ଖେଳିବାର ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଅନ୍ୟ ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ। ଅଭିଜ୍ଞ ହର୍ଷଲ ପଟେଲ, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକଙ୍କ ଉପରେ ପେସ ବାହିନୀର ଦାୟିତ୍ୱ ରହିବ।

ଶ୍ରୀଲଙ୍କା ମଧ୍ୟ ବେଶିକିଛି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ଟି-୨୦ ବିଶ୍ୱକପ୍‌‌ ଖେଳିଥିବା ପ୍ରାୟ ସମସ୍ତ ଖେଳାଳି ପ୍ରଥମ ମ୍ୟାଚ୍‌‌ରେ ସୁଯୋଗ ପାଇବେ। କେବଳ କସୁନ ରଜିଥାଙ୍କ ସ୍ଥାନରେ ଦିଲସାନ ମଦୁଶଙ୍କାଙ୍କୁ ସାମିଲ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ହାଇସ୍କୋରିଂ ମ୍ୟାଚ୍‌‌

ଏହି ମ୍ୟାଚ୍‌‌ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଖେଳାଯିବ। ଏଠିକାର ବାଉଣ୍ଡରୀ ଛୋଟ। ଏଣୁ ଟି-୨୦ରେ ଖୁବ୍‌‌ ବଡ଼ ବଡ଼ ସଟ୍‌‌ ଦେଖିବାକୁ ମିଳିବ। ଯାହା ଫଳରେ ମ୍ୟାଚ୍‌‌ ନିଶ୍ଚିତ ହାଇସ୍କୋରିଂ ହେବ ବୋଲି ଆଶା କରାଯାଇପାରେ। ଏହି ପିଚ୍‌‌ରେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳକୁ ଫାଇଦା ମିଳିପାରେ। ଟାର୍ଗେଟ ଦେବା ଅପେକ୍ଷା ଏଠାରେ ଟାର୍ଗେଟ ଚେଜ୍‌‌ କରିବା ସହଜ ହୋଇଥାଏ।

ଶିଖର ଧାୱନଙ୍କ ନେତୃତ୍ବରେ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ୬ ନୂଆ ଖେଳାଳୀ ସାମିଲ୍
ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ଉଭୟ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ପାଇଁ  ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବ।

ଏଥର ଭାରତୀୟ ଦଳରେ ୬ ନୂଆ ମୁହଁ ସାମିଲ ହେଇଛନ୍ତି।  ଦେବଦତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ନୀତିଶ ରାଣା, କେ ଗୋଥାମ, ଚେତନ ସାକରିଆ ଓ ବରୁଣ ଚକ୍ରବର୍ତିଙ୍କୁ ଦଳରେ ସାମିଲ କରାଯାଇଛି ।

India Squad:

Shikhar Dhawan (C), Bhuvneshwar Kumar (VC), P Shaw, D Padikkal, R Gaikwad, Suryakumar Yadav, M Pandey, H Pandya, Nitish Rana, Ishan Kishan (WK), S Samson (WK), Y Chahal, R Chahar, K Gowtham, K Pandya, Kuldeep Yadav, V Chakravarthy, D Chahar, N Saini, C Sakariya

— BCCI (@BCCI) June 10, 2021

ଟିମ୍ ଇଣ୍ଡିଆ: ଶିଖର ଧାୱନ(ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ସୂର୍ୟ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର, ଚେତନ ସାକରିଆ, ବରୁଣ ଚକ୍ରବର୍ତି, ଦୀପକ ଚହର, ନବଦୀପ ସାଇନି ।