World House sparrow Day - The Sakala

ଆଜି ବିଶ୍ୱ ଘରଚଟିଆ ଦିବସ: କଂକ୍ରିଟ୍‌‌ ସହରରେ ଘର ଖୋଜୁଛନ୍ତି ଘରଚଟିଆ
ଭୁବନେଶ୍ୱର: ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ଘର ଖୋଜୁଛି। କଂକ୍ରିଟ୍‌‌ ସହରରେ ଖୋଜି ପାଉନି ନୁଅାଁଣିଆ ଚାଳ ଘରଟିଏ। ଯେଉଁଠାରେ ସେ ଛୋଟିଆ ବସାଟିଏ ତୋଳିବ। ବର୍ତ୍ତମାନର ସନ୍ତୁଳିତ ପରିବେଶ ଭିତରେ ଏମାନେ ନିଜକୁ ଖାପ ଖୁଆଇ ଚଳିବା କଷ୍ଟକର ହୋଇପଡ଼ିଥିବା ବେଳେ ସେମାନଙ୍କ ପାଇଁ ଚାଳ ଛପର ଘର ସ୍ୱପ୍ନ ହୋଇଗଲାଣି ଯେଉଁଥିପାଇଁ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଛି।

ରାଜଧାନୀରେ ପୂର୍ବରୁ ପୁରୁଣା ଘର କିଛି ମାତ୍ରାରେ ଥିବା ବେଳେ ଆଖପାଖ ଗାଁ ମାନଙ୍କରେ ଚାଳ ଘର ରହିଥିଲା। ହେଲେ ଏବେ ଯେଉଁ ଆଡ଼େ ଚାହିଁବ ସେହି ଆଡ଼େ ବଡ଼ ବଡ଼ ଉଚ୍ଚ ଅଟ୍ଟାଳିକ ଠିଆ ହେବା ସହିତ ଗାଁ ଗୁଡ଼ିକ ମିନି ସହର ହେବାରେ ଲାଗିଲାଣି। କେଉଁଠି ହେଲେ ବି ଗୋଟିଏ ଚାଳଘର ଦେଖିବାକୁ ନାହିଁ। ଫଳରେ ଘରଚଟିଆ ବସା ବାନ୍ଧିବାକୁ ଘରଟିଏ ନାହିଁ। ଏହି ପକ୍ଷୀମାନେ ଚାଳ ଘରର ନଡ଼ା ସନ୍ଦି ହେଉ କି କାନ୍ଥ ଆଜ୍‌‌ବେଷ୍ଟ ଘରର କାଠ ସନ୍ଦି ଓ ସ୍କାଇ ଲାଇଟ୍‌‌। ବିଦ୍ୟୁତ ଖୁଣ୍ଟ ଏବଂ କେବୁଲ୍‌‌ ବକ୍ସରେ ବି ଘର ତୋଳି ରହିଥାନ୍ତି। ହେଲେ ଏବେ ଏସବୁ ସ୍ୱପ୍ନ ହୋଇଯାଇଛି।

ସହର ଭିତରେ ଯେଉଁ ଆଡ଼େ ଚାହିଁବ ସେହିଆଡ଼େ ଉଚ୍ଚ ଅଟ୍ଟାଳିକା ଠିଆ ହୋଇଛି। ଫଳରେ ସହର ଭିତରେ କେଉଁଠାରେ ବି ଗୋଟିଏ ଘରଚଟିଆ ଦେଖିବାକୁ ମିଳୁନଥିବା ବେଳେ କାଉ, ବଣି ପରି ଅନେକ ପକ୍ଷୀ ଦେଖାଯାଉନାହାନ୍ତି। କିନ୍ତୁ ସହର ଉପକଣ୍ଠର ରଘୁନାଥପୁର, ଦାରୁଠେଙ୍ଗ, ପଥରଗାଡ଼ିଆ, ପଟିଆ ଗାଁରେ କିଛି ମାତ୍ରାରେ ଘରଚଟିଆ ଦେଖାଯାଉଛନ୍ତି ବୋଲି ପକ୍ଷୀ ବିଶେଷଜ୍ଞ ପ୍ରମୋଦ କୁମାର ଧଳ କହିଛନ୍ତି।

ପରିବର୍ତ୍ତିତ ପରିବେଶରେ ଘରଚଟିଆ ପକ୍ଷୀଙ୍କ ସଂଖ୍ୟା ଏକ ଚିନ୍ତାଜନକ ହାରରେ ହ୍ରାସ ପାଇଚାଲିଛି। ବାସସ୍ଥାନର ଅବକ୍ଷୟ, କୀଟପତଙ୍ଗ ସଂଖ୍ୟାରେ ହ୍ରାସ, ଖାଦ୍ୟର ଅଭାବ, ପ୍ରଦୂଷଣ, କୀଟନାଶକର ବର୍ଦ୍ଧିତ ବ୍ୟବହାର, ବିଦ୍ୟୁତ୍‌‌-ଚୁମ୍ୱକୀୟ ବିକିରଣ ଏବଂ ସହରୀକରଣର ପ୍ରଭାବରେ ଏହି କ୍ଷୁଦ୍ର ପକ୍ଷୀମାନଙ୍କ ସଂଖ୍ୟା କ୍ରମଶଃ ନିମ୍ନଗାମୀ ହେଉଛି। ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ସମସ୍ୟା ଅଧିକ ଗମ୍ଭୀର ହେବାରେ ଲାଗିଛି। ସହରାଞ୍ଚଳରେ ବିଗତ ପଚାଶ ବର୍ଷରେ ଘରଚଟିଆ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇ ସାରିଲାଣି। ଏହି ପକ୍ଷୀମାନେ ପରିବେଶଗତ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ସୂଚକ ରୂପେ କାର୍ଯ୍ୟ କରନ୍ତି। ସେମାନଙ୍କର ସଂଖ୍ୟା ହ୍ରାସ ପରିବେଶରେ ନକାରାତ୍ମକ ଘଟଣା ଓ ସମସ୍ୟାକୁ ସୂଚିତ କରୁଛି ବୋଲି ପରିବେଶବିତ୍‌‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଘରଚଟିଆ କୀଟପତଙ୍ଗକୁ ଖାଦ୍ୟ ରୂପେ ଗ୍ରହଣ କରି ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହ କୃଷି ଉତ୍ପାଦନରେ ବୃଦ୍ଧି ଘଟାନ୍ତି ଏବଂ ଜୈବବିବିଧତାରେ ଯୋଗଦାନ ଦେଇ ପରିବେଶଗତ ସନ୍ତୁଳନ ବଜାୟ ରଖନ୍ତି। ସେମାନେ ଏକ ସାଂସ୍କୃତିକ ଭୂମିକା ମଧ୍ୟ ନିର୍ବାହ କରନ୍ତି, ଅର୍ଥାତ୍‌‌ ମଣିଷ ଏବଂ ପ୍ରକୃତି ମଧ୍ୟରେ ପ୍ରାୟତଃ ସେମାନେ ସମନ୍ୱୟ ପ୍ରତୀକ ଭାବରେ କାର୍ଯ୍ୟ କରନ୍ତି ବୋଲି ସେ କହିଛନ୍ତି।

ଅପରପକ୍ଷେ ପରିବେଶକର୍ମୀ ସୁଶାନ୍ତ ସାହୁ ଓଡ଼ିଶା ସରକାରଙ୍କ ନିକଟରେ ଏକ ପ୍ରେସ୍‌‌ ବିବୃତିରେ ଘରଚଟିଆକୁ ‘ରାଜ୍ୟପକ୍ଷୀ’ର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରୁ ଦିଲ୍ଲୀ ସରକାର ଘରଚଟିଆକୁ ନିଜର ରାଜ୍ୟ ପକ୍ଷୀ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି।