Tusharkanti Behera - The Sakala

କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ: ରାଜ୍ୟ କ୍ରୀଡା ମନ୍ତ୍ରୀ
ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକିରୁ ଫୁଟବଲ, ମଲଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର ହଲ ଯାଏ ଖେଳିବାର ସୁଯୋଗ ଦିଆଯାଇଛି । ଖୁବଶୀଘ୍ର ଏହି ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି କଟକର ବାରବାଟୀ ଷ୍ଟାଡିୟମ । ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ ଡିଏମଏଫରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି ।

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା । ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।

ହକି ବିଶ୍ଵକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି। ଏହି କ୍ରମରେ କ୍ରୀଡ଼ା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ 5T ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ ଆୟୋଜନ ଏବଂ ସୁପରିଚାଳନା ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ।

ବିଗତ ୨୦୧୮ ହକି ପୁରୁଷ ବିଶ୍ୱକପ ସଫଳତାକୁ ପାଥେୟ କରି ଏଥର ବିଶ୍ୱକପକୁ ଅଧିକ ସଫଳ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା ଲୋଡ଼ା ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ କ୍ରୀଡ଼ା ହବର ମାନ୍ୟତା ହାସଲ କରିପାରିଛି। ଅନେକ ଗୁଡିଏ ମେଗା ଇଭେଣ୍ଟ ଆୟୋଜନ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ। ବୈଠକରେ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ସହ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ଷୋଭ ପ୍ରକାଶ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣାର ସତ୍ୟାସତ ଅନୁଧ୍ୟାନ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ । କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡ଼ିଥିବା ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ଶ୍ରୀ ବେହେରା ଗଭୀର ଉଦବେଗ ପ୍ରକାଶ କରିବା ସହ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ପିଲାମାନେ ଅନଲାଇନ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ଏକ ଭଲ ବ୍ୟବସ୍ଥା ଓ ଏଥିରେ ବିଜ୍ଞାନ, ବୈଷୟିକ, ଫର୍ମାସୀ, ସାମାଜିକ ବିଜ୍ଞାନ ଆଇନ ଓ ମ୍ୟାନେଜମେଣ୍ଟ ଆଦି ବିଷୟର ପାଠ୍ୟ ପୁସ୍ତକ ଆଇଆଇଟି, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଏବଂ ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି । ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ ତାହାକୁ ନଜରରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ଭାଷା ସମେତ ମୋଟ ୧୦ ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ କରିବା ନେଇ ଘୋଷଣା କରିଥିଲେ । ଏହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ଏଆଇସିଟିଇ ପକ୍ଷରୁ ପାଠ୍ୟ ପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ସାମ୍ନାକୁ ଆସିଛି ।

ପୂର୍ବରୁ ଓଡ଼ିଆ ଭାଷାରେ ପାଠ୍ୟ ବିଷୟ ଉପଲବ୍ଧ ନେଇ ଘୋଷଣା ହୋଇଥିବା ବେଳେ ଅଧାରୁ ଏହାର ପରିବର୍ତ୍ତନ ଠିକ ନୁହେଁ । ବହୁ ପ୍ରାଚୀନ ଓଡ଼ିଆ ଭାଷା ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଆଇଟି କ୍ଷେତ୍ରରେ ଓଡିଶା ବର୍ତ୍ତମାନ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚୟ ହାସଲ କରିଛି। ଭିଭିନ୍ନ କ୍ଷେତ୍ରରେ ଓଡ଼ିଆ ମାନେ ଦେଶ ବିଦେଶରେ ନିଜ ଅବସ୍ଥିତି ପ୍ରମାଣିତ କରିଛନ୍ତି । ହିନ୍ଦୀ, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲଗୁ, କନଡ ଓ ମାଲାୟାଲାମ ଆଦି ଭାଷାଭାଷୀ ପିଲାମାନେ ନିଜ ଭାଷାରେ ପାଠ ପଢ଼ିବାର ସୁଯୋଗ ପାଉଥିବା ବେଳେ ଓଡ଼ିଆ ପିଲା ଏଥିରୁ ବଞ୍ଚିତ ହେବା ଠିକ ନୁହେଁ । ତେବେ ଓଡ଼ିଆ ଭାଷା ଜରିଆରେ ଅନଲାଇନ ଶିକ୍ଷା ଗ୍ରହଣ ପାଇଁ ଇଛା ରଖୁଥିବା ରାଜ୍ୟର ଗ୍ରାମାଞ୍ଚଳ ତଥା ଗରିବ ଛାତ୍ରଛାତ୍ରୀଙ୍କ ଲାଗି ବେଶ ଉପଯୋଗୀ ହୋଇପାରନ୍ତା । ତେଣୁ ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ । ଏଆଇସିଟିଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ସହ ଓଡ଼ିଆ ପିଲାଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଏହି ଗୁରୁତର ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।